Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
International

Pakistan Blast / ପାକିସ୍ତାନର ପେଶାଓ୍ବରରେ ବିସ୍ଫୋରଣ: ୩ ଆତଙ୍କବାଦୀ ନିହତ

Ritu Das
Browse all articles by Ritu Das
·7 months ago·2 min read
ପାକିସ୍ତାନର ପେଶାଓ୍ବରରେ ବିସ୍ଫୋରଣ: ୩ ଆତଙ୍କବାଦୀ ନିହତ

Key Points

ଜିଓ ଟିଭି ଅନୁଯାୟୀ, ସୋମବାର ସକାଳ ୮ଟା୧୦ରେ ପେଶାୱରରେ ଥିବା ଫେଡେରାଲ କନଷ୍ଟାବୁଲରୀ (FC) ମୁଖ୍ୟାଳୟ ଉପରେ ଆକ୍ରମଣ କରାଯାଇଥିଲା। ଏହି ଘଟଣା ପରେ, ସୁନହେରି ମସଜିଦ ରୋଡକୁ ବନ୍ଦ କରିଦିଆଯାଇଥିଲା ଏବଂ ସୁରକ୍ଷା ବାହିନୀ ସମଗ୍ର ଅଞ୍ଚଳକୁ ଘେରାବନ୍ଦୀ କରିଥିଲା।
ସୋମବାର ସକାଳେ ପାକିସ୍ତାନର ପେଶାୱରରେ ଥିବା ଫେଡେରାଲ କନଷ୍ଟାବୁଲରୀ (FC) ମୁଖ୍ୟାଳୟ ଉପରେ ବନ୍ଧୁକଧାରୀମାନେ ଆକ୍ରମଣ କରିଥିଲେ। ରଏଟର୍ସ ରିପୋର୍ଟ ଅନୁଯାୟୀ, ଗୁଳି ବିନିମୟ ଶୁଣି ପୋଲିସ ଏବଂ ସୁରକ୍ଷା ବାହିନୀ ତୁରନ୍ତ ଘଟଣାସ୍ଥଳରେ ପହଞ୍ଚି ଅଞ୍ଚଳକୁ ଘେରାବନ୍ଦୀ କରିଥିଲେ। ପେଶାୱରର ଅନେକ ବାସିନ୍ଦା ସୋସିଆଲ ମିଡିଆ ପ୍ଲାଟଫର୍ମ X ରେ ପୋଷ୍ଟ କରିଥିଲେ ଯେ ସେମାନେ FC ମୁଖ୍ୟାଳୟରୁ ବୋମା ବିସ୍ଫୋରଣ ପରି ଏକ ଜୋରଦାର ଶବ୍ଦ ଶୁଣିଥିଲେ। ଏହାପରେ ସେଠାରେ ସୁରକ୍ଷା ବ୍ୟବସ୍ଥା ବୃଦ୍ଧି କରାଯାଇଛି ଏବଂ ତଦନ୍ତ ଚାଲିଛି।



ଜିଓ ଟିଭି ଅନୁଯାୟୀ, ସୋମବାର ସକାଳ ୮ଟା୧୦ରେ ପେଶାୱରରେ ଥିବା ଫେଡେରାଲ କନଷ୍ଟାବୁଲରୀ (FC) ମୁଖ୍ୟାଳୟ ଉପରେ ଆକ୍ରମଣ କରାଯାଇଥିଲା। ଏହି ଘଟଣା ପରେ, ସୁନହେରି ମସଜିଦ ରୋଡକୁ ବନ୍ଦ କରିଦିଆଯାଇଥିଲା ଏବଂ ସୁରକ୍ଷା ବାହିନୀ ସମଗ୍ର ଅଞ୍ଚଳକୁ ଘେରାବନ୍ଦୀ କରିଥିଲା। ସୁରକ୍ଷା ଅଧିକାରୀମାନେ କହିଛନ୍ତି ଯେ ଆକ୍ରମଣ ସମୟରେ ଦୁଇଟି ବିସ୍ଫୋରଣ ହୋଇଥିଲା ଏବଂ ଆକ୍ରମଣକାରୀମାନେ ଗୁଳି ଚଳାଇ ଆତଙ୍କ ସୃଷ୍ଟି କରିଥିଲେ।

ଏହାସହ ପଢ଼ନ୍ତୁ: ଲାଲକିଲ୍ଲା ବିସ୍ଫୋରଣ ମାମଲାରେ ଆଉ ୪ ଡାକ୍ତର ଗିରଫ

ପୋଲିସ ଏବଂ ସୁରକ୍ଷା ବାହିନୀ ତୁରନ୍ତ ଅଞ୍ଚଳକୁ ଘେରାବନ୍ଦୀ କରିଥିଲେ। ଆକ୍ରମଣରେ ତିନି ଜଣ ଆତଙ୍କବାଦୀ ନିହତ ହୋଇଥିଲେ। ସୁରକ୍ଷା ସୂତ୍ର ଅନୁଯାୟୀ ଜଣେ ଆତ୍ମଘାତୀ ବୋମା ବିସ୍ଫୋରଣକାରୀ ମୁଖ୍ୟାଳୟ ଫାଟକରେ ନିଜକୁ ଉଡ଼ାଇ ଦେଇଥିଲା ଏବଂ ତା’ପରେ ଗୁଳି ବିନିମୟ ହୋଇଥିଲା।

ସୋସିଆଲ ମିଡିଆରେ ଅନେକ ୟୁଜର୍ସ ମଧ୍ୟ ଏହି ଘଟଣା ଦେଖିଥିବା ଦାବି କରିଛନ୍ତି। ରିପୋର୍ଟ ଅନୁଯାୟୀ, ପାକିସ୍ତାନର ପେଶାୱରରେ ଥିବା ଫ୍ରଣ୍ଟିୟର୍‌ କର୍ପସ (FC) ମୁଖ୍ୟାଳୟ ଉପରେ ଆକ୍ରମଣ ହୋଇଛି। ଏହି ଘଟଣା ସେହି ସମୟରେ ଘଟିଥିବା ଜଣାପଡ଼ିଛି ଯେତେବେଳେ ସେହି ଅଞ୍ଚଳରେ ଦୁଇଟି ଶକ୍ତିଶାଳୀ ବିସ୍ଫୋରଣ ହୋଇଥିଲା। ଅନଲାଇନରେ ପ୍ରସାରିତ ଅନେକ ଭିଡିଓରେ ନିରନ୍ତର ଗୁଳିବର୍ଷାର ଶବ୍ଦ ମଧ୍ୟ ଦେଖାଯାଉଛି।

ଏହାସହ ପଢ଼ନ୍ତୁ: ଏନକ୍ରିପ୍ଟେଡ୍ ଆପ୍ସରେ ଡକ୍ଟର ମୁଜାମ୍ମିଲକୁ ଆସିଥିଲା ୪୨ ବୋମା ତିଆରି ଭିଡିଓ

ଦିଲ୍ଲୀ ଲାଲକିଲ୍ଲା ମେଟ୍ରୋ ବାହାରେ ବିସ୍ଫୋରଣ ଗୁମର ଖୋଲୁଛି । ଦିଲ୍ଲୀ ବିସ୍ଫୋରଣ ପଛରେ ରହିଛି ବିଦେଶୀ ଲିଙ୍କ୍ । ଏପରିକି ବିଦେଶରୁ ଫରିଦାବାଦ ସ୍ଥିତ ଅଲ୍-ଫଲାହ ମେଡିକାଲ୍ କଲେଜର ଡାକ୍ତର ମୁଜାମ୍ମଲି ଅହମଦକୁ ଏନକ୍ରିପ୍ଟେଡ୍ ଆପ୍ସରେ ଆସିଛି ଏକାଧିକ ବୋମା ତିଆରି ଭିଡିଓ । ଦିଲ୍ଲୀ ବିସ୍ଫୋରଣ ସହ ଜଡ଼଼ିତ ଆତଙ୍କବାଦୀ ମଡ୍ୟୁଲ୍‌ର ଅନ୍ୟତମ ଅଭିଯୁକ୍ତ ହେଉଛି ଡାକ୍ତର ମୁଜାମ୍ମିଲ ଅହମଦ । ବିଦେଶୀ ହ୍ୟାଣ୍ଡଲେରଙ୍କ ପାଖରୁ ମୁଜାମ୍ମିଲକୁ ପ୍ରାୟ ୪୨ଟି ବୋମା ତିଆରି କରିବାର ଭିଡିଓ ଆସିଛି । ଦିଲ୍ଲୀରେ ଆତ୍ମଘାତୀ ବିସ୍ଫୋରଣ କରିଥିବା ଉମର ନବୀର ଘନିଷ୍ଠ ସହଯୋଗୀ ହେଉଛି ଡାକ୍ତର ମୁଜାମ୍ମିଲ ।
Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

Related Topics

Explore more stories

Sponsored
Pakistan Blast | Peshawar Blast: Three Terrorists Killed in Pakistan | Argus News