|
logo
Live
Argus News App
GET APP

Argus News - ଦରବୃଦ୍ଧିକୁ ପ୍ରବଳ ବିରୋଧ; ୟୁ-ଟର୍ଣ୍ଣ ନେଇ ସରକାର କମାଇଲେ ପେଟ୍ରୋଲ ଦାମ

International

Petrol Price Cut / ଦରବୃଦ୍ଧିକୁ ପ୍ରବଳ ବିରୋଧ; ୟୁ-ଟର୍ଣ୍ଣ ନେଇ ସରକାର କମାଇଲେ ପେଟ୍ରୋଲ ଦାମ

Sushanta Sahoo
Browse all articles by Sushanta Sahoo
·2 hours ago·2 min read
ଦରବୃଦ୍ଧିକୁ ପ୍ରବଳ ବିରୋଧ; ୟୁ-ଟର୍ଣ୍ଣ ନେଇ ସରକାର କମାଇଲେ ପେଟ୍ରୋଲ ଦାମ
Relief After Protest

Key Points

ପ୍ରବଳ ବିରୋଧ ପରେ ପେଟ୍ରୋଲ୍ ଦାମ ହ୍ରାସ୍ କଲେ ଶେହୱାଜ ସରିଫଙ୍କ ସରକାର । ଦେଶର ବିଭିନ୍ନ ସ୍ଥାନରେ ପ୍ରବଳ ବିରୋଧ ପରେ ସରକାର ଏଭଳି ନିଷ୍ପତ୍ତି ନେଇଛନ୍ତି ।
ନୂଆଦିଲ୍ଲୀ: ଇରାନ-ଇସ୍ରାଏଲ୍ ଯୁଦ୍ଧ ଭିତରେ ମହଙ୍ଗା ମାଡ଼ ସହୁଥିବା ପାକିସ୍ତାନ ପାଇଁ ଆଶ୍ଵସ୍ତିକର ଖବର । ପ୍ରବଳ ବିରୋଧ ପରେ ପେଟ୍ରୋଲ୍ ଦାମ ହ୍ରାସ୍ କଲେ ଶେହୱାଜ ସରିଫଙ୍କ ସରକାର । ଦେଶର ବିଭିନ୍ନ ସ୍ଥାନରେ ପ୍ରବଳ ବିରୋଧ ପରେ ସରକାର ଏଭଳି ନିଷ୍ପତ୍ତି ନେଇଛନ୍ତି । ଯାହା ଜନତାଙ୍କୁ କିଛି ମାତ୍ରାରେ ଆଶ୍ଵସ୍ତି ଦେବ ।

ମଧ୍ୟପ୍ରାଚ୍ୟ ଯୁଦ୍ଧ ପ୍ରଭାବ ପାକିସ୍ତାନ ଉପରେ ବି ପଡ଼ିଛି । ଏଥିପାଇଁ ସରକାର କେବଳ ଦରଦାମ ବୃଦ୍ଧି ବଢ଼ାଇ ନାହାନ୍ତି ବକଂ ୱାର୍କଫର୍ମ ହୋମ୍ ଓ ୪ ଦିନିଆ କାର୍ଯ୍ୟ ସପ୍ତାହ ଲାଗୁ କରିଛନ୍ତି । ଫଳରେ ଲୋକେ ଘରୁ ଗାଡ଼ି ନେଇ କମ୍ ବାହାରିବେ । କିନ୍ତୁ ତୈଳଦର ନିୟମିତ ବଢ଼ିବାକୁ ନେଇ ଲୋକଙ୍କ ମଧ୍ୟରେ ଆକ୍ରୋଶ ବଢ଼ୁଥିଲା । ଏବେ ସରକାର ଲୋକଙ୍କୁ ଆଶ୍ଵସ୍ତି ଦେଇଛନ୍ତି ।

ଏଥିସହ ପଢ଼ନ୍ତୁ: ତୈଳ ସଂକଟ ଭିତରେ ବଡ଼ ନିଷ୍ପତ୍ତି; ଏଣିକି ବସ୍ ଯାତ୍ରା ମାଗଣା

କମିଲା ପେଟ୍ରୋଲ୍ ଦାମ

ପାକିସ୍ତାନ ପ୍ରଧାନମନ୍ତ୍ରୀ ଶେହୱାଜ ସରିଫ ଶୁକ୍ରବାର ପେଟ୍ରୋଲ୍ ଲିଟର ପିଛା ୮୦ ଟଙ୍କା ହ୍ରାସ କରିଛନ୍ତି । ଫଳରେ ପାକିସ୍ତାନରେ ପେଟ୍ରୋଲ୍ ଲିଟର ପିଛା ଦର ୩୭୮ ଟଙ୍କାକୁ ହ୍ରାସ୍ ପାଇଛି । ନୂଆଦର ଶନିବାର ରାତି ୧୨ଟାରୁ ଲାଗୁ କରାଯାଇଛି ।

ଶେହୱାଜ ସରିଫ୍ ଏହି ଘୋଷଣା ଟିଭିରେ ରାଷ୍ଟ୍ରକୁ ସମ୍ବୋଧନରେ କରିଛନ୍ତି । ପାକିସ୍ତାନ ସରକାରଙ୍କ ଏହି ନିଷ୍ପତ୍ତି ପେଟ୍ରୋଲ୍ ଓ ହାଇସ୍ପିଡ୍ ଡିଜେଲ୍ ଦାମ ୪୩ ପ୍ରତିଶତ ଓ ୫୫ ପ୍ରତିଶତ ବୃଦ୍ଧିର ଗୋଟିଏ ଦିନ ପରେ ଆସିଛି ।

ଡିଜେଲ୍ ମହଙ୍ଗା, ପେଟ୍ରୋଲ୍ ଶସ୍ତା

ପେଟ୍ରୋଲ ଦର ହ୍ରାସ ଓ ଡିଜେଲ୍ ଦର ବୃଦ୍ଧି ସ୍ଥିତିକୁ ସମ୍ଭାଳିବା ପାଇଁ କରାଯାଇଛି । ସୂଚନା ଅନୁସାରେ, ବର୍ତ୍ତମାନ ପାକିସ୍ତାନରେ ଡିଜେଲ୍ ଲିଟର ୫୨୦.୩୫ ଟଙ୍କା ରହିଛି । ପରିବହନ ଖର୍ଚ୍ଚ ହ୍ରାସ୍ ସହ ଏହାର ପ୍ରଭାବ କମାଇବା ପାଇଁ ପେଟ୍ରୋଲ ଦର କମାଯାଇଛି । ପେଟ୍ରୋଲ୍ ଉପରେ ଲଗାଯାଉଥିବା ଟିକସକୁ ୧୦୫ ଟଙ୍କାରୁ ୧୬୦ ଟଙ୍କାକୁ ବୃଦ୍ଧି କରାଯାଇଛି । ଯେତେବେଳେ କି ଡିଜେଲ୍ ଉପରେ ଲାଗିଥିବା ୫୫ ଟଙ୍କା ଟିକସକୁ ସମ୍ପୂର୍ଣ୍ଣ ହ୍ରାସ୍ କରି ଶୂନ କରାଯାଇଛି ।

ଏଥିସହ ପଢ଼ନ୍ତୁ: ପାକିସ୍ତାନରେ ମାସକରେ ୩ ଥର ବଢ଼ିଲାଣି LPG ଦାମ; ଭାରତଠୁ ଦର ୪ ଗୁଣା ଅଧିକ

ପ୍ରଥମେ ବଢ଼ାଇଲେ, ବିରୋଧ ପରେ କମାଇଲେ

ଏପ୍ରିଲ୍ ୨ ତାରିଖ ରାତିରେ ପାକିସ୍ତାନ ସରକାର ତୈଳ ଦାମ ବୃଦ୍ଧି ନେଇ ଘୋଷଣା କରିଥିଲେ । ପେଟ୍ରୋଲ୍ ଦାମ ୪୩ ପ୍ରତିଶତ ଓ ହାଇସ୍ପିଡ୍ ଡିଜେଲ୍ ଦର ୫୫ ପ୍ରତିଶତ ବଢ଼ିଥିଲା । ପେଟ୍ରୋଲ ଲିଟର ପିଛା ୧୩୭.୨୩ ପଇସା ବଢ଼ି ୪୫୮.୪୧ ଟଙ୍କାରେ ପହଞ୍ଚିଥିଲା ।
Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
Petrol Price Cut: ଦରବୃଦ୍ଧିକୁ ପ୍ରବଳ ବିରୋଧ; ୟୁ-ଟର୍ଣ୍ଣ ନେଇ ସରକାର କମାଇଲେ ପେଟ୍ରୋଲ ଦାମ | Argus News