Videos
|
International

Pakistan Petrol Price / ଭାରତର ପଡ଼ୋଶୀ ଦେଶରେ ହାହାକାର ! ପେଟ୍ରୋଲ ୩୪୦, ଡିଜେଲ ୩୬୮ ଟଙ୍କା

Santosh Kumar Sahoo
Browse all articles by Santosh Kumar Sahoo
·1 hour ago·2 min read
ଭାରତର ପଡ଼ୋଶୀ ଦେଶରେ ହାହାକାର ! ପେଟ୍ରୋଲ ୩୪୦, ଡିଜେଲ ୩୬୮ ଟଙ୍କା
Pakistan Petrol Price

Key Points

ତେଲ ଦରରେ ନିଆଁ !
ପେଟ୍ରୋଲ ୩୪୦ ପାର୍, ଡିଜେଲ ୩୬୮ ଟଙ୍କା
ଭାରତର ପଡ଼ୋଶୀ ଦେଶରେ ହାହାକାର !
ପାକିସ୍ତାନରେ ଥମିବାର ନାଁ ନେଉନି ମହଙ୍ଗା ମାଡ଼ । ଆଉ ଏହାରି ମଧ୍ୟରେ ସାଧାରଣ ଲୋକଙ୍କୁ ଲାଗିଛି ଆଉ ଏକ ବଡ଼ ଝଟକା । ଅଗଷ୍ଟ ୨୨ରେ ପୁଣି ଥରେ ପାକିସ୍ତାନରେ ବଢ଼ିଛି ପେଟ୍ରୋଲ-ହାଇ ସ୍ପିଡ୍‌ ଡିଜେଲ୍ ଦର । ପେଟ୍ରୋଲ ଲିଟର ପିଛା ୩.୮୧ ପାକିସ୍ତାନୀ ଟଙ୍କା ଏବଂ ଡିଜେଲ୍ ୩.୫୯ ଟଙ୍କା ମହଙ୍ଗା ହୋଇଛି । ଫଳରେ ଇନ୍ଧନ ଦର ବଢ଼ିବା ସହ ପରିବହନ ଖର୍ଚ୍ଚ ଓ ଦୈନନ୍ଦିନ ଜିନିଷର ଦାମ ଉପରେ ମଧ୍ୟ ଏହାର ପ୍ରଭାବ ପଡ଼ିବା ଆଶଙ୍କା ରହିଛି ।

ପେଟ୍ରୋଲ ଓ ଡିଜେଲ୍‌ର ନୂଆ ଦାମ

ପେଟ୍ରୋଲ ଦାମରେ ୩.୮୧ ଟଙ୍କା ବୃଦ୍ଧି ପରେ ଏହାର ନୂଆ ଦାମ ଲିଟର ପିଛା ୩୪୧.୫୯ ପାକିସ୍ତାନୀ ଟଙ୍କାରେ ପହଞ୍ଚିଛି । ସେହିପରି ହାଇ-ସ୍ପିଡ୍ ଡିଜେଲ୍‌ର ଦାମ ୩.୫୯ ଟଙ୍କା ବଢ଼ି ୩୬୮.୨୯ ପାକିସ୍ତାନୀ ଟଙ୍କା ପ୍ରତି ଲିଟର ହୋଇଛି । ଅନ୍ତର୍ଜାତୀୟ ବଜାରରେ ଅଶୋଧିତ ତୈଳ ଦାମରେ ବୃଦ୍ଧି ପରେ ଏବଂ ଦେଶର ଆର୍ଥିକ ଆବଶ୍ୟକତାକୁ ନଜରରେ ରଖି ଏହି ଦର ବୃଦ୍ଧି କରାଯାଇଥିବା କୁହାଯାଇଛି ।


ଅଧିକ ପଢ଼ନ୍ତୁ: କ୍ରୁଡ୍ ଅଏଲ୍ ୯୦ ଡଲାର ପାର୍‌, ଭାରତରେ ପୁଣି ବଢ଼ିପାରେ ପେଟ୍ରୋଲ-ଡିଜେଲ୍‌ ଦର !


ପାକିସ୍ତାନରେ ଇନ୍ଧନ ଦାମ ବଢ଼ିବା ପଛରେ ଟ୍ୟାକ୍ସ ମଧ୍ୟ ଏକ ବଡ଼ କାରଣ । ମିଳିଥିବା ସୂଚନା ଅନୁସାରେ, ସରକାର ପେଟ୍ରୋଲ ଉପରେ ଲିଟର ପିଛା ପ୍ରାୟ ୧୧୪ ଟଙ୍କା ଏବଂ ଡିଜେଲ୍ ଉପରେ ପ୍ରାୟ ୧୦୦ ଟଙ୍କା ଟ୍ୟାକ୍ସ ଆଦାୟ କରୁଛି ।

ପେଟ୍ରୋଲ୍‌- ହାଇସ୍ପିଡ୍‌ ଡିଜେଲ ଦାମ୍‌ ବଢ଼ିବାର ସିଧା ପ୍ରଭାବ ପରିବହନ ଉପରେ ପଡ଼ୁଛି । ଲଜିଷ୍ଟିକ୍ସ ଖର୍ଚ୍ଚ ବଢ଼ିବା ସହ ପବ୍ଲିକ୍ ଟ୍ରାନ୍ସପୋର୍ଟ ଭଡ଼ା ମଧ୍ୟ ବଢ଼ିପାରେ । ପରିବହନ ମହଙ୍ଗା ହେଲେ ଖାଦ୍ୟ ସାମଗ୍ରୀଠାରୁ ଆରମ୍ଭ କରି ଦୈନନ୍ଦିନ ବ୍ୟବହାରର ଅନେକ ଜିନିଷର ଦାମ ଉପରେ ମଧ୍ୟ ଚାପ ପଡ଼ିଥାଏ ।

ଏବେ ପ୍ରତି ୧୫ ଦିନରେ ନୁହେଁ, ପ୍ରତିଦିନ ବଦଳିପାରେ ଦର ?

ମଧ୍ୟପ୍ରାଚ୍ୟରେ ବଢ଼ୁଥିବା ବିବାଦ ଏବଂ ଅନ୍ତର୍ଜାତୀୟ ବଜାରରେ ଅଶୋଧିତ ତୈଳ ଦାମର ଅସ୍ଥିରତାକୁ ଦେଖି ପାକିସ୍ତାନ ଇନ୍ଧନ ଦର ନିର୍ଦ୍ଧାରଣ ପ୍ରକ୍ରିୟାରେ ମଧ୍ୟ ପରିବର୍ତ୍ତନ କରିଛି । ପେଟ୍ରୋଲିୟମ୍ ମନ୍ତ୍ରୀ ଅଲି ପରଭେଜ୍ ମଲିକ୍‌ଙ୍କ ଘୋଷଣା ଅନୁସାରେ, ଏଣିକି ଇନ୍ଧନ ଦର ପ୍ରତି ୧୫ ଦିନରେ ସମୀକ୍ଷା କରିବା ପରିବର୍ତ୍ତେ ଦୈନିକ ଭିତ୍ତିରେ ନିର୍ଦ୍ଧାରଣ କରାଯିବ ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free: