Shehbaz Sharif Putin Meeting / ୩ ବର୍ଷ ପରେ ପୁଣି ପୁଟିନଙ୍କ ସାମ୍ନାରେ ଲଜ୍ଜିତ ହେଲେ ପାକ୍ PM, ହସ ରୋକିପାରିଲେନି ଋଷ ରାଷ୍ଟ୍ରପତି

Key Points
ପୁଣି ଥରେ ଲଜ୍ଜାର ସମ୍ମୁଖୀନ ହେଲେ ପାକିସ୍ତାନ ପ୍ରଧାନମନ୍ତ୍ରୀ । ଇୟରଫୋନ୍ ଲଗାଇ ପାରିଲେନି ଶେହବାଜ ସରିଫ୍ । ଠୋ ଠୋ ହୋଇ ହସିଲେ ପୁଟିନ୍।
ପାକିସ୍ତାନ ପ୍ରଧାନମନ୍ତ୍ରୀ ଶେହବାଜ ସରିଫଙ୍କୁ ପୁଣି ଥରେ ଅନ୍ତର୍ଜାତୀୟ ସ୍ତରରେ ଲଜ୍ଜାର ସମ୍ମୁଖୀନ ହେବାକୁ ପଡ଼ିଛି । ଚୀନ୍ ଯାଇଥିବା ଶେହବାଜ ସରିଫ ମଙ୍ଗଳବାର ରାଜଧାନୀ ବେଜିଂରେ ଋଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କୁ ଭେଟିଥିଲେ । ଏହି ସମୟରେ ଏମିତି ଏକ ଘଟଣା ଘଟିଥିଲା ଯାହା ତାଙ୍କ ପାଇଁ ଲଜ୍ଜାର କାରଣ ପାଲଟିଛି ।
ବାସ୍ତବରେ, ଶେହବାଜ ସରିଫଙ୍କୁ ପୁଟିନଙ୍କ ସହ ଦ୍ବିପାକ୍ଷିକ ବୈଠକ ସମୟରେ ତାଙ୍କ କାନରେ ଇୟରଫୋନ୍ ଲଗାଇବାକୁ ପଡିଥିଲା । କିନ୍ତୁ ସେ ଜାଣି ନଥିଲେ ଯେ ଏହାକୁ କିପରି ଲଗାଇବେ । ତାଙ୍କ ଅନୁବାଦ ଇୟର୍ଫୋନ୍ ଲଗାଇବା ନେଇ ହଡ଼ବଡ଼ ହେଉଥିବା ଦେଖିବାକୁ ମିଳିଛି । ସରିଫ ଇଅର୍ଫୋନ୍ ଠିକ କରିବାକୁ ଚେଷ୍ଟା କରୁଛନ୍ତି, ମାତ୍ର ପୁଟିନ ଏହା ଦେଖି ହସିବା ସହ ଏହା କିପରି କାନରେ ଲଗାଇବାକୁ ହେବ ତାହା ଇଶାରାରେ ବୁଝାଉଛନ୍ତି । ଯାହାର ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି ।
ଅଧିକ ପଢ଼ନ୍ତୁ: କ୍ଷୀର-ପନିରଠୁ ଔଷଧ ପର୍ଯ୍ୟନ୍ତ...ଏହି ସବୁ ଜିନିଷ ଉପରେ ଆଉ ଲାଗିବନି ଟ୍ୟାକ୍ସ
📱 Get Argus News App
✨ତେବେ ଏହା ପ୍ରଥମ ଥର ନୁହେଁ ଯେ ଶେହବାଜ ସରିଫ ତାଙ୍କ ଇୟରଫୋନକୁ ନେଇ ପୁଟିନଙ୍କ ସାମ୍ନାରେ ଲଜ୍ଜିତ ହୋଇଛନ୍ତି । ୩ ବର୍ଷ ପୂର୍ବେ ୨୦୨୨ SCO ଶିଖର ସମ୍ମିଳନୀରେ ତାଙ୍କ ସହିତ ସମାନ ଘଟଣା ଘଟିଥିଲା । ଏହି ସମ୍ମିଳନୀ ଉଜବେକିସ୍ତାନରେ ଅନୁଷ୍ଠିତ ହୋଇଥିଲା । ସେହି ସମ୍ମିଳନୀ ଅବସରରେ ପୁଟିନ ଶେହବାଜ ସରିଫଙ୍କ ସହ ଏକ ଦ୍ବିପାକ୍ଷିକ ବୈଠକ କରୁଥିଲେ । କିନ୍ତୁ ଆଲୋଚନା ପୂର୍ବରୁ, ଶେହବାଜ ସରିଫ ତାଙ୍କ କାନରେ ଅନୁବାଦ ଇୟରଫୋନ୍ ଲଗାଇବାକୁ ଚେଷ୍ଟା କରୁଥିଲେ । କିନ୍ତୁ ତାହା ଖସି ପଡ଼ିଥିଲା । ଏହା ପରେ, ସେ ତାଙ୍କର ଜଣେ ଅଧିକାରୀଙ୍କୁ ସାହାଯ୍ୟ ମାଗିଥିଲେ ଏବଂ ପୁଟିନ ଆଲୋଚନା ଆରମ୍ଭ ହେବାକୁ ଅପେକ୍ଷା କରିଥିବା ଦେଖିବାକୁ ମିଳିଥିଲା ।
ସେତେବେଳେ ଏହି ଭିଡିଓ ଭାଇରାଲ ହେବା ପରେ ବିଦେଶୀ ସମୀକ୍ଷକଙ୍କ ସହିତ ପାକିସ୍ତାନର ପ୍ରତିଦ୍ୱନ୍ଦ୍ୱୀ ଦଳଗୁଡ଼ିକ ମଧ୍ୟ ସମାଲୋଚନା କରିଥିଲେ । ଇମ୍ରାନ ଖାନଙ୍କ ଦଳ ପାକିସ୍ତାନ ତେହେରିକ୍-ଏ-ଇନସାଫ ଏହାକୁ ବହୁତ ସମାଲୋଚନା କରିଥିଲା ଏବଂ କହିଥିଲା ଯେ ଏହି ଘଟଣା ପାକିସ୍ତାନ ପାଇଁ ଲଜ୍ଜାଜନକ।
Related Topics
Explore more stories