|
logo
Live

Argus News - ଯୁଦ୍ଧ ପାଇଁ LNG ଯୋଗାଣ ଠପ୍; ଦିନକୁ ୭ ଘଣ୍ଟା ବିଦ୍ୟୁତ୍ କାଟ କରୁଛି ପାକିସ୍ତାନ

International

7 Hour Power Cuts / ଯୁଦ୍ଧ ପାଇଁ LNG ଯୋଗାଣ ଠପ୍; ଦିନକୁ ୭ ଘଣ୍ଟା ବିଦ୍ୟୁତ୍ କାଟ କରୁଛି ପାକିସ୍ତାନ

Sushanta Sahoo
Browse all articles by Sushanta Sahoo
·1 hour ago·2 min read
ଯୁଦ୍ଧ ପାଇଁ LNG ଯୋଗାଣ ଠପ୍; ଦିନକୁ ୭ ଘଣ୍ଟା ବିଦ୍ୟୁତ୍ କାଟ କରୁଛି ପାକିସ୍ତାନ
Energy Crisis Deepens

Key Points

ଭାରତର ପଡ଼ୋଶୀ ଦେଶ ପାକିସ୍ତାନ ଉପରେ ମଧ୍ୟପ୍ରାଚ୍ୟ ସଂକଟର ପ୍ରଭାବ ଭୀଷଣ ଭାବେ ପଡ଼ିଛି । ଫଳରେ ବିଦ୍ୟୁତ୍ ଉତ୍ପାଦନରେ ବଡ଼ ଧରଣର ହ୍ରାସ୍ ଘଟିଛି । ଦେଶର କେତକ ଅଞ୍ଚଳରେ ୭ ଘଣ୍ଟା ଧରି ବିଦ୍ୟୁତ୍ କାଟ କରାଯାଉଛି ।
 
ନୂଆଦିଲ୍ଲୀ: ପଶ୍ଚିମ ଏସିଆରେ ଯୁଦ୍ଧ, ତିକ୍ତତାର ପ୍ରଭାବ ପଡ଼ିଛି ବିଦ୍ୟୁତ୍ ସେବା ଉପରେ । ଗୋଟିଏ ପଟେ ଏପ୍ରିଲ୍‌ର ମୁଣ୍ଡ ଫଟା ଗରମରେ ଲୋକେ ଡହଳ ବିକଳ ହେଉଥିବା ବେଳେ ଅଘୋଷିତ ବିଦ୍ୟୁତ୍ କାଟ ଲୋକଙ୍କ ସମସ୍ୟାକୁ ଆହୁରି ବଢ଼ାଇ ଦେଇଛି ।

ଭାରତର ପଡ଼ୋଶୀ ଦେଶ ପାକିସ୍ତାନ ଉପରେ ମଧ୍ୟପ୍ରାଚ୍ୟ ସଂକଟର ପ୍ରଭାବ ଭୀଷଣ ଭାବେ ପଡ଼ିଛି । ଗ୍ୟାସ୍ ଯୋଗାଣ ବାଧିତ ହେବା ଫଳରେ ପାକିସ୍ତାନର ପ୍ରାୟ ସମସ୍ତ LNGରେ ଚାଲୁଥିବା ପାୱାର ପ୍ଲାଣ୍ଟ ବନ୍ଦ ହେବା ସ୍ଥିତିରେ । ଫଳରେ ପୁଣି ଥରେ ପାକିସ୍ତାନରେ ବିଦ୍ୟୁତ୍ କାଟ ଆରମ୍ଭ ହୋଇଛି ।

ଏଥିସହ ପଢ଼ନ୍ତୁ: ପୁଟିନ୍‌ଙ୍କ ବଡ଼ ପ୍ଲାନ: ମହାକାଶରେ ପରମାଣୁ, ଧ୍ୱଂସ ହେବ ସବୁ ସାଟେଲାଇଟ୍ !

ନିଜେ ପାକିସ୍ତାନର ଶକ୍ତି ମନ୍ତ୍ରୀ ଔବୈସ ଲେଘାରୀ କହିଛନ୍ତି, ଅନ୍ତର୍ଜାତୀୟ ସ୍ଥିତି କାରଣରୁ ଗ୍ୟାସ୍ ଯୋଗାଣ ପ୍ରଭାବିତ ହୋଇଛି । ଯାହା ଫଳରେ ବିଦ୍ୟୁତ୍ ଉତ୍ପାଦନରେ ବଡ଼ ଧରଣର ହ୍ରାସ୍ ଘଟିଛି । ତେଣୁ ଦେଶର କେତକ ଅଞ୍ଚଳରେ ୭ ଘଣ୍ଟା ଧରି ବିଦ୍ୟୁତ୍ କାଟ କରାଯାଉଛି ।"

ପାକିସ୍ତାନ ଗଣମାଧ୍ୟମ ଅନୁସାରେ, ଦେଶରେ ଏବେ ପ୍ରାୟ ୩, ୪୦୦ ମେଗାୱାଟ୍ ବିଦ୍ୟୁତ୍ ସଂକଟ ରହିଛି । ଏପ୍ରିଲ୍ ଆରମ୍ଭରେ ୯ ହଜାର ମେଗାୱାଟ୍ ବିଦ୍ୟୁତ୍ ଆବଶ୍ୟକତା ଥିଲା । ଯାହା ହଠାତ୍ ବୃଦ୍ଧି ପାଇ ୨୦ ହଜାର ମେଗାୱାଟ୍‌ରେ ପହଞ୍ଚିଛି ।

ଚାହିଦା ଓ ବିତରଣ ମଧ୍ୟରେ ଥିବା ବଡ଼ ବ୍ୟବଧାନ ଶେହୱାଜ ସରକାର ପାଇଁ ମୁଣ୍ଡବ୍ୟଥା ପାଲଟିଛି । LNG ପରିଚାଳିତ ୬ ହଜାର ମେଗାୱାଟ୍ କ୍ଷମତା ବିଶିଷ୍ଟ ପ୍ଲାଣ୍ଟ ଏବେ ମାତ୍ର ୫୦୦ ମେଗାୱାଟ୍ ବିଦ୍ୟୁତ୍ ଉତ୍ପାଦନ କରିବାରେ ସକ୍ଷମ ।

ମହଙ୍ଗା ଗ୍ୟାସ୍ ସାହାରା, ଅନ୍ଧାରରେ ପାକିସ୍ତାନ

ବିଦ୍ୟୁତ୍ ସଂକଟ ସ୍ଥିତିର ମୁକାବିଲା ପାଇଁ ପ୍ରଶାସନ ବିଦ୍ୟୁତ୍ କାଟ ଆରମ୍ଭ କରିଛି । ଗାଁ ଓ ସହର ଉଭୟ ସ୍ଥାନରେ ୬ରୁ ୭ ଘଣ୍ଟା ପର୍ଯ୍ୟନ୍ତ ବିଦ୍ୟୁତ୍ ବିଚ୍ଛିନ୍ନ କରାଯାଉଛି । ସନ୍ଧ୍ୟା ସମୟରେ ବିଦ୍ୟୁତ୍ ଚାହିଦା ଅଧିକ ରହୁଥିବା ବେଳେ ସ୍ଥିତି ନିୟନନ୍ତ୍ରଣରେ ରହୁ ନାହିଁ ।

ଏଥିସହ ପଢ଼ନ୍ତୁ: ଚର୍ଚ୍ଚାରେ ଭୂତ ପବ୍; ଦେଖୁ ଦେଖୁ ଟେବୁଲ ଉପରୁ ଖସିଲା ବିୟର ଗ୍ଲାସ

ତଥାପି ସରକାର ବିଦ୍ୟୁତ୍ ଆବଶ୍ୟକତା ପୂରଣ ଲାଗି ଫର୍ଣ୍ଣେସ୍ ଭଳି ମହଙ୍ଗା ଇନ୍ଧନର ବ୍ୟବହାର କରୁଛନ୍ତି । କିନ୍ତୁ ସୀମିତ ସମ୍ଭଳ ଏବଂ ବାଧାପ୍ରାପ୍ତ ଯୋଗାଣ ପାକିସ୍ତାନ ପାଇଁ ବଡ଼ ସମସ୍ୟା ସୃଷ୍ଟି କରିଛି ।

୨୦୧୧ ସହ ସ୍ଥିତିର ତୁଳନା

ପାକିସ୍ତାନର ସାଧାରଣ ଜନତା ଏଭଳି ସ୍ଥିତିର ତୁଳନା ୨୦୧୧ ସହ କରୁଛନ୍ତି । ୨୦୧୧ରେ ପାକିସ୍ତାନର ବିଦ୍ୟୁତ୍ ସଂକଟ ଦେଖା ଦେଇଥିଲା । ଏବେ ଲୋକେ ସୋସିଆଲ୍ ମିଡିଆରେ ବିଦ୍ୟୁତ୍ କାଟ ନେଇ ଅଭିଯୋଗ କରୁଛନ୍ତି । କାରଣ, ବିଳମ୍ବିତ ରାତିରେ ବି ଅଘୋଷିତ ବିତ୍ୟୁତ୍ କାଟ ହେଉଛି ।
Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

Related Topics

Explore more stories

Sponsored
7 Hour Power Cuts: ଯୁଦ୍ଧ ପାଇଁ LNG ଯୋଗାଣ ଠପ୍; ଦିନକୁ ୭ ଘଣ୍ଟା ବିଦ୍ୟୁତ୍ କାଟ କରୁଛି ପାକିସ୍ତାନ | Argus News