Asim Munir / ବଦଳିଯିବ ପଡ଼ୋଶୀ ପାକିସ୍ତାନର ମାନଚିତ୍ର, ମୁନୀରଙ୍କୁ ଫାଇଦା ପାଇଁ ଖଣ୍ଡ ଖଣ୍ଡ ହେବାକୁ ଯାଉଛି...
·2 hours ago·3 min read

Key Points
ପାକିସ୍ତାନର ସେନା ମୁଖ୍ୟ ଅସୀମ ମୁନୀର ଏବେ ଦେଶର ୪ ପ୍ରାନ୍ତକୁ ଭାଙ୍ଗିବାକୁ ଚାହୁଁଛନ୍ତି । ଏସବୁ ପ୍ରଦେଶ ପାକିସ୍ତାନର ସୃଷ୍ଟି ପୂର୍ବରୁ ଥିଲା । ଏବେ ୪ ପ୍ରାନ୍ତକୁ ଭାଙ୍ଗି ୧୨ କିମ୍ବା ୧୫ଟି ପ୍ରଦେଶରେ ବାଣ୍ଟିବାକୁ ଯାଉଛନ୍ତି ମୁନୀର ।
ନୂଆଦିଲ୍ଲୀ: ଦୁର୍ବଳ ନୀତି ପାଇଁ ପୁଣି ଥରେ ଖଣ୍ଡ ଖଣ୍ଡ ହେବାକୁ ଯାଉଛି ପାକିସ୍ତାନ । ଆଉ ଏବେ ପାକିସ୍ତାନକୁ ଭାଗ ଭାଗ କରିବାକୁ ଅନ୍ୟ କେହି ନୁହେଁ ବରଂ ପାକିସ୍ତାନର ଫିଲ୍ଡ ମାର୍ଶଲ ଅସୀମ ମୁନୀର ଯୋଜନା ପ୍ରସ୍ତୁତ କରିଛନ୍ତି । ଦଶନ୍ଧି ପୂର୍ବରୁ ଚାଲି ଆସିଥିବା ଭାଙ୍ଗ ଓ ଶାସନ କରିବା ରଣନୀତି ଏବେ ପାକିସ୍ତାନ ଉପରେ ଭାରି ପଡ଼ୁଛି ।
ଆଉ ପାକିସ୍ତାନର ଶକ୍ତିଶାଳୀ ନେତା ସବୁବେଳେ ଏଭଳି କାର୍ଯ୍ୟକୁ ସମର୍ଥନ ମଧ୍ୟ କରି ଆସୁଛନ୍ତି । ନିଜସ୍ଵ ଫାଇଦା ପାଇଁ ସେମାନେ ଜନତାଙ୍କ ସହ ଭୂ-ଭାଗକୁ ମଧ୍ୟ ଖଣ୍ଡ ଖଣ୍ଡ କରିବାକୁ ପଛାଉ ନାହାନ୍ତି । ନେତା ହୁଅନ୍ତୁ କିମ୍ବା ତାନାଶାହୀ ସୈନ୍ୟ ଅଧିକାରୀ ସବୁବେଳେ ସେମାନଙ୍କ କ୍ଷମତା ଓ ହାତମୁଠାକୁ ମଜଭୁତ୍ କରିବାକୁ ସେହି ଭାଙ୍ଗିବା ଧାରାରୁ ପଛକୁ ହଟୁ ନାହାନ୍ତି । ଏବେ ସେଭଳି କିଛି ହେବାକୁ ଯାଉଛି କାଙ୍ଗାଳ ପାକିସ୍ତାନରେ ।
ଏଥିସହ ପଢ଼ନ୍ତୁ: ଭାରତୀୟ ବଂଶୋଦ୍ଭବ ନାଭାନେଥମ୍ 'ନାଭି' ପିଲ୍ଲେଙ୍କୁ ୨୦୨୬ ନୋବେଲ ଶାନ୍ତି ପୁରସ୍କାର
ପାକିସ୍ତାନକୁ ବାଣ୍ଟିବାକୁ ମୁନୀର ପ୍ରସ୍ତୁତି

📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
ସୂଚନା ଅନୁସାରେ, ପାକିସ୍ତାନର ସେନା ମୁଖ୍ୟ ଅସୀମ ମୁନୀର ଏବେ ଦେଶର ୪ ପ୍ରାନ୍ତକୁ ଭାଙ୍ଗିବାକୁ ଚାହୁଁଛନ୍ତି । ଏସବୁ ପ୍ରଦେଶ ପାକିସ୍ତାନର ସୃଷ୍ଟି ପୂର୍ବରୁ ଥିଲା । ଏବେ ୪ ପ୍ରାନ୍ତକୁ ଭାଙ୍ଗି ୧୨ କିମ୍ବା ୧୫ଟି ପ୍ରଦେଶରେ ବାଣ୍ଟିବାକୁ ଯାଉଛନ୍ତି ମୁନୀର । ଏପରିକି ଏହାକୁ ସେ ୧୬୦ ଭାଗ ମଧ୍ୟ କରିପାରନ୍ତି ।
ଏଭଳି କରିବା ଦ୍ଵାରା ଅସୀମ ମୁନୀରଙ୍କ କ୍ଷମତା ବୃଦ୍ଧି ହୋଇପାରେ । କାରଣ ଅଞ୍ଚଳ ଯେତେ ଛୋଟ ହେବ, ବଛା ଯାଇଥିବା ନେତା, ଜିଲ୍ଲା ପ୍ରଶାସନ ଓ ପୁଣି ସରକାରରେ ବଛା ଯାଇଥିବା ଲୋକଙ୍କ ଦ୍ଵାରା ମୁନୀର ତାଙ୍କ କାର୍ଯ୍ୟ କରିବାକୁ ବାଧ୍ୟ କରିପାରିବେ ।
ବଡ଼ ଜିଲ୍ଲାର ବଡ଼ ଭୂଖଣ୍ଡ ସହ ବିଶାଳ ଜନସଂଖ୍ୟାରେ ଏସବୁ କରିବା କଷ୍ଟକର ହୋଇ ପଡ଼ୁଛି । ତେବେ ପ୍ରକୃତରେ ମୁନୀରଙ୍କ ପ୍ଳାନ କ'ଣ ରହିଛି ? କ'ଣ ଫାଇଦା ମିଳିବ ତାହା ଏବେ ପର୍ଯ୍ୟନ୍ତ ସ୍ପଷ୍ଟ ହୋଇନାହିଁ ।
ବଲୁଚିସ୍ତାନ ଜଳୁଛି
ଏଭଳି ନିଷ୍ପତ୍ତି ପରେ ରହିଛି ଅସୀମ ମୁନୀରଙ୍କ ବଳିଷ୍ଠ ଯୁକ୍ତି । ବର୍ତ୍ତମାନ ସ୍ଥିତି ଅନୁସାରେ, ପଞ୍ଜାବ ପ୍ରଦେଶର ଜନସଂଖ୍ୟା ସର୍ବାଧିକ । ଯାହାକି ଦେଶର ମୋଟ ଜନସଂଖ୍ୟାର ପ୍ରାୟ ଅଧାରୁ ଅଧିକ । ପଞ୍ଜାବ ପ୍ରଦେଶରେ ୧୨.୮ କୋଟି ଲୋକ ରହୁଛନ୍ତି ।
ଯେତେବେଳେ କି ସବୁଠୁ କମ୍ ଜନସଂଖ୍ୟା ବଲୁଚିସ୍ତାନରେ । ଯେଉଁଠି ୧.୫ କୋଟି ଲୋକ ରହୁଥିବା ବେଳେ ଏହା ମୋଟ ଜନସଂଖ୍ୟାର ୬ ପ୍ରତିଶତ । ବଲୁଚିସ୍ତାନରେ ଏବେବି ସମସ୍ତ ପ୍ରକାର ମୌଳିକ ସୁବିଧା ମିଳୁ ନାହିଁ । ପ୍ରତିଦିନ ବିରୋଧ, ବିକ୍ଷୋଭର ଖବର ଆସୁଛି । ସେଠାକାର ଲୋକଙ୍କ ଜୀବନ ନର୍କରେ ରହିବା ଭଳି । ପାଠପଢ଼ା, ଔଷଧ, ରୋଜଗାର ପାଇଁ ବଲୁଚିସ୍ତାନର ଜନତା ପାକିସ୍ତାନ ସହ ଲଢ଼େଇ ଜାରି ରଖିଛନ୍ତି ।

ବଡ଼ ପ୍ରଦେଶ ପାଇଁ ହୋଇ ପାରୁନି ବିକାଶ
ମୁନୀରଙ୍କ ଅନୁସାରେ, ପାକିସ୍ତାନର ପ୍ରଦେଶ ବହୁତ ବଡ଼ ଅଟେ । ବିଶାଳ ଜନସଂଖ୍ୟାରେ ଶାସନ ପରିଚାଳନା ପ୍ରଶାସନିକ ଆହ୍ଵାନ ସୃଷ୍ଟି କରୁଛି । ଲୋକ ସେମାନଙ୍କ ଆବଶ୍ୟକତା ପୂରଣ ପାଇଁ ଘଣ୍ଟା ଘଣ୍ଟା ଯାତ୍ରା କରୁଛନ୍ତି । ପଞ୍ଜାବର ୨୫ ପ୍ରତିଶତ ଲୋକଙ୍କୁ ସଫା ପିଇବା ପାଣି କଷ୍ଟରେ ମିଳୁଛି ।
ପ୍ରଦେଶ ଏତେ ବଡ଼ ଯେ, ସରକାର ମଧ୍ୟ ପହଞ୍ଚି ପାରୁ ନାହିଁ ଏବଂ ଶାସନ ନିୟନ୍ତ୍ରଣରେ ରହୁ ନାହିଁ । ମୁନୀରଙ୍କୁ ଲାଗୁଛ ଏହି କାରଣରୁ ଅଞ୍ଚଳର ବିକାଶ ହୋଇପାରୁ ନାହିଁ । କିନ୍ତୁ ପ୍ରଶ୍ନ ୭୦ ବର୍ଷରୁ ଅଧିକ ସମୟ ଧରି ଜନତା ଏଭଳି ସ୍ଥିତି ପାଇଁ ଦାୟୀ କିଏ ?
ଏଥିସହ ପଢ଼ନ୍ତୁ: ଟାଟା, HCL, ଇନଫୋସିସ ସମେତ ୮ ଆଇଟି କମ୍ପାନୀକୁ ଝଟକା…ଗ୍ରୀନ ଫିଲ୍ଡରୁ ବାହାର କଲା ଆମେରିକା…
ଅର୍ଥନୀତିଜ୍ଞଙ୍କ ଅନୁସାରେ, ପାକିସ୍ତାନର ଆଜିର ସ୍ଥିତି ପାଇଁ ଅସୀମ ମୁନୀର ଯେଉଁ କଥା କହୁଛନ୍ତି ସେଥିପାଇଁ ସେନା ହିଁ ଦାୟୀ । ସମସ୍ୟା ପାକିସ୍ତାନ ସେନା ପାଇଁ ସୃଷ୍ଟି ହୋଇଛି । ଦେଶର ମୂଲ୍ୟବାନ ଜମି, ବାଣିଜ୍ୟ ଓ ସରକାରୀ ସଂସ୍ଥା ଉପରେ ସେନାର କବ୍ଜା ରହିଛି ।
ସେନା ଚଳାଉଛି ସରକାର
ପାକିସ୍ତାନ ଇତିହାସରେ ସେନା ଦୁଇ ତୃତୀୟାଂଶ ସମୟ ଦେଶର ଶାସନ ଭାର କବ୍ଜା କରିଛି । ଏପରିକି ନିର୍ବାଚିତ ସରକାର ସେନାର ଛତ୍ରଛାୟାରେ ରହୁଛି । ବିଗତ କିଛି ବର୍ଷ ହେଲା ବଲୁଚିସ୍ତାନରେ ପ୍ରଦର୍ଶନ ନିୟନ୍ତ୍ରଣରେ ସରକାର ବିଫଳ ରହିଛନ୍ତି । କିନ୍ତୁ ଏବେ ପ୍ରଦେଶର ବିକାଶ ସହ ଭିତ୍ତିଭୂମି ଓ ଅନ୍ୟ ସୁବିଧା ବାହାନାରେ ଅଞ୍ଚଳକୁ ଭାଗ ଭାଗ କରି ନିଜ କ୍ଷମତା ବିସ୍ତାର କରିବାକୁ ଚାହୁଁଛନ୍ତି ମୁନୀର ।

Related Topics
Explore more stories