Global Terrorism Index / ବିଶ୍ଵରେ ଆତଙ୍କବାଦରେ ସବୁଠୁ ଅଧିକ ପ୍ରଭାବିତ ଦେଶ ପାକିସ୍ତାନ; ବଢିଲା ଚିନ୍ତା
·3 months ago·2 min read

Key Points
ପ୍ରକାଶ ପାଇଲା ଗ୍ଲୋବାଲ ଟେରରିଜମ ଇଣ୍ଡେକ୍ସ ୨୦୨୬
ଆତଙ୍କବାଦରେ ସବୁଠୁ ଅଧିକ ପ୍ରଭାବିତ ଦେଶ ହେଲା ପାକିସ୍ତାନ
ବିଶ୍ଵ ପାଇଁ କାହିଁକି ବଢିଲା ଚିନ୍ତା ?
ଆତଙ୍କବାଦରେ ସବୁଠୁ ଅଧିକ ପ୍ରଭାବିତ ଦେଶ ହେଲା ପାକିସ୍ତାନ
ବିଶ୍ଵ ପାଇଁ କାହିଁକି ବଢିଲା ଚିନ୍ତା ?
ବର୍ଷ ୨୦୨୬ ପାଇଁ ଗ୍ଲୋବାଲ ଟେରରିଜମ ଇଣ୍ଡେକ୍ସ ବା ବିଶ୍ଵ ଆତଙ୍କବାଦ ସୂଚକାଙ୍କ (GTI) ରିପୋର୍ଟ ପ୍ରକାଶ ପାଇଛି । ଏହି ତାଲିକାରେ ପ୍ରଥମ ଥର ଲାଗି ଶୀର୍ଷରେ ରହିଛି ପାକିସ୍ତାନ । ୨୦୨୧ରେ ଆଫଗାନିସ୍ତାନରେ ତାଲିବାନ ଶାସନ ଭାର ସମ୍ଭାଳିବା ଏହା ପଛର କାରଣ ବୋଲି କୁହାଯାଉଛି । ସବୁଠୁ ଖାସ କଥା ହେଉଛି, ଯେତେବେଳେ ତାଲିବାନ ଆଫଗାନିସ୍ତାନର ଶାସନ କ୍ଷମତାକୁ ହାତକୁ ନେଇଥିଲା, ସେତେବେଳେ ଏହି ପାକିସ୍ତାନ ଖୁସି ହେଉଥିଲା । ପାକିସ୍ତାନ ଭାବୁଥିଲା ଯେ ତାଲିବାନ ଆସିବା ପରେ ଭାରତରେ ଆତଙ୍କବାଦୀ ଆକ୍ରମଣ କରିବାରେ ତାକୁ ସହାୟକ ହେବ । କିନ୍ତୁ ଏବେ ଓଲଟା ହୋଇଛି ।
ପାକିସ୍ତାନର ପଡ଼ୋଶୀମାନଙ୍କ ସହିତ ସମ୍ପର୍କ ଖରାପ ହେବା ସହିତ, ନିଜର ଘରୋଇ ଗୋଷ୍ଠୀ ଯେପରିକି TTP ଏବଂ ବେଲୁଚିସ୍ତାନ ଲିବରେସନ ଆର୍ମି (BLA) ସହିତ ମଧ୍ୟ ହିଂସା ବୃଦ୍ଧି ପାଉଛି । ଏହାଦ୍ଵାରା ପାକିସ୍ତାନରେ ଆତଙ୍କବାଦୀ କାର୍ଯ୍ୟକଳାପ ପାଇଁ ଗୁରୁତ୍ୱପୂର୍ଣ୍ଣ ସୁରକ୍ଷା ଚ୍ୟାଲେଞ୍ଜ ସୃଷ୍ଟି କରୁଛି । ରିପୋର୍ଟରେ କୁହାଯାଇଛି ଯେ ୨୦୧୪ରୁ ୨୦୧୯ ପର୍ଯ୍ୟନ୍ତ ପାକିସ୍ତାନରେ ଆତଙ୍କବାଦ ହ୍ରାସ ପାଉଥିଲା । କିନ୍ତୁ ଗତବର୍ଷ ୨୦୨୫ରେ ପାକିସ୍ତାନ ୨୦୨୦ ତୁଳନାରେ ୬ ଗୁଣ ଅଧିକ ଆତଙ୍କବାଦୀ ଘଟଣା ଦେଖିଛି ।
ଅଧିକ ଖବର ପଢନ୍ତୁ...

- ୨୦୨୫ରେ ୧୧୩୯ ଜଣଙ୍କ ମୃତ୍ୟୁ
- ବିଶ୍ଵ ପାଇଁ ବଢିଲା ଚିନ୍ତା
ଅଧିକ ଖବର ପଢନ୍ତୁ...
📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Related Topics
Explore more stories