Pakistan News / ନାଁ ତେଲ ନାଁ ଟଙ୍କା; ବ୍ଲାକ୍ ଆଉଟ୍ ପାଇଁ ରିପବ୍ଲିକ୍ ଡେ ପ୍ୟାରେଡ୍ ବନ୍ଦ
·1 month ago·2 min read

Key Points
ପ୍ରତିବର୍ଷ ମାର୍ଚ୍ଚ ୨୩ ତାରିଖରେ ପାକିସ୍ତାନରେ ଗଣତନ୍ତ୍ର ଦିବସ ପାଳିତ ହୋଇଥାଏ।
Pakistan Republic Day Celebration Cancellation: ମଧ୍ୟ ପ୍ରାଚ୍ୟ ସଂକଟ ପାଇଁ ଦୋହଲି ଯାଇଛି ପାକିସ୍ତାନ ଅର୍ଥନୀତି। ସ୍ଥିତି ଏପରି ହୋଇଛି ଯେ ଆସନ୍ତା ସୋମବାର ପାଳିତ ହେବାକୁ ଯାଉଥିବା ଗଣତନ୍ତ୍ର ଦିବସ ପ୍ୟାରେଡ୍ ବାତିଲ କରିବାକୁ ପଡ଼ିଛି। ଏନେଇ ପ୍ରଧାନମନ୍ତ୍ରୀ ଶାହୱାଜ ସରିଫଙ୍କ କାର୍ଯ୍ୟାଳୟ କହିଛି ଯେ ମଧ୍ୟ ପ୍ରାଚ୍ୟ ତୈଳ ସଙ୍କଟ ଏବଂ ସରକାରଙ୍କ କଟକଣା ପଦକ୍ଷେପର ପ୍ରତିକ୍ରିୟାରେ ଜାତୀୟ ଦିବସ ପାଳନ ବାତିଲ କରିବାର ନିଷ୍ପତ୍ତି ନିଆଯାଇଛି। ପ୍ରତିବର୍ଷ ମାର୍ଚ୍ଚ ୨୩ ତାରିଖରେ ପାକିସ୍ତାନରେ ଗଣତନ୍ତ୍ର ଦିବସ ପାଳିତ ହୋଇଥାଏ। ହେଲେ ମଧ୍ୟପ୍ରାଚ୍ୟରେ ଚାଲିଥିବା ସଙ୍କଟ ଯୋଗୁଁ ପାକିସ୍ତାନକୁ ତୈଳ ଯୋଗାଣ ବାଧାପ୍ରାପ୍ତ ହୋଇଛି। ଦେଶରେ ଏବେ ଏକ ଗମ୍ଭୀର ଶକ୍ତି ସଙ୍କଟ ସୃଷ୍ଟି ହୋଇଛି। ଯାହାର ଫଳ ସ୍ୱରୂପ ପୂର୍ବରୁ ସରକାରୀ ସ୍ତରରେ ଖର୍ଚ୍ଚ କାଟ୍ କରାଯାଇଛି।
ଏନେଇ କ'ଣ କହିଲା ପାକିସ୍ତାନ ରାଷ୍ଟ୍ରପତିଙ୍କ କାର୍ଯ୍ୟାଳୟ?
ପାକିସ୍ତାନୀ ରାଷ୍ଟ୍ରପତିଙ୍କ କାର୍ଯ୍ୟାଳୟ ଏହାର ସରକାରୀ ଏକ୍ସ ହ୍ୟାଣ୍ଡେଲ୍ ରେ ଏକ ପୋଷ୍ଟ ସେୟାର କରିଛି। ଯେଉଁଥିରେ ଲେଖାଯାଇଛି ଯେ ପ୍ରଧାନମନ୍ତ୍ରୀ ଶାହୱାଜ ସରିଫଙ୍କ ପରାମର୍ଶରେ ରାଷ୍ଟ୍ରପତି ଆସିଫ ଅଲି ଜର୍ଦ୍ଦାରୀ ମଧ୍ୟପ୍ରାଚ୍ୟ ତୈଳ ସଙ୍କଟ ଏବଂ କଟକଣା ପଦକ୍ଷେପକୁ ଦୃଷ୍ଟିରେ ରଖି ଚଳିତ ବର୍ଷ ୨୩ ମାର୍ଚ୍ଚରେ ହେବାକୁ ଥିବା ପାକିସ୍ତାନ ଗଣତନ୍ତ୍ର ଦିବସ ପ୍ୟାରେଡ୍ ଏବଂ ଏ ସମ୍ପର୍କିତ କାର୍ଯ୍ୟକ୍ରମକୁ ବାତିଲ କରିବାର ପ୍ରସ୍ତାବକୁ ମଞ୍ଜୁରୀ ଦେଇଛନ୍ତି। ଏହି କାର୍ଯ୍ୟକ୍ରମ ଏବେ ମାର୍ଚ୍ଚ ୨୩ ବଦଳରେ ୨୮ ଅପ୍ରେଲ୍କୁ ପୁନଃନିର୍ଦ୍ଧାରିତ କରାଯାଇଛି।
ପାକିସ୍ତାନ ଜାତୀୟ ଦିବସର ଇତିହାସ କ'ଣ?
ଏଥର ପାକିସ୍ତାନରେ ଜାତୀୟ ଦିବସ ପାଳନ ବାତିଲକୁ ଏକ ଐତିହାସିକ ଘଟଣା ବୋଲି ବିବେଚନା କରାଯାଏ। ୧୯୪୦ ମସିହା ଆଜିର ଦିନର ଐତିହାସିକ ଲାହୋର ପ୍ରସ୍ତାବ ଆଗତ ହୋଇଥିଲା। ଯାହା ସ୍ୱତନ୍ତ୍ର ପାକିସ୍ତାନ ଗଠନକୁ ମନେ ପକାଇ ଦେଇଥାଏ। ଏହି ପ୍ରସ୍ତାବ ଆନୁଷ୍ଠାନିକ ଭାବରେ ମୁସଲମାନଙ୍କ ପାଇଁ ଧର୍ମ ଭିତ୍ତିରେ ଏକ ସ୍ୱତନ୍ତ୍ର ରାଷ୍ଟ୍ର ଗଠନ କରିବା ପାଇଁ ଆଗତ ହୋଇଥିଲା। ୧୯୪୭ ମସିହାରେ ଅଖଣ୍ଡ ଭାରତ ବର୍ଷ ବିଭାଜିତ ହେବ ସହ ସେହି ବର୍ଷ ଅଗଷ୍ଟ ୧୪ ତାରିଖରେ ସ୍ୱାଧିନ ପାକିସ୍ତାନ ରାଷ୍ଟ୍ର ଗଠିତ ହୋଇଥିଲା। ସ୍ୱାଧୀନତାର ୯ ବର୍ଷ ପରେ ୧୯୫୬ ମସିହା ମାର୍ଚ୍ଚ ୨୩ ତାରିଖରେ ଦେଶର ପ୍ରଥମ ସମ୍ବିଧାନ କାର୍ଯ୍ୟକାରୀ କରାଯାଇ ପାକିସ୍ତାନକୁ ଏକ ଇସଲାମୀୟ ଗଣରାଜ୍ୟ ଭାବେ ଘୋଷଣା କରାଯାଇଥିଲା। ସେବେଠାରୁ ପ୍ରତି ବର୍ଷ ୨୩ ମାର୍ଚ୍ଚରେ ସାମରିକ ପରେଡ୍ ଆୟୋଜିତ ହୋଇଥାଏ।
ଭୟାନକ ଶକ୍ତି ସଂକଟର ସାମ୍ନା କରୁଛି ପାକିସ୍ତାନ?
ମଧ୍ୟପ୍ରାଚ୍ୟ ସଙ୍କଟ ପାକିସ୍ତାନର ଆର୍ଥିକ ସ୍ଥିତିକୁ ଆହୁରି ଖରାପ କରିଦେଇଛି। ହର୍ମୁଜ୍ ପ୍ରଣାଳୀ ବନ୍ଦ ହେବା ଦେଶରେ ଶକ୍ତି ସଙ୍କଟ ଆହୁରି ତୀବ୍ର ହେବାରେ ଲାଗିଛି। ଏବେ ରେ ଘରେ ରହି କାମ କରିବାକୁ ଉତ୍ସାହିତ କରାଯାଇଛି। ଏହା ସହିତ ଶିକ୍ଷାନୁଷ୍ଠାନକୁ ମଧ୍ୟ ବନ୍ଦ କରାଯାଇଛି। ସରକାରୀ ଯାନବାହାନ ଚଳାଚଳ ଉପରେ କଟକଣା ଲଗାଯାଇଛି। ଉଚ୍ଚ ପଦାଧିକାରୀ ଏବଂ ରାଜନେତାଙ୍କ ବିଦେଶ ଯାତ୍ରା ନିଷେଧ କରାଯାଇଛି। ଅଧିକାରୀ ଏବଂ ରାଜନେତାଙ୍କ ଦରମା କାଟ କରାଯାଇଛି।
ଏଥିସହ ପଢ଼ନ୍ତୁ: ପାକିସ୍ତାନରେ ଭୟଙ୍କର ଆର୍ଥିକ ସଂକଟ ! ଖାଦ୍ୟ ପାଇଁ ଲମ୍ବା ଧାଡ଼ି, ପେଟ୍ରୋଲ ଦର ୩୦୦ ପାର

📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Related Topics
Explore more stories