School Students Death / ହଠାତ୍ ଭୁଶୁଡ଼ିଲା ସ୍କୁଲ ଛାତ; ୨୮ଜଣ ଛାତ୍ରଛାତ୍ରୀଙ୍କ ସହ ଜଣେ ଶିକ୍ଷୟିତ୍ରୀ ମୃତ, ବଢିପାରେ ମୃତ୍ୟୁ ସଂଖ୍ୟା
·1 hour ago·2 min read

Key Points
ଭୁଶୁଡ଼ିଲା ବେସରକାରୀ ସ୍କୁଲର ଛାତ
ଦାବି ହୋଇ ୨୦ଜଣ ଛାତ୍ରଛାତ୍ରୀ ମୃତ
ଏହାସହ ଜଣେ ଶିକ୍ଷୟିତ୍ରୀଙ୍କ ବି ମୃତ୍ୟୁ ଘଟିଛି
ଦାବି ହୋଇ ୨୦ଜଣ ଛାତ୍ରଛାତ୍ରୀ ମୃତ
ଏହାସହ ଜଣେ ଶିକ୍ଷୟିତ୍ରୀଙ୍କ ବି ମୃତ୍ୟୁ ଘଟିଛି
ଇସଲାମବାଦ: ପାକିସ୍ତାନର ପେଶାୱାରରେ ଭୁଶୁଡ଼ିଲା ଏକ ବେସରକାରୀ ସ୍କୁଲର ଛାତ । ଫଳରେ ୨୮ ଜଣ ଛାତ୍ରଛାତ୍ରୀ ଏବଂ ଜଣେ ମହିଳା ଶିକ୍ଷୟିତ୍ରୀଙ୍କ ସମେତ ଏଯାବତ ମୋଟ ୨୯ ଜଣଙ୍କର ମୃତ୍ୟୁ ହୋଇଛି । ଏହି ଭୟାବହ ଦୁର୍ଘଟଣାରେ ଏକାଧିକ ଜଣ ଗୁରୁତର ଭାବେ ଆହତ ହୋଇଛନ୍ତି । ପେଶାୱାରର ଆଫ୍ରିଦି ଆବାଦ୍ ଅଞ୍ଚଳରେ ଥିବା 'ଅଲ୍ ଖୈର ସ୍କୁଲ'ରେ ପିଲାମାନେ କ୍ଲାସରୁମ୍ରେ ପଢ଼ୁଥିବା ସମୟରେ ସ୍କୁଲର ଛାତଟି ସମ୍ପୂର୍ଣ୍ଣ ଭୁଶୁଡ଼ି ପଡ଼ିଥିଲା ।
ହଠାତ୍ ଏହି ଦୁର୍ଘଟଣା ଘଟିବା ପରେ ଶତାଧିକ ପିଲା ଧ୍ୱଂସାବଶେଷ ତଳେ ଚାପି ହୋଇ ରହିଯାଇଥିଲେ । ପ୍ରଶାସନ ପକ୍ଷରୁ ତୁରନ୍ତ ସେଠାରେ ଯୁଦ୍ଧକାଳୀନ ଭିତ୍ତିରେ ଉଦ୍ଧାର କାର୍ଯ୍ୟ ଆରମ୍ଭ କରାଯାଇଛି । ପ୍ରଥମେ ଖବର ଆସିଥିଲା ୨୦ ଜଣଙ୍କ ମୃତ୍ୟୁ ଘଟିଛି, ତେବେ ସେହି ୨୦ ମୃତକଙ୍କ ମଧ୍ୟରେ ୧୮ ଜଣରୁ ଅଧିକ ବାଳକ ଏବଂ ୨ ଜଣ ବାଳିକା ରହିଛନ୍ତି, ଯେଉଁମାନଙ୍କ ବୟସ ମାତ୍ର ୭ରୁ ୧୨ ବର୍ଷ ମଧ୍ୟରେ ରହିଛି । ବର୍ତ୍ତମାନ ମୃତ୍ୟୁ ସଂଖ୍ୟା ବଢି ୨୯ରେ ପହଞ୍ଚିଛି । ଏମାନଙ୍କ ମଧ୍ୟରୁ ୨୮ ଜଣ ଛାତ୍ରଛାତ୍ରୀ ଓ ଜଣେ ଶିକ୍ଷୟିତ୍ରୀ ଅଛନ୍ତି ।

ପଢନ୍ତୁ ଏହି ଖବର: ନୃଶଂସ ପାଲଟିଲା ପ୍ରେମିକ; ପ୍ରେମିକାକୁ ୧୦୦୦ ଫୁଟ୍ ଗଭୀର ଖାତକୁ ଠେଲି ଦେଲା

- ସମସ୍ତ ଛାତ୍ରଙ୍କ ବୟସ ୧୩ବର୍ଷରୁ କମ୍
- କେତେବେଳେ ଘଟିଲା ଅଘଟଣ ?
ପଢନ୍ତୁ ଏହି ଖବର: ନୃଶଂସ ପାଲଟିଲା ପ୍ରେମିକ; ପ୍ରେମିକାକୁ ୧୦୦୦ ଫୁଟ୍ ଗଭୀର ଖାତକୁ ଠେଲି ଦେଲା
- କଣ କହିଲେ ପ୍ରତ୍ୟକ୍ଷଦର୍ଶୀ ?
📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Related Topics
Explore more stories