|
logo
Live

Argus News - ଅଧା ପେଟରେ ଯୁଦ୍ଧ ! ଇରାନ ସହ ଦିନରାତି ଲଢୁଛନ୍ତି ଆମେରିକୀୟ ସୈନ୍ୟ, ଖାଦ୍ୟ ବି ମିଳୁନି

International

Food Crisis / ଅଧା ପେଟରେ ଯୁଦ୍ଧ ! ଇରାନ ସହ ଦିନରାତି ଲଢୁଛନ୍ତି ଆମେରିକୀୟ ସୈନ୍ୟ, ଖାଦ୍ୟ ବି ମିଳୁନି

Debashree Debasmita Sahoo
Browse all articles by Debashree Debasmita Sahoo
·1 hour ago·2 min read
ଅଧା ପେଟରେ ଯୁଦ୍ଧ ! ଇରାନ ସହ ଦିନରାତି ଲଢୁଛନ୍ତି ଆମେରିକୀୟ ସୈନ୍ୟ, ଖାଦ୍ୟ ବି ମିଳୁନି
Food Crisis

Key Points

ମଧ୍ୟପ୍ରାଚ୍ୟରେ ଅଧା ପେଟରେ ଯୁଦ୍ଧ ଲଢୁଛନ୍ତି ଆମେରିକା ସୈନ୍ୟ
ଲଞ୍ଚ ପ୍ଲେଟ୍ ଫଟୋ ସାମାଜିକ ଗଣମାଧ୍ୟମରେ ହେଉଛି ଭାଇରାଲ
ଫଟୋ କହୁଛି ଇରାନ-ଆମେରିକା ଯୁଦ୍ଧର ଭୟାବହତା
ଇରାନ-ଆମେରିକା ଯୁଦ୍ଧର ପରିଣାମ ଅନେକ ସ୍ତରରେ ଅନୁଭୂତ ହେଉଛି । ଅହଂକାରୀ ମାନବ ଜାତିର ଅହଂକାର ଆଗରେ ନିରୀହ ଜୀବନ ଯାଉଛି । ଯୁଦ୍ଧ ପାଇଁ ତେଲ, ପେଟ୍ରୋଲ, ଡିଜେଲ ଦର ବଢିଛି । ଏହାରି ମଧ୍ୟରେ ମଧ୍ୟପ୍ରାଚ୍ୟ ଯୁଦ୍ଧର ଆଉ ଏକ ଭୟଙ୍କର ସତ ସାମ୍ନାକୁ ଆସିଛି । ଯୁଦ୍ଧରେ ଅଂଶଗ୍ରହଣ କରୁଥିବା ସୈନିକମାନେ ବିଶେଷ ଭାବରେ ପ୍ରଭାବିତ ହୋଇଛନ୍ତି । ଯେକୌଣସି ପରିସ୍ଥିତିରେ ଯୁଦ୍ଧ ଲଢ଼ୁଥିବା ସୈନିକମାନଙ୍କୁ ମିଳୁନି ପର୍ଯ୍ୟାପ୍ତ ପରିମାଣର ଖାଦ୍ୟ । ସୋସିଆଲ ମିଡିଆରେ ଆମେରିକୀୟ ସୈନିକଙ୍କ ଖାଦ୍ୟ ପ୍ଲେଟର ଭାଇରାଲ୍ ଚିତ୍ର ଏବେ ଯୁଦ୍ଧର ବାସ୍ତବ କାହାଣୀ କହୁଛି ।

ଆମେରିକୀୟ ଯୁଦ୍ଧପୋତ ୟୁଏସଏସ ତ୍ରିପୋଲି ଏବଂ ୟୁଏସଏସ ଆବ୍ରାହମ ଲିଙ୍କନରେ ମୁତୟନ ଥିବା ସେମାନଙ୍କ ପରିବାର ସହିତ ଯେଉଁ ଖାଦ୍ୟ ପ୍ଲେଟର ଫଟୋ ସେୟାର କରିଛନ୍ତି, ତାହା ଏବେ ଅନଲାଇନରେ ଭାଇରାଲ ହେଉଛି । ଏହି ଫଟୋ କହୁଛନ୍ତି ଯେ ଯୁଦ୍ଧ ଯୋଗୁଁ ଆମେରିକୀୟ ସେନା ବର୍ତ୍ତମାନ କେତେ ମାନସିକ ଚାପରେ ଅଛନ୍ତି ଏବଂ ଇରାନ ଯୁଦ୍ଧ ସେମାନଙ୍କୁ କିପରି ଭାଙ୍ଗି ପକାଉଛି । ଯୁଦ୍ଧ ଯୋଗୁଁ ମାସ ମାସ ଧରି ସମୁଦ୍ରରେ ମୁତୟନ ଥିବା ଆମେରିକୀୟ ଯୁଦ୍ଧଜାହାଜରେ ସେବା କରୁଥିବା ଆମେରିକୀୟ ସୈନ୍ୟମାନଙ୍କୁ ଏବେ ଅଧା ପେଟିଆ ରହିବାକୁ ପଡୁଛି ।

  • ଯୁଦ୍ଧ ଯୋଗୁଁ ଅଧା ପେଟିଆ ଆମେରିକୀୟ ସୈନ୍ୟ
ଇରାନ ଯୁଦ୍ଧରେ କାର୍ଯ୍ୟରତ ଆମେରିକୀୟ ନୌସେନାମାନଙ୍କୁ ପର୍ଯ୍ୟାପ୍ତ ଖାଦ୍ୟ ମିଳୁନାହିଁ । ସେମାନଙ୍କ ପରିବାର ଡାକରେ ପଠାଉଥିବା ଖାଦ୍ୟ ପ୍ୟାକେଜ୍ ଗୋଟିଏ ମାସ ପରେ ମଧ୍ୟ ସେମାନଙ୍କ ପାଖରେ ପହଞ୍ଚି ନାହିଁ । ହେଲେ ପେଟର ଭୋକ ବୁଝୁନି ଯୁଦ୍ଧ । ଇରାନ ସହ ଭୋକିଲା ଲଢୁଛନ୍ତି ଆମେରିକୀୟ ସୈନ୍ୟ । ଭାଇରାଲ ଫଟୋରେ ଆମେରକୀୟ ସୈନ୍ୟଙ୍କୁ ସିଝା ଗାଜର ଓ କିଛି ମାଂସ ଖାଇବାକୁ ପଡୁଛି । ଫଟୋ ପୁରା ପ୍ଲେଟ୍ ଯେପରି ଖାଲି ଥିବା ଦେଖିବାକୁ ମିଳିଛି । ଏହି ଦୃଶ୍ୟ ପ୍ରକୃତରେ ବଖାଣୁଛି ଯୁଦ୍ଧର ଭୟାବହତା ।

ପଢନ୍ତୁ ଏହି ଖବର: ସମୁଦ୍ରରେ କିପରି ତାଣ୍ଡବ କରିଥାଏ ଅଣ୍ଡରୱାଟର ମାଇନ୍ସ ?




  • ଆମେରିକା ସୈନ୍ୟଙ୍କୁ ମିଳୁଛି ସ୍ଵଳ୍ପ ଖାଦ୍ୟ
ୟୁଏସଏ ଟୁଡେରେ ପ୍ରକାଶିତ ଏକ ରିପୋର୍ଟ ଅନୁଯାୟୀ, ଡାନ୍ ଏଫ୍ ନାମକ ଜଣେ ପୂର୍ବତନ ସୈନିକ କହିଛନ୍ତି ଯେ ତାଙ୍କ ଝିଅ ମଧ୍ୟ ଜଣେ ନୌସେନା ଅଧିକାରୀ ହୋଇଥିବାବେଳେ ଇରାନ ଯୁଦ୍ଧ ୟୋଗୁଁ ୟୁଏସଏସ ତ୍ରିପୋଲିରେ ନିୟୋଜିତ ଅଛନ୍ତି । ତାଙ୍କୁ ଜାହାଜରେ ପରିବେଷଣ କରାଯାଇଥିବା ଖାଦ୍ୟର ଏକ ଫଟୋ ସେ ଝିଅଠୁ ପାଇଥିଲେ । ଏଥିରେ ଏକ ଲଞ୍ଚ ଟ୍ରେ ଥିଲା । ଯେଉଁଥିରେ ମାଂସର ଏକ ଛୋଟ ଖଣ୍ଡ, ସିଝା ଗାଜର ଏବଂ ଏକ ଗୋଲ ପତଳା ପାଉଁରୁଟି ଥିଲା । ଜଣେ ବ୍ୟକ୍ତି ପାଇଁ ଏହା ପର୍ଯ୍ୟାପ୍ତ ନଥିଲା । ପରିବାର ସଦସ୍ୟମାନେ କହିଛନ୍ତି ଯେ ପିଲାମାନଙ୍କୁ ଏପରି ଖାଦ୍ୟ ମିଳୁଥିବା ଦେଖିବା ପରେ, ସେମାନେ ଏକ ମାସ ପୂର୍ବରୁ ଘରୁ ଡାକ ଯୋଗେ ଖାଦ୍ୟ ଏବଂ ଅନ୍ୟାନ୍ୟ ଆବଶ୍ୟକୀୟ ଖାଦ୍ୟ ସାମଗ୍ରୀ ପଠାଇଥିଲେ, କିନ୍ତୁ ସୈନିକମାନେ ଏପର୍ଯ୍ୟନ୍ତ ସେଗୁଡ଼ିକ ପାଇନାହାଁନ୍ତି ।
Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
Food Crisis: ଅଧା ପେଟରେ ଯୁଦ୍ଧ ! ଇରାନ ସହ ଦିନରାତି ଲଢୁଛନ୍ତି ଆମେରିକୀୟ ସୈନ୍ୟ, ଖାଦ୍ୟ ବି ମିଳୁନି | Argus News