Videos
|
International

Lunar Eclipse 2026 August / ପୂର୍ଣ୍ଣିମା ଅବସରରେ ଗାଏବ ହୋଇଯିବ ଚନ୍ଦ୍ର; କେଉଁଠି ହେବ ଦୃଶ୍ୟମାନ?

Subhramjit Ray
Browse all articles by Subhramjit Ray
·41 mins ago·2 min read
ପୂର୍ଣ୍ଣିମା ଅବସରରେ ଗାଏବ ହୋଇଯିବ ଚନ୍ଦ୍ର; କେଉଁଠି ହେବ ଦୃଶ୍ୟମାନ?
Lunar Eclipse 2026 August

Key Points

ଚଳିତ ବର୍ଷର ଦ୍ୱିତୀୟ ଚନ୍ଦ୍ରଗ୍ରହଣ ଅଗଷ୍ଟ ୨୮ ତାରିଖ ଶୁକ୍ରବାର ଲାଗିବାକୁ ଯାଉଛି।

Last Lunar Eclipse of 2026: ଅଗଷ୍ଟ ୨୮ ତାରିଖ ଶୁକ୍ରବାର ରକ୍ଷା ବନ୍ଧନ ଅବସରରେ ଲାଗିବାକୁ ଯାଉଛି ଚଳିତ ବର୍ଷର ଶେଷ ଚନ୍ଦ୍ରଗ୍ରହଣ। କ୍ୟାଲେଣ୍ଡର ଅନୁସାରେ, ଏହି ଗ୍ରହଣ ଶୁକ୍ରବାର ସକାଳ ୮ ଘଣ୍ଟା ୦୪ ମିନିଟ ସମୟରେ ଆରମ୍ଭ ହେବ। ଯାହା ୧୧ ଘଣ୍ଟା ୨୧ ମିନଟ୍ ବେଳକୁ ଶେଷ ହେବ। ଯଦିଓ ଏହା ଏକ ଆଂଶିକ ଚନ୍ଦ୍ରଗ୍ରହଣ ହେବ, ହେଲେ ଏହାା ଚଳିତ ବର୍ଷର ଶେଷ ଚନ୍ଦ୍ର ଗ୍ରହଣ କରିବ। ଏହା ପରେ ଚଳିଚ ବର୍ଷ ଆଉ କୌଣସି ଗ୍ରହଣ ଲାଗିବ ନାହିଁ। ଏହି ଗ୍ରହଣ ଏହାର ଶିଖର ସମୟରେ, ପୃଥିବୀର ଛାଇ ଦ୍ୱାରା ଚନ୍ଦ୍ରର ଅଧିକାଂଶ ଅଂଶ ସମ୍ପୂର୍ଣ୍ଣ ଭାବରେ ଅନ୍ଧକାରମୟ ହୋଇଉଠିବ। ସେତେବେଳେ ପୂର୍ଣ୍ଣିମା ଅବସରରେ ପୂର୍ଣ ଚନ୍ଦ୍ର ବଦଳରେ ଚନ୍ଦ୍ର କଟି ଯାଇଥିବାର ଦେଖିବାକୁ ମିଳିବ।

ହେଲେ ଶୁକ୍ରବାର ଲାଗୁଥିବା ଚନ୍ଦ୍ରଗ୍ରହଣ କେଉଁଠାରେ ହେବ ଦୃଶ୍ୟମାନ? କ'ଣ ରହିବ ଏହାର ପ୍ରଭାବ?
ଶୁକ୍ରବାର ଲାଗୁଥିବା ଚନ୍ଦ୍ରଗ୍ରହଣ ଉତ୍ତର ଆମେରିକା, ଦକ୍ଷିଣ ଆମେରିକା, ୟୁରୋପ, ଆଫ୍ରିକା, ପୂର୍ବ ପ୍ରଶାନ୍ତ ମହାସାଗର ଏବଂ ଆଟଲାଣ୍ଟିକ ମହାସାଗରରେ ଦୃଶ୍ୟମାନ ହେବ। ଭିଏନା, ପ୍ୟାରିସ, ରୋମ, ବର୍ଲିନ, ପ୍ରାଗ, ବ୍ରସେଲ୍ସ, ମାଦ୍ରିଦ୍, ଲଣ୍ଡନ, ରିଓ ଡି ଜେନେରିଓ, ନ୍ୟୁୟର୍କ, ଜୋହାନ୍ସବର୍ଗ ଏବଂ ବ୍ୟୁନୋସ ଆୟର୍ସ ହେଉଛି ସେହି ସହର ଯେଉଁଠାରେ ଏହି ଚନ୍ଦ୍ରଗ୍ରହଣ ସମ୍ପୂର୍ଣ୍ଣ ଦୃଶ୍ୟମାନ ହେବ।

ଏହା ସହ ପଢନ୍ତୁ: 'ଷ୍ଟର୍ଜନ ମୁନ୍' ସହିତ ଦୃଶ୍ୟମାନ ହେବ ଆଂଶିକ ଚନ୍ଦ୍ରଗ୍ରହଣ; କ'ଣ ରହିଛି ଉଭୟ ମଧ୍ୟରେ ପାର୍ଥକ୍ୟ?

୨୦୨୬ ଅଗଷ୍ଟ ୨୮ ତାରିଖ ଶୁକ୍ରବାର ଲାଗୁଥିବା ଚନ୍ଦ୍ରଗ୍ରହଣ ଭାରତ, ବାଂଲାଦେଶ, ଚୀନ୍, ଜାପାନ, ନେପାଳ, ଶ୍ରୀଲଙ୍କା ସମେତ ଏସିଆ ମହାଦେଶର ଅଧିକାଂଶ ଅଞ୍ଚଳରେ ଦୃଶ୍ୟମାନ ହେବ ନାହିଁ। ଏପରିକି ଏହି ଗ୍ରହଣ ଅଷ୍ଟ୍ରେଲିଆର ଅଧିକାଂଶ ଅଞ୍ଚଳ ଏବଂ ପଶ୍ଚିମ ପ୍ରଶାନ୍ତ ମହାସାଗରରେ ମଧ୍ୟ ଦୃଶ୍ୟମାନ ହେବ। ଏହି ଚନ୍ଦ୍ରଗ୍ରହଣ ଲାଗି ସୂତକ ସମୟ ପାଳନ କରାଯିବ ନାହିଁ। କାରଣ ଏହା ଭାରତରେ ଦୃଶ୍ୟମାନ ହେବ ନାହିଁ। ହେଲେ ତଥାପି ଚନ୍ଦ୍ରଗ୍ରହଣ ପାଇଁ ସୂତକ ସମୟ ଗ୍ରହଣ ଲାଗିବାର ୯ ଘଣ୍ଟା ପୂର୍ବରୁ ଆରମ୍ଭ ହୋଇଥାଏ। ଯେତେବେଳେ ସୂର୍ଯ୍ୟପରାଗ ପାଇଁ ସୂତକ ସମୟ ପରାଗ ଲାଗିବାର ୧୨ ଘଣ୍ଟା ପୂର୍ବରୁ ଆରମ୍ଭ ହୋଇଥାଏ।

କେଉଁ ସମୟରେ ହେବ ଚନ୍ଦ୍ରଗ୍ରହଣ?
ସମୟ ଏବଂ ତାରିଖ ଅନୁସାରେ, ଏହି ଚନ୍ଦ୍ର ଗ୍ରହଣ ୨୦୨୬ ଅଗଷ୍ଟ ୨୮ ତାରିଖରେ ପ୍ରାୟ ୦୨:୩୩ UTC (Coordinated Universal Time) ସମୟରେ ପୃଥିବୀର ମୁଖ୍ୟ ଛାୟାରେ ପ୍ରବେଶ କରିବ। ଏହି ଘଟଣା ବ୍ରିଟେନ ପ୍ରାମାଣିକ ସମୟ (British Summer Time) ସକାଳ ୩ ଘଣ୍ଟା ୩୩ ମିନିଟ (UTC) ସମୟରେ ଆରମ୍ଭ ହେବ। ପଶ୍ଚିମ ୟୁରୋପରେ ସୂର୍ଯ୍ୟୋଦୟ ପୂର୍ବରୁ ୦୪ ଘଣ୍ଟା ୧୨ ମିନିଟ୍ (UTC) ସମୟରେ ଚନ୍ଦ୍ରଗ୍ରହଣ ଏହାର ଶୀର୍ଷରେ ପହଞ୍ଚିବ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
ଏହା ସହ ପଢନ୍ତୁ: ଅଗଷ୍ଟ ୨୭-୨୮ ମଧ୍ୟ ରାତ୍ରୀରେ ଲାଗିବ ବର୍ଷର ଦ୍ୱିତୀୟ ଚନ୍ଦ୍ରଗ୍ରହଣ; ଏଥର କ’ଣ ପାଇଁ ହେବ ବିଶେଷ?

ଖାଲି ଆଖିରେ ଦେଖି ହେବ କି ଚନ୍ଦ୍ରଗ୍ରହଣ?
ଚନ୍ଦ୍ରଗ୍ରହଣକୁ ଖାଲି ଆଖିରେ ଦେଖିବା ପାଇଁ ସମ୍ପୂର୍ଣ୍ଣ ନିରାପଦ ବୋଲି ବିବେଚନା କରାଯାଏ। ଏଥିପାଇଁ ସୂର୍ଯ୍ୟପରାଗ ଭଳି କୌଣସି ସ୍ୱତନ୍ତ୍ର ଚଷମା ଆବଶ୍ୟକ ନାହିଁ। ଯଦି ଆପଣ ଚନ୍ଦ୍ରର ତମ୍ବା-ଲାଲ ରଙ୍ଗକୁ ଅଧିକ ନିକଟରୁ ଦେଖିବାକୁ ଚାହାଁନ୍ତି, ତାହେଲେ ଆପଣ ଏକ ଛୋଟ ଟେଲିସ୍କୋପ ବ୍ୟବହାର କରିପାରିବେ। ଏହା ଗ୍ରହଣକୁ ଆହୁରି ସୁନ୍ଦର କରିବ।