Videos
|
International

Sturgeon Moon 2026 / 'ଷ୍ଟର୍ଜନ ମୁନ୍' ସହିତ ଦୃଶ୍ୟମାନ ହେବ ଆଂଶିକ ଚନ୍ଦ୍ରଗ୍ରହଣ; କ'ଣ ରହିଛି ଉଭୟ ମଧ୍ୟରେ ପାର୍ଥକ୍ୟ?

Subhramjit Ray
Browse all articles by Subhramjit Ray
·1 hour ago·2 min read
'ଷ୍ଟର୍ଜନ ମୁନ୍' ସହିତ ଦୃଶ୍ୟମାନ ହେବ ଆଂଶିକ ଚନ୍ଦ୍ରଗ୍ରହଣ; କ'ଣ ରହିଛି ଉଭୟ ମଧ୍ୟରେ ପାର୍ଥକ୍ୟ?
Sturgeon Moon 2026

Key Points

ଅଗଷ୍ଟ ୨୮ ତାରିଖରେ ପଡୁଥିବା ପୂର୍ଣ୍ଣିମାରେ "ଷ୍ଟର୍ଜନ ମୁନ୍" ଆକାଶରେ ଦୃଶ୍ୟମାନ ହେବ। ଗୁରୁତ୍ୱପୂର୍ଣ୍ଣ କଥା ହେଉଛି, ଏହି ପୂର୍ଣ୍ଣିମାରେ ଏକ ଆଂଶିକ ଚନ୍ଦ୍ରଗ୍ରହଣ ମଧ୍ୟ ଲାଗିବ।
Lunar Eclipse 2026 August 28: ୨୮ ଅଗଷ୍ଟରେ ଲାଗୁଛି ଚଳିତ ବର୍ଷର ଶେଷ ଚନ୍ଦ୍ରଗ୍ରହଣ। ପ୍ରତିବର୍ଷ ଅଗଷ୍ଟ ମାସରେ ପଡ଼ୁଥିବା ପୂର୍ଣ୍ଣିମାକୁ "ଷ୍ଟର୍ଜନ ମୁନ୍" (Sturgeon Moon) କୁହାଯାଏ। ଏଥର ଅଗଷ୍ଟ ମାସ ପୂର୍ଣ୍ଣିମାରେ ଲାଗୁଛି ଆଂଶିକ ଚନ୍ଦ୍ରଗ୍ରହଣ। ଯାହାର ଫଳସ୍ୱରୂପ ଏଥର ଲୋକେ ପୂର୍ଣ୍ଣିମାରେ ଲାଗୁଥିବା ଚନ୍ଦ୍ରଗ୍ରହଣ ସମୟରେ "ଷ୍ଟର୍ଜନ ମୁନ୍" ଦେଖିବାକୁ ପାଇବେ। ହେଲେ ଏହି "ଷ୍ଟର୍ଜନ ମୁନ୍" ଏବଂ ଚନ୍ଦ୍ରଗ୍ରହଣ ମଧ୍ୟରେ କ'ଣ ରହିଛି ପାର୍ଥକ୍ୟ? "ଷ୍ଟର୍ଜନ ମୁନ୍" ଏବଂ ଚନ୍ଦ୍ରଗ୍ରହଣ ଉଭୟ ସମାନ ନୁହଁନ୍ତି। ଅଗଷ୍ଟ ମାସରେ ହେଉଥିବା ପୂର୍ଣ୍ଣିମାର ପାରମ୍ପରିକ ନାମ ହେଉଛି "ଷ୍ଟର୍ଜନ ମୁନ୍"। ଅନ୍ୟପଟେ ଚନ୍ଦ୍ରଗ୍ରହଣ ଏକ ଖଗୋଳୀୟ ଘଟଣା ଯାହା ମହାକାଶରେ ଘତିଥାଏ। ହେଲେ ଉଭୟ ମଧ୍ୟରେ କ'ଣ ରହିଛି ପାର୍ଥକ୍ୟ ଏବଂ ଏଥର ଚନ୍ଦ୍ର ଦର୍ଶନ କାହିଁକି ହେବ ବିଶେଷ?

"ଷ୍ଟର୍ଜନ ମୁନ୍" ଏବଂ ଚନ୍ଦ୍ରଗ୍ରହଣ ମଧ୍ୟରେ କ'ଣ ରହିଛି ପାର୍ଥକ୍ୟ?
"ଷ୍ଟର୍ଜନ ମୁନ୍" ହେଉଛି ଅଗଷ୍ଟ ମାସରେ ପଡୁଥିବା ପୂର୍ଣ୍ଣିମାର ପାରମ୍ପରିକ ନାମ। ଏହା ଉତ୍ତର ଆମେରିକାରେ ମିଳୁଥିବା "ଷ୍ଟର୍ଜନ" ମାଛ ସହିତ ଜଡି଼ତ। ଯେତେବେଳେ ପୃଥିବୀର ଛାୟାର ଗାଢ଼ ଅଂଶ "ଅମ୍ବ୍ରା" (Earth Shadows Dark Part Umbra) ଚନ୍ଦ୍ରର ଏକ ଅଂଶ ଉପରେ ପଡ଼େ, ସେତେବେଳେ ଏକ ଆଂଶିକ ଚନ୍ଦ୍ରଗ୍ରହଣ ହୋଇଥାଏ। ଏହି ସମୟରେ ଚନ୍ଦ୍ରର କିଛି ଅଂଶ ଅନ୍ଧକାରମୟ ହୋଇଉଠେ।

ଏହା ସହ ପଢନ୍ତୁ: ଅଗଷ୍ଟ ୨୭-୨୮ ମଧ୍ୟ ରାତ୍ରୀରେ ଲାଗିବ ବର୍ଷର ଦ୍ୱିତୀୟ ଚନ୍ଦ୍ରଗ୍ରହଣ; ଏଥର କ’ଣ ପାଇଁ ହେବ ବିଶେଷ?

କେବେ ଦୃଶ୍ୟମାନ ହେବ "ଷ୍ଟର୍ଜନ ମୁନ୍"?
"ଷ୍ଟର୍ଜନ ମୁନ୍" ୨୮ ତାରିଖରେ ଦୃଶ୍ୟମାନ ହେବ। ଯାହା ଚଳିତ ବର୍ଷର (୨୦୨୬) ଅଗଷ୍ଟ ମାସର ପୂର୍ଣ୍ଣିମା। ସାଧାରଣତଃ, ଏହି ଦିନ ଚନ୍ଦ୍ର ପୂର୍ଣ୍ଣ ରୂପରେ ଏବଂ ଅଧିକ ଉଜ୍ଜ୍ୱଳମୟ ଦେଖାଯାଏ। ହେଲେ ଏଥର ଚନ୍ଦ୍ର ଗ୍ରହଣ ଯୋଗୁଁ, ଏହାର ଦୃଶ୍ୟ ଭିନ୍ନ ହେବ।

ଗ୍ରହଣ ସମୟରେ ପରିବର୍ତ୍ତନ ହୋଇପାରେ ଚନ୍ଦ୍ରର ରଙ୍ଗ
ଚନ୍ଦ୍ର ଗ୍ରହଣ ସମୟରେ, ଚନ୍ଦ୍ରର ଛାୟାଯୁକ୍ତ ଅଂଶ ଲାଲ କିମ୍ବା ତମ୍ବା ରଙ୍ଗରେ ଦୃଶ୍ୟମାନ ହୋଇପାରେ। ଚନ୍ଦ୍ର ଗ୍ରହଣ ଦେଖିବା ଲାଗି ସୂର୍ଯ୍ୟପରାଗ ଭଳି, କୌଣସି ବିଶେଷ ଚଷମା କିମ୍ବା ଫିଲ୍ଟର ଆବଶ୍ୟକ ହୁଏ ନାହିଁ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
କାହିଁକି ଏହାକୁ କୁହାଯାଉଛି "ଷ୍ଟର୍ଜନ ମୁନ୍"?
ପ୍ରାଚୀନ କାଳରେ, ଅଗଷ୍ଟ ମାସରେ ଉତ୍ତର ଆମେରିକାର "ଗ୍ରେଟ୍ ଲେକ୍" (Great Lake Area) ଅଞ୍ଚଳରେ ପ୍ରଚୁର ପରିମାଣରେ "ଷ୍ଟର୍ଜନ" ମାଛ (Sturgeon Fish) ଧରାଯାଉଥିଲା। ଏହି କାରଣରୁ ଅଗଷ୍ଟ ମାସରେ ପଡୁ଼ଥିବା ପୂର୍ଣ୍ଣିମାର ନାମ "ଷ୍ଟର୍ଜନ ମୁନ୍" (Sturgeon Moon) ଦିଆଯାଇଛି। ବିଭିନ୍ନ ସ୍ଥାନରେ ଏହାକୁ "ଗ୍ରେନ ମୁନ୍" (Grain Moon), "କର୍ଣ୍ଣ ମୁନ୍" (Corn Moon), "ରେଡ ମୁନ୍" (Red Moon) ଭଳି ନାମ ଦିଆଯାଇଛି।

ଏହା ସହ ପଢନ୍ତୁ: ଆସନ୍ତା ମାସରେ ଦେଖିବାକୁ ମିଳିବ ବିରଳ ଜାଗତିକ ଦୃଶ୍ୟ; କ'ଣ ରହିବ ଭାରତ ଉପରେ ଏହାର ପ୍ରଭାବ?

ଭାରତ ଉପରେ ପଡ଼ିବ ନାହିଁ ଗ୍ରହଣର କୌଣସି ପ୍ରଭାବ
ଏହି ଆଂଶିକ ଚନ୍ଦ୍ରଗ୍ରହଣର ଭାରତ ଉପରେ କୌଣସି ପ୍ରଭାବ ପଡ଼ିବ ନାହିଁ। ଏପରିକି ଏହାର ସୂତକ କାଳ ମଧ୍ୟ ଲାଗୁ ହେବ ନୁହେଁ। ଭାରତ ବ୍ୟତୀତ ଅନେକ ଦେଶରେ ଦୃଶ୍ୟମାନ ହେବ ଆଜି ମଧ୍ୟରାତ୍ରୀରେ ଲାଗୁଥିବା ଚଳିତ ବର୍ଷର ଶେଷ ଚନ୍ଦ୍ରଗ୍ରହଣ।



2026 Sturgeon Moon & Partial Lunar Eclipse: What's the Difference? | Argus News