Fire In Hospital / ପ୍ରସୂତି ୱାର୍ଡରେ ନିଆଁ; ଜିଅଁନ୍ତା ଜଳିଗଲେ ୧୫ ନବଜାତ, ମାତ୍ର ଜଣେ ଉଦ୍ଧାର
·30 mins ago·2 min read

Key Points
ପାକିସ୍ତାନର ରାଜଧାନ ଇସଲାମାବାଦରେ ବଡ଼ ଧରଣର ଅଗ୍ନିକାଣ୍ଡ ଘଟିଛି । ଇସଲାମାବାଦ ସ୍ଥିତ ପାକିସ୍ତାନ ଇନଷ୍ଟିଚ୍ୟୁଟ୍ ଅଫ୍ ମେଡିକାଲ୍ ସାଇନ୍ସ (PIMS)ର ପ୍ରସୂତି ୱାର୍ଡରେ ନିଆଁ ଲାଗିବାରୁ ୧୫ ଜଣ ନବଜାତ ଆଖି ବୁଜିଛନ୍ତି ।
ନୂଆଦିଲ୍ଲୀ: ସକାଳୁ ସକାଳୁ ମେଡିକାଲ୍ରେ ନିଆଁ । ଜଳିଗଲେ ୧୫ ନବଜାତ । ପାକିସ୍ତାନର ରାଜଧାନ ଇସଲାମାବାଦରେ ବଡ଼ ଧରଣର ଅଗ୍ନିକାଣ୍ଡ ଘଟିଛି । ଇସଲାମାବାଦ ସ୍ଥିତ ପାକିସ୍ତାନ ଇନଷ୍ଟିଚ୍ୟୁଟ୍ ଅଫ୍ ମେଡିକାଲ୍ ସାଇନ୍ସ (PIMS)ର ପ୍ରସୂତି ୱାର୍ଡରେ ନିଆଁ ଲାଗିବାରୁ ୧୫ ଜଣ ନବଜାତ ଆଖି ବୁଜିଛନ୍ତି ।
ପାକିସ୍ତାନ ଗଣମାଧ୍ୟମ ଜିୟୋ ନ୍ୟୁଜ୍ ରିପୋର୍ଟ ଅନୁସାରେ, ଅଗ୍ନିକାଣ୍ଡ ସମୟରେ PIMSର ପ୍ରସୂତି ୱାର୍ଡରେ ୧୬ ଜଣ ନବଜାତ ଶିଶୁ ଥିଲେ । ସେମାନଙ୍କ ମଧ୍ୟରୁ ମାତ୍ର ଜଣଙ୍କୁ ଉଦ୍ଧାର କରାଯାଇ ପାରିଛି । ଉଦ୍ଧାରକାରୀ ଟିମ୍ର କହିବା ଅନୁସାରେ, ହସ୍ପିଟାଲ୍ର AC କମ୍ପ୍ରେସର ଫାଟିବାରୁ ନିଆଁ ଲାଗିଥିଲା ।
ଏଥିସହ ପଢ଼ନ୍ତୁ: ହସ୍ପିଟାଲ୍ର NICU ଭେଣ୍ଟିଲେଟର ବିସ୍ଫୋରଣରୁ ଅଗ୍ନିକାଣ୍ଡ, ୩ ନବଜାତ ମୃତ
ସୋସିଆଲ୍ ମିଡିଆରେ ପୋଷ୍ଟ ଭିଡିଓରେ ଦେଖା ଯାଉଛି, ଉଦ୍ଧାରକାରୀ ଦଳ ଶିଡ଼ି ପକାଇ ହସ୍ପିଟାଲ୍ର ପ୍ରଥମ ମହଲାକୁ ଚଢ଼ୁଛନ୍ତି । ପ୍ରଥମ ମହଲାରେ ଲାଗିଥିବା ଝରକା କାଚ ଭାଙ୍ଗି ଉଦ୍ଧାର ଓ ନିଆଁ ଲିଭା କାର୍ଯ୍ୟ ସମ୍ପାଦନ କରାଯାଉଛି ।
ଜିୟୋ ନ୍ୟୁଜ୍ର ରିପୋର୍ଟ ଅନୁସାରେ, ଲାଗିଥିବା ନିଆଁକୁ ଅଗ୍ନିଶମ ବାହିନୀ ଆୟତ୍ତ କରି ନେଇଛନ୍ତି । ଏବେ କୋଠାକୁ ଥଣ୍ଡା କରିବା ପ୍ରକ୍ରିୟା ଜାରି ରହିଛି । PIMSର ମୁଖପାତ୍ର ଡକ୍ଟର ଅନୀଜା ଜଲୀଲଙ୍କ ଅନୁସାରେ, ସକାଳ ପ୍ରାୟ ୭ଟା ସମୟରେ ପ୍ରସୂତି ୱାର୍ଡରେ ନିଆଁ ଲାଗିଥିଲା ।
ଜିଲ୍ଲା ପ୍ରଶାସନ ମଧ୍ୟ ୧୫ ଜଣ ନବଜାତଙ୍କ ମୃତ୍ୟୁ ହୋଇଥିବା ସ୍ପଷ୍ଟ କରିଛି । ଅଗ୍ନିକାଣ୍ଡ ପରେ PIMS ପକ୍ଷରୁ ଏକ ତଦନ୍ତ କମିଟି ଗଟନ କରାଯାଇଛି । ଅତିରିକ୍ତ ଡେପୁଟି କମିଶନରଙ୍କ ଅଧ୍ୟକ୍ଷତାରେ କମିଟି ଅଗ୍ନିକାଣ୍ଡର କାର ଖୋଜିବାକୁ ନିର୍ଦ୍ଦେଶ ରହିଛି ।
ଏଥିସହ ପଢ଼ନ୍ତୁ: ସକାଳୁ ସକାଳୁ ଭୟଙ୍କର ଦୁର୍ଘଟଣା; ଲୁହା ରଡ୍ ନେଇ ଯାଉଥିବା ଟ୍ରକ୍କୁ ପିଟିଲା ବସ୍, ୬ ମୃତ
ନିକଟରେ ଏହି PIMS ହସ୍ପିଟାଲ୍କୁ ପାକିସ୍ତାନର ପୂର୍ବତନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନଙ୍କୁ ଚିକିତ୍ସା ପାଇଁ ଅଣା ଯାଇଥିଲା । କୋର୍ଟଙ୍କ ନିର୍ଦ୍ଦେଶ ପରେ ଇମ୍ରାନଙ୍କୁ ମେଡିକାଲ୍ରେ ସ୍ଵାସ୍ଥ୍ୟ ଯାଞ୍ଚ ପରେ ପୁଣି ଥରେ ଜେଲ୍ ପଠାଇ ଦିଆଯାଇଛି ।

#Breaking
— ⚡️🌎 World News 🌐⚡️ (@ferozwala) August 26, 2026
🚨At least 14 infants killed in hospital fire in Pakistan's capital, Islamabad
🔥In an incident of fire at #PIMS Hospital in Islamabad, 14 children lost their lives after a blaze broke out in the nursery. #Islamabad #Pakistan
▪️Rescue teams arrived at the scene. It… pic.twitter.com/BSmZMcq3fw
ଜିୟୋ ନ୍ୟୁଜ୍ର ରିପୋର୍ଟ ଅନୁସାରେ, ଲାଗିଥିବା ନିଆଁକୁ ଅଗ୍ନିଶମ ବାହିନୀ ଆୟତ୍ତ କରି ନେଇଛନ୍ତି । ଏବେ କୋଠାକୁ ଥଣ୍ଡା କରିବା ପ୍ରକ୍ରିୟା ଜାରି ରହିଛି । PIMSର ମୁଖପାତ୍ର ଡକ୍ଟର ଅନୀଜା ଜଲୀଲଙ୍କ ଅନୁସାରେ, ସକାଳ ପ୍ରାୟ ୭ଟା ସମୟରେ ପ୍ରସୂତି ୱାର୍ଡରେ ନିଆଁ ଲାଗିଥିଲା ।
ଜିଲ୍ଲା ପ୍ରଶାସନ ମଧ୍ୟ ୧୫ ଜଣ ନବଜାତଙ୍କ ମୃତ୍ୟୁ ହୋଇଥିବା ସ୍ପଷ୍ଟ କରିଛି । ଅଗ୍ନିକାଣ୍ଡ ପରେ PIMS ପକ୍ଷରୁ ଏକ ତଦନ୍ତ କମିଟି ଗଟନ କରାଯାଇଛି । ଅତିରିକ୍ତ ଡେପୁଟି କମିଶନରଙ୍କ ଅଧ୍ୟକ୍ଷତାରେ କମିଟି ଅଗ୍ନିକାଣ୍ଡର କାର ଖୋଜିବାକୁ ନିର୍ଦ୍ଦେଶ ରହିଛି ।
ଏଥିସହ ପଢ଼ନ୍ତୁ: ସକାଳୁ ସକାଳୁ ଭୟଙ୍କର ଦୁର୍ଘଟଣା; ଲୁହା ରଡ୍ ନେଇ ଯାଉଥିବା ଟ୍ରକ୍କୁ ପିଟିଲା ବସ୍, ୬ ମୃତ
ନିକଟରେ ଏହି PIMS ହସ୍ପିଟାଲ୍କୁ ପାକିସ୍ତାନର ପୂର୍ବତନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନଙ୍କୁ ଚିକିତ୍ସା ପାଇଁ ଅଣା ଯାଇଥିଲା । କୋର୍ଟଙ୍କ ନିର୍ଦ୍ଦେଶ ପରେ ଇମ୍ରାନଙ୍କୁ ମେଡିକାଲ୍ରେ ସ୍ଵାସ୍ଥ୍ୟ ଯାଞ୍ଚ ପରେ ପୁଣି ଥରେ ଜେଲ୍ ପଠାଇ ଦିଆଯାଇଛି ।
📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Related Topics
Explore more stories