PM Modi Sweden Tour / ସ୍ୱୀଡେନ ଗସ୍ତରେ ପ୍ରଧାନମନ୍ତ୍ରୀ ମୋଦି; ମିଳିଲା ଦେଶର ସର୍ବୋଚ୍ଚ ସମ୍ମାନ
·1 day ago·2 min read

Key Points
ସ୍ୱୀଡେନ୍ ଗସ୍ତ ବେଳେ ପ୍ରଧାନମନ୍ତ୍ରୀ ମୋଦିଙ୍କ ବିମାନ ୟୁରୋପୀୟ ଦେଶର ବାୟୁସୀମାରେ ସୀମାରେ ପ୍ରବେଶ କରିବା ମାତ୍ରେ ସ୍ୱୀଡିଶ ବାୟୁସେନାର ଜେଟ୍ ବିମାନ ତାଙ୍କୁ ସୁରକ୍ଷା ଦେଇଥିଲେ। ସେଠାରେ ପହଞ୍ଚିବା ପରେ ତାଙ୍କୁ ତାଙ୍କୁ ସ୍ୱୀଡିଶ ପ୍ରତିପକ୍ଷ କ୍ରିଷ୍ଟର୍ସନ ବିମାନବନ୍ଦରରେ ଭବ୍ୟ ସ୍ୱାଗତ ଜଣାଇଥିଲେ।
PM Modi Sweden highest honor: ରବିବାର (ମେ ୧୭) ଠାରୁ ଦୁଇ ଦିନିଆ ସ୍ୱୀ଼ଡେନ ଗସ୍ତରେ ଅଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ଏହି ଅବସରରେ ସ୍ୱୀଡେନ୍ ସରକାର ତାଙ୍କୁ ଦେଶର ସର୍ବୋଚ୍ଚ "ରୟାଲ୍ ଅର୍ଡର ଅଫ୍ ଦି ପୋଲାର୍ ଷ୍ଟାର କମାଣ୍ଡର ଗ୍ରାଣ୍ଡ କ୍ରସ୍" ପ୍ରଦାନ କରିଛି। ଯାହା କୌଣସି ରାଷ୍ଟ୍ରମୁଖ୍ୟଙ୍କୁ ପ୍ରଦାନ କରାଯାଇଥିବା ସର୍ବୋଚ୍ଚ ସମ୍ମାନ। ଏହା ପ୍ରଧାନମନ୍ତ୍ରୀ ମୋଦିଙ୍କୁ ପ୍ରଦାନ କରାଯାଇଥିବା ୩୧ତମ ବିଶ୍ୱସ୍ତରୀୟ ସମ୍ମାନ। ଏହା ପୂର୍ବରୁ ପ୍ରଧାନମନ୍ତ୍ରୀ ମୋଦୀ ତାଙ୍କର ସ୍ୱୀଡିସ୍ ପ୍ରତିପକ୍ଷ ଉଲ୍ଫ୍ କ୍ରିଷ୍ଟର୍ସନ୍ ଙ୍କ ସହ ବିଭିନ୍ନ ପ୍ରସଙ୍ଗରେ ଆଲୋଚନା କରିଥିଲେ। ଯେଉଁଥିରେ ବାଣିଜ୍ୟ, ପ୍ରଯୁକ୍ତିବିଦ୍ୟା, ପ୍ରତିରକ୍ଷା ଏବଂ ଅନ୍ୟାନ୍ୟ ପ୍ରମୁଖ କ୍ଷେତ୍ର ଉପରେ ଧ୍ୟାନ ଦିଆଯାଇଥିଲା। ସ୍ୱୀଡେନ୍ ପ୍ରଧାନମନ୍ତ୍ରୀ ଉଲ୍ଫ କ୍ରିଷ୍ଟର୍ସନ୍ ବିମାନବନ୍ଦରରେ ତାଙ୍କର ଭାରତୀୟ ପ୍ରତିପକ୍ଷ ନରେନ୍ଦ୍ର ମୋଦିଙ୍କୁ ସ୍ୱତନ୍ତ୍ର ସ୍ୱାଗତ ସମ୍ବର୍ଦ୍ଧନା ଜଣାଇଥିଲେ।
ଏହା ପୂର୍ବରୁ ଗତ ୨୦୧୮ ରେ ପ୍ରଥମ ଭାରତ-ନୋର୍ଡିକ୍ ଶିଖର ସମ୍ମିଳନୀରେ ଅଂଶଗ୍ରହଣ କରିବା ପାଇଁ ସ୍ୱୀଡେନ୍ ଗସ୍ତ କରିଥିଲେ ପ୍ରଧାନମନ୍ତ୍ରୀ ମୋଦି। ପ୍ରତିନିଧିମଣ୍ଡଳ ସ୍ତରୀୟ ଆଲୋଚନା ସମୟରେ ଉଭୟ ପକ୍ଷ ଦ୍ୱିପାକ୍ଷିକ ସମ୍ପର୍କର ବିଭିନ୍ନ ଦିଗ ଉପରେ ସମୀକ୍ଷା କରିଥିଲେ ଏବଂ ପାରସ୍ପରିକ ବାଣିଜ୍ୟ ବୃଦ୍ଧି ପାଇଁ ସହଯୋଗର ନୂତନ ମାର୍ଗ ଅନୁସନ୍ଧାନ କରିଥିଲେ। ଉଭୟ ଦେଶ ମଧ୍ୟରେ ବାଣିଜ୍ୟ କାରବାର ୭.୭୫ ବିଲିୟନ ଆମେରିକୀୟ ଡଲାର ପହଞ୍ଚିବା ନେଇ ଆକଳନ କରାଯାଇଛି। ଆଲୋଚନା ସମୟରେ ଉଭୟ ପକ୍ଷ ସବୁଜ ପରିବର୍ତ୍ତନ, କୃତ୍ରିମ ବୁଦ୍ଧିମତ୍ତା (AI), ନୂତନ ପ୍ରଯୁକ୍ତିବିଦ୍ୟା, ଷ୍ଟାର୍ଟଅପ୍, ସୁଦୃଢ଼ ଯୋଗାଣ ଶୃଙ୍ଖଳ, ପ୍ରତିରକ୍ଷା, ମହାକାଶ, ଜଳବାୟୁ ପରିବର୍ତ୍ତନ ଏବଂ ଉଭୟ ଦେଶର ନାଗରିକ ମଧ୍ୟରେ ସିଧାସଳଖ ସମ୍ପର୍କ ଭଳି କ୍ଷେତ୍ରରେ ଦ୍ୱିପାକ୍ଷିକ ସମ୍ପର୍କକୁ ପ୍ରୋତ୍ସାହିତ କରିବା ଉପରେ ଧ୍ୟାନ ଦେଇଥିଲେ।
ଏହା ସହ ପଢନ୍ତୁ: ଦିଲ୍ଲୀରେ ଆୟୋଜିତ ହେଉଛି ବ୍ରିକ୍ସ ସମ୍ମିଳନୀ; ବିଦେଶୀ ଅତିଥିଙ୍କୁ ପରସାଯିବ କେଉଁ ବ୍ୟଞ୍ଜନ?
ସ୍ୱୀଡେନ ଗସ୍ତ ସମୟରେ ପ୍ରଧାନମନ୍ତ୍ରୀ ମୋଦିଙ୍କ ବିମାନ ଏହି ୟୁରୋପୀୟ ଦେଶର ବାୟୁ ସୀମାରେ ପ୍ରବେଶ କରିବା ପରେ ସ୍ୱୀଡିଶ ବାୟୁସେନାର ଜେଟ୍ ଦ୍ୱାରା ଏହାକୁ ସୁରକ୍ଷା ପ୍ରଦାନ କରାଯାଇଥିଲା। ବିମାନବନ୍ଦରରେ ସ୍ୱୀଡେନ୍ ପ୍ରତିପକ୍ଷ କ୍ରିଷ୍ଟର୍ସନ ପ୍ରଧାନମନ୍ତ୍ରୀ ମୋଦିଙ୍କୁ ଭବ୍ୟ ସ୍ୱାଗତ କରିଥିଲେ। ଗୋଥେନବର୍ଗ ଠାରେ ପହଞ୍ଚିବା ପରେ ପ୍ରଧାନମନ୍ତ୍ରୀ ମୋଦି ପ୍ରବାସୀ ଭାରତୀୟଙ୍କୁ ଭେଟିଥିଲେ। ସ୍ୱୀଡିଶ ଅପେରା ଗାୟିକା ଚାର୍ଲୋଟା ହଲ୍ଟଙ୍କ ଦ୍ୱାରା "ବୈଷ୍ଣବ ଜନ ତୋ" ଗୀତର ପରିବେଷଣ ଏବଂ ଲୀଲା ଏକାଡେମୀ ଛାତ୍ରଙ୍କ ଦ୍ୱାରା ଏକ ମନମୁଗ୍ଧକର ଭାରତନାଟ୍ୟମ୍ ନୃତ୍ୟ ସମେତ ସଂଗୀତିକ ପ୍ରଦର୍ଶନ ସହିତ ତାଙ୍କୁ ସ୍ୱାଗତ କରାଯାଇଥିଲା। ସ୍ୱାଗତ ସମାରୋହ ସମୟରେ ପ୍ରଧାନମନ୍ତ୍ରୀ କ୍ରିଷ୍ଟର୍ସନଙ୍କ ଉପସ୍ଥିତିରେ ବଙ୍ଗାଳୀ ସଂସ୍କୃତିର ଏକ ସୁନ୍ଦର ଉଦାହରଣ ଉପସ୍ଥାପିତ ହୋଇଥିଲା। ପ୍ରଧାନମନ୍ତ୍ରୀ ମୋଦି ସୋସିଆଲ ମିଡିଆରେ କହିଛନ୍ତି, "ବଙ୍ଗାଳୀ ସଂସ୍କୃତି ସାରା ବିଶ୍ୱରେ ଲୋକପ୍ରିୟ ଏବଂ ସ୍ୱୀଡେନ ମଧ୍ୟ ଏହାର ବ୍ୟତିକ୍ରମ ନୁହେଁ।"

📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Related Topics
Explore more stories
PM Modi Sweden Tour 2026PM Modi Sweden highest honorRoyal Order of Polar Star Commander Grand CrossNarendra Modi 31st global awardIndia Sweden bilateral tiesPM Modi visit Gothenburg 2026Crown Princess Victoria confers award ModiSweden highest civilian award foreign leadersPM Modi international awards listhow many international awards has PM Modi won