Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|

Argus News - ନ୍ୟୁୟର୍କରେ ଭାରତୀୟ ସମୁଦାୟଙ୍କୁ ସମ୍ବୋଧନ କଲେ ପ୍ରଧାନମନ୍ତ୍ରୀ

International

ନ୍ୟୁୟର୍କରେ ଭାରତୀୟ ସମୁଦାୟଙ୍କୁ ସମ୍ବୋଧନ କଲେ ପ୍ରଧାନମନ୍ତ୍ରୀ

Swayangprajna Mishra
Browse all articles by Swayangprajna Mishra
·1 year ago·1 min read
ନ୍ୟୁୟର୍କରେ ଭାରତୀୟ ସମୁଦାୟଙ୍କୁ  ସମ୍ବୋଧନ କଲେ ପ୍ରଧାନମନ୍ତ୍ରୀ

ଅର୍ଗସ ବ୍ୟୁରୋ : ତିନିଦିନିଆ ଆମେରିକା ଗସ୍ତରେ ଥିବା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ନ୍ୟୁୟର୍କରେ ଭାରତୀୟ ସମୁଦାୟକୁ ସମ୍ବୋଧିତ କରି ‘ଏଆଇ’କୁ ଏକ ନୂଆ ଅର୍ଥ ଦେଇଛନ୍ତି। ଲଙ୍ଗ୍‌ ଆଇଲ୍ୟାଣ୍ଡରେ ଆୟୋଜିତ ‘ମୋଦୀ ଆଣ୍ଡ ୟୁଏସ୍’ କାର୍ଯ୍ୟକ୍ରମରେ ପ୍ରଧାନମନ୍ତ୍ରୀ କହିଛନ୍ତି, ‘ମୋ ପାଇଁ ଏଆଇ ଅର୍ଥ ଆମେରିକୀୟ-ଭାରତୀୟ ଏବଂ ଏହି ଭାବନା ହିଁ ଭାରତ-ଆମେରିକା ସମ୍ପର୍କକୁ ଏକ ନୂତନ ଉଚ୍ଚତାକୁ ନେଇଯାଉଛି। ‘ନାସାଉ କୋଲିଜିୟମ୍‌’ରେ ଅନୁଷ୍ଠିତ ଏହି ବିଶାଳ ଓ ଭବ୍ୟ କାର୍ଯ୍ୟକ୍ରମରେ ୧୫ ହଜାରରୁ ଅଧିକ ଭାରତୀୟ ପ୍ରଧାନମନ୍ତ୍ରୀଙ୍କୁ ସ୍ବାଗତ କରିଥିବା ବେଳେ ୫୦୦ରୁ ଅଧିକ କଳାକାର ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରିଥିଲେ। ପ୍ରଧାନମନ୍ତ୍ରୀ ‘ଭାରତ ମାତା କୀ ଜୟ’ରୁ ଅଭିଭାଷଣ ଆରମ୍ଭ କରିବା ସହ ‘ନମସ୍ତେ’ ଶବ୍ଦ ଏବେ ସମଗ୍ର ବିଶ୍ବରେ ପରିବ୍ୟାପ୍ତ ବୋଲି କହିଥିଲେ। ପ୍ରବାସୀ ଭାରତୀୟମାନେ ଭାରତକୁ ଆମେରିକା ଓ ଆମେରିକାକୁ ଭାରତ ସହ ଯୋଡ଼ିଛନ୍ତି। ଆପଣଙ୍କ ଦକ୍ଷତା, ପ୍ରତିଭା ଏବଂ ପ୍ରତିବଦ୍ଧତାର କୌଣସି ସୀମା ନାହିଁ ଏବଂ ଏହା ଭାରତ-ଆମେରିକା ସଂପର୍କକୁ ନୂଆ ଶିଖରରେ ପହଞ୍ଚାଇଛି।

ଅଧିକ ପଢନ୍ତୁ : ଆମେରିକା ୱିଲମିଙ୍ଗଟନରେ ଆୟୋଜିତ କ୍ୱାଡ୍‌ ଶିଖର ସମ୍ମିଳନୀରେ ସାମିଲ୍ ହେଲେ ମୋଦି

ପ୍ରଧାନମନ୍ତ୍ରୀ କହିଛନ୍ତି, ୨୦୨୪ ସମଗ୍ର ବିଶ୍ବ ପାଇଁ ଗୁରୁତ୍ବପୂର୍ଣ୍ଣ। କାରଣ ପୃଥିବୀର ଅନେକ ଦେଶ ମଧ୍ୟରେ ଏବେ ସଂଘର୍ଷ ଲାଗିରହିଛି। ଅନେକ ଦେଶରେ ନିର୍ବାଚନ ହେଉଛି ଏବଂ ଗଣତନ୍ତ୍ରର ଉତ୍ସବରେ ଭାରତ ଓ ଆମେରିକା ଏକାଠି ଅଛନ୍ତି। ଆମେରିକାରେ ଆଗକୁ ନିର୍ବାଚନ ହେବାକୁ ଯାଉଛି ଏବଂ ଭାରତରେ ନିର୍ବାଚନ ଅନୁଷ୍ଠିତ ହୋଇସାରିଛି। ଭାରତରେ ହୋଇଥିବା ନିର୍ବାଚନ ମାନବ ଇତିହାସରେ ସବୁଠାରୁ ବଡ଼ ନିର୍ବାଚନ ଥିଲା। ଯୁକ୍ତରାଷ୍ଟ୍ର ଆମେରିକାର ଜନସଂଖ୍ୟାର ପ୍ରାୟ ଦୁଇଗୁଣ ଲୋକ ଭାରତରେ ମତଦାନ କରିଥିଲେ। ଆଜି ପ୍ରଧାନମନ୍ତ୍ରୀ ନ୍ୟୁୟର୍କଠାରେ ଜାତିସଂଘ ସାଧାରଣ ଅଧିବେଶନରେ ‘ଭବିଷ୍ୟତର ବିଶ୍ବ’ ସମ୍ମିଳନୀରେ ଉଦବୋଧନ ଦେବେ।
 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
Prime Minister addresses the Indian community in New York | Argus News