Videos
|
International

ସିଙ୍ଗାପୁରରେ ଓଡ଼ିଶୀ ନାଚ ଦେଖି ବିଭୋର ପ୍ରଧାନମନ୍ତ୍ରୀ

Swayangprajna Mishra
Browse all articles by Swayangprajna Mishra
·2 years ago·2 min read
ସିଙ୍ଗାପୁରରେ ଓଡ଼ିଶୀ ନାଚ ଦେଖି ବିଭୋର ପ୍ରଧାନମନ୍ତ୍ରୀ

Key Points

  • ସିଙ୍ଗାପୁରରେ ଜୟଜୟକାର
  • ଓଡ଼ିଶୀ ନାଚ ଦେଖି ବିଭୋର ପ୍ରଧାନମନ୍ତ୍ରୀ
  • ମୋଦିଙ୍କ ପ୍ରଶଂସାରେ ଶତମୁଖ ଭାରତୀୟ ସମୁଦାୟ
  • ଭାରତ ଆସିବ ବଡ଼ ଇନଭେଷ୍ଟମେଣ୍ଟ
  • ବଡ଼ କମ୍ପାନୀର ସିଇଓମାନଙ୍କ ସହ ପିଏମଙ୍କ ଆଲୋଚନା

ଅର୍ଗସ ବ୍ୟୁରୋ : ଦୁଇ ଦିନିଆ ସିଙ୍ଗାପୁର ଗସ୍ତରେ ଯାଇଥିବା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜି  ସେମିକଣ୍ଡକ୍ଟର ଏବଂ ଇଲେକ୍ଟ୍ରୋନିକ୍ସ କ୍ଷେତ୍ରର ଏକ ଅଗ୍ରଣୀ କମ୍ପାନି ପରିଦର୍ଶନ କରିଛନ୍ତି। ସିଙ୍ଗାପୁର ପିଏମଙ୍କୁ ସାଙ୍ଗରେ ନେଇ ଏଇଏମ୍ ହୋଲ୍ଡିଂ ଲିମିଟେଡ୍ ପରିଦର୍ଶନ କରିବା ସହ ଏବଂ ବିଶ୍ବ ସେମିକଣ୍ଡକ୍ଟର ମୂଲ୍ୟ ଶୃଙ୍ଖଳରେ କମ୍ପାନିର ଭୂମିକା, ଏହାର କାର୍ଯ୍ୟ ଏବଂ ଭାରତ ପାଇଁ ଯୋଜନା ପ୍ରସଂଗରେ ପିଏମ ଆଲୋଚନା କରିଛନ୍ତି । ଭାରତରେ ସେମିକଣ୍ଡକ୍ଟର ଉତ୍ପାଦନ ଇକୋସିଷ୍ଟମ ତଥା ଏହି କ୍ଷେତ୍ରରେ ସିଙ୍ଗାପୁରର ଶକ୍ତି ବିକାଶ ପାଇଁ ଆମର ପ୍ରୟାସକୁ ଦୃଷ୍ଟିରେ ରଖି ଉଭୟ ପକ୍ଷ ଦ୍ବିପାକ୍ଷିକ ସହଯୋଗ ବୃଦ୍ଧି କରିବାକୁ ନିଷ୍ପତ୍ତି ନେଇଛନ୍ତି। ସେହିପରି ବିଭିନ୍ନ କମ୍ପାନୀର ସିଇଓଙ୍କ ସହ ମଧ୍ୟ ଆଲୋଚନା କରିଛନ୍ତି ପିଏମ୍ । ଭାରତରେ ସେମାନଙ୍କୁ ବଡ଼ ଆକାରରେ ଇନଭେଷ୍ଟ କରିବା ପାଇଁ ଆହ୍ବାନ କରିବା ସହ ଏଥିପାଇଁ ଭାରତ ସରକାର ସମସ୍ତ ପ୍ରକାର ବ୍ୟବସ୍ଥା କରିବେ ବୋଲି ମୋଦି କହିଛନ୍ତି ।

ପୂର୍ବରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ସିଙ୍ଗାପୁରରେ ପହଞ୍ଚିବା ପରେ ଗ୍ରାଣ୍ଡ ୱେଲକମ୍ କରାଯାଇଥିଲା। ଭାରତୀୟ ସମୁଦାୟ ମୋଦିଙ୍କୁ ଆଡ଼ମ୍ବର ସହକାରେ ସ୍ବାଗତ କରିଥିଲେ। ମୋଦିଙ୍କ ପାଇଁ କିଛି କଳାକାର ଓଡ଼ିଶୀ ନୃତ୍ୟ ମଧ୍ୟ ପରିବେଷଣ କରିଥିଲେ। ସିଙ୍ଗାପୁରରେ ଉତ୍କଳୀୟ ସଂସ୍କୃତି, ପରମ୍ପରା ଓ କଳାର ଝଲକ ଦେଖି ବେଶ୍ ଖୁସି ହୋଇଯାଇଥିଲେ ପ୍ରଧାନମନ୍ତ୍ରୀ। ଏପରିକି କିଛି ସମୟ କଳାକାରଙ୍କ ଓଡ଼ିଶୀ ନୃତ୍ୟରେ ବିଭୋର ହୋଇଯାଇଥିଲେ । ପରେ ତାଳି ମାରି କଳାକାରଙ୍କୁ ଉତ୍ସାହିତ କରିବା ସହ ଏବଂ ପ୍ରଶଂସା କରିଥିଲେ। ପରେ ତାଙ୍କୁ ଢୋଲ ବଜାଉଥିବାର ମଧ୍ୟ  ଦେଖିବାକୁ ମିଳିଛି । ପିଏମଙ୍କ ଆଗରେ ଓଡ଼ିଶୀ ନାଚିଥିବାରୁ ନୃତ୍ୟଶିଳ୍ପୀମାନେ ବେଶ ଉତ୍ସାହିତ ହୋଇପଡ଼ିଥିଲେ । ଖାଲି ଯେ ଓଡ଼ିଶୀ ତାହା ନୁହେଁ, ସିଙ୍ଗାପୁର ଗସ୍ତରେ ଥିବା ଓଡ଼ିଶାର ୱାର୍ଲ୍ଡ ସ୍କିଲ ସେଣ୍ଟରର ପିଲାମାନଙ୍କୁ ବି ଭେଟିଛନ୍ତି ପିଏମ୍ । ପିଏମଙ୍କୁ ପାଖରେ ପାଇଁ ସେମାନେ ବି ବେଶ ଖୁସି ଥିବାର ଦେଖିବାକୁ ମିଳିଥିଲା ।   

ଅଧିକ ପଢନ୍ତୁ : ମୋଦିଙ୍କ ପ୍ରଶଂସାରେ ଶତମୁଖ ଭାରତୀୟ ସମୁଦାୟ

ପିଏମଙ୍କୁ ସିଙ୍ଗାପୁର ପାର୍ଲାମେଣ୍ଟରେ ମଧ୍ୟ ଗାର୍ଡ ଅଫ୍ ଅନର୍ ଦିଆଯାଇଥିଲା । ସିଙ୍ଗାପୁର ରାଷ୍ଟ୍ରପତିଙ୍କ ସହ ମୁଲାକାତ କରିବା ସହ ଗତକାଲି ସିନିଅର ମିନିଷ୍ଟର ଲି ହେସନ ଲୁଙ୍ଗଙ୍କ ସହ ଡିନର ମଧ୍ୟ କରିଥିଲେ ମୋଦି । ଉଭୟ ଦେଶ ମଧ୍ୟରେ ଅନେକ କ୍ଷେତ୍ରରେ ଚୁକ୍ତି ମଧ୍ୟ ସ୍ବାକ୍ଷରିତ ହୋଇଥିଲା । ଶେଷରେ ପିଏମ୍ ସ୍ବଦେଶ ଲେଉଟିଛନ୍ତି ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free: