|
logo
Live

Argus News - ନ୍ୟୁୟର୍କରେ ସମ୍ବିତ ପାତ୍ର, ପୁରୀ ପଟ୍ଟଚିତ୍ରକୁ ଦେଖି କଲେ ପ୍ରଶଂସା

International

ନ୍ୟୁୟର୍କରେ ସମ୍ବିତ ପାତ୍ର, ପୁରୀ ପଟ୍ଟଚିତ୍ରକୁ ଦେଖି କଲେ ପ୍ରଶଂସା

Swayangprajna Mishra
Browse all articles by Swayangprajna Mishra
·1 year ago·1 min read
ନ୍ୟୁୟର୍କରେ ସମ୍ବିତ ପାତ୍ର, ପୁରୀ ପଟ୍ଟଚିତ୍ରକୁ ଦେଖି କଲେ ପ୍ରଶଂସା

ଅର୍ଗସ ବ୍ୟୁରୋ : ଏହା ଅତ୍ୟନ୍ତ ଆନନ୍ଦର ବିଷୟ ଯେ ଆମ ଓଡ଼ିଶା ତଥା ପୁରୀର ଐତିହ୍ୟ ଓ କଳା ବିଶ୍ୱ ଦରବାରରେ ନିଜର ସ୍ଥାନ ସୃଷ୍ଟି କରିପାରିଛି। ମିଳିତ ଜାତିସଂଘରେ ଭାରତର ସ୍ଥାୟୀ ପ୍ରତିନିଧି ଶ୍ରୀ ପାର୍ଥନେନି ହରିଶ ଜୀଙ୍କ ନ୍ୟୁୟର୍କ ସ୍ଥିତ ବାସଭବନରେ ପୁରୀର ବିଶ୍ୱ ପ୍ରସିଦ୍ଧ ପଟଚିତ୍ରକୁ ସମ୍ମାନଜନକ ସ୍ଥାନ ଦିଆଯାଇଛି । ଏହି ପଟଚିତ୍ରଗୁଡ଼ିକ ମହାପ୍ରଭୁ ଶ୍ରୀ ଜଗନ୍ନାଥଙ୍କ ଲୀଳା ଓ ଓଡ଼ିଶାର ସମୃଦ୍ଧ ସାଂସ୍କୃତିକ ପରମ୍ପରାକୁ ପ୍ରତିଫଳିତ କରୁଛି। ଶ୍ରୀ ହରିଶ ଜୀ ନିଜ ବାସଭବନରେ ଏହି ଅମୂଲ୍ୟ କଳାକୃତିକୁ ସ୍ଥାନ ଦେଇ ଓଡ଼ିଶାର କଳା ଓ ସଂସ୍କୃତିର ପ୍ରଚାର ପ୍ରସାରରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ନିର୍ବାହ କରିଛନ୍ତି।

ପୁରୀର ଲୋକସଭା ସାଂସଦ ଶ୍ରୀ ସମ୍ବିତ ପାତ୍ର ଭାରତୀୟ ସଂସଦର ପ୍ରତିନିଧି ମଣ୍ଡଳର ସଦସ୍ୟ ଭାବେ ନ୍ୟୁୟର୍କ ପ୍ରବାସ ସମୟରେ ସେ ହରିଶ ଜୀଙ୍କ ବାସଭବନରେ ଆୟୋଜିତ ରାତ୍ରି ଭୋଜନ ସମାରୋହରେ ଯୋଗ ଦେଇଥିଲେ । ଏହି ସମୟରେ ସେ ତାଙ୍କୁ ଜଗନ୍ନାଥ୍ ସଂସ୍କୃତିର ପ୍ରଚାର ପାଇଁ ଧନ୍ୟବାଦ ଜ୍ଞାପନ କରିଥିଲେ।

ଅଧିକ ପଢନ୍ତୁ : ୟୁଏସଏରେ ବିଗ ଫାଇରଟ,ପଛରେ ହାରିସ,ଆଗରେ ଟ୍ରମ୍ପ

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

ଏହି ସମୟରେ ସମ୍ବିତ ପାତ୍ର ପ୍ରତିକ୍ରିୟା ଦେଇ କହିଛନ୍ତି ଯେ ଆମର ପଟଚିତ୍ର ଶିଳ୍ପ ଶତାବ୍ଦୀ ଶତାବ୍ଦୀ ଧରି ଓଡ଼ିଶାର ଗୌରବମୟ ପରମ୍ପରାକୁ ବହନ କରି ଆସିଛି। ଆଜି ଏହା ଆନ୍ତର୍ଜାତୀୟ ସ୍ତରରେ ସ୍ୱୀକୃତି ପାଇବା ଆମ ପାଇଁ ଗର୍ବ ଓ ସମ୍ମାନର ବିଷୟ। ଏହି ଅବସରରେ ମୁଁ ଶ୍ରୀ ହରିଶ ଜୀଙ୍କୁ ଓଡ଼ିଶାର କଳା ଓ ସଂସ୍କୃତିର ପ୍ରଚାର ପାଇଁ ହାର୍ଦ୍ଦିକ ଧନ୍ୟବାଦ ଜଣାଉଛି। ଓଡ଼ିଶାର କଳା, ସଂସ୍କୃତି ଓ ପରମ୍ପରା ସର୍ବଦା ଭାରତକୁ ଗୌରବାନ୍ୱିତ କରି ଆସିଛି। ଆମେ ଆଶା କରୁଛୁ ଯେ ଏହି ପ୍ରୟାସ ଆମର ସାଂସ୍କୃତିକ ସମ୍ପଦର ବ୍ୟାପକ ପ୍ରଚାର ପ୍ରସାରରେ ସହାୟକ ହେବ।

Sponsored
ନ୍ୟୁୟର୍କରେ ସମ୍ବିତ ପାତ୍ର, ପୁରୀ ପଟ୍ଟଚିତ୍ରକୁ ଦେଖି କଲେ ପ୍ରଶଂସା | Argus News