Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|

Argus News - ଖାମେନେଇଙ୍କୁ ହତ୍ୟା ପରେ ଡରରେ ପୁଟିନ୍; ଗାର୍ଡ୍ସଙ୍କ ଉପରେ ଲଗାଇଲେ କଟକଣା, CCTV ବନ୍ଦ

International

Putin Security Concerns / ଖାମେନେଇଙ୍କୁ ହତ୍ୟା ପରେ ଡରରେ ପୁଟିନ୍; ଗାର୍ଡ୍ସଙ୍କ ଉପରେ ଲଗାଇଲେ କଟକଣା, CCTV ବନ୍ଦ

Sushanta Sahoo
Browse all articles by Sushanta Sahoo
·5 hours ago·2 min read
ଖାମେନେଇଙ୍କୁ ହତ୍ୟା ପରେ ଡରରେ ପୁଟିନ୍; ଗାର୍ଡ୍ସଙ୍କ ଉପରେ ଲଗାଇଲେ କଟକଣା, CCTV ବନ୍ଦ
Putin Fears AI Tracking Threats

Key Points

ସାଧାରଣ ମଣିଷ, ଅସ୍ତ୍ରଶସ୍ତ୍ର ଠାରୁ ଏବେ ଋଷ ରାଷ୍ଟ୍ରପତିଙ୍କୁ ଅଧିକ ଘାରିଛି AI ଡର । ହାଇ-ଟେକ୍ AI ଟୁଲ୍ସ ଜରିଆରେ ତାଙ୍କର ପ୍ରତିଟି ଗତିବିଧିକୁ ଟ୍ରାକ୍ କରାଯାଉଥିବା ପୁଟିନ୍ ଆଶଙ୍କା କରୁଛନ୍ତି ।
ନୂଆଦିଲ୍ଲୀ: ଯିଏ ଅନ୍ୟ ପାଇଁ ଚକ୍ରବ୍ୟୁହ ରଚୁଥିଲେ, ଆଜି ନିଜେ ଟାର୍ଗେଟ୍‌ରେ । ସାଧାରଣ ମଣିଷ, ଅସ୍ତ୍ରଶସ୍ତ୍ର ଠାରୁ ଏବେ ଋଷ ରାଷ୍ଟ୍ରପତିଙ୍କୁ ଅଧିକ ଘାରିଛି AI ଡର । ହାଇ-ଟେକ୍ AI ଟୁଲ୍ସ ଜରିଆରେ ତାଙ୍କର ପ୍ରତିଟି ଗତିବିଧିକୁ ଟ୍ରାକ୍ କରାଯାଉଥିବା ପୁଟିନ୍ ଆଶଙ୍କା କରୁଛନ୍ତି । ଏପରିକି ପୁଟିନଙ୍କ ଉପରେ ବଡ଼ ଧରଣର ଆକ୍ରମଣ କିମ୍ବା ହତ୍ୟା ଷଡ଼ଯନ୍ତ୍ର ହୋଇପାରେ ।

ଆଉ ଏହି ଡର ଓ ଭୟରେ ପୁଟିନ ତାଙ୍କ ସୁରକ୍ଷାରେ ନିୟୋଜତ ସ୍ଵତନ୍ତ୍ର ସିସିଟିଭି ନେଟୱର୍କର ବଡ଼ ଅଂଶକୁ ସମ୍ପୂର୍ଣ୍ଣ ଭାବେ ହଟାଇ ଦେଇଛନ୍ତି । ପରେ ତାହାକୁ ସକ୍ରିୟ କଲା ବେଳେ ଇଣ୍ଟରନେଟ୍ ସଂଯୋଗକୁ ହଟାଇ ଦିଆଯାଇଛି । ଯେଭଳି କେହି ହ୍ୟାକ୍ ନ କରି ପାରିବେ ।

ଏଥିସହ ପଢ଼ନ୍ତୁ: ପାକିସ୍ତାନର ପକେଟ୍ ଖାଲି; ଗଧ ଆଣିବେ ଟଙ୍କା 

ଇରାନ୍ ବଢ଼ାଇଲା କ୍ରେମଲିନ୍ ଟେନସନ୍

କ୍ରେମଲିନ୍‌ ହଠାତ୍ ଡର ଓ ଭୟଭୀତ ହେବାର କାରଣ ହେଉଛି କ୍ରେମଲିନ୍ । ଇରାନର ସର୍ବୋଚ୍ଚ ନେତା ଅୟାତୁଲ୍ଲା ଖାମେନେଇଙ୍କୁ ହତ୍ୟା ପରେ ଋଷକୁ ଝଟ୍‌କା ଲାଗିଛି । ଋଷ ଆଶଙ୍କା କରୁଛି, ଇରାନରେ ଯାହା ବି ହେଲା ତାହା ବର୍ତ୍ତମାନର ସର୍ଭେଲାନ୍ସ ବ୍ୟବସ୍ଥାର ପୋଲ ଖୋଲି ଦେଇଛି ।

ମସ୍କୋ ଅନୁସାରେ, ଆଜିର ଆଧୁନିକ AI ସିଷ୍ଟମ ଲକ୍ଷ ଘଣ୍ଟାର ସିସିଟିଭି ଫୁଟେଜକୁ କେଇ ସେକେଣ୍ଡରେ ବିଶ୍ଲେଷଣ କରି ପାରିବ । ଆଉ ଜ୍ଞାନକୌଶଳ ମାଧ୍ୟମରେ କୌଣସି VVIPଙ୍କ ବ୍ୟବହାର, ତାଙ୍କ କାରକେଡ୍ ଓ ଗତିପଥର ସୁରକ୍ଷାକୁ ସହଜରେ ଡିକୋଡ୍ କରିହେବ । ଫଳରେ ହାଇ-ପ୍ରୋଫାଇଲ୍‌ଙ୍କୁ ଟାର୍ଗେଟ୍ କରିବା ସହଜ ହୋଇଯିବ ।

ଏହି ଡର କେବଳ କଥାରେ ନୁହେଁ ବରଂ ଋଷ ଭିତରେ ଘଟିଥିବା କିଛି ଘଟଣା ସତ ପ୍ରମାଣିତ କରୁଛି । ଚଳିତ ସପ୍ତାହରେ ମସ୍କୋ ନିକଟରେ ଏକ କାର ବୋମା ବିସ୍ଫୋରଣ ହୋଇଥିଲା । ଯେଉଁଥିରେ ବରିଷ୍ଠ ଜେନରାଲ୍ ପ୍ରାଣ ହରାଇଥିଲେ । ବିଗତ କିଛି ମାସ ହେଲେ ସେନାର ବରିଷ୍ଠ ଅଧିକାରୀ ଆକ୍ରମଣର ଶିକାର ହେଉଛନ୍ତି ।

ଏଥିସହ ପଢ଼ନ୍ତୁ: ଯୁଦ୍ଧ ବେଳେ ରେକର୍ଡ଼ ଭାଙ୍ଗିଲା ଇସ୍ରାଏଲ; ପଛରେ ପଡ଼ିଗଲା ଋଷିଆ 

ଯାହାକୁ ଦେଖି ପୁଟିନ ତାଙ୍କ ସୁରକ୍ଷାରେ ନିୟୋଜିତ ଯବାନଙ୍କ ପ୍ରୋଟୋକଲ୍ କଡ଼ାକଡ଼ କରି ଦେଇଛନ୍ତି । ପୁଟିନଙ୍କ ଆଖପାଖରେ ରହୁଥିବା ଷ୍ଟାଫ, ବ୍ୟକ୍ତିଗତ ସୁରକ୍ଷାକର୍ମୀ, ଫଟୋଗ୍ରାଫର ଓ ରୋଷେୟାଙ୍କ ଉପରେ ପ୍ରତିବନ୍ଧକ ଲଗାଯାଇଛି । ସମସ୍ତଙ୍କୁ ସର୍ବସାଧାରଣ ପରିବହନ ବ୍ୟବହାର କରିବାକୁ ମନା କରାଯାଇଛି ।

ଏପରିକି ବିଶ୍ଵସ୍ତ କର୍ମଚାରୀଙ୍କୁ ଇଣ୍ଟରନେଟ୍ ବ୍ୟବହାର ପାଇଁ ଅନୁମତି ଦିଆଯା ନାହିଁ । ସେମାନ କୌଣସି ଡିଭାଇସ୍ ବ୍ୟବହାର କରିପାରିବେ ନାହିଁ । କ୍ରେମଲିନର ଡର କୌଣସି କର୍ମଚାରୀଙ୍କ ଫୋନ କିମ୍ବା ଡିଭାଇସ୍ ବ୍ୟବହାର କରି ପୁଟିନଙ୍କ ଲୋକେସନ୍ ଓ ଗତିବିଧି ଟ୍ରାକ୍ ହୋଇପାରେ । ତେଣୁ ସୁରକ୍ଷାକୁ ବଢ଼ାଇ ଦିଆ ଯାଇଛି ।
Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Raja Festival
Sponsored