Gas Factory Explosion / କତାରର ଗ୍ୟାସ୍ ଫ୍ୟାକ୍ଟ୍ରିରେ ଭୟଙ୍କର ବିସ୍ଫୋରଣ; ୧୩ ମୃତ, ୬୬ ଆହତ
·1 hour ago·2 min read

Key Points
ଇରାନ-ଆମେରିକା ସଂଘର୍ଷରେ ଯବନିକା ପଡ଼ିଛି । ଉପସାଗରୀୟ ରାଷ୍ଟ୍ରରେ ଶାନ୍ତି ଫେରୁଥିବା ବେଳେ ଘଟିଛି ବଡ଼ ଅଘଟଣ । କତାରର ରାସ ଲଫ୍ଫାନ LNG କମ୍ପ୍ଲେକ୍ସରେ ଭୟଙ୍କର ବିସ୍ଫୋରଣ ହୋଇଛି । ବିସ୍ଫୋରଣରେ ଏବେ ସୁଦ୍ଧା ୧୩ ଜଣଙ୍କ ଜୀବନ ହାନି ହୋଇଛି ।
ନୂଆଦିଲ୍ଲୀ: ପଶ୍ଚିମ ଏସିଆରେ ଯୁଦ୍ଧ ଥମିଛି । ଇରାନ-ଆମେରିକା ସଂଘର୍ଷରେ ଯବନିକା ପଡ଼ିଛି । ଉପସାଗରୀୟ ରାଷ୍ଟ୍ରରେ ଶାନ୍ତି ଫେରୁଥିବା ବେଳେ ଘଟିଛି ବଡ଼ ଅଘଟଣ । ଯାହା ପୁଣି ପଶ୍ଚିମ ଏସିଆକୁ ଦୋହଲାଇ ଦେଇଛି ।
କତାରର ରାସ ଲଫ୍ଫାନ LNG କମ୍ପ୍ଲେକ୍ସରେ ଭୟଙ୍କର ବିସ୍ଫୋରଣ ହୋଇଛି । ଏହି ବିସ୍ଫୋରଣରେ ଏବେ ସୁଦ୍ଧା ୧୩ ଜଣଙ୍କ ଜୀବନ ହାନି ହୋଇଛି । ଯେଉଁଥିରେ ଏକାଧିକ ଭାରତୀୟ ଥିବା ସୂଚନା ମିଳିଛି । ୬୬ରୁ ଅଧିକ ଗୁରୁତର ଆହତ ହୋଇଛନ୍ତି ।
ଏଥିସହ ପଢ଼ନ୍ତୁ: ଇସ୍ରାଏଲ ଆକ୍ରମଣରେ ଥରହର ଲେବାନନ୍; ଧ୍ୱଂସାବଶେଷ ପାଲଟିଲା ହଜାରେ ବର୍ଷର ପୁରୁଣା ସହର
ଗ୍ୟାସ୍ ଫ୍ୟାକ୍ଟ୍ରିରେ ବିସ୍ଫୋରଣକୁ ନେଇ କତାର ସ୍ଥିତ ଭାରତୀୟ ଦୂତାବାସ ଚିନ୍ତା ପ୍ରକଟ କରିଛି । ପୂର୍ବରୁ ଆମେରିକା-ଇରାନ ଯୁଦ୍ଧ ବେଳେ ଏହି ଗ୍ଯାସ୍ ଫ୍ୟାକ୍ଟ୍ରି ଉପରେ ମିସାଇଲ୍ ମାଡ଼ ହୋଇଥିଲା । ଯୁଦ୍ଧ ସ୍ଥିତି ପରେ କାରଖାନା ପୁଣି ଥରେ କାର୍ଯ୍ୟକ୍ଷମ ହେଉଥିବା ବେଳେ ଏହି ଅଘଟଣ ଘଟିଛି ।
କ'ଣ କହିଲା କତାର ?
ଦୁର୍ଘଟଣାକୁ ନେଇ କତାରର ଅଧିକାରୀ ମୁହଁ ଖୋଲିଛନ୍ତି । କତାର ଅନୁସାରେ, ବରଜାନର ସ୍ଥାନୀୟ ଗ୍ୟାସ୍ ବିତରଣ ଫ୍ଯାସିଲିଟିରେ ହୋଇଥିବା ଅଘଟଣ ଏକ ବୈଷୟିକ ତ୍ରୁଟି । ଏହା ଦେଶର ସବୁଠୁ ବଡ଼ LNG ଉତ୍ପାଦନ ଓ ରପ୍ତାନୀ ହବ୍ ରାସ ଲଫ୍ଫାନ ଇଣ୍ଡଷ୍ଟ୍ରିଆଲ୍ ସିଟିର ଅଂଶ ।
ଦୋହା ସ୍ଥିତ ଭାରତୀୟ ଦୂତାବାସ ଏହି ବିସ୍ଫୋରଣକୁ ନେଇ ଗଭୀର ଚିନ୍ତା ପ୍ରକାଶ କରିଛି । ଏହି ବିସ୍ଫୋରଣରେ ଏକାଧିକ ଆହତ ହୋଇଥିବା ବେଳେ ଅନେକ ନିଖୋଜ ଅଛନ୍ତି ।
ଏଥିସହ ପଢ଼ନ୍ତୁ: ୟୁକ୍ରେନ୍ ବଦଳାଇଲା ଯୁଦ୍ଧର ଭୂଗୋଳ; ଦୋହଲି ଉଠିଲା ଋଷିଆ
ହର୍ମୁଜ ପ୍ରଣାଳୀକୁ ଇରାନ ନିୟନ୍ତ୍ରଣକୁ ନେବା ପରେ କତାର ଗ୍ୟାସ୍ ଉତ୍ପାଦନ ବନ୍ଦ ରଖିଥିଲା । ଯାହାର ପ୍ରଭାବ ପଡ଼ିଥିଲା ଦୁନିଆର ଗ୍ୟାସ୍ ବଜାର ଉପରେ । କତାର ପକ୍ଷରୁ ଅନ୍ୟ ଦେଶକୁ LNG ରପ୍ତାନୀ ହୋଇପାରୁ ନଥିଲା । ଏବେ ଯୁଦ୍ଧ ଶେଷ ପରେ ରପ୍ତାନୀ ପାଇଁ କାମ ଆରମ୍ଭ ହୋଇଥିବା ବେଳେ ବିସ୍ଫୋରଣ ଘଟିଛି ।
ସରକାରୀ କମ୍ପାନୀ କତାର ଏନର୍ଜ ଅନୁସାରେ, ରବିବାର ରାତି ବରଜାନ ଗ୍ୟାସ୍ ସପ୍ଲାଏ ଫ୍ୟାସିଲିଟରେ ଏହି ବିସ୍ଫୋରଣ ହୋଇଛି । ବିସ୍ଫୋରଣ ପରେ ନିଆଁ ଲାଗି ଯାଇଛି । କତାର ହେଉଛି ଦୁନିଆର ଅନ୍ୟତମ ବଡ଼ ପ୍ରାକୃତିକ ଗ୍ୟାସ୍ ଉତ୍ପାଦକ ଦେଶ । ଏବେ ସେଠାରେ ବିସ୍ଫୋରଣ ପୁଣି ଥରେ ବିଶ୍ଵରେ LNG ସଂକଟ ସୃଷ୍ଟି କରିପାରେ ।

📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Related Topics
Explore more stories