Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
International

Ukraine Drone Strike Update / ୟୁକ୍ରେନ୍ ବଦଳାଇଲା ଯୁଦ୍ଧର ଭୂଗୋଳ; ଦୋହଲି ଉଠିଲା ଋଷିଆ

Subhramjit Ray
Browse all articles by Subhramjit Ray
·3 weeks ago·2 min read
ୟୁକ୍ରେନ୍ ବଦଳାଇଲା ଯୁଦ୍ଧର ଭୂଗୋଳ; ଦୋହଲି ଉଠିଲା ଋଷିଆ
Ukraine Drone Strike

Key Points

ବିଗତ କିଛି ମାସ ମଧ୍ୟରେ ରୁଷିଆର ତୈଳ ଭିତ୍ତିଭୂମି ଉପରେ ଆକ୍ରମଣକୁ ଜୋରଦାର କରିଛି ୟୁକ୍ରେନ୍।ଯ ଚଳିତ ସପ୍ତାହରେ କେବଳ ରାଜଧାନୀ ମସ୍କୋ ଏକ ତୈଳ ବିଶୋଧନାଗାରକୁ ୨ ଥର ଟାର୍ଗେଟ କରାଯାଇଛି।
Ukraine drone strike on Russian oil refinery: ୟୁକ୍ରେନ୍, ଋଷିଆ ବିରୋଧରେ ଚାଲିଥିବା ଯୁଦ୍ଧରେ ସୀମାରୁ ପ୍ରାୟ ୨୦୦୦ କିଲୋମିଟର ଦୂରରେ ଅବସ୍ଥିତ ୟୁରାଲ ଅଞ୍ଚଳରେ ଥିବା ଟ୍ୟୁମେନ୍ ତୈଳ ବିଶୋଧନାଗାରକୁ ଟାର୍ଗେଟ କରିଥିଲା। ୟୁକ୍ରେନ୍ ରାଷ୍ଟ୍ରପତି ଭୋଲୋଡିମିର୍ ଜେଲେନସ୍କି ଦାବି କରିଛନ୍ତି ଯେ ତାଙ୍କ ଦେଶ ଏବେ ଏପରି ଦୂରଗାମୀ ଡ୍ରୋନ୍ ବିକଶିତ କରିଛି, ଯିଏ ୩୦୦୦ କିଲୋମିଟରରୁ ଅଧିକ ଲକ୍ଷ୍ୟଭେଦ କରିପାରିବ। ଏହି ନୂତନ ଅସ୍ତ୍ର ଏବେ ଯୁଦ୍ଧର ଭୂଗୋଳକୁ ସମ୍ପୂର୍ଣ୍ଣ ବଦଳାଇ ଦେଇଛି।

ଋଷିଆର ୟୁରାଲ ଅଞ୍ଚଳରେ ଅବସ୍ଥିତ ଟ୍ୟୁମେନ୍ ତୈଳ ବିଶୋଧନାଗାର ଉପରେ ହୋଇଥିବା ୟୁକ୍ରେନ୍ ଡ୍ରୋନ୍ ଆକ୍ରମଣ ଏବେ ଆତଙ୍କ ସୃଷ୍ଟି କରିଥିଲା। ଏହି ଘଟଣାରେ ପ୍ରତିକ୍ରିୟା ରଖି ଟ୍ୟୁମେନ୍ ଗଭର୍ଣ୍ଣର ଆଲେକଜାଣ୍ଡାର ମୁର୍ କହିଛନ୍ତି ଯେ ଡ୍ରୋନ୍ ଭଗ୍ନାବଶେଷ ତୈଳ ବିଶୋଧନଗାର ପରିସରରେ ପଡ଼ିଛି। ଜରୁରୀକାଳୀନ ସେବା କର୍ମଚାରୀ ତୁରନ୍ତ ଘଟଣାସ୍ଥଳରେ ପହଞ୍ଚିଥିଲେ। ପ୍ରାରମ୍ଭିକ ସୂଚନା ଅନୁଯାୟୀ,ଏହି ଡ୍ରୋନ୍ ଆକ୍ରମଣରେ କୌଣସି ବଡ଼ କ୍ଷୟକ୍ଷତି ହୋଇନାହିଁ। ସତର୍କତା ସ୍ୱରୂପ ଶ୍ରମିକଙ୍କୁ ଅନ୍ୟତ୍ର ସ୍ଥାନାନ୍ତର କରାଯାଇଛି।

ଟ୍ୟୁମେନ୍ ହେଉଛି ଋଷିଆର ସର୍ବବୃହତ ବ୍ୟକ୍ତିଗତ ମାଲିକାନା ଦ୍ୱାରା ପରିଚାଳିତ ତୈଳ ବିଶୋଧନାଗାର ମଧ୍ୟରୁ ଅନ୍ୟତମ। ଯିଏ ପ୍ରତିଦିନ ପ୍ରାୟ ୧, ୫୧,୦୦୦ ବ୍ୟାରେଲ୍ ଅଶୋଧିତ ତୈଳ ପ୍ରକ୍ରିୟାକରଣ କରିବାର କ୍ଷମତା ରଖିଥାଏ। ଋଷିଆର ଘରୋଇ ବଜାର ପାଇଁ ଏହି ବିଶୋଧନାଗାର ହେଉଛି ଇନ୍ଧନର ଏକ ଗୁରୁତ୍ୱପୂର୍ଣ୍ଣ ଉତ୍ସ।

ଏହା ସହ ପଢନ୍ତୁ:  ମସ୍କୋ ଆକାଶରେ କଳା ବର୍ଷା; ଡ୍ରୋନ ଆକ୍ରମଣରେ ଆତଙ୍କିତ ରାଜଧାନୀ ବାସିନ୍ଦା

ଋଷିଆର ଇନ୍ଧନ ଯୋଗାଣ ଉପରେ ଘନୀଭୂତ ହେଉଛି ସଙ୍କଟ
ୟୁକ୍ରେନ୍ ବିଗତ କିଛି ମାସ ମଧ୍ୟରେ ଋଷିଆର ତୈଳ ଭିତ୍ତିଭୂମି ଉପରେ ଆକ୍ରମଣକୁ ଜୋରଦାର କରିଛି। ଚଳିତ ସପ୍ତାହରେ କେବଳ ରାଜଧାନୀ ମସ୍କୋ ସ୍ଥିତ ବିଶୋଧନଗାରକୁ ୨ ଥର ଟାର୍ଗେଟ କରାଯାଇଥିଲା। ଏକ ଆକଳନ ଅନୁଯାୟୀ ଏପରି ବାରମ୍ବାର ଡ୍ରୋନ୍ ଆକ୍ରମଣ ଯୋଗୁଁ ଚଳିତ ମାସରେ ଋଷିଆର ଅଶୋଧିତ ତୈଳ ପ୍ରକ୍ରିୟାକରଣ ହାର ୨ ଦଶନ୍ଧି ମଧ୍ୟରେ ସର୍ବନିମ୍ନ ସ୍ତରକୁ ଖସି ଆସିଥିଲା। ଏହାର ସିଧାସଳଖ ପ୍ରଭାବ ଏବେ ଦେଶର ଜନସାଧାରଣଙ୍କ ଉପରେ ପଡୁଛି। ଏହି ରିପୋର୍ଟ ଏକ ସ୍ଥାନୀୟ ଶିଳ୍ପ ପରାମର୍ଶଦାତା ସଂସ୍ଥା ପକ୍ଷରୁ ଦିଆଯାଇଛି।

ଋଷିଆର ଗ୍ରାମାଞ୍ଚଳ ଉପରେ ଆକ୍ରମଣ କରୁଛି ୟୁକ୍ରେନ୍
ୟୁକ୍ରେନ ଏବେ ନିୟମିତ ଭାବରେ ଋଷିଆର ଦୂରଦୂରାନ୍ତ ଅଞ୍ଚଳ, ଯେପରିକି ଉରାଲ ପାର୍ବତ୍ୟାଞ୍ଚଳ ଏବଂ ସେହି ସମ୍ପ୍ରଦାୟକୁ ଟାର୍ଗେଟ କରୁଛି ଯେଉଁଠିକାର ଲୋକେ ପୂର୍ବରୁ ଯୁଦ୍ଧକୁ ଏକ ପୃଥକ ସମସ୍ୟା ବୋଲି ବିବେଚନା କରୁଥିଲେ। ଶନିବାର ଆକ୍ରମଣ ପରେ ଉରାଲ ଅଞ୍ଚଳର ଅନେକ ବିମାନବନ୍ଦରରେ ବିମାନ ଚଳାଚଳ ବନ୍ଦ କରିବାକୁ ପଡି଼ଥିଲା। କାରଣ ଋଷିଆର ବାୟୁ ପ୍ରତିରକ୍ଷା ବ୍ୟବସ୍ଥା ୟୁକ୍ରେନ୍ ଦ୍ୱାରା ହେଉଥିବା ଡ୍ରୋନ ଆକ୍ରମଣକୁ ପ୍ରତିହତ କରିବା ଜାରି ରଖିଥିଲା।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
Ukraine Hits Russian Oil Refinery 2,000 KM Deep with Long-Range Drone | Argus News