Israel Strike on Lebanon Update / ଇସ୍ରାଏଲ ଆକ୍ରମଣରେ ଥରହର ଲେବାନନ୍; ଧ୍ୱଂସାବଶେଷ ପାଲଟିଲା ହଜାରେ ବର୍ଷର ପୁରୁଣା ସହର
·1 hour ago·3 min read

Key Points
ହିଜିବୁଲ୍ଲା ସଙ୍ଗଠନକୁ ଟାର୍ଗେଟ କରି ଇସ୍ରାଏଲ ଦ୍ୱାରା ହେଉଥିବା ଲଗାତାର ଆକ୍ରମଣ କାରଣରୁ ଧ୍ୱଂସ ସ୍ତୁପରେ ପରିଣତ ହୋଇଛି ଟାୟର ସହର। ହଜାରେ ବର୍ଷର ପୁରୁଣା ରୋମାନ୍ ଧ୍ୱଂସାବଶେଷ, ମନୋରମ ସମୁଦ୍ର ଉପକୂଳ, ତାଜା ସାମୁଦ୍ରିକ ଖାଦ୍ୟ ପାଇଁ ପ୍ରସିଦ୍ଧ ରହିଥିଲା ଏହି ଲେବାନନ୍ ସହର।
Israel Strike on Ancient Lebanon City Tyre: ଇସ୍ରାଏଲ ଆକ୍ରମଣରେ ଥରହର ହୋଇଉଠିଛି ଲେବାନନ୍ ର ଟାୟର ସହର। କେବେ ହଜାରେ ବର୍ଷର ପୁରୁଣା ରୋମାନ୍ ଧ୍ୱଂସାବଶେଷ, ମନୋରମ ସମୁଦ୍ର ଉପକୂଳ, ତାଜା ସାମୁଦ୍ରିକ ଖାଦ୍ୟ ପାଇଁ ପ୍ରସିଦ୍ଧ ରହିଥିବା ଲେବାନନ୍ ର ଏହି ଐତିହାସିକ ସହରରେ ଏବେ ନୀରବତା ଏବଂ ଧ୍ୱଂସର ଲୀଳା ଦେଖିବାକୁ ମିଳିଛି। ଯୁଦ୍ଧ ପୂର୍ବରୁ ଯେଉଁ ସହରରେ ଗ୍ରୀଷ୍ମ ଋତୁରେ ପର୍ଯ୍ୟଟକଙ୍କ ଭିଡ଼ ହେଉଥିଲା, ସେଠାରେ ବର୍ତ୍ତମାନ ରାସ୍ତା ନିର୍ଜନ, ହୋଟେଲ ଏବଂ ରେସ୍ତୁରାଁ ଖାଲି ହୋଇଯାଇଛି। ଏପରିକି ସ୍ଥାନୀୟ ଲୋକେ ମଧ୍ୟ ନିଜ ସହରରେ ଭୟର ବାତାବରଣରେ ବସବାସ କରୁଛନ୍ତି। ସହରର କିଛି ଅଂଶ ଇସ୍ରାଏଲ ଦଖଲକୁ ଚାଲିଯାଇଛି। ଇସ୍ରାଏଲୀ ବିମାନ ଆକ୍ରମଣ କେବଳ ସହରରେ ଘରଦ୍ୱାରକୁ ଧ୍ୱଂସ କରିନାହିଁ ବରଂ ଟାୟର ସହରରେ ରହିଥିବା ଶତାବ୍ଦୀ ପୁରୁଣା ଐତିହ୍ୟକୁ ମଧ୍ୟ କ୍ଷତି ପହଞ୍ଚାଇଛି।
ଯୁଦ୍ଧବିରତି ସତ୍ତ୍ୱେ ଜାରି ରହିଛି ବିନାଶ
ଇସ୍ରାଏଲ-ହିଜବୁଲ୍ଲା ମଧ୍ୟରେ ନୂତନ ଯୁଦ୍ଧବିରତି ସତ୍ତ୍ୱେ, ସହରରେ ସାଧାରଣ ଜୀବନ ଏପର୍ଯ୍ୟନ୍ତ ସ୍ୱାଭାବିକ ହୋଇନାହିଁ। ଲୋକେ ଭୟ କରୁଛନ୍ତି ଯେ ପୂର୍ବ ଯୁଦ୍ଧବିରତି ପରି ଏହି ଯୁଦ୍ଧବିରତି ଯେକୌଣସି ସମୟରେ ଭଙ୍ଗ ହୋଇପାରେ। ଆମେରିକା-ଇରାନ ମଧ୍ୟରେ ସ୍ୱୀଜରଲ୍ୟାଣ୍ଡ ଠାରେ ଆଲୋଚନା ଚାଲିଛି। ଯାହା ଆଶା ସୃଷ୍ଟି କରୁଛି ଯେ ଲେବାନନ୍ ନାଗରିକ ଶେଷରେ ସେମାନଙ୍କ ଦେଶକୁ ଫେରିପାରିବେ। ଗତ ମାର୍ଚ୍ଚରେ ଇସ୍ରାଏଲ-ହିଜବୁଲ୍ଲା ମଧ୍ୟରେ ଯୁଦ୍ଧ ଆରମ୍ଭ ହେବା ପରଠାରୁ ଲେବାନନରେ ପ୍ରାୟ ୪ ହଜାରରୁ ଅଧିକ ଲୋକଙ୍କ ମୃତ୍ୟୁ ହୋଇ ସାରିଲାଣି। ଇରାନ ଯୁଦ୍ଧ ଆରମ୍ଭ ହେବାର ଦୁଇ ଦିନ ପରେ ହିଜବୁଲ୍ଲା ଇସ୍ରାଏଲ ଉପରେ ଆକ୍ରମଣ କରିଥିଲା। ଯାହା ଫଳରେ ସଂଘର୍ଷ ଦ୍ରୁତ ଗତିରେ ବୃଦ୍ଧି ପାଇଥିଲା। ଇସ୍ରାଏଲୀ ଆକ୍ରମଣ ଏବେ ଦକ୍ଷିଣ ଲେବାନନର ଏକ ବଡ଼ ଅଂଶରେ ଧ୍ୱଂସର ଲୀଳା ରଚିଛି।ଯେଉଁଥିରୁ ଟାୟାର ସହର ବାଦ ପଡ଼ିନାହିଁ।
ଏହା ସହ ପଢନ୍ତୁ: ଐତିହାସିକ ବ୍ୟୁଫୋର୍ଟ ଦୁର୍ଗରେ ଉଡ଼ିଲା ଇସ୍ରାଏଲ ବିଜୟ ବାନା; କଣ ରହିଛି ଏହାର ଇତିହାସ?
କେବେ ସହରରେ ହେଉଥିଲା ପର୍ଯ୍ୟଟକଙ୍କ ଭିଡ଼
ଗ୍ରୀଷ୍ମ ଋତୁରେ ଟାୟାର ସହରରେ ହେଉଥିଲା ପର୍ଯ୍ୟଟକଙ୍କ ଭିଡ଼। ଲୋକେ ଏହାର ବେଳାଭୂମିରେ ସମୟ ବିତାଇବା ସହ ରୋମାନ୍ ଧ୍ୱଂସାବଶେଷ ଦେଖୁଥିଲେ। ଏପରିକି ସେମାନେ ସଦ୍ୟ ଧରାଯାଇଥିବା ମାଛର ସ୍ୱାଦ ନେବା ସହ ନୌକା ବିହାର କରୁଥିଲେ। ହେଲେ ବର୍ତ୍ତମାନ ପରିସ୍ଥିତି ସମ୍ପୂର୍ଣ୍ଣ ବଦଳି ଯାଇଛି। ଖୋଲା ରହିଥିବା କିଛି ରେସ୍ତୁରାରେ ଖାଲି ଟେବୁଲ ରହିଛି। ଯୁଦ୍ଧ ଦ୍ୱାରା ବିସ୍ଥାପିତ ଲୋକ ସମୁଦ୍ର ଉପକୂଳରେ ରହିଥିବା ବିଚ୍ ପାର୍କିଂ ସ୍ଥାନରେ ତମ୍ବୁରେ ରହୁଛନ୍ତି। ଯେଉଁଠାରେ ପର୍ଯ୍ୟଟକ ସେମାନଙ୍କ ଗାଡ଼ି ପାର୍କ କରୁଥିଲେ। ସ୍ଥାନୀୟ ମତ୍ସ୍ୟଜୀବୀ ଏବଂ ନାବିକ କହିଛନ୍ତି ଯେ ସେମାନେ ବନ୍ଦର ଠାରୁ ଦୂରକୁ ଯିବାକୁ ସାହସ କରୁନାହାଁନ୍ତି। କାରଣ ସେମାନଙ୍କୁ ଟାର୍ଗେଟ କରାଯାଇପାରେ।
ଜୁନ୍ ଆରମ୍ଭରେ ଇସ୍ରାଏଲ ସମଗ୍ର ଟାୟର ସହରକୁ ଖାଲି କରିବା ପାଇଁ ଏକ ଚେତାବନୀ ଜାରି କରିଥିଲା। ଏହା ପରେ ସହର ସାରା ପ୍ରବଳ ବିମାନ ଆକ୍ରମଣ କରିଥିଲା। ଇସ୍ରାଏଲ ଦାବି କରିଥିଲା ଯେ ଏହି ଆକ୍ରମଣ ହିଜବୁଲ୍ଲା ସଙ୍ଗଠନକୁ ଟାର୍ଗେଟ କରି କରାଯାଇଥିଲା। ହେଲେ ତଥାପି ଏହି ଆକ୍ରମଣର ପ୍ରଭାବ ସହରର ଐତିହାସିକ ସ୍ଥାନ ଉପରେ ପଡ଼ିଥିଲା। ଦ୍ୱିତୀୟ ଶତାବ୍ଦୀର ଏକ ପ୍ରାଚୀନ ଦୁର୍ଗର ଅବଶେଷ ନିକଟରେ ଥିବା ଅନେକ କୋଠା ନଷ୍ଟ ହୋଇଥିଲା। ଭଗ୍ନାବଶେଷ କିଛି ରୋମାନ୍ ସ୍ତମ୍ଭର ଉପର ଭାଗକୁ ଭାଙ୍ଗି ଦେଇଥିଲା। ହଜାର ହଜାର ବର୍ଷ ପୁରୁଣା ରୋମାନ୍ ରାସ୍ତାର ପଥର କ୍ଷତିଗ୍ରସ୍ତ କରିଥିଲା। ଏହି ଅଞ୍ଚଳ ୟୁନେସ୍କୋ ବିଶ୍ୱ ଐତିହ୍ୟ ସ୍ଥଳ ଭାବରେ ପରିଚିତ।
ଏହା ସହ ପଢନ୍ତୁ: ଚର୍ଚ୍ଚାରେ ଇସ୍ରାଏଲ କାରନାମା; ତାଜୁବ ହୋଇଗଲା ଇରାକ ସହ ପୁରା ବିଶ୍ୱ
ଏହା ମଧ୍ୟ କୁହାଯାଉଛି ଯେ ଟାୟର ସହରର ଲୋକମାନେ ପ୍ରତିଦିନ ଅନୁଭବ କରୁଛନ୍ତି ଯେ ସ୍ଥାୟୀ ଶାନ୍ତି ଏପର୍ଯ୍ୟନ୍ତ ବହୁତ ଦୂରରେ ରହିଛି। ସହରର ଦକ୍ଷିଣରେ ଭାଗରେ ରହିଥିବା ବଡ଼ ଅଞ୍ଚଳ ଇସ୍ରାଏଲ ସେନା ନିୟନ୍ତ୍ରଣରେ ରହିଛି। ସାମ୍ପ୍ରତିକ ସମୟରେ ସହରର ଉପକୂଳରେ ଇସ୍ରାଏଲୀ ତୋପ ଗୁଳିର ଧୂଆଁ ଦୃଶ୍ୟମାନ ହେଉଛି। ଏକ ଦୂର ପାହାଡ଼ରେ ଏକ ଇସ୍ରାଏଲୀ ପତାକା ଉଡୁଥିବାର ଦୃଶ୍ୟ ଲୋକଙ୍କୁ ଏହା ମନେ ପକାଇ ଦେଉଛି ଯେ ଯୁଦ୍ଧ ହୁଏତ ଥମି ଯାଇଥିବ ହେଲେ ଏହାର ଯୁଦ୍ଧର ଛାୟା ଏବେ ମଧ୍ୟ ସହର ଉପରେ ରହିଛି।

📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Related Topics
Explore more stories
Israel strikes destroy ancient Lebanon cityLebanon historic heritage sites ruined photosTyre Baalbek destruction Israeli airstrikesThousands year old Lebanese city reduced to rubbleUNESCO heritage sites damaged in Lebanon warHeartbreaking photos of ruined Lebanese cityImpact of Israel Lebanon conflict on ancient historyLebanon architectural loss due to bombing images