Dead star near black hole / ୧୭୦୦ ବର୍ଷ ପୂର୍ବେ ମହାକାଶରେ ହୋଇଥିଲା ମୃତ୍ୟୁ; ଏବେ 'ବ୍ଲାକ୍ ହୋଲ୍' ନିକଟରେ ଆସିଲା ନଜର
·1 hour ago·3 min read

Key Points
ନାସା ଚନ୍ଦ୍ରା ଟେଲିସ୍କୋପ, ଆକାଶ ଗଙ୍ଗା ଛାୟାପଥର କୃଷ୍ଣଗହ୍ୱର ନିକଟରେ ଏକ ପ୍ରାଚୀନ ଏବଂ ବିଶାଳ ନକ୍ଷତ୍ର ବିସ୍ଫୋରଣର ଭଗ୍ନାବଶେଷ ଆବିଷ୍କାର କରିଛି। ଯାହା ମହାକାଶ ବିଜ୍ଞାନ ଇତିହାସରେ ଏକ ପ୍ରମୁଖ ଆବିଷ୍କାର।
Supernova remnant 1700 years ago: ବ୍ରହ୍ମାଣ୍ଡରେ ଏପରି ଅନେକ ରହସ୍ୟ ଲୁଚି ରହିଛି, ଯାହାର ଉତ୍ତର ମହାକାଶ ବିଜ୍ଞାନୀ ଆଜି ପର୍ଯ୍ୟନ୍ତ ଦେଇ ପାରିନାହାଁନ୍ତି। କୃଷ୍ଣଗହ୍ୱର (ବ୍ଲାକ୍ ହୋଲ୍) କୁ ମହାକାଶର ସବୁଠାରୁ ରହସ୍ୟମୟ ଅଞ୍ଚଳ ବୋଲି ବିବେଚନା କରାଯାଏ। କିଛି ବର୍ଷ ପୂର୍ବେ ପର୍ଯ୍ୟନ୍ତ ମଣିଷ କେବଳ "ବ୍ଲାକ୍ ହୋଲ୍" ସହ ଜଡ଼ିତ ଏକ ତତ୍ତ୍ୱ (Theory) ରହିଥିଲା। ହେଲେ ବର୍ତ୍ତମାନ ବୈଜ୍ଞାନିକଙ୍କ ପାଖରେ ଏହାର ଫଟୋ ମଧ୍ୟ ରହିଛି। ଅନେକ ବୈଜ୍ଞାନିକ ଏବଂ ସ୍ପେଶ୍ ଏଜେନ୍ସି ଏହାକୁ ଆହୁରି ବୁଝିବା ପାଇଁ ନିରନ୍ତର ଚେଷ୍ଟା କରୁଛନ୍ତି। ଏହି "ବ୍ଲାକ୍ ହୋଲ୍" (Black hole) ନିକଟରୁ ଏକ ନୂତନ ପର୍ଯ୍ୟବେକ୍ଷଣ ବିଶ୍ୱବ୍ୟାପୀ ମହାକାଶ ବିଜ୍ଞାନୀଙ୍କୁ ଆଶ୍ଚର୍ଯ୍ୟ କରିଛି।
ଆମେରିକୀୟ ସ୍ପେଶ ଏଜେନ୍ସି (US Space Agency) ନାସାର "ଚନ୍ଦ୍ର ଏକ୍ସ-ରେ ଅବଜରଭେଟୋରୀ" (NASA Chandra X-ray Observatory) ଏବଂ ୟୁରୋପୀୟ ସ୍ପେସ୍ ଏଜେନ୍ସି (European Space Agency) ଏକ୍ସଏମଏମ-ନ୍ୟୁଟନ୍ ଟେଲିସ୍କୋପ୍ (XMM-Newton Telescope) ମିଳିତ ଭାବରେ, "ଆକାଶ ଗଙ୍ଗା" ଛାୟପଥର (Milky Way Galaxy) କେନ୍ଦ୍ରରେ ଏକ ଅନନ୍ୟ ବସ୍ତୁ ଆବିଷ୍କାର କରିଛନ୍ତି। ବୈଜ୍ଞାନିକ "ଆକାଶ ଗଙ୍ଗା" ଛାୟପଥର କୃଷ୍ଣଗହ୍ୱର, "ସାଜିଟାରିୟସ୍-ଏ" (Sagittarius-A) ପାଖରେ ଏକ ପ୍ରାଚୀନ ଏବଂ ବିପର୍ଯ୍ୟୟକାରୀ ନକ୍ଷତ୍ର ବିସ୍ଫୋରଣ (Supernova) ଘଟଣାକ୍ରମର ସମ୍ଭାବ୍ୟ ଅବଶେଷ ଆବିଷ୍କାର କରିଛନ୍ତି।
ଏହା ସହ ପଢନ୍ତୁ: ମଙ୍ଗଳବାର ହେବ ଶୁକ୍ର-ବୃହସ୍ପତି ମହାମିଳନ; ଖାଲି ଆଖିରେ ଦେଖିପାରିବେ ଏହି ଖଗୋଳୀୟ ଘଟଣା
"ବ୍ଲାକ୍ ହୋଲ୍" ନିକଟରେ ମିଳିଲା ନକ୍ଷତ୍ର ଖଣ୍ଡ
ଯଦି ବୈଜ୍ଞାନିକମାନେ ଏହା ନିଶ୍ଚିତ କରିପାରନ୍ତେ, ତାହେଲେ ଏହା ମହାକାଶ ଇତିହାସରେ ଏକ "ବ୍ଲାକ୍ ହୋଲ୍" ନିକଟରେ ମିଳିଥିବା ଏକ ମୃତ ତାରା ଖଣ୍ଡ ହେବ। ଆଶ୍ଚର୍ଯ୍ୟର କଥା ଏହା ଯେ ପ୍ରାୟ ୧୭୦୦ ବର୍ଷ ପୂର୍ବେ ଘଟିଥିବା ଏହି ବିଶାଳ ବିସ୍ଫୋରଣ ଏପର୍ଯ୍ୟନ୍ତ ଶାନ୍ତ ହୋଇନାହିଁ। ଏହି ନୂତନ ଆବିଷ୍କାର ବିଷୟରେ ଏକ ରିପୋର୍ଟ "ଦି ଆଷ୍ଟ୍ରୋଫିଜିକାଲ ଜର୍ଣ୍ଣାଲ" (The Astrophysical Journal) ପ୍ରକାଶିତ ହୋଇଛି। ନକ୍ଷତ୍ର ବିସ୍ଫୋରଣର ଅବଶେଷ୍ଟାଂଶ ହେଉଛି ବିସ୍ଫୋରଣ ହୋଇଥିବା ତାରାର ବିସ୍ତାରିତ ଅବଶେଷାଂଶ। ଯେଉଁଥିରେ ଲୁହା, ଅମ୍ଳଜାନ ଏବଂ ସିଲିକନ୍ ଭଳି ଉପାଦାନ ରହିଥାଏ। ଯାହା କୌଣସି ଗ୍ରହର ଗଠନ ଏବଂ ଜୀବନର ବିକାଶ ପାଇଁ ଜରୁରୀ।
ନାସା ଅନୁଯାୟୀ ମହାକାଶ ବିଜ୍ଞାନୀ "ଚନ୍ଦ୍ରା" ଏବଂ "ଏକ୍ସଏମଏଏମ-ନ୍ୟୁଟନ୍" ତଥ୍ୟ ବ୍ୟବହାର କରି ଆକାଶଗଙ୍ଗା ଛାୟାପଥର କେନ୍ଦ୍ର ନିକଟରେ ଏକ ତାରା-ଗଠନକାରୀ ଅଞ୍ଚଳରେ ଏକ ନୂତନ ନକ୍ଷତ୍ର ବିସ୍ଫୋରଣର ଅବଶିଷ୍ଟାଂଶ ଆବିଷ୍କାର କରିଛନ୍ତି। ହେଲେ ତଥାପି ବୈଜ୍ଞାନିକ ଏପର୍ଯ୍ୟନ୍ତ ଏହାକୁ ସମ୍ପୂର୍ଣ୍ଣ ଭାବରେ ନିଶ୍ଚିତ କରିପାରି ନାହାନ୍ତି।
"ଏକ୍ସ-ରେ" ତଥ୍ୟରୁ ମିଳିଲା ପ୍ରମଣା
ପୃଥିବୀରୁ ପ୍ରାୟ ୨୬ ହଜାର ଆଲୋକବର୍ଷ ଦୂରରେ ଅବସ୍ଥିତ ଏହି ନୂତନ ନକ୍ଷତ୍ର ବିସ୍ଫୋରଣର ଅବଶିଷ୍ଟାଂଶର ପ୍ରମାଣ "ଚନ୍ଦ୍ରା" ଏବଂ "ଏକ୍ସଏମଏଏମ-ନ୍ୟୁଟନ୍" ତଥ୍ୟରୁ ମିଳିଛି। "ଏକ୍ସ-ରେ" ତଥ୍ୟରେ "ଏକ୍ସ-ରେ" ନିର୍ଗମନର (X-ray Emission) ଏକ "ବ୍ଲବ୍" (Blob) ଅର୍ଥାତ ଦାଗ ଦେଖିବାକୁ ମିଳିଥାଏ। ଏହା ଏକ ଅତି ବିଶାଳ ତାରା ଅବଶିଷ୍ଟାଂଶରୁ ଆସୁଥିବାର ବିଶ୍ୱାସ କରାଯାଏ। ଯାହା ଏକ ନକ୍ଷତ୍ର ବିସ୍ଫୋରଣରେ ଧ୍ୱଂସ ପାଇଥିଲା। ଯାହା ଏକ ପ୍ରସାରିତ ହୋଇ ରହିଥିବା ଏକ ବଡ଼ ଗ୍ୟାସ୍ ବାଦଲ ମଧ୍ୟରେ ଲୁଚି ରହିଥିଲା।
ଏହା ସହ ପଢନ୍ତୁ: ନୀଳ ସୂର୍ଯ୍ୟାସ୍ତ ସହ ଝଲସୁଥିବା ତାରା; କିପରି ଦେଖାଯାଏ ମଙ୍ଗଳ ଗ୍ରହର ଆକାଶ?
ଘଣ୍ଟା ପ୍ରତି ୨୦ ଲକ୍ଷ ମାଇଲ ବେଗରେ ବିସ୍ତାରିତ ହୋଇଛି ଭଗ୍ନାବଶେଷ
ଯଦି ଏହା ପ୍ରକୃତରେ ଏକ ନକ୍ଷତ୍ର ବିସ୍ଫୋରଣର ଅବଶେଷ, ହେଲେ ଏହା ଘଣ୍ଟା ପ୍ରତି ପ୍ରାୟ ୨୦ ଲକ୍ଷ ମାଇଲ ବେଗରେ ବିସ୍ତାରିତ ହେଉଛି। ଯାହା ଅତି କମରେ ୧୭୦୦ ବର୍ଷ ପୁରୁଣା। ନାସା ବର୍ତ୍ତମାନ ନିଷ୍କ୍ରିୟ ହୋଇଥିବା ଷ୍ଟ୍ରାଟୋସ୍ଫେରିକ ଅବଜରଭେଟୋରୀ ଫର୍ ଇନଫ୍ରାରେଡ ଆଷ୍ଟ୍ରୋନୋମି (Stratospheric Observatory for Infrared Astronomy) "ସୋଫିଆ ମିଶନ" (SOFIA Mission) ଦ୍ୱାରା ଏକ ପର୍ଯ୍ୟବେକ୍ଷଣରୁ "ସାଜିଟାରିୟସ୍-ସି" (Sagittarius-C) ଚାରିପାଖରେ ଗ୍ୟାସ୍ ର ଏକ ବିସ୍ତାରିତ ସ୍ତରର ପ୍ରମାଣ ପ୍ରକାଶ ପାଇଥିଲା। ଯହା ମହାକାଶ ବିଜ୍ଞାନୀଙ୍କୁ ସୂଚାଇ ଦେଇଥିଲା ଯେ ସେହି ସ୍ଥାନରେ ଏକ ନକ୍ଷତ୍ର ବିସ୍ଫୋରଣ ହୋଇଥିଲା।

📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Related Topics
Explore more stories