Argus News | Odisha News Today, ଓଡ଼ିଶା ଖବର , Odisha latest news

|
logo
Live

Argus News - ଭବିଷ୍ୟତରେ ଭାରତରେ ମହଙ୍ଗା ହୋଇଯିବ ଭାତ! ଚିନ୍ତା ବଢାଇଲା ବୈଜ୍ଞାନିକଙ୍କ ଚେତାବନୀ

International

rice will be luxury food / ଭବିଷ୍ୟତରେ ଭାରତରେ ମହଙ୍ଗା ହୋଇଯିବ ଭାତ! ଚିନ୍ତା ବଢାଇଲା ବୈଜ୍ଞାନିକଙ୍କ ଚେତାବନୀ

Subhramjit Ray
Browse all articles by Subhramjit Ray
·1 hour ago·4 min read
ଭବିଷ୍ୟତରେ ଭାରତରେ ମହଙ୍ଗା ହୋଇଯିବ ଭାତ! ଚିନ୍ତା ବଢାଇଲା ବୈଜ୍ଞାନିକଙ୍କ ଚେତାବନୀ
rice will be luxury food

Key Points

ଦିନକୁ ଦିନ ବଢି ଚାଲିଥିବା ଗରମ ଯୋଗୁଁ ଧାନ ଗଛର ତାପମାତ୍ର ସହ୍ୟ କରିବାର କ୍ଷମତା ଶେଷ ସୀମାରେ ପହଞ୍ଚିବାରେ ଲାଗିଛି। ନୂତନ ଗବେଷଣା ଅନୁଯାୟୀ ୪୦ ଡିଗ୍ରୀ ସେଲସିୟସ୍ ଠାରୁ ଅଧିକ ତାପମାତ୍ରା ଫସଲ ନଷ୍ଟ କରିପାରେ। ଯାହା ଭାରତ ଭଳି ଏକ ପ୍ରମୁଖ ଧାନ ଉତ୍ପାଦନକାରୀ ଦେଶ ପାଇଁ ଏକ ଗମ୍ଭୀର ଚେତାବନୀ ସଦୃଶ୍ୟ।
କଳ୍ପନା କରନ୍ତୁ ଯେ ଦିନେ ଆପଣଙ୍କ ଥାଳିରୁ ଭାତ ସମ୍ପୂର୍ଣ୍ଣ ଭାବରେ ଗାଏବ ହୋଇଯାଇଛି। ଆପଣ ଏକଥା ଶୁଣିବା ପରେ ହୁଏତ ବିଶ୍ୱାସ କରି ପରୁନଥିବେ। ହେଲେ ଭବିଷ୍ୟତରେ ଏଭଳି ପରିସ୍ଥିତିର ସାମ୍ନା କରିବାକୁ ପଡ଼ିପାରେ। କାରଣ ଚାଉଳର ମୂଲ୍ୟ ଏତେ ବୃଦ୍ଧି ପାଇବ ଯେ ଏହା କେବଳ ଧନୀକ ଶ୍ରେଣୀର ଲୋକଙ୍କ ପାଇଁ ଉପଲବ୍ଧ ହେବ। ଏହା କୌଣସି ଚଳଚ୍ଚିତ୍ର କିମ୍ବା କାହାଣୀ ନୁହେଁ। ବରଂ ବୈଜ୍ଞାନିକଙ୍କ ପକ୍ଷରୁ ଦିଆଯାଇଥିାବ ଏକ ଗମ୍ଭୀର ଚେତାବନୀ। ବିଶ୍ୱର ଅର୍ଦ୍ଧାଧିକ ଜନସଂଖ୍ୟାକୁ ଖାଦ୍ୟ ଯୋଗାଉଥିବା ଚାଉଳର ଏବେ ଗରମ ସହ୍ୟ କରିବାର ସାମର୍ଥ୍ୟ ଶେଷ ସୀମାରେ ପହଞ୍ଚିଛି। ଫ୍ଲୋରିଡା ସ୍ଥିତ ମ୍ୟୁଜିୟମ୍ ଅଫ୍ ନ୍ୟାଚୁରାଲ ହିଷ୍ଟ୍ରି ଦ୍ୱାରା ପ୍ରକାଶିତ ଗବେଷଣାମୂଳକ ରିପୋର୍ଟ ଏବେ ସାରା ବିଶ୍ୱରେ ଚହଳ ସୃଷ୍ଟି କରିଛି। ଏହି ଗବେଷଣା ଅନୁଯାୟୀ ଚାଉଳ ସହିତ ମଣିଷ ସମାଜର ସମ୍ପର୍କ ପ୍ରାୟ ୯୦୦୦ ବର୍ଷ ପୁରୁଣା। ହେଲେ ବର୍ତ୍ତମାନ ସମୟରେ ଦିନକୁ ଦିନ ବଢୁଥିବା ଗରମ ଆଗରେ ଏବେ ଚାଉଳ ଏବେ ହାର ମାନିଯିବାକୁ ବସିଛି। ଯଦି ପରିସ୍ଥିତି ପରିବର୍ତ୍ତନ ନ ହୁଏ, ତାହେଲେ ବିଶ୍ୱର ଅଧିକାଂଶ ଦେଶ ଖାଦ୍ୟ ସୁରକ୍ଷା ସଙ୍କଟର ସାମ୍ନା କରିବେ।

ଧାନ ଚାଷର ଇତିହାସ ବହୁତ ପୁରୁଣା ଏବଂ ଆକର୍ଷଣୀୟ। ପ୍ରାୟ ୭ ହଜାରରୁ ୯୦୦୦ ବର୍ଷ ପୂର୍ବେ ଚୀନର ୟାଙ୍ଗଜୀ ନଦୀ ଉପତ୍ୟକାରେ ଆରମ୍ଭ ହୋଇଥିଲା। ଯେତେବେଳେ ପୃଥିବୀର ଜଳବାୟୁ ଚାଷ ପାଇଁ ଅନୁକୂଳ ହୋଇଥିଲା। ସେତେବେଳେ ମଣିଷ ନିଜର ଆବଶ୍ୟକତା ଅନୁଯାୟୀ ଜଙ୍ଗଲୀ ଚାଉଳକୁ ଖାଦ୍ୟ ଭାବରେ ଗ୍ରହଣ କରିବା ଆରମ୍ଭ କରିଥିଲା। ଧିରେ ଧିରେ ଏହା ଚୀନ୍ରୁ ଦକ୍ଷିଣ ଏସିଆ ଏବଂ ଭାରତରେ ଆସି ପହଞ୍ଚିଥିଲା।

ହଜାର ହଜାର ବର୍ଷ ଧରି, ଚାଉଳ ଥଣ୍ଡା ଏବଂ ଗରମ ଉଭୟ ଜଳବାୟୁ ରହିଥିବା ଅଞ୍ଚଳ ସହିତ ଖାପ ଖୁଆଇଛି। ହେଲେ ବର୍ତ୍ତମାନ ବିଶ୍ୱ ତାପନ ଏକ ପ୍ରତିବନ୍ଧକ ସୃଷ୍ଟି କରିଛି। ଯାହାକୁ ଦୂର କରିବା ଅସମ୍ଭବ ମନେହୁଏ। ଫ୍ଲୋରିଡା ବିଶ୍ୱବିଦ୍ୟାଳୟର ମ୍ୟୁଜିୟମ୍ ଅଫ୍ ନ୍ୟାଚୁରାଲ ହିଷ୍ଟ୍ରି ପକ୍ଷରୁ କରାଯାଇଥିବା ଏକ ଅଧ୍ୟୟନ ପ୍ରାୟ ୮୦୩ ଟି ପ୍ରତ୍ନତାତ୍ତ୍ୱିକ ସ୍ଥାନରୁ ସାଟେଲାଇଟ୍ ଫୋଟୋ ଏବଂ ଏହା ସହ ଜଡ଼ିତ ତଥ୍ୟକୁ ବିଶ୍ଳେଷଣ କରିଛି।

ଏହି ଗବେଷଣାର ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ଦିଗ ହେଉଛି ଯେ ବିଗତ ୯୦୦୦ ବର୍ଷ ମଧ୍ୟରେ, ଯେଉଁ ଅଞ୍ଚଳରେ ବାର୍ଷିକ ହାରାହାରି ତାପମାତ୍ରା ୨୮ ଡିଗ୍ରୀ ସେଲସିୟସ୍ ଅତିକ୍ରମ କରିଛି, ସେଠାରେ ପ୍ରାକୃତିକ ଭାବରେ କେବେ ହେଲେ ସଫଳତାର ସହ ଧାନ ଚାଷ ହୋଇନାହିଁ। ଯାହାର ଅର୍ଥ ହେଉଛି ଯେ ପ୍ରକୃତି ଧାନ ଗଛ ପାଇଁ ଏକ ତାପମାତ୍ରା ସୀମା ସ୍ଥିର କରିଛି।

ଏହି ସୀମା ଅତିକ୍ରମ କରିବା ମାତ୍ରେ, ଧାନ ଗଛ ବଢ଼ିବା ବନ୍ଦ କରିଦିଏ। ଏପରିକି ଫସଲ ମଧ୍ୟ ନଷ୍ଟ ହୋଇଯାଏ। ବୈଜ୍ଞାନିକ କହୁଛନ୍ତି ଯେ ଯେତେବେଳେ ତାପମାତ୍ରା ୪୦ ଡିଗ୍ରୀ ସେଲସିୟସ୍ ଅତିକ୍ରମ କରିଯାଏ, ସେତେବେଳେ ଧାନ ଗଛ ତାପ ମାତ୍ରା ବଢିବା କାରଣରୁ ଚାପ ଅନୁଭବ କରିଥାନ୍ତି। ଯାହା ମଣିଷ ଦ୍ୱାରା ଅନୁଭୂତ ହୋଇଥିବା ଅଂଶୁଘାତ ସହ ପ୍ରାୟତଃ ସମାାନ।

ଏହି ତାପମାତ୍ରାରେ ଗଛ ଭିତରେ ଆଲୋକ ସଂଶ୍ଳେଷଣ ପ୍ରକ୍ରିୟା ବାଧାପ୍ରାପ୍ତ ହୋଇଥଏ। ସବୁଠାରୁ ଖରାପ ପ୍ରଭାବ ସେତେବେଳେ ପଡ଼ିଥାଏ ଯେତେବେଳେ କୌଣସି ଶସ୍ୟର ଦାନା ପୂରଣ ହେବାର ସମୟ ଆସିଯାଏ। ଅତ୍ୟଧିକ ଗରମ ଯୋଗୁଁ କୌଣସି ଶସ୍ୟ ଫମ୍ପା କିମ୍ବା ବହୁତ ଛୋଟ ହୋଇଯାଏ। ଦେଶର ଅନେକ ସ୍ଥାନରେ ତାପମାତ୍ରା ଏବେ ୪୫ ଡିଗ୍ରୀ ସେଲସିୟସ୍ ଅତିକ୍ରମ କରିସାରିଛି। ଯାହା ଫସଲ ପାଇଁ ଏକ ସତର୍କ ଘଣ୍ଟି ସଦୃଶ୍ୟ।

ଭାରତ ବିଶ୍ୱର ସର୍ବବୃହତ୍ତ ଚାଉଳ ଉତ୍ପାଦନକାରୀ ଦେଶ। ରପ୍ତାନୀରେ ମଧ୍ୟ ଭାରତ ପ୍ରଥମ ସ୍ଥାନରେ ରହିଛି। ହେଲେ ସାମ୍ପ୍ରତିକ ବର୍ଷରେ ଭାରତରେ ୧୫ କୋଟି ମେଟ୍ରିକ ଟନ୍ ଠାରୁ ଅଧିକ ଉତ୍ପାଦନ କରିଛି। ପ୍ରାୟ ୧୪୦ କୋଟି ଜନସଂଖ୍ୟା ବିଶିଷ୍ଟ ଭାରତ ଭଳି ଏକ ଜନବହୁଳ ଦେଶରେ ଲୋକଙ୍କ ପାଇଁ ଚାଉଳ କେବଳ ଖାଦ୍ୟ ନୁହେଁ ବରଂ ସଂସ୍କୃତି ଏବଂ ଅର୍ଥନୀତିର ମୂଳଦୁଆ। ଯଦି ବିଶ୍ୱ ତାପନ କାରଣରୁ ଉତ୍ପାଦନ ହ୍ରାସ ପାଏ, ତାହେଲେ ଦେଶର ଖାଦ୍ୟ ସୁରକ୍ଷା ବିପଦରେ ପଡ଼ିଯିବ। ଏପରିକି ସରକାରଙ୍କୁ ବିଦେଶକୁ ହେଉଥିବା ରପ୍ତାନୀ ଉପରେ ପ୍ରତିବନ୍ଧକ ଲଗାଇବାକୁ ପଡିପାରେ।

ଏହା ସହ ପଢନ୍ତୁ: ଏବେ ସମଗ୍ର ବିଶ୍ୱ ଖାଇବ ଭାରତୀୟ ଚାଉଳ; ଉତ୍ପାଦନରେ ପଛରେ ପଡିଗଲା ଚୀନ୍

ଯାହା ଫଳରେ ବିଶ୍ୱ ବଜାରରେ ଚାଉଳ ଅଭାବ ଦେଖାଯିବା ସହ ଏହାର ମୂଲ୍ୟ ମଧ୍ୟ ଆକାଶଛୁଆଁ ହୋଇଯିବ। ବୈଜ୍ଞାନିକ ଭବିଷ୍ୟବାଣୀ କରିଛନ୍ତି ଯେ ଆଗାମୀ ୫୦ ବର୍ଷ ମଧ୍ୟରେ ଉତ୍ତର-ମଧ୍ୟ ଭାରତରେ ତାପମାତ୍ରା ୪୦ ଡିଗ୍ରୀ ସେଲିସିୟସ୍ ର ବିପଜ୍ଜନକ ସ୍ତର ଅତିକ୍ରମ କରିବ। ଯାହା ଦ୍ୱାରା ସମତଳ ଅଞ୍ଚଳରେ ଚାଷ କରିବା ଏକ ପ୍ରକାର ଅସମ୍ଭବ ହୋଇଯିବ।

ଭବିଷ୍ୟତରେ କୃଷି କାର୍ଯ୍ୟର ଭୂଗୋଳ ମଧ୍ୟ ପରିବର୍ତ୍ତନ ହୋଇପାରେ। ଯାହା ଚାଷୀଙ୍କୁ ଧାନ ଚାଷ କରିବା ପାଇଁ ଥଣ୍ଡା ପାର୍ବତ୍ୟ ଅଞ୍ଚଳକୁ ଯିବାକୁ ବାଧ୍ୟ କରିବ। ହେଲେ ସବୁଠାରୁ ବଡ଼ କଥା ହେଉଛି ପାର୍ବତ୍ୟାଞ୍ଚଳରେ ଧାନ ଚାଷ ପାଇଁ ପର୍ଯ୍ୟାପ୍ତ ପରିମାଣରେ ଜମି ଉପଲବ୍ଧ ରହିଛି ନାଁ ନାହିଁ? ସେଠାକାର ଦୁର୍ବଳ ପରିସଂସ୍ଥା ଏହି ପରିବର୍ତ୍ତନକୁ ସହ୍ୟ କରିବାକୁ ସକ୍ଷମ କି? ଏହି ପରିବର୍ତ୍ତନ ଏତେ ସହଜରେ ହେବ ନାହିଁ।

କେବଳ ଉତ୍ତର ନୁହେଁ ବରଂ ଦକ୍ଷିଣ ଭାରତର ଉପକୂଳବର୍ତ୍ତୀ ଅଞ୍ଚଳ ସମେତ ଇଣ୍ଡୋନେସିଆ ଏବଂ ମାଲେସିଆ ଭଳି ଦେଶ ମଧ୍ୟ କଥିତ ରୂପରେ ଏଭଳି ସଙ୍କଟର ସାମ୍ନା କରୁଛନ୍ତି। ଏଠାରେ ତାପମାତ୍ରା ସହିତ, ସାମୁଦ୍ରିକ ସ୍ତର ବୃଦ୍ଧି ଏବଂ ଲୁଣାପାଣି ବିପଦ ମଧ୍ୟ ରହିଛି।

ଯଦି ଧାନ ଉତ୍ପାଦନ ହ୍ରାସ ପାଏ, ତାହେଲେ ଏହା ସାଧାରଣ ଗରିବ ଲୋକଙ୍କ ଥାଳିରୁ ସର୍ବପ୍ରଥମେ ଉଭାନ ହୋଇଯିବ। ଧାନ ଚାଷ କରିବାର ଖର୍ଚ୍ଚ ଏତେ ବୃଦ୍ଧି ପାଇବ ଯେ ଏହା ସାଧାରଣ ଲୋକଙ୍କ ପହଞ୍ଚିବା ବାହାରେ ହୋଇଯିବ। ଯାହା ଭବିଷ୍ୟତରେ ଏକ "ବିଳାସପୂର୍ଣ୍ଣ ଖାଦ୍ୟ" ହୋଇଯିବ।


Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
Will Rice Become a Luxury Food in India? Scientists Issue New Warning | Argus News