Videos
|
International

Houthi strikes on Riyadh airport / ରିୟାଦ ବିମାନବନ୍ଦର ଉପରେ ପୁନର୍ବାର ଆକ୍ରମଣ; ବନ୍ଦ ହୋଇଗଲା ଉଡ଼ାଣ

Subhramjit Ray
Browse all articles by Subhramjit Ray
·2 hours ago·3 min read
ରିୟାଦ ବିମାନବନ୍ଦର ଉପରେ ପୁନର୍ବାର ଆକ୍ରମଣ; ବନ୍ଦ ହୋଇଗଲା ଉଡ଼ାଣ
Houthi strikes on Riyadh airport

Key Points

ୟମେନ ଠାରେ ହୁଥି ବିଦ୍ରୋହୀ ଏବଂ ସାଉଦି ଆରବ ସମର୍ଥିତ ୟମେନ ସରକାରଙ୍କ ସେନା ବାହିନୀ ମଧ୍ୟରେ ସଂଘର୍ଷ ତୀବ୍ର ହୋଇଛି।
ଶନିବାର (ଅକ୍ଟୋବର ୧୦) ପୁଣି ଥରେ ସାଉଦି ଆରବ ରାଜଧାନୀ ରିୟାଦ ସ୍ଥିତ କିଙ୍ଗ ଖାଲିଦ ଅନ୍ତର୍ଜାତୀୟ ବିମାନବନ୍ଦର ଉପରେ ହୋଇଛି ଆକ୍ରମଣ। ୟମେନ୍ ହୁଥି ବିଦ୍ରୋହୀଙ୍କ ଦ୍ୱାରା ରିୟାଦଲ ବିମାନ ବନ୍ଦର ଉପରେ ହୋଇଥିବା ଆକ୍ରମଣରେ ଅନେକ ଲୋକ ଆହତ ହୋଇଥିବାର ଖବର ଆସିଛି। ଏହି ଆକ୍ରମଣ ଦେଶର ସବୁଠାରୁ ବ୍ୟସ୍ତବହୁଳ ପରିବହନ କେନ୍ଦ୍ର ମଧ୍ୟରୁ ଅନ୍ୟତମ କିଙ୍ଗ ଖାଲିଦ ଅନ୍ତର୍ଜାତୀୟ ବିମାନବନ୍ଦରକୁ ଟାର୍ଗେଟ୍ କରି କରାଯାଇଥିଲା। ସାଉଦି ଆରବ ବେସାମରିକ ବିମାନ ଚଳାଚଳ କର୍ତ୍ତୃପକ୍ଷ (GACA) କହିଛନ୍ତି ଯେ କ୍ଷତି ଆକଳନ ନହେବା ପର୍ଯ୍ୟନ୍ତ ବିମାନବନ୍ଦରରେ ସେବାକୁ ଅସ୍ଥାୟୀ ଭାବରେ ସ୍ଥଗିତ ରଖାଯାଇଛି। ବିଭାଗୀୟ କର୍ତ୍ତୃପକ୍ଷ ଆହୁରି କହିଛନ୍ତି ଯେ ଦେଶରେ ବେସାମରିକ ବିମାନ ଚଳାଚଳ କେନ୍ଦ୍ରକୁ ଟାର୍ଗେଟ କରି ବାରମ୍ବାର ଲଗାତାର ଆକ୍ରମଣ କରାଯାଉଛି। ଆକ୍ରମଣରେ ଅନେକ ଲୋକ ଆହତ ହୋଇଛନ୍ତି। ମୃତାହତଙ୍କ ସଠିକ ସଂଖ୍ୟା ଏପର୍ଯ୍ୟନ୍ତ ଆକଳନ କରାଯାଇ ପାରିନାହିଁ। ରିୟାଦ ବିମାନବନ୍ଦର କର୍ତ୍ତୃପକ୍ଷ ପୂର୍ବରୁ ଯାତ୍ରୀଙ୍କୁ ଜଣାଇ ଦେଇଥିଲେ ଯେ, ଏଠାରେ ପହଞ୍ଚିବା ପୂର୍ବରୁ ଯାତ୍ରୀ ସେମାନଙ୍କ ବିମାନ କମ୍ପାନୀ ସହିତ ଯୋଗାଯୋଗ କରି ଆସନ୍ତୁ।

ପ୍ରଥମ ଥର ପାଇଁ ହୋଇନାହିଁ ଆକ୍ରମଣ
ସାଉଦି ଆରବ ନେତୃତ୍ୱାଧିନ ସାମରିକ ମେଣ୍ଟ ପଡ଼ୋଶୀ ଦେଶ ୟେମନ୍ ଠାରେ ଇରାନ-ସମର୍ଥିତ ହୁଥି ବିଦ୍ରୋହୀଙ୍କ ବିରୋଧରେ ଏକ ବଡ଼ ସାମରିକ ଅଭିଯାନ ଜାରି ରଖିଛି। ସାଉଦି ନେତୃତ୍ୱାଧିନ ଏହି ସାମରିକ ଅଭିଯାନ କାର୍ଯ୍ୟକାରୀ ହେବା ପର ଠାରୁ, ରାଜଧାନୀ ରିୟାଦ ସ୍ଥିତ କିଙ୍ଗ ଖାଲିଦ ଅନ୍ତର୍ଜାତୀୟ ବିମାନବନ୍ଦରକୁ ଅନେକ ଥର ଟାର୍ଗେଟ କରାଯାଇଛି। ୟମେନ୍ ଠାରେ ସମାନ୍ତରାଳ ସରକାର ଚଳାଉଥିବା ହୁଥି ବିଦ୍ରୋହୀ, ରିୟାଦ ବିମାନ ବନ୍ଦରରେ ହୋଇଥିବା ଆକ୍ରମଣ ପାଇଁ ନିଜକୁ ଦାୟୀ କରିଥିଲେ। ଗତ ବୁଧବାର (୭ ଅକ୍ଟୋବର) ହୋଇଥିବା ଜଣେ ସୁଡ଼ାନୀ ନାଗରିକଙ୍କ ମୃତ୍ୟୁ ହୋଇଥିଲା।

ଶନିବାର ହୁଥି ବିଦ୍ରୋହୀଙ୍କ ପକ୍ଷରୁ କୌଣସି ବିବୃତ୍ତି ଜାରି କରାଯାଇ ନାହିଁ। ଅନ୍ୟପକ୍ଷରେ ସାଉଦି ଆରବ ସରକାରଙ୍କ ଆନ୍ତର୍ଜାତୀୟ ଯୋଗାଯୋଗ କେନ୍ଦ୍ର (Saudi Arabia Centre for International Communication) କୌଣସି ମନ୍ତବ୍ୟ ଦେଇନାହିଁ। ରାଜଧାନୀ ରିୟାଦ ଅଞ୍ଚଳର ଜଣେ ବାସିନ୍ଦା କହିଛନ୍ତି ଯେ ସେ ରାଜଧାନୀକୁ ଥରାଇ ଦେଇଥିବା ଅତି କମରେ ଦୁଇଟି ଜୋରଦାର ବିସ୍ଫୋରଣ ଶୁଣିଛନ୍ତି। ବିମାନବନ୍ଦର ପକ୍ଷରୁ ଯାତ୍ରୀଙ୍କ ପାଇଁ ସତର୍କତା ଜାରି କରାଯାଇଛି। ବିମାନବନ୍ଦରକୁ ଆସିବା ପୂର୍ବରୁ ସେମାନଙ୍କ ବିମାନ କମ୍ପାନୀ ସହିତ ସେମାନଙ୍କ ବିମାନ ସେବା ସ୍ଥିତି ଯାଞ୍ଚ କରିବାକୁ ଅନୁରୋଧ କରିଛନ୍ତି ବିଭାଗୀୟ କର୍ତ୍ତୃପକ୍ଷ। 

ଏହା ସହ ପଢନ୍ତୁ: ସାଉଦି ଆରବ ବିମାନ ବନ୍ଦର ଉପରେ ହୁଥି ବିଦ୍ରୋହୀଙ୍କ ଆକ୍ରମଣ; ୩ ମୃତ, ୩୬ ନିହତ

ୟମେନ୍ ଠାରେ ବଢିବାରେ ଲାଗିଛି ସଂଘର୍ଷ
ୟମେନ୍ ଠାରେ ସକ୍ରିୟ ରହିଥିବା ହୁଥି ବିଦ୍ରୋହୀ ଏବଂ ସାଉଦି ଆରବ ସମର୍ଥିତ ୟମେନି ସରକାରଙ୍କ ସେନା ବାହିନୀ ମଧ୍ୟରେ ସଂଘର୍ଷ ତୀବ୍ର ହେବାରେ ଲାଗିଛି। ସାଉଦି ନେତୃତ୍ୱାଧିନ ସାମରିକ ମେଣ୍ଟ ଲାଲ ସାଗର ଉପକୂଳରେ ହୁଥି ବିଦ୍ରୋହୀଙ୍କ ଦ୍ୱାରା ଦଖଲ କରାଯାଇଥିବା ଅଞ୍ଚଳକୁ ପୁନର୍ବାର ନିଜ ଅଧିନକୁ ଆଣିବା ପାଇଁ ୟମେନ୍ ସରକରଙ୍କ ସେନା ବାହିନୀକୁ ଆକାଶ ମାର୍ଗରୁ ସହାୟତା ଯୋଗାଇ ଦେଉଛି। ବର୍ତ୍ତମାନ ହୁଥି ବିଦ୍ରୋହୀଙ୍କ ନୂତନ ସ୍ଥିତି ସେମାନଙ୍କୁ ଲାଲ ସାଗରରେ ଜାହାଜ ଚଳାଚଳକୁ ଭଲ ଭାବରେ ନିରୀକ୍ଷଣ କରିବାକୁ ସୁବିଧା ଦେଉଛି। ଯାହା ବୈଶ୍ୱିକ ତୈଳ କାରବାର ପାଇଁ ହରମୁଜ୍ ପ୍ରଣାଳୀର ଏକ ପ୍ରମୁଖ ବିକଳ୍ପ।

Argus News App

📱 Get Argus News App

✨
📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
ହେଲେ ତଥାପି ହୁଥି ବିଦ୍ରୋହୀ ଗଣମାଧ୍ୟମକୁ କହିଛନ୍ତି ଯେ ସେମାନେ କେବଳ ସାଉଦି ଆରବ ସହ ସମ୍ବନ୍ଧିତ ଜାହାଜକୁ ଟାର୍ଗେଟ କରୁଛନ୍ତି। ଏହା ସେମାନଙ୍କ ଉପରେ ଲଗାଯାଇଥିବା ଅବରୋଧର ପ୍ରତିକ୍ରିୟାର ଏକ ଅଂଶ ବିଶେଷ। ହେଲେ ବଡ଼ ଧରଣର ଆକ୍ରମଣ କରିବାକୁ ନେଇ ଚିନ୍ତା ରହିଛି। ପାଲେଷ୍ଟାଇନ୍ ଗାଜା ଅଞ୍ଚଳରେ ଯୁଦ୍ଧ ଆରମ୍ଭ ହେବା ପରଠାରୁ, ହୁଥି ବିଦ୍ରୋହୀ ପାଲେଷ୍ଟାଇନ ଲୋକଙ୍କ ସେମାନଙ୍କ ସମର୍ଥନ ଜଣାଇ ଅନ୍ୟ ଜାହାଜ ଉପରେ ଆକ୍ରମଣ କରିଥିଲେ। ହେଲେ ଆମେରିକା ଦ୍ୱାରା ହୋଇଥିବା ବୋମାମାଡ଼ ଅଭିଯାନ ସେହି ସ୍ଥିତିକୁ ସମାପ୍ତ କରିଛି। ସାଉଦି ଆରବ ଏହାର ବିମାନବନ୍ଦର, ସାମରିକ ଘାଟି ଏବଂ ତୈଳ ଭିତ୍ତିଭୂମି ଉପରେ ଆକ୍ରମଣ ହେବା ପରେ ଆମେରିକା ଏବଂ ଅନ୍ୟାନ୍ୟ ସହଯୋଗୀ ରାଷ୍ଟ୍ରଙ୍କ ଠାରୁ ସାମରିକ ସହାୟତା ଲୋଡ଼ିଛି।