Videos
|
International

Houthi Attack on Saudi Arabia Airport / ସାଉଦି ଆରବ ବିମାନ ବନ୍ଦର ଉପରେ ହୁଥି ବିଦ୍ରୋହୀଙ୍କ ଆକ୍ରମଣ; ୩ ମୃତ, ୩୬ ନିହତ

Subhramjit Ray
Browse all articles by Subhramjit Ray
·2 hours ago·2 min read
ସାଉଦି ଆରବ ବିମାନ ବନ୍ଦର ଉପରେ ହୁଥି ବିଦ୍ରୋହୀଙ୍କ ଆକ୍ରମଣ; ୩ ମୃତ, ୩୬ ନିହତ
Houthi Attack on Saudi Arabia Airport

Key Points

ସାଉଦି ଆରବର ଆବହା ଏବଂ କିଙ୍ଗ ଖାଲିଦ ଅନ୍ତର୍ଜାତୀୟ ବିମାନବନ୍ଦର ଉପରେ ଆକ୍ରମଣରେ ୩ ଜଣଙ୍କ ମୃତ୍ୟୁ ହୋଇଥିଲା ଏବଂ ୩୬ ଜଣ ଆହତ ହୋଇଥିଲେ।ରିଥିଲା।
ସାଉଦି ଆରବ ନେତୃତ୍ୱାଧିନ ସାମରିକ ମେଣ୍ଟ ଏବଂ ୟେମେନ ହୁଥି ବିଦ୍ରୋହୀଙ୍କ ମଧ୍ୟରେ ଚାଲିଥିବା ସଂଘର୍ଷ ପୁନର୍ବାର ତେଜିବାରେ ଲାଗିଛି। ସାଉଦି ଆରବର ଦୁଇଟି ପ୍ରମୁଖ ଅନ୍ତର୍ଜାତୀୟ ବିମାନବନ୍ଦର ଉପରେ ହୋଇଥିବା ଆକ୍ରମଣରେ ୩ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ, ୩୬ ଜଣ ଆହତ ହୋଇଛନ୍ତି। ୟେମେନ୍ ଠାରେ ସମାନ୍ତରାଳ ସରକାର ଚଳାଉଥିବା ଇରାନ-ସମର୍ଥିତ ହୁଥି ବିଦ୍ରୋହୀ ରିୟାଦ ଏବଂ ଆଭା ବିମାନବନ୍ଦରକୁ ଟାର୍ଗେଟ କରିଥିବାର ଦାବି କରିଛନ୍ତି। ଆକ୍ରମଣ ପରେ, ସାଉଦି ଆରବ ନେତୃତ୍ୱାଧିନ ମିଳିତ ସାମରିକ ମେଣ୍ଟ ହୁଥି ବିଦ୍ରୋହୀଙ୍କ ଆକ୍ରମଣର ପାଲଟା ଜବାବ ଦେଇଛି। ଯାହା ପରେ ମଧ୍ୟ ପ୍ରାଚ୍ୟରେ ପୁଣିଥରେ ସାମରିକ ଉତ୍ତେଜନା ବଢିବାରେ ଲାଗିଛି।

ଦୁଇଟି ବିମାନବନ୍ଦରକୁ ଟାର୍ଗେଟ କରିଥିଲେ ହୁଥି ବିଦ୍ରୋହୀ
ସାଉଦି ଆରବ ବେସାମରିକ ବିମାନ ଚଳାଚଳ କର୍ତ୍ତୃପକ୍ଷ (GACA) ଙ୍କ କହିବା ଅନୁଯାୟୀ, ଗତ ମଙ୍ଗଳବାର-ବୁଧବାର (ଅକ୍ଟୋବର ୬-୭ ତାରିଖ) ଦେଶର ଅବହା ଅନ୍ତର୍ଜାତୀୟ ବିମାନବନ୍ଦର ଏବଂ ରାଜଧାନୀ ରିୟାଦ ସ୍ଥିତ କିଙ୍ଗ ଖାଲିଦ ଅନ୍ତର୍ଜାତୀୟ ବିମାନବନ୍ଦରକୁ ପୃଥକ ପୃଥକ ଭାବରେ ଟାର୍ଗେଟ କରାଯାଇଥିଲା। ଅଧିକାରୀ କହିଛନ୍ତି ଯେ ଉଭୟ ଆକ୍ରମଣରେ ମୋଟ ୩ ଜଣ ପ୍ରାଣ ହରାଇଛନ୍ତି ଏବଂ ୩୬ ଜଣ ଆହତ ହୋଇଛନ୍ତି। ଆକ୍ରମଣ କାରଣରୁ ବିମାନବନ୍ଦର ପରିସରରେ ରହିଥିବା କିଛି ସମ୍ପତ୍ତି କ୍ଷତିଗ୍ରସ୍ତ ହୋଇଛି। GACA କହିବା ଅନୁଯାୟୀ, ଜରୁରୀକାଳୀନ ଟିମ୍ ତତ୍କାଳ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି। ଆକ୍ରମଣରେ ଆହତ ହୋଇଥିବା ଲୋକଙ୍କୁ ହସ୍ପିଟାଲ ସ୍ଥାନାନ୍ତର କରିଛନ୍ତି ଏବଂ ସୁରକ୍ଷା ବ୍ୟବସ୍ଥାକୁ ସକ୍ରିୟ କରିଛନ୍ତି।

ଅବହା ବିମାନବନ୍ଦରରେ ୨ ମହିଳା ମୃତ
ନ୍ୟୁଜ୍ ଏଜେନ୍ସି AFP ରିପୋର୍ଟ ଅନୁଯାୟୀ, ଅବହା ଅନ୍ତର୍ଜାତୀୟ ବିମାନବନ୍ଦରରେ ହୋଇଥିବା ଆକ୍ରମଣରେ ୨ ଜଣ ମହିଳା ପ୍ରାଣ ହରାଇଛନ୍ତି। ମୃତକଙ୍କ ମଧ୍ୟରେ ମରକ୍କୋ ଏବଂ ଆଲଜେରିଆ ମହିଳା ରହିଥିବାର ଜଣାପଡ଼ିଛି। ଏହି ଆକ୍ରମଣରେ ୨୮ ଜଣ ଆହତ ହୋଇଛନ୍ତି। ଆହତଙ୍କ ମଧ୍ୟରେ ସାଉଦି ଆରବ ନାଗରିକ, ବାଂଲାଦେଶ ଏବଂ ଫିଲିପାଇନ୍ସ ବାସିନ୍ଦା ରହିଥିବାର ଜଣାପଡ଼ିଛି। କିଛି ଲୋକ ସାମାନ୍ୟ ଆହତ ହୋଇଥିବା ବେଳେ ଅନ୍ୟମାନେ ଗୁରୁତର ଆହତ ହୋଇଥିବାର ଜଣାପଡ଼ିଛି।

ଏହା ସହ ପଢନ୍ତୁ:  ତୈଳ କମ୍ପାନୀ ଆରାମକୋ ଉପରେ ହୁଥି ବିଦ୍ରୋହୀଙ୍କ ଆକ୍ରମଣ; ପୁଣି ବଢିପାରେ ତେଲ ଦର

Argus News App

📱 Get Argus News App

✨
📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
ରିୟାଦ ବିମାନବନ୍ଦର ଆକ୍ରମଣରେ ଜଣେ ନିହତ
ରାଜଧାନୀ ରିୟାଦ ସ୍ଥିତ ଥିବା କିଙ୍ଗ ଖାଲିଦ ଅନ୍ତର୍ଜାତୀୟ ବିମାନବନ୍ଦରରେ ହୋଇଥିବା ଆକ୍ରମଣରେ ଜଣେ ସୁଡାନୀ ନାଗରିକଙ୍କ ମୃତ୍ୟୁ ହୋଇଛି। ୫ ଜଣ ସାଉଦି ଆରବ, ୨ ଜଣ ଇଜିପ୍ଟ ଏବଂ ଜଣେ ପାକିସ୍ତାନୀ ନାଗରିକ ସମେତ ୮ ଜଣ ଆହତ ହୋଇଛନ୍ତି। ସମସ୍ତ ଆହତଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି।

ଆକ୍ରମଣ ପାଇଁ ନିଜକୁସ ଦାୟୀ କଲେ ହୁଥି ବିଦ୍ରୋହୀ
ୟମେନ୍ ଠାରେ ସମାନ୍ତରାଳ ସରକାର ଚଳାଇଥିବା ହୁଥି ବିଦ୍ରୋହୀ, ସାଉଦି ଆରବର ଉଭୟ ବିମାନବନ୍ଦରରେ ହୋଇଥିବା ଆକ୍ରମଣ ପାଇଁ ନିଜକୁ ଦାୟୀ କରିଛନ୍ତି। ହୁଥି ସାମରିକ ମୁଖପାତ୍ର ୟାହ୍ୟା ସରି କହିଛନ୍ତି ଯେ ସେମାନଙ୍କ ସଶସ୍ତ୍ର ବାହିନୀ ଏକ ବାଲିଷ୍ଟିକ୍ କ୍ଷେପଣାସ୍ତ୍ର ଦ୍ୱାରା ରିୟାଦ ସ୍ଥିତ କିଙ୍ଗ ଖାଲିଦ ଅନ୍ତର୍ଜାତୀୟ ବିମାନବନ୍ଦରକୁ ଟାର୍ଗେଟ କରିଥିଲେ। ହୁଥି ବିଦ୍ରୋହୀ ଦାବି କରିଛନ୍ତି ଏହି ଆକ୍ରମଣ ବିମାନ ଚଳାଚଳକୁ ବାଧା ଦେବା ପାଇଁ କରାଯାଇଥିଲା। ସେମାନେ ଏହା ମଧ୍ୟ ଦାବି କରିଛନ୍ତି ଯେ ଏହି ଆକ୍ରମଣରେ ଡ୍ରୋନ୍ ଏବଂ କ୍ଷେପଣାସ୍ତ୍ର ବ୍ୟବହାର କରାଯାଇଥିଲା।

କାଇରୋ ଠାରୁ ଆସୁଥିବା ବିମାନକୁ କରାଗଲା ଅନ୍ୟତ୍ର ସ୍ଥାନାନ୍ତର
ୟମେନ ସରକାରୀ ନ୍ୟୁଜ ଏଜେନ୍ସି ସାବା ରିପୋର୍ଟ ଅନୁଯାୟୀ, ରାଜଧାନୀ ଆଡେନ୍ ବିମାନବନ୍ଦରର ରନୱେ ନିକଟରେ ଏକ କ୍ଷେପଣାସ୍ତ୍ର ପଡ଼ିଥିଲା। କାଇରୋ ଠାରୁ ଆସୁଥିବା ଏକ ବିମାନ ଅବତରଣ କରିବାକୁ ଯାଉଥିବା ସମୟରେ ଏହି ଆକ୍ରମଣ ହୋଇଥିଲା। ସୁରକ୍ଷା କାରଣରୁ, ବିମାନକୁ ସାଉଦି ଆରବ ସ୍ଥିତ ଜେଦ୍ଦା ବିମାନବନ୍ଦରକୁ ସ୍ଥାନାନ୍ତର କରିବାକୁ ପଡିଥିଲା।