Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
International

Rohingya refugee boat capsized / ବଙ୍ଗୋପସାଗରରେ ବୁଡ଼ିଲା ରୋହିଙ୍ଗ୍ୟା ଶରଣାର୍ଥୀଙ୍କ ଡଙ୍ଗା; ୫ ଶହରୁ ଅଧିକ ମୃତ୍ୟୁ ଆଶଙ୍କା

Subhramjit Ray
Browse all articles by Subhramjit Ray
·1 hour ago·2 min read
ବଙ୍ଗୋପସାଗରରେ ବୁଡ଼ିଲା ରୋହିଙ୍ଗ୍ୟା ଶରଣାର୍ଥୀଙ୍କ ଡଙ୍ଗା; ୫ ଶହରୁ ଅଧିକ ମୃତ୍ୟୁ ଆଶଙ୍କା
Rohingya refugee boat capsized

Key Points

ବଙ୍ଗୋପସାଗରରେ ରୋହିଙ୍ଗ୍ୟା ଶରଣାର୍ଥୀଙ୍କୁ ନେଇ ଯାଉଥିବା ଡଙ୍ଗା ବୁଡ଼ିଯିବାରୁ ୫ ଶହରୁ ଅଧିକ ଲୋକଙ୍କ ମୃତ୍ୟୁ ହୋଇଥିବାର ଆଶଙ୍କା କରାଯାଉଛି।
ମିଆଁମାର ଉପକୂଳରେ ବଙ୍ଗୋପସାଗରରେ ରୋହିଙ୍ଗ୍ୟା ଶରଣାର୍ଥୀଙ୍କୁ ନେଇ ଯାଉଥିବା ଦୁଇଟି ଡଙ୍ଗା ବୁଡ଼ି ଯାଇଛି। ଏହି ଘଟଣାରେ ୫ ଶହରୁ ଅଧିକ ଲୋକଙ୍କ ମୃତ୍ୟୁ ହେବା ନେଇ ଆଶଙ୍କା କରାଯାଉଛି। ଆନ୍ତର୍ଜାତୀୟ ପ୍ରବାସ ସଙ୍ଗଠନ (IOM) ଏବଂ ଜାତିସଂଘ ଶରଣାର୍ଥୀଙ୍କ ଉଚ୍ଚାୟୁକ୍ତଙ୍କ (UNHCR) ଏକ ବିବୃତ୍ତି ଅନୁଯାୟୀ, ପ୍ରାରମ୍ଭିକ ସୂଚନା ଅନୁଯାୟୀ ଜୁନ୍ ଶେଷ ଭାଗରେ ଦୁଇଟି ଡଙ୍ଗା ମିଆଁମାରର ପଶ୍ଚିମ ରଖାଇନ ପ୍ରଦେଶରୁ ଯାତ୍ରା ଆରମ୍ଭ କରିଥିଲା। ଏହି ଡଙ୍ଗାରେ ଯାତ୍ରା କରୁଥିବା ଅଧିକାଂଶ ଯାତ୍ରୀ ରୋହିଙ୍ଗ୍ୟା ଥିଲେ। ସେମାନଙ୍କ ମଧ୍ୟରୁ କିଛି ବାଂଲାଦେଶରେ ରହିଥିବା ଶରଣାର୍ଥୀ ଶିବିରରୁ ଆସିଥିଲେ।

ଯଦିଓ ଘଟଣା ଏବଂ ମୃତାହତଙ୍କ ସଂଖ୍ୟା ଏପର୍ଯ୍ୟନ୍ତ ସରକାରୀ ଭାବରେ ନିଶ୍ଚିତ ହୋଇନାହିଁ। ହେଲେ UNHCR-IOM ଦ୍ୱାରା ଜାରି ହୋଇଥିବା ବିବୃତ୍ତିରେ କୁହାଯାଇଛି ଯେ ଡଙ୍ଗା ବୁଡ଼ି ଯିବା ଘଟଣାରେ ଯଥେଷ୍ଟ ଧନ ଜୀବନ କ୍ଷୟକ୍ଷତି ହେବାର ସମ୍ଭାବନା ରହିଛି। ପ୍ରାୟ ୨୫୦ ଲୋକଙ୍କୁ ନେଇ ଯାଉଥିବା ଗୋଟିଏ ଡଙ୍ଗା ପ୍ରସ୍ଥାନ କରିବାର କିଛି ସମୟ ପରେ ଏହାର ଯୋଗାଯୋଗ ବିଚ୍ଛିନ୍ନ ହୋଇଯାଇଥିବା ଅନୁମାନ କରାଯାଉଛି। ପ୍ରାୟ ୨୮୦ ଜଣଙ୍କୁ ନେଇ ଦ୍ୱିତୀୟ ଡଙ୍ଗା ଜୁଲାଇ ୮ ତାରିଖରେ ମିଆଁମାରର ଆୟେୟାରୱାଡି ଉପକୂଳରେ ବୁଡ଼ିଯାଇଥିବା ଅନୁମାନ କରାଯାଉଛି।

ଏହା ସହ ପଢନ୍ତୁ: ଜୀବନ ନେଲା ସାହାରା; ପାଣି ପାଇଁ ଟଳିପଡିଲେ ୪୯!

ମିଆଁମାର ସରକାରଙ୍କ ପକ୍ଷରୁ ଜାରି ହୋଇନାହିଁ କୌଣସି ବିବୃତ୍ତି

ମିଆଁମାରର ଗୃହ ମନ୍ତ୍ରଣାଳୟର ମୁଖପାତ୍ର, କାର୍ଯ୍ୟକାରୀ ପୋଲିସ ବ୍ରିଗେଡିୟର ଜେନେରାଲ ସୋ ଲିନ୍ ଅଙ୍ଗ କୌଣସି ମନ୍ତବ୍ୟ ଦେବାକୁ ମନା କରିଦେଇଛନ୍ତି। ମିଆଁମାର ରାଷ୍ଟ୍ରପତି ଏବଂ ଆୟେୟାରୱାଡି ଅଞ୍ଚଳ ସରକାରଙ୍କ ମୁଖପାତ୍ର ମଧ୍ୟ ଡଙ୍ଗାବୁଡ଼ି ଯିବା ଘଟଣାରେ କୌଣସି ମନ୍ତବ୍ୟ ଦେଇନାହାଁନ୍ତି।

ମୌସୁମୀ ଯାତ୍ରା ବିପଦପୂର୍ଣ୍ଣ ହୋଇପାରେ ମୌସୁମୀ ଯାତ୍ରା
ସାମ୍ପ୍ରତିକ ବର୍ଷରେ ମିଆଁମାର ଏବଂ ବାଂଲାଦେଶରେ ରହିଥିବା ସମସ୍ୟା ବହୁଳ ଶରଣାର୍ଥୀ ଶିବିରରୁ ହଜାର ହଜାର ସଂଖ୍ୟାରେ ପଳାୟନ କରିଥିବା ରୋହିଙ୍ଗ୍ୟା, ସାଧାରଣତଃ ମୌସୁମୀ ଋତୁରେ ଡଙ୍ଗାରେ ଯାତ୍ର କରିବାକୁ ଏଡ଼ାଇ ଦେଇଥାନ୍ତି। UNHCR ଏବଂ IOM ଏହାର ବିବୃତ୍ତିରେ କହିଛନ୍ତି ସମ୍ପ୍ରତି ଶରଣାର୍ଥୀ ଶିବିର ରହିଥିବା ଅଞ୍ଚଳରେ ପ୍ରବଳ ବର୍ଷା ଏବଂ ବନ୍ୟା ଏପରି ଯାତ୍ରାକୁ ଆହୁରି ବିପଦପୂର୍ଣ୍ଣ କରିପାରେ।
Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored