Videos
|
National

Sahara Desert No Water Tragedy / ଜୀବନ ନେଲା ସାହାରା; ପାଣି ପାଇଁ ଟଳିପଡିଲେ ୪୯!

Subhramjit Ray
Browse all articles by Subhramjit Ray
·3 months ago·2 min read
ଜୀବନ ନେଲା ସାହାରା; ପାଣି ପାଇଁ ଟଳିପଡିଲେ ୪୯!
Sahara Desert No Water Tragedy

Key Points

ନାଇଜର-ମାଲି ସାମାନ୍ତ ସାହାରା ମରୁଭୂମିର ଏକ ଦୁର୍ଗମ ଅଞ୍ଚଳରେ ପ୍ରାୟ ୪୯ ଜଣ ଲୋକ ଶୋଷରେ ପ୍ରାଣ ହରାଇଛନ୍ତି। ଅନ୍ୟପଟେ କେବଳ ୨ ଜଣ ଲୋକ ବଞ୍ଚି ଯାଇଛନ୍ତି।
49 people died of thirst in the Sahara Desert: ସମ୍ପୂର୍ଣ୍ଣ ନୀରବତା ଏବଂ ତତଲା ଡହ ଡହ ବାଲିରେ ଭରପୂର ସାହାରା ମରୁଭୂମିରେ ଦେଖିବାକୁ ମିଳିଛି ଆଉ ଏକ ହୃଦୟ ବିଦାରକ ଦୁଃଖଦ ଘଟଣା। ଆଫ୍ରିକା ମହାଦେଶର ମଧ୍ୟ ଭାଗରେ ଅବସ୍ଥିତ ନାଇଜର ଠାରେ ହଠାତ୍ ଏକ ଟ୍ରକ ଖରାପ ହୋଇଯିବାରୁ ମରୁଭୂମିରେ ବିନା ପାଣିରେ ଫସି ଯାଇଥିଲେ ଅନେକ ଯାତ୍ରୀ। ମୁଣ୍ଡଫଟା ଖରା, ଚାରିପାଖରେ ବାଲିର ସମୁଦ୍ର ଏବଂ କୌଣସି ସ୍ଥାନରେ ପାଣି ନମିଳିବାରୁ ସେମାନଙ୍କ ମଧ୍ୟରୁ ପ୍ରାୟ ୪୯ ଜଣ ଲୋକ ପ୍ରାଣ ହରାଇଛନ୍ତି। ସେମାନେ ଏକ ଧାର୍ମିକ ଉତ୍ସବରେ ଯୋଗ ଦେବା ପରେ ମାଲିରୁ ନାଇଜର ଫେରୁଥିଲେ। ହେଲେ ସେମାନଙ୍କର ଏହି ଯାତ୍ରା ସେମାନଙ୍କ ଜୀବନର ଶେଷ ଯାତ୍ରାରେ ପରିଣତ ହୋଇଥିଲା। ସେମାନଙ୍କ ମଧ୍ୟରୁ ୨ ଜଣ ବ୍ୟକ୍ତି କୌଣସି ପ୍ରକାରେ ୫୦ କିଲୋମିଟର ପାଦରେ ଚାଲି କୌଣସି ପ୍ରକାରେ ନିଜକୁ ବଞ୍ଚାଇବାରେ ସଫଳ ହୋଇଥିଲେ। ସେହି ୨ ଜଣ ବ୍ୟକ୍ତି ହିଁ ଏହି ଘଟଣା ବିଷୟରେ ସମଗ୍ର ବିଶ୍ୱକୁ ଜଣାଇଥିଲେ।

କ'ଣ ରହିଛି ପୁରା ଘଟଣାକ୍ରମ?
ଆଫ୍ରିକୀୟ ଦେଶ ନାଇଜରର ସାହାରା ମରୁଭୂମିର ଏକ ଦୁର୍ଗମ ଅଞ୍ଚଳରେ ପାଣି ନ ମିଳିବା କାରଣରୁ ୩୯ ଜଣ ଲୋକଙ୍କ ମୃତ୍ୟୁ ହୋଇଥିଲା। ସେମାନେ ଏକ ଟ୍ରକ୍ ରେ ଯାତ୍ରା କରୁଥିଲେ। ହେଲେ ମରୁଭୂମିର କୌଣସି ଏକ ଏହି ଟ୍ରକ ଖରାପ ହୋଇଯିବାରୁ ଅଟକି ଯାଇଥିଲା। ନ୍ୟୁଜ ଏଜେନ୍ସ ଏଏଫପି ରିପୋର୍ଟ ଅନୁଯାୟୀ ଗୁରୁବାର ଅଧିକାରୀ ଏ ଘଟଣାରୁ ନିଶ୍ଚିତ କରିଛନ୍ତି। ମୃତକ ଏକ ପର୍ବ ପରେ ଯୋଗ ଦେବା ପରେ ମାଲିରୁ ନାଇଜର ଫେରୁଥିଲେ। ହେଲେ ରାସ୍ତାରେ ସେମାନଙ୍କ ପାଖରେ ଥିବା ପାଣି ସରି ଯାଇଥିଲା। ଆଗାଡେଜ୍ ପ୍ରାଦେଶିକ ସରକାର ଏକ ଫେସବୁକ ପୋଷ୍ଟ କରି କହିଛନ୍ତି ଯେ ଆସ୍ମମାକାରୁ ପ୍ରାୟ ୮୦ କିଲୋମିଟର ପଶ୍ଚିମରେ ଏକ ନିର୍ଜନ ଅଞ୍ଚଳରେ ୪୯ ଜଣ ଲୋକ ଶୋଷରେ ପ୍ରାଣ ହରାଇଛନ୍ତି।

ଏହା ସହ ପଢନ୍ତୁ: ଉପର ମୁହାଁ ପାରଦ; ଲୋକେ କହିଲେ...

ଆସ୍ମମାକା ନାମକ ସ୍ଥାନ ନାଇଜର-ଆଲଜେରିଆ ମଧ୍ୟରେ ଏକ ପ୍ରମୁଖ ବର୍ଡର ପଏଣ୍ଟ। ଯାହା ମାଲି ସୀମା ନିକଟରେ ମଧ୍ୟ ଅବସ୍ଥିତ। ସରକାର କହିଛନ୍ତି ଯେ ପାଣି ଅଭାବ ଏବଂ ମରାମତି କରାଯାଇ ପାରୁନଥିବା ଏକ ଗାଡ଼ି ଯୋଗୁଁ ଲୋକେ ସାହାର ମରୁଭୂମିରେ ଫସି ଯାଇଥିଲେ। ଡ୍ରାଇଭର, ତାଙ୍କ ସାଥୀ ଏବଂ ଯାତ୍ରୀ ସେହି ଗାଡ଼ିକୁ ମରାମତି କରିବାକୁ ଚେଷ୍ଟା କରି ବିଫଳ ହୋଇଥିଲେ। ସେମାନେ ଏକ ଅତ୍ୟନ୍ତ କଷ୍ଟକର ଏବଂ ବିପଦପୂର୍ଣ୍ଣ ଅଞ୍ଚଳରେ ଫସି ରହିଥିଲେ। ଯେଉଁଠି ପ୍ରଚଣ୍ଡ ଗରମ ଅନୁଭୂତ ହେବା ସହ ପାଣି ଉପଲବ୍ଧ ନଥିଲା। ଯାହା ଫଳରେ ବଞ୍ଚିବା ଅତ୍ୟନ୍ତ କଷ୍ଟକର ହୋଇଯାଇଥିଲା।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
ସରକାର କହିଛନ୍ତି ସମସ୍ତ ମୃତକଙ୍କୁ ଗଣ କବର ଦିଆଯାଇଥିଲା। ହେଲେ ତଥାପି ୨ ଜଣ ଲୋକ କୌଣସି ପ୍ରକାରେ ନିଜକୁ ବଞ୍ଚଇବାରେ ସଫଳ ହୋଇଥିଲେ। ସେମାନେ ପ୍ରାୟ ୫୦ କିଲୋମିଟରରୁ ଅଧିକ ବାଟି ଚାଲି ଚାଲି ଶେଷରେ ପାଣି ପାଇଥିଲେ। ଏହା ପରେ ସେମାନେ ଆସ୍ମମାକା ଠାରେ ପହଞ୍ଚି ଘଟଣା ବିଷୟରେ ସ୍ଥାନୀୟ କର୍ତ୍ତୃପକ୍ଷଙ୍କୁ ଜଣାଇଥିଲେ। ଏହି ମରୁଭୂମି ଅଞ୍ଚଳ ଆଫ୍ରିକୀୟ ଦେଶରୁ ୟୁରୋପକୁ ଯାତ୍ରା କରିବାକୁ ଚେଷ୍ଟା କରୁଥିବା ଲୋକଙ୍କ ପାଇଁ ଏକ ପରିବହନ ପଥ ମଧ୍ୟ। ଏହି ରାସ୍ତାରେ ଅନେକ ଲୋକ ପୂର୍ବରୁ ଭୋକ ଶୋଷରେ ପ୍ରାଣ ହରାଇଛନ୍ତି।