Videos
|
International

Russia Ukraine War / ୟୁକ୍ରେନର ନର୍ଥ ବ୍ରିଜ ଉପରେ ଋଷର ଡ୍ରୋନ୍ ଆକ୍ରମଣ; ଉଠିଲା ନିଆଁଗୋଳା, ଦେଖନ୍ତୁ ଭିଡିଓ

Debashree Debasmita Sahoo
Browse all articles by Debashree Debasmita Sahoo
·1 hour ago·4 min read
ୟୁକ୍ରେନର ନର୍ଥ ବ୍ରିଜ ଉପରେ ଋଷର ଡ୍ରୋନ୍ ଆକ୍ରମଣ; ଉଠିଲା ନିଆଁଗୋଳା, ଦେଖନ୍ତୁ ଭିଡିଓ
Russia hits Kyiv bridge

Key Points

କିଭ୍‌ର ବ୍ରିଜ୍ ଉଡାଇଦେଲା ଋଷ
ନର୍ଦର୍ଣ୍ଣ ବ୍ରିଜ୍ ଉପରେ ରୁଷ୍‌ର କ୍ଷେପଣାସ୍ତ୍ର ମାଡ଼
ରାଜଧାନୀରେ ଯୋଗାଯୋଗ ସମ୍ପୂର୍ଣ୍ଣ ବିଚ୍ଛିନ୍ନ
ୟୁକ୍ରେନ ଉପରେ ରୁଷର ବଡ଼ ଆକ୍ରମଣ । ୟୁକ୍ରେନର ନର୍ଥ ବ୍ରିଜ ଉପରେ ଡ୍ରୋନ ଆକ୍ରମଣ କରିଛି ରୁଷ । ଆକ୍ରମଣର ଭିଡିଓ ସାମ୍ନାକୁ ଆସିଛି । ଡ୍ନିପ୍ରୋ ନଦୀର ଗୁରୁତ୍ୱପୂର୍ଣ୍ଣ ସେତୁ ଉପରେ ଗାଡ଼ିଗୁଡ଼ିକ ଯିବାଆସିବା ଜାରି ଥିବା ବେଳେ ବଡ଼ ବିସ୍ଫୋରଣ ହୋଇଥିଲା । ଏହି ବିସ୍ଫୋରଣରେ ଦୁଇଜଣ ଆହତ ହୋଇଛନ୍ତି। ବିସ୍ଫୋରଣ ଏବଂ ବାୟୁ ପ୍ରତିରକ୍ଷା ବ୍ୟବସ୍ଥା ସକ୍ରିୟ ଥିବା ସମୟରେ ଏହି ଆକ୍ରମଣ ହୋଇଛି । ଜର୍ମାନ ଚାନ୍ସେଲର ଫ୍ରେଡ୍ରିକ୍ ମର୍ଜ କିଭ୍ ପହଞ୍ଚିବା ପରେ ଏହି ଆକ୍ରମଣ କରିଛି ରୁଷ ।

  • ରାଜଧାନୀରେ ଯୋଗାଯୋଗ ସମ୍ପୂର୍ଣ୍ଣ ବିଚ୍ଛିନ୍ନ
ୟୁକ୍ରେନର ଭିତ୍ତିଭୂମିକୁ ସମ୍ପୂର୍ଣ୍ଣ ନଷ୍ଟ କରିଦେବାର ଲକ୍ଷ୍ୟ ରଖି ଋଷ କିଭ୍‌ର ଏକ ମୁଖ୍ୟ ସେତୁ ଉପରେ ଶକ୍ତିଶାଳୀ କ୍ଷେପଣାସ୍ତ୍ର ମାଡ଼ କରିଛି । କିଭ୍ ମେୟରଙ୍କ ସୂଚନା ଅନୁଯାୟୀ, ଏହି ଆକ୍ରମଣ ଏତେ ଭୟଙ୍କର ଥିଲା ଯେ ଏହା ସମଗ୍ର ରାଜଧାନୀରେ ହାହାକାର ପରିସ୍ଥିତି ସୃଷ୍ଟି କରିବା ସହ ସହରର ଟ୍ରାଫିକ୍ ବ୍ୟବସ୍ଥାକୁ ସମ୍ପୂର୍ଣ୍ଣ ଠପ୍ କରିଦେଇଛି । ପ୍ରଥମ ଥର ପାଇଁ କିଭ୍‌ର ନର୍ଦର୍ଣ୍ଣ ବ୍ରିଜ୍‌କୁ ସିଧାସଳଖ ଟାର୍ଗେଟ୍ କରାଯାଇଛି । ଏହି ବିସ୍ଫୋରଣ ଫଳରେ ସେତୁର ରାସ୍ତା ଏବଂ ଟ୍ରଲିବସ୍ ଯୋଗାଯୋଗ ନେଟୱାର୍କ ବିଚ୍ଛିନ୍ନ ହୋଇଯାଇଛି ।

  • ବିଦେଶୀ ନାଗରିକଙ୍କୁ କିଭ୍ ଛାଡ଼ିବାକୁ ଋଷର ଚେତାବନୀ
ନଦୀର ବାମ ପାର୍ଶ୍ୱରୁ ଡାହାଣ ପାର୍ଶ୍ୱକୁ ଯୋଗାଯୋଗ କରୁଥିବା ଏହି ବ୍ରିଜ୍ ଉପରେ ଯାତାୟାତ ଏବେ ସମ୍ପୂର୍ଣ୍ଣ ବନ୍ଦ ହୋଇଯାଇଛି, ଯାହାଦ୍ୱାରା କିଭ୍‌ର ଦୁଇ ପ୍ରାନ୍ତ ମଧ୍ୟରେ ସମ୍ପର୍କ ସମ୍ପୂର୍ଣ୍ଣ ବିଚ୍ଛିନ୍ନ ହୋଇଯାଇଛି । ଏହା ପରେ ପରିସ୍ଥିତି ଆହୁରି ଉଦ୍‌ବେଗଜନକ ରୂପ ନେଇଛି କାରଣ ଋଷ ଏବେ କିଭ୍‌ରେ ଥିବା ସମସ୍ତ ବିଦେଶୀ ରାଷ୍ଟ୍ରଦୂତ ଏବଂ ନାଗରିକମାନଙ୍କୁ ତୁରନ୍ତ ସହର ଛାଡ଼ିବା ପାଇଁ କଡ଼ା ଚେତାବନୀ ଦେଇଛି ।

ପଢନ୍ତୁ ଏହି ଖବର: ଋଷିଆ ଆକ୍ରମଣରେ ଧ୍ୱଂସ ହୋଇଗଲା ୟୁକ୍ରେନ୍ ସ୍ଥିତ ଭାରତୀୟ ଫାର୍ମା କମ୍ପାନୀ


  • ପାଲଟା ଜବାବରେ ହେଉଛି ଆକ୍ରମଣ
ଋଷୀୟ ବୈଦେଶିକ ମନ୍ତ୍ରଣାଳୟ ପକ୍ଷରୁ କୁହାଯାଇଛି ଯେ, ୟୁକ୍ରେନ ସେନା ପକ୍ଷରୁ ଋଷର ସାଧାରଣ ନାଗରିକ ଏବଂ ଗୁରୁତ୍ୱପୂର୍ଣ୍ଣ ଭିତ୍ତିଭୂମି ଉପରେ କ୍ରମାଗତ ଭାବେ ଆକ୍ରମଣ କରାଯାଉଛି । ଏହାର କଡ଼ା ଜବାବ ଦେବା ପାଇଁ ଋଷୀୟ ସେନା କିଭ୍‌ ସମେତ ୟୁକ୍ରେନର ବିଭିନ୍ନ ସହରରେ ସାମରିକ ଠିକଣାଗୁଡ଼ିକୁ ଟାର୍ଗେଟ୍ କରି ଆକ୍ରମଣକୁ ଆହୁରି ଜୋରଦାର କରିବ । ତେଣୁ ଚେତାବନୀକୁ ଅବମାନନା କରି ଯେଉଁ ବିଦେଶୀ ନାଗରିକ କିମ୍ବା କୂଟନୀତିଜ୍ଞମାନେ ସେଠାରେ ରହିବେ, ସେମାନଙ୍କ ଜୀବନହାନି କିମ୍ବା କ୍ଷୟକ୍ଷତି ପାଇଁ ସେମାନେ ନିଜେ ଦାୟୀ ରହିବେ ବୋଲି ସ୍ପଷ୍ଟ କରାଯାଇଛି । ଉଭୟ ଦେଶ ମଧ୍ୟରେ ଏହି ଉତ୍ତେଜନାମୂଳକ ପରିସ୍ଥିତି ଯୋଗୁଁ ୟୁକ୍ରେନରେ ଆଗାମୀ ଦିନରେ ବିପଦ ଆହୁରି ବଢ଼ିବାର ଆଶଙ୍କା ରହିଛି।

  • ଜର୍ମାନୀ ଚାନ୍ସେଲର କାହିଁକି ୟୁକ୍ରେନ ଯାଇଛନ୍ତି ?
ଜର୍ମାନର ଚାନ୍ସେଲର ଫ୍ରେଡ୍ରିକ୍ ମର୍ଜ ଋଷ ସହିତ ଚାଲିଥିବା ଯୁଦ୍ଧ ମଧ୍ୟରେ ୟୁକ୍ରେନକୁ ଜର୍ମାନୀର ଦୃଢ଼ ସମର୍ଥନ ଜଣାଇବା ପାଇଁ ଏକ ଅଘୋଷିତ ଗସ୍ତରେ କିଭ୍ ଯାଇଛନ୍ତି। ଋଷ ପକ୍ଷରୁ ବିଦେଶୀ ନାଗରିକ ଓ କୂଟନୀତିଜ୍ଞମାନଙ୍କୁ କିଭ୍ ଛାଡ଼ିବାକୁ ଦିଆଯାଇଥିବା ଚେତାବନୀକୁ ଏଡ଼ାଇ ସେ ୟୁକ୍ରେନ ରାଷ୍ଟ୍ରପତି ଭ୍ଲାଦିମିର ଜେଲେନସ୍କିଙ୍କ ସହ ସାକ୍ଷାତ କରିଛନ୍ତି । ଜର୍ମାନୀ ଚାନ୍ସେଲର ୟୁକ୍ରେନ ପାଇଁ ୧.୩୫ ବିଲିୟନ ୟୁରୋ (₹୧୪,୬୫୩ କୋଟି) ମୂଲ୍ୟର ଏକ ବଡ଼ ସାମରିକ ସହାୟତା ପ୍ୟାକେଜ୍ ଘୋଷଣା କରିଛନ୍ତି । ଏଥିରେ ଦୂରଗାମୀ ଅସ୍ତ୍ରଶସ୍ତ୍ର ଆଦି ସାମିଲ ।
Argus News App

📱 Get Argus News App

✨
📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Russia Strikes Kyiv Bridge as Germany’s Chancellor Friedrich Merz Visits Ukraine | Argus News Odia