Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
International

Middle East War / ଯେଉଁ ଦେଶକୁ କବ୍‌ଜା କରିବାକୁ ଚାହୁଁଛି ଆମେରିକା, ତା'କୁ ସାହାଯ୍ୟ କଲା ଋଷ

Sushanta Sahoo
Browse all articles by Sushanta Sahoo
·3 months ago·2 min read
ଯେଉଁ ଦେଶକୁ କବ୍‌ଜା କରିବାକୁ ଚାହୁଁଛି ଆମେରିକା, ତା'କୁ ସାହାଯ୍ୟ କଲା ଋଷ
Russia Sends Oil to Cuba

Key Points

ବିଗତ ୩ ମାସ ହେଲା କ୍ୟୁବାରେ କୌଣସି ତୈଳବାହୀ ଜାହାଜ ପହଞ୍ଚି ନଥିଲା । ଏହା ପଛରେ ବାଧକ ସାଜିଥିଲେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ।
ନୂଆଦିଲ୍ଲୀ: ତୈଳ ଓ ବିଦ୍ୟୁତ୍ ଭଳି ଅନ୍ୟ ଶକ୍ତିକୁ ନେଇ ସଂକଟରେ ଫସିଥିବା କ୍ୟୁବାକୁ ଆଶ୍ଵସ୍ତି ମିଳିଛି । ପ୍ରାୟ ୩ ମାସ ପରେ କ୍ୟୁବାରେ ପହଞ୍ଚିଛି ତୈଳବାହୀ ଜାହାଜ । ଋଷର ତୈଳ ଟ୍ୟାଙ୍କର 'ଅନାତୋଲି କୋଲୋଡକିନ' ଏକ ଲକ୍ଷ ମେଟ୍ରିକ୍ ଟନ୍ ଅଶୋଧିତ ତୈଳ ନେଇ ପହଞ୍ଚିଛି । ଏନେଇ ଋଷର ପରିବହନ ମନ୍ତ୍ରଣାଳୟ ସ୍ପଷ୍ଟ କରିଛି ।

ସୂଚନା ଅନୁସାରେ, ବିଗତ ୩ ମାସ ହେଲା କ୍ୟୁବାରେ କୌଣସି ତୈଳବାହୀ ଜାହାଜ ପହଞ୍ଚି ନଥିଲା । ଏହା ପଛରେ ବାଧକ ସାଜିଥିଲେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ । କ୍ୟୁବା ଉପରେ ଆମେରିକା ଏକ ପ୍ରକାର ପ୍ରତିବନ୍ଧକ ଲଗାଇ ଦେଶକୁ ଅନ୍ଧାର ଭିତରକୁ ଠେଲି ଦେଇଥିଲା ।

ଏଥିସହ ପଢ଼ନ୍ତୁ: ଅନ୍ଧାରରେ ବୁଡ଼ିଲା କ୍ୟୁବା; କାହିଁକି ଅଚାନକ ହୋଇଗଲା ବ୍ଲାକଆଉଟ୍?

ଧମକ, ଟାରିଫ୍ ଓ ପ୍ରତିବନ୍ଧକ

ଜାନୁଆରୀରେ ଭେନେଜୁଏଲା ରାଷ୍ଟ୍ରପତି ନିକୋଲସ ମାଦୁରୋଙ୍କୁ ଆମେରିକା ଅପହରଣ କରିଥିଲା । ଏହାପରେ ଭେନେଜୁଏଲାରୁ କ୍ୟୁବାକୁ ତୈଳ ରପ୍ତାନୀ ବନ୍ଦ କରି ଦେଇଥିଲା । ଏହାପରେ ଟ୍ରମ୍ପ ଧମକ ଦେଇଥିଲେ ଯେ, ଯିଏ କ୍ୟୁବାକୁ ତୈଳ ପଠାଇବ ତା'ଉପରେ ଅଧିକ ଟାରିଫ୍ ଲାଗିବ । ଏହି ଡରରେ କ୍ୟୁବାକୁ ସର୍ବାଧିକ ତୈଳ ରପ୍ତାନୀ କରୁଥିବା ମେକ୍ସିକୋ ରପ୍ତାନୀ ବନ୍ଦ କରି ଦେଇଥିଲା ।

ବିଦ୍ୟୁତ୍ ସଂକଟ

ଫଳରେ ୧୦ କୋଟି ଜନସଂଖ୍ୟା ବିଶିଷ୍ଟ ଏହି ଛୋଟ ଦେଶରେ ବିଦ୍ୟୁତ୍ ସଂକଟ ଗମ୍ଭୀର ରୂପ ନେଇଥିଲା । କ୍ୟୁବା ଘଣ୍ଟା ଘଣ୍ଟା ଧରି ଅନ୍ଧାରରେ ରହିବାକୁ ବାଧ୍ୟ ହୋଇଥିଲା । ପେଟ୍ରୋଲ୍ ବିକ୍ରିରେ କଡ଼ା ନିୟମ ଆପଣା ଯାଇଥିଲ । ଆଉ ଏଥିରେ ସର୍ବାଧିକ ପ୍ରଭାବିତ ହୋଇଥିଲେ ମେଡିକାଲ୍‌ରେ ଚିକିତ୍ସିତ ରୋଗୀ ।

ଏଥିସହ ପଢ଼ନ୍ତୁ: 
ଭେନୁଜଏଲା-ଇରାନ ପରେ ଆମେରିକା ନଜରରେ କ୍ୟୁବା; ସାମ୍ଭାବ୍ୟ ଯୁଦ୍ଧ ପାଇଁ ଚାଲିଛି ପ୍ରସ୍ତୁତି

ହଠାତ୍ ବଦଳିଲା ଟ୍ରମ୍ପଙ୍କ ସ୍ଵର

କ୍ୟୁବା ଶକ୍ତି ସଂକଟ ସହ ଜୁଝୁଥିବା ବେଳେ ରବିବାର ହଠାତ୍ ଟ୍ରମ୍ପ ମନ ବଦଳାଇ ଦେଇଥିଲେ । କହିଥିଲେ, "କୌଣସି ଦେଶ କ୍ୟୁବାକୁ ତୈଳ ପଠାଇଲେ ଆମେରିକାର ଆପତ୍ତି ନାହିଁ ।" ଟ୍ରମ୍ପଙ୍କ ବୟାନ ପରେ ତତ୍‌କ୍ଷଣାତ ଋଷର ତୈଳବାହୀ ଜାହାଜ କ୍ୟୁବା ଉପକୂଳ ଆଡ଼କୁ ଯାଇଛି ।

କ୍ଯୁବା ରାଷ୍ଟ୍ରପତି ମିଗେଲ ଡିୟାଜ ଖାନେଲ ପୂର୍ବରୁ କହିଥିଲେ ଯେ, ୩ ମାସ ହେଲା କୌଣସି ତୈଳ ଜାହାଜ ଆସି ନଥିବାରୁ ଦେଶରେ ଗମ୍ଭୀର ସଂକଟ ଦେଖା ଦେଇଛି । ଏବେ ଋଷ ତୈଳ ପହଞ୍ଚିବା ପରେ କ୍ୟୁବାକୁ ବିଦ୍ୟୁତ୍‌ ସଂକଟରୁ କିଛିଟା ଆଶ୍ଵସ୍ତି ମିଳିବା ଆଶା କରାଯାଉଛି ।
Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
Russia Sends 100,000 Ton Oil to Cuba Amid US Sanctions | Argus News | Argus News