Videos
|
International

Telegram / 'ଆତଙ୍କବାଦୀଙ୍କୁ ସାହାଯ୍ୟ କରୁଛନ୍ତି ଟେଲିଗ୍ରାମ ଫାଉଣ୍ଡର ପାଭେଲ୍ ଡୁରୋବ'; ଋଷ ଆଣିଲା ସଙ୍ଗୀନ ଅଭିଯୋଗ

Sushanta Sahoo
Browse all articles by Sushanta Sahoo
·2 hours ago·2 min read
'ଆତଙ୍କବାଦୀଙ୍କୁ ସାହାଯ୍ୟ କରୁଛନ୍ତି ଟେଲିଗ୍ରାମ ଫାଉଣ୍ଡର ପାଭେଲ୍ ଡୁରୋବ'; ଋଷ ଆଣିଲା ସଙ୍ଗୀନ ଅଭିଯୋଗ
Telegram Founder Faces Terror-Related Allegations

Key Points

ଋଷର ମୁଖ୍ୟ ଇଣ୍ଟରନାଲ୍ ସୁରକ୍ଷା ଏଜେନ୍ସି ବୁଧବାର ପାଭେଲ୍ ଡୁରୋବଙ୍କୁ ଅନ୍ତର୍ଜାତୀୟ ୱାଣ୍ଟେଡ୍ ତାଲିକାଭୁକ୍ତ କରିଛି । ଆତଙ୍କବାଦୀଙ୍କୁ ଟେଲିଗ୍ରାମ ଫାଉଣ୍ଡର ପାଭେଲ୍ ଡୁରୋବ ସହାୟତା କରୁଥିବା ନେଇ ଋଷ ଅଭିଯୋଗ ଆଣିଛି ।
ନୂଆଦିଲ୍ଲୀ: ଟେଲିଗ୍ରାମ ଫାଉଣ୍ଡର ପାଭେଲ୍ ଡୁରୋବଙ୍କ ବିରୋଧରେ ସଙ୍ଗୀନ ଅଭିଯୋଗ । ଆତଙ୍କବାଦୀଙ୍କୁ ପାଭେଲ୍ ଡୁରୋବ ସହାୟତା କରୁଥିବା ନେଇ ଋଷ ଅଭିଯୋଗ ଆଣିଛି । ଏଥିସହ ଋଷର ମୁଖ୍ୟ ଇଣ୍ଟରନାଲ୍ ସୁରକ୍ଷା ଏଜେନ୍ସି ବୁଧବାର ପାଭେଲ୍ ଡୁରୋବଙ୍କୁ ଅନ୍ତର୍ଜାତୀୟ ୱାଣ୍ଟେଡ୍ ତାଲିକାଭୁକ୍ତ କରିଛି ।

ଋଷର ଅଭିଯୋଗ ହେଉଛି, ଟେଲିଗ୍ରାମରେ ଏଭଳି ଅନେକ ଚାନେଲ୍, ଚାଟ୍ସ ଓ ବଟ୍ସ ରହିଛି ଯାହାର ବ୍ୟବହାର କଥିତ ଭାବେ ଋଷ ବିରୋଧରେ କରାଯାଉଛି । ଏଭଳି ଅଭିଯୋଗ ଆଣିଛି ଋଷର ସରକାରୀ ସଂସ୍ଥା ଫେଡରାଲ୍ ସିକ୍ୟୁରିଟି ସର୍ଭିସ୍ । ଯାହାକୁ FSB କୁହାଯାଏ ।

ଏଥିସହ ପଢ଼ନ୍ତୁ: Bossକୁ କିଡନୀ ଦେଲେ; ରିକଭରି ପାଇଁ ଛୁଟି ନେବାରୁ ଚାକିରିରୁ ବିଦା 

କ'ଣ କହିଲା FSB ?

ଋଷର ଏଜେନ୍ସି ଅନୁସାରେ, ଟେଲିଗ୍ରାମ କର୍ତ୍ତୃପକ୍ଷ ଏଭଳି ଅନେକ ଚାନେଲ, ଚାଟ୍ସ ଓ ବଟ୍ସକୁ ହଟାଇ ନାହାନ୍ତି । ଯାହାର ବ୍ୟବହାର ୟୁକ୍ରେନ୍‌ର ଗୁଇନ୍ଦା ଆତଙ୍କାଦୀ ଓ ଚରମପନ୍ଥୀ ସଂଗଠନ କରୁଛନ୍ତି । ଆଉ ସେହି ମଧ୍ୟମରେ ଋଷରେ ଭଙ୍ଗାରୁଜା, ଆତଙ୍କବାଦ, ସାମୁହିକ ହତ୍ୟା ଓ ସାଇବର ଠକେଇ ଆଦି ଗତିବିଧିକୁ ଚୂଡ଼ାନ୍ତ ରୂପ ଦିଆଯାଉଛି ।

ଋଷର ସବୁଠୁ ଲୋକପ୍ରିୟ ମେସେଜିଂ ଆପ୍ ମଧ୍ୟମରୁ ଟେଲିଗ୍ରାମ ଅନ୍ୟତମ । ନିକଟରେ ଟେଲିଗ୍ରାମ ବ୍ୟବହାର ଉପରେ ଋଷ ପ୍ରତିବନ୍ଧକ ଲଗାଇବା ସହ ସରକାରୀ ମେସେଜିଂ ଆପ୍ MAXକୁ ପ୍ରୋତ୍ସାହନ ଦେଉଛି । ୨୦୧୩ରେ ଆରମ୍ଭ ହୋଇଥିବା ଟେଲିଗ୍ରାମର ବ୍ୟବହାର ଋଷ-ୟୁକ୍ରେନ ଯୁଦ୍ଧରେ ବ୍ୟାପକ ଭାବେ ବ୍ୟବହାର କରାଯାଇଥିଲା ।

ଚଳିତ ବର୍ଷ ଆରମ୍ଭରୁ ଟେଲିଗ୍ରାମ ସଂସ୍ଥାପକ ପାଭେଲ୍ ଡୁରୋବ କହିଥିଲେ, "ଋଷର ଅଧିକାରୀ ତାଙ୍କ ବିରୋଧରେ ଅପରାଧିକ ତଦନ୍ତ ଆରମ୍ଭ କରିଛନ୍ତି । ବ୍ୟକ୍ତିଗତ ଗୋପନୀୟତା ଓ କହିବାର ସ୍ଵାଧୀନତାକୁ ଚପାଇବାକୁ ଉଦ୍ୟମ କରି ଟେଲିଗ୍ରାମର ବ୍ୟବହାରକୁ ସୀମିତ କରିବାକୁ ବାହାନା କରାଯାଉଛି ।"

ଏଥିସହ ପଢ଼ନ୍ତୁ: PoKରେ ଗଣହତ୍ୟାକୁ ଠିକ୍ କହିଲେ ପାକିସ୍ତାନର ପ୍ରତିରକ୍ଷା ମନ୍ତ୍ରୀ 

ଋଷ ଛାଡ଼ି ଫ୍ରାନ୍ସରେ ପାଭେଲ୍

ଋଷରେ ଜନ୍ମିତ ପାଭେଲ୍ ଡୁରୋବଙ୍କ ନିକଟରେ ପ୍ରାନ୍ସ ଓ ୟୁଏଇର ନାଗରିକତା ରହିଛି । ସେ ଏବେ ଫ୍ରାନ୍ସରେ ରହୁଥିବା ବେଳେ ସେଠାକାର ଅଧିକାରୀ ମଧ୍ୟ ତାଙ୍କ ବିରୋଧରେ ତଦନ୍ତ କରୁଛନ୍ତି । ଫ୍ରାନ୍ସର ଅଭିଯୋଗ, "ଟେଲିଗ୍ରାମ ଅପରାଧିକ ଗତିବିଧି ରୋକିବାରେ ବିଫଳ ଓ ଆଇନ୍ ଲାଗୁ କରୁଥିବା ଏଜେନ୍ସିଙ୍କୁ ପର୍ଯ୍ୟାପ୍ତ ସହଯୋଗ କରୁ ନାହିଁ ।" ତେବେ ଫ୍ରାନ୍ସର ଅଭିଯୋଗକୁ ପାଭେଲ୍ ଡୁରୋବ ଖଣ୍ଡନ କରିଛନ୍ତି ।
Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free: