Horror in the Sky / ମଝି ଆକାଶରେ ହଠାତ୍ ଖସିଗଲା ବିମାନ ଝରକା; ଝୁଲି ରହିଲା ଯାତ୍ରୀଙ୍କ ମୁଣ୍ଡ ଓ କାନ୍ଧ
·3 hours ago·2 min read

Key Points
ବିମାନ ଆକାଶରେ ଉଡ଼ୁଥିବା ବେଳେ ହଠାତ୍ ଯାତ୍ରୀ ଜଣଙ୍କ ନିକଟରେ ଥିବା ଝରକା ହଠାତ୍ ଖସି ଯାଇଥିଲା । ଝରକା ଖସିଯିବାରୁ ନିକଟରେ ଥିବା ଯାତ୍ରୀ ଜଣଙ୍କ ବାହାରକୁ ଟାଣି ହୋଇ ଯାଇଥିଲେ ।
ନୂଆଦିଲ୍ଲୀ: ବିମାନରେ ଉଡ଼ିବାକୁ ପ୍ରାୟ ସମସ୍ତଙ୍କର ଇଚ୍ଛା ଥାଏ । ଆଉ ବିମାନରେ ଯିବାବେଳେ ଝରକା ପାଖ ସିଟ୍ ମିଳିଗଲେ ଆନନ୍ଦ କହିଲେ ନସରେ । ବିମାନ ବୁକିଂ ବେଳେ ସମସ୍ତେ ଝରକା ପାଖ ସିଟ୍ ପାଇଁ ଆଗ୍ରହୀ ମଧ୍ୟ ଥାଆନ୍ତି । ଆଉ ସେହି ଝରକା ପାଖ ସିଟ୍ ଏବେ ଜଣେ ଯାତ୍ରୀଙ୍କ ପାଇଁ କାଳ ସାଜିଛି ।
ବିମାନରେ ଗ୍ରୀକ୍ରୁ ଜର୍ମାନୀ ଯାଉଥିବା ସର୍ବିଆର ଜଣେ ଯାତ୍ରୀଙ୍କ କ୍ଷେତ୍ରରେ ଅଘଟଣ ଘଟିଛି । ସର୍ବିଆର ଯାତ୍ରୀ ଜଣଙ୍କ ରାୟାନଏୟାର ବିମାନରେ ଯାଉଥିଲେ । ମଝି ଆକାଶରେ ତାଙ୍କ ସହ ଯାହା ଘଟିଲା, ତାହା ମୃତ୍ୟୁମୁଖରେ ପଡ଼ିବା ଭଳି ।
ଏଥିସହ ପଢ଼ନ୍ତୁ: ଚେତାଇଲେ ନେତାନ୍ୟାହୁ: ଇରାନ ଉପରେ ପୁଣି ହେବ ତୃତୀୟ ମହାଆକ୍ରମଣ
ବଞ୍ଚାଇଦେଲା ସିଟ୍ ବେଲ୍ଟ
ବିମାନ ଆକାଶରେ ଉଡ଼ୁଥିବା ବେଳେ ହଠାତ୍ ଯାତ୍ରୀ ଜଣଙ୍କ ନିକଟରେ ଥିବା ଝରକା ହଠାତ୍ ଖସି ଯାଇଥିଲା । ଝରକା ଖସିଯିବାରୁ ନିକଟରେ ଥିବା ଯାତ୍ରୀ ଜଣଙ୍କ ବାହାରକୁ ଟାଣି ହୋଇ ଯାଇଥିଲେ । ସୌଭାଗ୍ୟବଶତଃ ସେ ସିଟ୍ବେଲ୍ଟ ବାନ୍ଧିଥିବାରୁ ତାଙ୍କ ଜୀବନ ବଞ୍ଚିଯାଇଛି ।
ଘଟଣା ସମୟରେ ବିମାନଟି ଗ୍ରୀକ୍ର ଥେସାଲୋନିକିରୁ ଜର୍ମାନୀର ମେମିଙ୍ଗେନ୍ ଅଭିମୁଖେ ଯାଉଥିଲା । ପୀଡ଼ିତ ଯାତ୍ରୀ ଜଣକ ସର୍ବିଆର ଜଣେ ପର୍ଯ୍ୟଟକ ବୋଲି ଜଣାପଡ଼ିଛି । ବିମାନରେ ଥିବା ସହଯାତ୍ରୀ ତାଙ୍କୁ ଟାଣି ଆଣିବା ଫଳରେ ସେ ବର୍ତ୍ତି ଯାଇଛନ୍ତି ।
ସହଯାତ୍ରୀଙ୍କ କହିବା ଅନୁଯାୟୀ, "ଅଧିକାଂଶ ଯାତ୍ରୀ ଶୋଇ ପଡ଼ିଥିବା ବେଳେ ହଠାତ୍ ଟାୟାର ଫାଟିବା ଭଳି ଏକ ବଡ଼ ଶବ୍ଦ ଶୁଣାଯାଇଥିଲା । ତା’ପରେ ବିମାନ ଭିତରେ ଚିତ୍କାର ଆରମ୍ଭ ହୋଇ ଯାଇଥିଲା । କ୍ୟାବିନରେ ବାୟୁଚାପ କମିଯିବାରୁ ଅକ୍ସିଜେନ୍ ମାସ୍କ ତଳକୁ ଖସି ପଡ଼ିଥିଲା ।"
ଏଥିସହ ପଢ଼ନ୍ତୁ: ପ୍ରକାଶ ପାଇଲା ଶକ୍ତିଶାଳୀ ବାୟୁସେନା ତାଲିକା; ପଛରେ ପଡ଼ିଗଲା ଚୀନ
ଝରକା ଖସିଯିବାରୁ ଯାତ୍ରୀଙ୍କ ମୁଣ୍ଡ ଓ କାନ୍ଧ ଝରକା ବାହାରକୁ ଚାଲି ଯାଇଥିଲା । ଅନ୍ୟ ଯାତ୍ରୀମାନେ ତୁରନ୍ତ ତାଙ୍କୁ ଧରି ବିମାନ ଭିତରକୁ ଟାଣି ଆଣିଥିଲେ । ସେ ସିଟ୍ବେଲ୍ଟ ପିନ୍ଧିଥିବାରୁ କେବଳ ତାଙ୍କ ମୁଣ୍ଡ ଓ କାନ୍ଧ ବାହାରକୁ ଟାଣି ହୋଇ ଯାଇଥିଲା ।
ଘଟଣାରେ ଯାତ୍ରୀ ଜଣକଙ୍କ ଦେହରେ ଘର୍ଷଣଜନିତ ଆଘାତ ଲାଗିଥିଲା । ପରେ ଯାତ୍ରୀ ଜଣଙ୍କ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ଏବେ ତାଙ୍କ ସ୍ୱାସ୍ଥ୍ୟାବସ୍ଥା ସ୍ଥିର ଥିବା ଜଣାପଡ଼ିଛି । ଏହି ଭୟଙ୍କର ଘଟଣା ବିମାନରେ ଥିବା ସମସ୍ତ ଯାତ୍ରୀଙ୍କୁ କିଛି ସମୟ ପାଇଁ ଆତଙ୍କିତ କରିଦେଇଥିଲା ।

📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Related Topics
Explore more stories