Videos
|
International

Houthi Attacks on Saudi Arabia Dammam Airport / ପୁଣି ହୁଥି ଆକ୍ରମଣରେ କମିଲା ସାଉଦି ଆରବ; ଜଣେ ଭାରତୀୟ ମୃତ, ୨ ଆହତ

Subhramjit Ray
Browse all articles by Subhramjit Ray
·1 hour ago·3 min read
ପୁଣି ହୁଥି ଆକ୍ରମଣରେ କମିଲା ସାଉଦି ଆରବ; ଜଣେ ଭାରତୀୟ ମୃତ, ୨ ଆହତ
Houthi Attacks on Saudi Arabia Dammam Airport

Key Points

ଏହି ମାସରେ ସାଉଦି ବିମାନବନ୍ଦର ଉପରେ ହୋଇଥିବା ଆକ୍ରମଣରେ ମୋଟ ୨୨ ଜଣଙ୍କ ମୃତ୍ୟୁ ହୋଇଛି। ୟମେନ ଠାରେ ସକ୍ରିୟ ରହିଥିବା ହୁଥି ବିଦ୍ରୋହୀ ସାଉଦି ଆରବ ବିରୋଧରେ ଆକ୍ରମଣ ଜାରି ରଖିଛନ୍ତି।
ପୁଣି ହୁଥି ବିଦ୍ରୋହୀଙ୍କ ଆକ୍ରମଣରେ କମ୍ପି ଉଠିଛି ସାଉଦି ଆରବ। ଦେଶର ଦମ୍ମାମ୍ ବିମାନବନ୍ଦରରେ ହୁଥି ବିଦ୍ରୋହୀଙ୍କ ଦ୍ୱାରା ହୋଇଥିବା ଆକ୍ରମଣରେ ଜଣେ ଭାରତୀୟ ସମେତ ୨ ଜଣଙ୍କ ମୃତ୍ୟୁ ହୋଇଛି। ୟମେନ୍ ଠାରେ ସମାନ୍ତରାଳ ସରକାର ଚଳାଇଥିବା ହୁଥି ବିଦ୍ରୋହୀ ସାଉଦି ଆରବ ଉପରେ ପୁନର୍ବାର ଆକ୍ରମଣ କରିବାରେ ଲାଗିଛନ୍ତି। ଗତ ବୁଧବାର (ଅକ୍ଟୋବର ୨୧-୨୨) ବିଳମ୍ବିତ ରାତିରେ ବିମାନବନ୍ଦର ଉପରେ ହୋଇଥିବା ଆକ୍ରମଣରେ ୨ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ଅନ୍ୟ ୮ ଜଣ ଆହତ ହୋଇଛନ୍ତି।

ସାଉଦି ବେସାମରିକ ବିମାନ ଚଳାଚଳ କର୍ତ୍ତୃପକ୍ଷ ଏକ ବିବୃତ୍ତିରେ କହିଛନ୍ତି ଯେ ଏହି ଆକ୍ରମଣରେ ଜଣେ ସାଉଦି ନାଗରିକ ଏବଂ ଅନ୍ୟ ଜଣେ ଭାରତୀୟଙ୍କ ମୃତ୍ୟୁ ହୋଇଛି। ସାଉଦି ଆରବ ସ୍ଥିତ ଭାରତୀୟ ଦୂତାବାସ କହିଛି ଯେ ସାଉଦି କର୍ତ୍ତୃପକ୍ଷଙ୍କ ଦ୍ୱାରା ଏହି ଘଟଣା ସମ୍ପର୍କରେ ସୂଚନା ଦିଆଯାଇଛି। ସାଉଦି କର୍ତ୍ତୃପକ୍ଷ ମୃତକଙ୍କ ସଂଖ୍ୟାକୁ ଅପଡେଟ୍ କରିଛନ୍ତି। ବିମାନବନ୍ଦରରେ ହୋଇଥିବା କ୍ଷୟକ୍ଷତି ସମ୍ପର୍କରେ ଆକଳନ କରାଯାଉଛି ବୋଲି ସେ କହିଛନ୍ତି। ବିଗତ କିଛି ସପ୍ତାହ ମଧ୍ୟରେ ସାଉଦି ଆରବର ତୈଳ ଏବଂ ବେସାମରିକ ଭିତ୍ତିଭୂମି ଉପରେ ଇରାନ ସମର୍ଥିତ ହୁଥି ବିଦ୍ରୋହୀଙ୍କ ଆକ୍ରମଣ ଜାରି ରହିଛି। ଏହି ଆକ୍ରମଣ କାରଣରୁ ରାଜଧାନୀ ରିୟାଦ ସ୍ଥିତ ମୁଖ୍ୟ ବିମାନବନ୍ଦର ବନ୍ଦ ହୋଇଯାଇଛି। ଏପରିକି ଦେଶରେ ଆୟୋଜିତ ହେବାକୁ ରହିଥିବା ଏକ ପ୍ରମୁଖ ନିବେଶ ସମ୍ମିଳନୀକୁ ସ୍ଥଗିତ ରଖିବାକୁ ପଡ଼ିଛି।

ଘଟଣାକୁ ନେଇ କ'ଣ କହିଲା ଭାରତୀୟ ଦୂତାବାସ?
ସାଉଦି ଆରବ ସ୍ଥିତ ଭାରତୀୟ ଦୂତାବାସ ସୋସିଆଲ ମିଡି଼ଆ ପ୍ଲାଟଫର୍ମ X ରେ ଏକ ପୋଷ୍ଟ ସେୟାର କରି ଲେଖିଛି ଯେ, ସାଉଦି ଆରବ କର୍ତ୍ତୃପକ୍ଷ ସୂଚନା ଦେଇଛନ୍ତି ଯେ ଗତକାଲି ରାତିରେ ଦମ୍ମାମ ବିମାନବନ୍ଦରରେ ହୋଇଥିବା ଆକ୍ରମଣରେ ପ୍ରାଣ ହରାଇଥିବା ୨ ଜଣଙ୍କ ମଧ୍ୟରେ ଜଣେ ଭାରତୀୟ ନାଗରିକ ଅଛନ୍ତି। ଅନ୍ୟ ୨ ଜଣ ଭାରତୀୟ ନାଗରିକ ଆହତ ହୋଇଛନ୍ତି। ଆମେ ଅଧିକ ସୂଚନା ସଂଗ୍ରହ କରୁଛୁ ଏବଂ ପ୍ରଭାବିତ ପରିବାର ସହିତ ଯୋଗାଯୋଗ କରୁଛୁ। ଆମର ସମବେଦନା ଏବଂ ପ୍ରାର୍ଥନା ମୃତକଙ୍କ ପରିବାର ଏବଂ ପ୍ରିୟଜନଙ୍କ ସହିତ ରହିଛି। ଆମେ ଆହତମାନଙ୍କ ଶୀଘ୍ର ଆରୋଗ୍ୟ କାମନା କରୁଛୁ।"


ଚଳିତ ମାସରେ ହୋଇଛି ୨୨ ଜଣଙ୍କ ମୃତ୍ୟୁ
ନ୍ୟୁଜ ଏଜେନ୍ସି AFP ରିପୋର୍ଟ ଅନୁଯାୟୀ, ଚଳିତ ମାସରେ ସାଉଦି ଆରବ ବିମାନବନ୍ଦର ଉପରେ ହୋଇଥିବା ଆକ୍ରମଣରେ ପ୍ରାୟ ୨୨ ଜଣଙ୍କ ମୃତ୍ୟୁ ହୋଇଛି। ଲାଲ ସାଗରରେ ହୁଥି ବିଦ୍ରୋହୀଙ୍କ ଦ୍ୱାରା ଲଗାଯାଇଥିବା ସାମୁଦ୍ରିକ ଅବରୋଧ ବିଶ୍ୱର ସର୍ବବୃହତ ଅଶୋଧିତ ତୈଳ ରପ୍ତାନିକାରୀ ସାଉଦି ଆରବରୁ ତୈଳ ଯୋଗାଣକୁ ପ୍ରଭାବିତ କରିଛି। ଗତ ଜୁଲାଇ ମାସରେ ୟେମେନ ଗୃହଯୁଦ୍ଧରେ ବର୍ଷ ବର୍ଷ ଧରି ଚାଲିଥିବା ଅସ୍ତ୍ରବିରତି ଭାଙ୍ଗିଯିବା ପରେ ଜୋରଦାର ଆକ୍ରମଣ ହୋଇଛି।

ଏହା ସହ ପଢନ୍ତୁ: ହୁଥି ବିଦ୍ରୋହୀଙ୍କ ଆକ୍ରମଣରେ କମ୍ପି ଉଠିଲା ସାଉଦି ଆରବ; ଜଣେ ଭାରତୀୟ ମୃତ

 ୟମେନ୍ ଠାରେ ସକ୍ରିୟ ରହିଥିବା ଇରାନ-ସମର୍ଥିତ ହୁଥି ବିଦ୍ରୋହୀ ଗୋଷ୍ଠୀ ସାଉଦି ଆରବ ନେତୃତ୍ୱାଧିନ ସାମରିକ ମେଣ୍ଟ ଦ୍ୱାରା ସମର୍ଥିତ ସରକାରଙ୍କ ସହିତ ଲଢ଼ୁଛି। ହୁଥି ବିଦ୍ରୋହୀ ସାଉଦି ଆରବ ବିରୋଧରେ ଏକ ସାମୁଦ୍ରିକ ଅବରୋଧ ଘୋଷଣା କରିଥିଲେ। ଏହା ସହିତ ସେମାନେ ସାଉଦି ଆରବ ଜାହାଜ, ଦେଶର ବିଭିନ୍ନ ଗୁରୁତ୍ୱପୂର୍ଣ୍ଣ ଅଞ୍ଚଳ ଏବଂ ତୈଳ ସୁବିଧା କେନ୍ଦ୍ର ଉପରେ ଆକ୍ରମଣ ଆରମ୍ଭ କରିଥିଲେ। ଏହାପରେ ସେମାନେ ସେପ୍ଟେମ୍ବର ମାସରେ ଏକ ବଡ଼ ଆକ୍ରମଣ ଆରମ୍ଭ କରିଥିଲେ। ଲାଲ ସାଗର ଉପକୂଳରେ ସରକାରଙ୍କ ଅଧିନସ୍ଥ ଅଞ୍ଚଳର ନିୟନ୍ତ୍ରଣ ଅକ୍ତିଆର କରିଥିଲେ। ଏହାର ଜବାବରେ ସାଉଦି ବାୟୁସେନା ପ୍ରାୟତଃ ହୁଥି-ନିୟନ୍ତ୍ରିତ ଅଞ୍ଚଳକୁ ଟାର୍ଗେଟ କରୁଛି। ଯାହା ୟମେନ୍ ର ଏକ ବଡ଼ ଅଂଶକୁ ଘେରି ରହିଛି।
Argus News App

📱 Get Argus News App

✨
📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free: