Videos
|
International

Saudi airstrike Iraqi militia / ସାଉଦି କାର୍ଯ୍ୟାନୁଷ୍ଠାନରେ ଥରହର ଇରାକ; ୧୮ ମୃତ; ୩୨ ଆହତ

Subhramjit Ray
Browse all articles by Subhramjit Ray
·1 hour ago·3 min read
ସାଉଦି କାର୍ଯ୍ୟାନୁଷ୍ଠାନରେ ଥରହର ଇରାକ; ୧୮ ମୃତ; ୩୨ ଆହତ
Saudi airstrike Iraqi militia

Key Points

ସାଉଦି ଆରବ କହିଛି ଯେ ଏହା ଉତ୍ତେଜନା ବୃଦ୍ଧି କରିବାକୁ ଚାହୁଁନାହିଁ, ହେଲେ ଆକ୍ରମଣର ଜବାବ ଦେବ। ପ୍ରତିରକ୍ଷା ମନ୍ତ୍ରଣାଳୟର ସରକାରୀ ମୁଖପାତ୍ର, ମେଜର ଜେନେରାଲ ତୁର୍କି ଅଲ-ମାଲକି କହିଛନ୍ତି ଯେ "ଆତଙ୍କବାଦୀ" ଆକ୍ରମଣ ପୁଣି ଥରେ ଇରାକ ଅଞ୍ଚଳରୁ ଆରମ୍ଭ ହୋଇଥିଲା ଏବଂ ଇରାନ-ସମର୍ଥିତ ଆତଙ୍କବାଦୀ ମିଲିସିଆ ଦ୍ୱାରା କରାଯାଇଥିଲା।
  • Saudi Arabia Iraq airstrikes: ଇରାନ ଯୁଦ୍ଧ ଏବେ ଇରାକକୁ ବ୍ୟାପିଯାଇଛି। ଆମେରିକା-ସାଉଦି ଆରବ ପକ୍ଷରୁ ହୋଇଥିବା ସଦ୍ୟତମ ମିଳିତ ବିମାନ ଆକ୍ରମଣରେ ୧୮ ଜଣ ଇରାକୀ ଲଜୁଆ ନିହତ ହୋଇଛନ୍ତି। ଏନେଇ ଆମେରିକା ସେନା କେନ୍ଦ୍ରୀୟ କମାଣ୍ଡ କହିଛି ଯେ ବିଗତ ୭୨ ଘଣ୍ଟା ମଧ୍ୟରେ ଆଇଆରଜିସି (IRGC) ଦ୍ୱାରା ନିର୍ଦ୍ଦେଶିତ ୩୦ ରୁ ଅଧିକ ଡ୍ରୋନ୍ ଆକ୍ରମଣର ଜବାବରେ, ଆମେରିକା ଏବଂ ସାଉଦି ଯୁଦ୍ଧ ବିମାନ ପୂର୍ବ ଇରାକ ସ୍ଥିତ ଅନେକ ସ୍ଥାନ ଉପରେ ଆକ୍ରମଣ କରିଛି। ଯେଉଁଠି ଆତଙ୍କବାଦୀଙ୍କ ପାଇଁ ଆନୁଷଙ୍ଗୀକ ସହାୟତା କେନ୍ଦ୍ର ଏବଂ ଅସ୍ତ୍ରଗାର ରହିଥିଲା।


  • କେନ୍ଦ୍ରୀୟ କମାଣ୍ଡ ଆହୁରି କହିଛି ଯେ ଆମେରିକୀୟ ସେନା କାର୍ଯ୍ୟାନୁଷ୍ଠାନକୁ ରୋକିବା ପାଇଁ ରିଭଲ୍ୟୁସନରୀ ଗାର୍ଡ଼ ଏବଂ ଏହାର ଆତଙ୍କବାଦୀ ସହଯୋଗୀଙ୍କୁ ଏହି ଆକ୍ରମଣ ବନ୍ଦ କରିବାକୁ ପଡିବ। ଏହି ସମୟରେ ସାଉଦି ଆରବ ଏବଂ ଇରାକ ମଧ୍ୟରେ ନୂତନ ଉତ୍ତେଜନା ପରେ ଗୁରୁବାର (ଜୁଲାଇ ୩୦) ଜେଦ୍ଦା ଠାରେ ଇରାକ ପ୍ରଧାନମନ୍ତ୍ରୀ ଏବଂ ସାଉଦି ଯୁବରାଜଙ୍କ ମଧ୍ୟରେ ହେବାକୁ ଯାଉଥିବା ଏକ ବୈଠକ ବାତିଲ କରାଯାଇଛି।

    ସାଉଦି ପ୍ରତିରକ୍ଷା ମନ୍ତ୍ରଣାଳୟ ଏକ ସାମାଜିକ ଗଣମାଧ୍ୟମ ପୋଷ୍ଟରେ ଆକ୍ରମଣକୁ ସ୍ୱୀକାର କରିଛି ଏବଂ ଚେତାବନୀ ଦେଇ କହିଛି "ଆମେ ଉତ୍ତେଜନା ବୃଦ୍ଧି କରିବାକୁ ଚାହୁଁନାହିଁ, ହେଲେ ଆମ ଉପରେ ଆକ୍ରମଣ ହେଲେ ଏହାର ପ୍ରତିଶୋଧ ନିଆଯିବ।" ଆମେରିକା ଏବଂ ସାଉଦି ଆରବ ଦ୍ୱାରା ହୋଇଥିବା ବିମାନ ଆକ୍ରମଣରେ ୧୮ ଜଣ ଇରାକୀ ଲଢ଼ୁଆ ନିହତ ହୋଇଛନ୍ତି। ଆମେରିକା ଏବଂ ସାଉଦି ପକ୍ଷରୁ ହୋଇଥିବା ଆକ୍ରମଣ ଇରାକର ୭ ପ୍ରଦେଶରେ ହୋଇଥିଲା। ଯେଉଁଥିରେ ଅତି କମରେ ୧୮ ଜଣ ଇରାକୀ ଲଢ଼ୁଆ ନିହତ ହୋଇଥିଲେ ଏବଂ ଅନ୍ୟ ୩୨ ଜଣ ଆହତ ହୋଇଥିଲେ।

    ଏହା ସହ ପଢନ୍ତୁ: ସମୁଦ୍ର ବିଛା ହୋଇଥିବା ମାଇନ୍ସ ସହ ପିଟିହେଲା ତୈଳ ଟ୍ୟାଙ୍କର; କ୍ଷୟକ୍ଷତିର ମିଳିନାହିଁ ସୂଚନା

    ପ୍ରମୁଖ ସିଆ ଏବଂ ଇରାନ ସମର୍ଥିତ ସଶସ୍ତ୍ର ଗୋଷ୍ଠୀର ଏକ ମେଣ୍ଟ, ପପୁଲାର ମୋବିଲାଇଜେସନ୍ ଫୋର୍ସେସ୍ (PMF), ଆନୁଷ୍ଠାନିକ ଭାବରେ ଇରାକୀ ସେନା ଅଧିନରେ ରହିଛି। ସଙ୍ଗଠନ ପକ୍ଷରୁ ଜାରି ହୋଇଥିବା ବିବୃତ୍ତିରେ କୁହାଯାଇଛି ଯେ ଇରାକର ବିଭିନ୍ନ ସ୍ଥାନରେ ଏହାର ଘାଟି ଉପରେ ରାତିସାରା ହୋଇଥିବା ଆକ୍ରମଣରେ ଅତି କମରେ ୨୦ ଜଣ ଯୋଦ୍ଧା ନିହତ ହୋଇଥିବା ବେଳେ ୩୨ ଜଣ ଆହତ ହୋଇଛନ୍ତି।

    PMF (Popular Mobilization Forces) ଗୋଷ୍ଠୀ, ଗତ ୨୦୧୪ ରେ ଇରାକର ଏକ ବଡ଼ ଅଂଶ ଦଖଲ କରିବା ପରେ ଆତଙ୍କବାଦୀ ସଙ୍ଗଠନ ଇସଲାମିକ୍ ଷ୍ଟେଟ୍ (IS) ବିରୋଧରେ ହୋଇଥିବା ଲଢ଼େଇରେ ଅଂଶଗ୍ରହଣ କରିଥିଲା। ଗତ ୨୦୧୬ ରେ, ଇରାକ ସରକାର PMF କୁ ଇରାକୀ ସଶସ୍ତ୍ର ବାହିନୀ ମଧ୍ୟରେ ଏକ "ସ୍ୱାଧିନ ସାମରିକ ୟୁନିଟ୍" ମାନ୍ୟତା ପ୍ରଦାନ କରିଥିଲ। ହେଲେ ଏହାର ସଦସ୍ୟ ମିଲିସିଆ ପ୍ରାୟତଃ ସ୍ୱାଧିନ ଭାବରେ କାର୍ଯ୍ୟ କରିଥାନ୍ତି। ଏପରିକି ସେମାନେ କେତେକ ଆମେରିକୀୟ ଘାଟି ଉପରେ ମଧ୍ୟ ଆକ୍ରମଣ କରିଛନ୍ତି।

    ଗତ ମଙ୍ଗଳବାର ସାଉଦି ଆରବ ପକ୍ଷରୁ କୁହାଯାଇଛି ଯେ ଲଗାତାର ଦ୍ୱିତୀୟ ଦିନ ପାଇଁ ଇରାକରେ ଇରାନ ସମର୍ଥିତ ମିଲିସିଆ ଦ୍ୱାରା ଉଡ଼ାଯାଇଥିବା ଏକ ଡ୍ରୋନ୍ କୁ ଗୁଳି ମାରି କରି ଖସାଇ ଦିଆଯାଇଛି। ଏହି ସମୟରେ ୟେମେନରେ ଇରାନ ସମର୍ଥିତ ହୁଥି ବିଦ୍ରୋହୀ ଦାବି କରିଛନ୍ତି ଯେ ସେମାନେ ସାଉଦି ଆରବ ବିରୋଧରେ ଘେରାବନ୍ଦୀ କରି ଏକ ସାଉଦି ତୈଳ ଟ୍ୟାଙ୍କରକୁ ଫେରିଯିବାକୁ ବାଧ୍ୟ କରିଛନ୍ତି।

    ଗତ ସୋମବାର ସାଉଦି ଆରବ ଦ୍ୱାରା ହୋଇଥିବା ଆକ୍ରମଣ ପାଇଁ, ଇରାକୀ ନେତା ଅଲ-ଜାଇଦି ସୁରକ୍ଷା ବାହିନୀକୁ ତଦନ୍ତ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି। ଇରାକୀ ସେନା କହିଛି ଯେ "ଇରାକୀ ଅଞ୍ଚଳକୁ ସହଯୋଗୀ ଦେଶଙ୍କ ବିରୋଧଧରେ ଆକ୍ରମଣ ପାଇଁ ଏକ ରୁଟ୍ କିମ୍ବା ଲଞ୍ଚିଂ ପଏଣ୍ଟ ଭାବରେ ବ୍ୟବହାର ହେବାରୁ ରୋକିବା ପାଇଁ ପ୍ରତିବଦ୍ଧ।"

    ଏହା ସହ ପଢନ୍ତ: ଆଇାଆରଜିସି ଆତଙ୍କବାଦୀ ସଙ୍ଗଠନ ଘୋଷିତ; ବ୍ରିଟେନ ଗୃହ ମନ୍ତ୍ରଣାଳୟ ନେଲା ବଡ଼ ନିଷ୍ପତ୍ତି

    ଇରାକୀ ମିଲିସିଆ ଡ୍ରୋନ୍ ଆକ୍ରମଣରେ କୌଣସି ଭୂମିକାକୁ ଅସ୍ୱୀକାର କରିଛନ୍ତି। ଇରାନ୍ ସମର୍ଥିତ ସଶସ୍ତ୍ର ଗୋଷ୍ଠୀର ଏକ ପ୍ରମୁଖ ସଙ୍ଗଠନ "Islamic Resistance in Iraq", ସାଉଦି ଆରବର ଦାବିକୁ କପୋଳକଳ୍ପିତ ବୋଲି କହିଛି। ଏନେଇ ସଙ୍ଗଠନ ପକ୍ଷରୁ କୁହାଯାଇଛି ଯେ ସୋମବାର ହୋଇଥିବା ଆକ୍ରମଣ ହୁଥି ବିଦ୍ରୋହୀଙ୍କ ଦ୍ୱାରା କରାଯାଇଥିଲା। ଯେଉଁମାନେ ନିଜେ ସାଉଦି ତୈଳ ପ୍ରତିଷ୍ଠାନ ଉପରେ ହୋଇଥିବା ଆକ୍ରମଣ ପାଇଁ ନିଜକୁ ଦାୟୀ କରିଥିଲେ। ଇରାନୀ ସରକାରୀ ଗଣମାଧ୍ୟମ କହିଛି ଯେ ଟ୍ୟାଙ୍କର ଉପରେ ହର୍ମୁଜ୍ ପ୍ରଣାଳୀରେ ଆକ୍ରମଣ ହୋଇଥିଲା।
    Argus News App

    📱 Get Argus News App

    📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
    Download Free: