British govt ban IRGC Iran / ଆଇାଆରଜିସି ଆତଙ୍କବାଦୀ ସଙ୍ଗଠନ ଘୋଷିତ; ବ୍ରିଟେନ ଗୃହ ମନ୍ତ୍ରଣାଳୟ ନେଲା ବଡ଼ ନିଷ୍ପତ୍ତି
·7 hours ago·2 min read

Key Points
ବ୍ରିଟେନ ସରକାର ଇରାନର ଇସଲାମିକ୍ ରିଭୋଲ୍ୟୁସନାରୀ ଗାର୍ଡ କର୍ପସ (IRGC)କୁ ଏକ ଆତଙ୍କବାଦୀ ସଙ୍ଗଠନ ଭାବରେ ଘୋଷଣା କରିଛନ୍ତି।
Britain declares IRGC as terror group: ଇରାନ ସଶସ୍ତ୍ର ସେନାର ସବୁଠାରୁ ଶକ୍ତିଶାଳୀ ବାହିନୀ, ଇସଲାମିକ୍ ରିଭୋଲ୍ୟୁସନାରୀ ଗାର୍ଡ କର୍ପସ (ଆଇାଆରଜିସି) କୁ ଏକ ଆତଙ୍କବାଦୀ ସଙ୍ଗଠନ ଘୋଷଣା କରାଯିବ। ମଧ୍ୟ ପ୍ରାଚ୍ୟରେ ଜାରି ରହିଥିବା ଯୁଦ୍ଧ ମଧ୍ୟରେ ଏପରି ନିଷ୍ପତ୍ତି ନେଇଛି ବ୍ରିଟେନ୍ ସରକାରଙ୍କ ଗୃହ ମନ୍ତ୍ରଣାଳୟ। ଏହି ନିଷ୍ପତ୍ତି ପରେ ଆଇାଆରଜିସି (IRGC) କୁ ସମର୍ଥନ କରିବା ବ୍ରିଟେନ୍ ରେ ଏକ ଅପରାଧ ଭାବରେ ବିବେଚନା କରାଯିବ। ଏହି ସଙ୍ଗଠନକୁ ନିଷିଦ୍ଧ କରିବାକୁ ନେଇ ବ୍ରିଟେନରେ ଦୀର୍ଘ ସମୟ ଧରି ରାଜନୈତିକ ବିତର୍କ ଚାଲି ଆସିଥିଲା। ପରେ ସରକାର ଏ ଦିଗରେ ପଦକ୍ଷେପ ନେଇ ଆଇାଆରଜିସି ଉପରେ ପ୍ରତିବନ୍ଧକ ଲଗାଇଛନ୍ତି।
ଏନେଇ ବ୍ରିଟେନ୍ ଗୃହ ମନ୍ତ୍ରଣାଳୟ କହିଛି ଯେ ଉପଲବ୍ଧ ପ୍ରମାଣ ସମୀକ୍ଷା କରିବା ପରେ, ଏ ସମ୍ପର୍କିତ ନିଷ୍ପତ୍ତି ନିଆଯାଇଛି। ଯେଉଁଥିରେ IRGC, ଦେଶର ଜାତୀୟ ସୁରକ୍ଷା ପାଇଁ ବିପଦ ସୃଷ୍ଟି କରୁଥିବା କାର୍ଯ୍ୟକଳାପରେ ସାମିଲ ରହିଛି। ବ୍ରିଟେନ୍ ସରକାର କହଛନ୍ତି ଯେ ଏପରି ନିଷ୍ପତ୍ତି ନେବା ଦେଶର ସୁରକ୍ଷା ଏବଂ ଜାତୀୟ ସ୍ୱାର୍ଥକୁ ରକ୍ଷା କରିବା ପାଇଁ ଆବଶ୍ୟକ ଥିଲା।
IRGC ପରେ ପ୍ରତିବନ୍ଧକ ତାଲିକାରେ ସାମିଲ ହେଲା IMCR
ବ୍ରିଟିଶ ସରକାର, IRGC ପରେ ଇସଲାମିକ୍ ମୁଭମେଣ୍ଟ୍ ଅଫ୍ ଦି କମ୍ପ୍ୟାନସିନ୍ସ ଅଫ୍ ଦି ରାଇଟ (IMCR) ଏବଂ ଋଷିଆନ ଫେଡେରେସନ୍ ଭଲ୍ୟୁଣ୍ଟର କର୍ପସ (Russian Federation Volunteer Corps) କୁ ନିଷିଦ୍ଧ ସଙ୍ଗଠନ ତାଲିକାରେ ଯୋଡିବା ପାଇଁ ଯୋଜନା ମଧ୍ୟ ଘୋଷଣା କରିଛି। ସରକାରଙ୍କ କହିବା ଅନୁଯାୟୀ, IMCR ବ୍ରିଟେନରେ ଇହୁଦୀ ସମ୍ପ୍ରଦାୟ ସହ ଜଡ଼ିତ ଲକ୍ଷ୍ୟସ୍ଥଳ ଉପରେ ହୋଇଥିବା ଆକ୍ରମଣ ଘଟଣାରେ ଜଡି଼ତ। ଅନ୍ୟପଟେ ରୁଷିଆନ୍ ଫେଡେରେସନ୍ ଭଲ୍ୟୁଣ୍ଟର କର୍ପସ (RFVC) କୁ ଋଷୀୟ ସାମରିକ ଗୁପ୍ତଚର ସଂସ୍ଥା ସହିତ ଜଡି଼ତ ଏକ ଅନ୍ତର୍ଜାତୀୟ ନେଟୱାର୍କ୍ ର ଅଂଶ ଭାବରେ ବର୍ଣ୍ଣନା କରାଯାଇଛି।
ଏହା ସହ ପଢନ୍ତୁ: ତେଜୁଛି ମଧ୍ୟ ପ୍ରାଚ୍ୟ ସଂକଟ; ୧୪ ଦେଶକୁ ଯାତ୍ରା ଉପରେ କଟକଣା ଲଗାଇଲା ବ୍ରିଟେନ୍
କାହିଁକି ନିଆଗଲା ଏପରି ନିଷ୍ପତ୍ତି?
ବ୍ରିଟିଶ ସରକାର କହିଛନ୍ତି ଯେ ବ୍ରିଟେନ୍ ମାଟିରେ ଇରାନ ସହିତ ଜଡି଼ତ ସୁରକ୍ଷା ବିପଦ ଏବଂ ଷଡଯନ୍ତ୍ର ପରେ ଏହି ନିଷ୍ପତ୍ତି ନିଆଯାଇଛି। ଏଥିରେ ଇରାନ ଇଣ୍ଟରନ୍ୟାସନାଲ ଟେଲିଭିଜନ ସହିତ ଜଡି଼ତ ୨ ସାମ୍ବାଦିକଙ୍କ ବିରୋଧରେ ହତ୍ୟା ଷଡଯନ୍ତ୍ର ଏବଂ ବ୍ରିଟିଶ ସ୍ୱାର୍ଥକୁ ଟାର୍ଗେଟ କରି ସାଇବର ଆକ୍ରମଣ ଭଳି ଘଟଣା ଅନ୍ତର୍ଭୂକ୍ତ ରହିଛି । ଏହି ଘଟଣା ବ୍ରିଟିଶ ସୁରକ୍ଷା ଏଜେନ୍ସି ମଧ୍ୟରେ ଚିନ୍ତା ସୃଷ୍ଟି କରିଥିଲା।
ଗୃହ କାର୍ଯ୍ୟାଳୟ ଏକ ବିବୃତ୍ତିରେ କହିଛି ଯେ ଗୃହ ସଚିବ, ସମସ୍ତ ଉପଲବ୍ଧ ପ୍ରମାଣର ପୁଙ୍ଖାନୁପୁଙ୍ଖ ଅଧ୍ୟୟନ ଏବଂ ଆଇନଗତ ସମୀକ୍ଷା ପରେ,ଏହି ସଙ୍ଗଠନର କାର୍ଯ୍ୟକଳାପ ବିଦେଶୀ ଶକ୍ତି ସହିତ ଜଡି଼ତ ସୁରକ୍ଷା ବିପଦ ସୃଷ୍ଟି କରିଛି ବୋଲି ସିଦ୍ଧାନ୍ତ ନେଇଛନ୍ତି। ବ୍ରିଟେନ ନାଗରିକଙ୍କ ସୁରକ୍ଷା ଏବଂ ଜାତୀୟ ସ୍ୱାର୍ଥକୁ ସୁରକ୍ଷିତ କରିବା ପାଇଁ ଏହି ସଙ୍ଗଠନକୁ ନିଷିଦ୍ଧ କରିବା ଆବଶ୍ୟକ।
ବ୍ରିଟେନ୍ ଗୃହ ସଚିବ ଶବାନା ମହମୁଦ ଏହି ନିଷ୍ପତ୍ତି ସମ୍ପର୍କରେ ଘୋଷଣା କରିଛନ୍ତି। ଏନେଇ ସେ କହିଛନ୍ତି ଯେ ସରକାର କୌଣସି ବାହାର ଦେଶ ପକ୍ଷରୁ ଶତ୍ରୁତାପୂର୍ଣ୍ଣ କାର୍ଯ୍ୟକଳାପ ଚଳାଇବା ଅଭିଯୋଗରେ ଅଭିଯୁକ୍ତ ସଙ୍ଗଠନକୁ ଟାର୍ଗେଟ କରିବା ପାଇଁ ଜାତୀୟ ସୁରକ୍ଷା (ରାଷ୍ଟ୍ର ବିପଦ) ଆଇନ ଅନୁଯାୟୀ ନୂତନ କ୍ଷମତା ବ୍ୟବହାର କରିବେ। ଏହି ନିୟମ ଉଲ୍ଲଂଘନ ପାଇଁ ଫୌଜଦାରୀ ଅଭିଯୋଗ ଦାଖଲ କରାଯିବ।
ଏହି ନୂତନ ନିଷ୍ପତ୍ତି ଅନୁଯାୟୀ, ବ୍ରିଟେନରେ ଏହି ସଙ୍ଗଠନ ସହିତ ଜଡିତ ଯେକୌଣସି ବ୍ୟକ୍ତିଙ୍କ ବିରୋଧଧରେ ଏବେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ। IRGC ସଦସ୍ୟ ହେବା, ଏହାର କୌଣସି ବୈଠକରେ ଯୋଗଦେବା କିମ୍ବା ସର୍ବସାଧାରଣରେ ଏହି ଗୋଷ୍ଠୀର ପ୍ରତୀକ ବ୍ୟବହାର କରିବା ଏବେ ଏକ ଗମ୍ଭୀର ଅପରାଧ ଭାବରେ ବିବେଚନା କରାଯିବ।

📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Related Topics
Explore more stories
UK bans IRGC 2026UK designates IRGC as terrorist groupIslamic Revolutionary Guard Corps terror designationUK National Security State Threats Act 2026British government proscribes Iranian Revolutionary GuardGeopolitical blow to Tehran UK IRGC banShabana Mahmood IRGC terror announcementUK ban on Iran state backed groups 2026Penalty for supporting IRGC in United Kingdom