Videos
|
International

Yemen War / ଟାର୍ଗେଟ୍‌ରେ ଥିଲେ ହୁତି ବିଦ୍ରୋହୀ, ୟେମନର ମରୁଭୂମିରେ ଖସିଲା ମିସାଇଲ୍

Sushanta Sahoo
Browse all articles by Sushanta Sahoo
·4 hours ago·2 min read
ଟାର୍ଗେଟ୍‌ରେ ଥିଲେ ହୁତି ବିଦ୍ରୋହୀ, ୟେମନର ମରୁଭୂମିରେ ଖସିଲା ମିସାଇଲ୍
Chinese DF-15A Missile Crashes in Yemen Desert Amid Saudi-Houthi Conflict

Key Points

ସାଉଦିଆରବ ଉପରେ ହୁତି ବିଦ୍ରୋହୀ ଆକ୍ରମଣ କରୁଥିବା ବେଳେ ସାଉଦି ବି ପାଲଟା ଆକ୍ରମଣ କରୁଛି । ଆକ୍ରମଣ ପ୍ରତି ଆକ୍ରମଣ ମଧ୍ୟରେ ଚୀନ ନିର୍ମିତ DF-15A ଶର୍ଟ-ରେଞ୍ଜ ବାଲିଷ୍ଟିକ୍ ମିସାଇଲର ଅଂଶ ମିଳିଛି ।
ନୂଆଦିଲ୍ଲୀ: ଟାର୍ଗେଟ୍‌କୁ ଛୁଇଁ ପାରିଲାନି ଚୀନର ମିସାଇଲ୍ । ଶତ୍ରୁକୁ ଆଘାତ ଦେବା ପୂର୍ବରୁ ମରୁଭୂମିରେ ଖସି ପଡ଼ିଲା । ସାଉଦିଆରବ ଉପରେ ହୁତି ବିଦ୍ରୋହୀ ଆକ୍ରମଣ କରୁଥିବା ବେଳେ ସାଉଦି ବି ପାଲଟା ଆକ୍ରମଣ କରୁଛି । ଆକ୍ରମଣ ପ୍ରତି ଆକ୍ରମଣ ମଧ୍ୟରେ ଚୀନ ନିର୍ମିତ DF-15A ଶର୍ଟ-ରେଞ୍ଜ ବାଲିଷ୍ଟିକ୍ ମିସାଇଲର ଅଂଶ ମିଳିଛି ।

ୟେମେନର ମାରିବ ପ୍ରଦେଶର ରାଘୱାନ ଜିଲ୍ଲାରୁ ଏକ ମିସାଇଲର ଅବେଶଷ ମିଳିଛି । ମିଳିଥିବା ମିସାଇଲର ଅବଶେଷ ନ ନିର୍ମିତ DF-15A ଶର୍ଟ-ରେଞ୍ଜ ବାଲିଷ୍ଟିକ୍ ମିସାଇଲର ବୁଷ୍ଟର ଷ୍ଟେଜ୍ ବୋଲି କୁହାଯାଇଛି । ପ୍ରତିରକ୍ଷା ବିଶେଷଜ୍ଞଙ୍କ ଦାବି ହେଲା, ସାଉଦି ଆରବର ରୟାଲ୍ ସାଉଦି ଷ୍ଟ୍ରାଟେଜିକ ମିସାଇଲ୍ ଫୋର୍ସ ଏହାକୁ ହୁତି ବିଦ୍ରୋହୀଙ୍କ ଉପରେ ନିକ୍ଷେପ କରିଥିଲା ।

ଏଥିସହ ପଢ଼ନ୍ତୁ: ଅବତରଣ ବେଳେ ଜଳିଗଲା ବିମାନ, ଏହି ବିଶିଷ୍ଟ ବ୍ୟକ୍ତିଙ୍କ ହେଲା ମୃତ୍ୟୁ 

ରିପୋର୍ଟ ଅନୁସାରେ, ମିସାଇଲ୍ ତାର ଲକ୍ଷ୍ୟଭେଦ କରି ନ ପାରି ୟେମେନର ମରୁଭୂମିରେ ଖସି ପଡ଼ିଛି । ଯଦି ଏହି ଘଟଣା ସ୍ପଷ୍ଟ ହୁଏ ତାହେଲେ ସାଉଦି ଆରବ ଦ୍ଵାରା ଚୀନର ବାଲିଷ୍ଟିକ୍ ମସାଇଲ୍‌ର ବ୍ୟବହାର ଯୁଦ୍ଧରେ ପ୍ରଥମଥର କରାଯାଇଥିବା ବିବେଚନା କରାଯିବ । ସାଉଦି ଆରବ କିମ୍ବା ଚୀନ ଅଥବା ୟେମେନ କେହି ବି ବିଧିବଦ୍ଧ ମନ୍ତବ୍ୟ ଦେ ନାହାନ୍ତି ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
ତେବେ ବିଶେଷଜ୍ଞ ଏହି ନିଷ୍କର୍ସରେ ପହଞ୍ଚିବାର କାରଣ ହୁତି ବିଦ୍ରୋହୀଙ୍କ ପାଖରେ DF-15A ଭଳି ମିସାଇଲ ଥିବାର କୌଣସି ପ୍ରମାଣ ନାହିଁ । ହୁତି ବିଦ୍ରୋହୀଙ୍କ ଅସ୍ତ୍ରାଗାରରେ ମୁଖ୍ୟତଃ ଇରାନ ଜ୍ଞାନକୌଶଳରେ ନିର୍ମିତ ମିସାଇଲ୍ ଓ ଡ୍ରୋନ୍ ରହିଛି ।

ସେହିଭଳି ପୂର୍ବରୁ ସାଉଦି ଆରବ ଚୀନରୁ DF-3A ଓ DF-21 ଭଳି ମିସାଇଲ୍ କିଣିଥିବା ରିପୋର୍ଟ ଦୀର୍ଘ ଦିନରୁ ଚର୍ଚ୍ଚା ହୋଇ ଆସୁଛି । ତେଣୁ ଅନେକ ବିଶେଷଜ୍ଞ ଏହାକୁ ସାଉଦି ଆରିବର ମୁପ୍ତ ମିସାଇଲ୍ କ୍ଷମତାର ଅଂଶ ବୋଲି ମାନୁଛନ୍ତି ।

DF-15A ମିସାଇଲ୍‌ର ବିଶେଷତ୍ଵ

DF-15A ହେଉଛି ଚୀନର ଡୋଙ୍ଗ ଫେଙ୍ଗ ସିରିଜର ଏକ ସ୍ଵଳ୍ପ-ଦୂରଗାମୀ ବାଲିଷ୍ଟିକ ମିସାଇଲ୍ । ଏହାକୁ ନାଟୋ କୋଡ ସିଏସଏସ୍-6 ମଧ୍ୟ କୁହାଯାଏ । ଏହାକୁ ମୋବାଇଲ୍ ଟ୍ରାନ୍ସପୋର୍ଟର-ଇରେକ୍ଟର ଲଞ୍ଚର (TEL)ରୁ ଉତକ୍ଷେପଣ କରାଯାଇପାରେ ।

ଏଥିସହ ପଢ଼ନ୍ତୁ: ବଲୁଚିସ୍ତାନରେ ପାକିସ୍ତାନୀ ସେନା ଉପରେ ବଡ଼ ଧରଣର ଆକ୍ରମଣ, ୨୩ ମୃତ ଆଶଙ୍କା 

ଏହାର ଲମ୍ବ ୯.୧ ମିଟରରୁ ନେଇ ୧୦ ମିଟର ହୋଇଥିବା ବେଳେ ମୋଟେଇ ୧ ମିଟର । ଏହାର ଓଜନ ୬ ହଜାର ୨୦୦ କେଜିରୁ ନେଇ ୬ ହଜାର ୫୦୦ କେଜି ହୋଇଥାଏ । ଏଥିରେ ୫୦୦ରୁ ୭୫୦ କେଜି ପେଲୋଡ୍ ଯାଇପାରେ ।

ଏହାର ସର୍ବାଧିକ ଲକ୍ଷ୍ୟଭେଦ କ୍ଷମତା ୬୦୦ରୁ ୯୦୦ କିଲୋମିଟର ହୋଇଥାଏ । ଯାହା ପେଲୋଡ୍ ଓ ସଂସ୍କରଣ ଉପରେ ନିର୍ଭର କରିଥାଏ । ଏହାର ଗାଇଡେନ୍ସ ସିଷ୍ଟମ ରେ ଇନର୍ଶିୟଲ ନାଭିଗେସନ୍ ସହ ଜିପିଏସ ଓ ଟର୍ମିନାଲ୍ ରାଡାର ଗାଇଡେନ୍ସ ବ୍ୟବହାର ହୋଇଛି । ଆଧୁନିକ ସଂସ୍କରଣରେ ସଠିକତା ୩୦ରୁ ୪୫ ମିଟରରୁ ଅଧିକ ରହିଛି । ଏହାକୁ ନିକ୍ଷେପଣ ପାଇଁ ପ୍ରସ୍ତୁତ କରିବାକୁ ୧୫ରୁ ୩୦ ମିନିଟ୍ ସମୟ ଲାଗିଥାଏ ।