Shehbaz Sharif Waits Putin / ପୁଣି ଅପମାନିତ ହେଲେ ପାକ୍ PM, ପୁଟିନ୍ଙ୍କୁ ଭେଟିବାକୁ ୪୦ ମିନିଟ୍ କଲେ ଅପେକ୍ଷା
·7 months ago·2 min read

Key Points
ପୁଟିନଙ୍କ ଅଣଦେଖା
ପାକିସ୍ତାନ ପ୍ରଧାନମନ୍ତ୍ରୀ ଲଜ୍ଜିତ
ସରିଫ୍ଙ୍କୁ ୪୦ ମିନିଟ୍ ଅପେକ୍ଷା କରାଇଲେ ପୁଟିନ୍

ପାକିସ୍ତାନକୁ ପୁଣି ଲଜ୍ଜିତ କରିଛନ୍ତି ତାଙ୍କ ପ୍ରଧାନମନ୍ତ୍ରୀ ଶେହବାଜ ସରିଫ୍ । ତେବେ ଏହା ପ୍ରଥମ ଥର ନୁହେଁ ଏହା ପୂର୍ବରୁ ଅନେକ ଥର ସରିଫ୍ ତାଙ୍କ କାର୍ଯ୍ୟକଳାପ ପାଇଁ ପାକିସ୍ତାନକୁ ବିଶ୍ବ ଆଗରେ ଲଜ୍ଜିତ କରିସାରିଛନ୍ତି । ପାକିସ୍ତାନ ପ୍ରଧାନମନ୍ତ୍ରୀ ସରିଫ୍ ଏକ ଅନ୍ତର୍ଜାତୀୟ ସମ୍ମିଳନୀରେ ଯୋଗଦେବା ପାଇଁ ତୁର୍କମେନିସ୍ତାନର ରାଜଧାନୀ ଆଶଗାବାତରେ ଅଛନ୍ତି । ଋଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ୍ ମଧ୍ୟ ସେଠାରେ ଉପସ୍ଥିତ ଅଛନ୍ତି । ଆଉ ସରିଫ୍ ଋଷ ରାଷ୍ଟ୍ରପତି ପୁଟିନ୍ଙ୍କୁ ଭେଟିବାକୁ ଆଗ୍ରହୀ ଥିଲେ । କିନ୍ତୁ ଋଷ ରାଷ୍ଟ୍ରପତି ତାଙ୍କୁ ଭେଟିବାକୁ ଆଗ୍ରହୀ ନଥିଲେ । ଏହି କାରଣରୁ ପୁଟିନ ପ୍ରାୟ ୪୦ ମିନିଟ୍ ପର୍ଯ୍ୟନ୍ତ ଶେହବାଜଙ୍କୁ ଅପେକ୍ଷା କରାଇଥିଲେ ।
'ଏର୍ଦୋଗାନଙ୍କ ବୈଠକରେ ପ୍ରବେଶ କରିବା ପରେ ଶାହବାଜ ପୁଟିନଙ୍କୁ ଭେଟିଥିଲେ'
ପ୍ରାୟ ୪୦ ମିନିଟ୍ ପର୍ଯ୍ୟନ୍ତ ପୁଟିନଙ୍କୁ ଅପେକ୍ଷା କରିବା ପରେ, ଶେହବାଜ ସରିଫ ତୁର୍କୀ ରାଷ୍ଟ୍ରପତି ଏର୍ଦୋଗାନଙ୍କ ବୈଠକରେ ପ୍ରବେଶ କରିଥିଲେ ଏବଂ ଋଷ ରାଷ୍ଟ୍ରପତିଙ୍କ ସହ ସାକ୍ଷାତ କରିଥିଲେ । ତେବେ ସବୁଠୁ ବଡ଼ କଥା ହେଉଛି ଗେଟ୍କ୍ରାସିଂ କରି ପୁଟିନ୍ଙ୍କୁ ଭେଟିଥିଲେ ସରିଫ୍ । ଗେଟକ୍ରାସିଂ ଅର୍ଥ ବିନା ନିମନ୍ତ୍ରଣରେ ଏକ ପାର୍ଟି, କାର୍ଯ୍ୟକ୍ରମ କିମ୍ବା କୌଣସି ସ୍ଥାନରେ ପ୍ରବେଶ କରିବା କିମ୍ବା ଯୋଗଦେବା । ଏହାକୁ ଅନୌପଚାରିକ ଆଚରଣ ବୋଲି ବିବେଚନା କରାଯାଏ ।
ପୁଟିନ ଏବଂ ଶେହବାଜ ଉଭୟ ତୁର୍କମେନିସ୍ତାନରେ ଏକ ଅନ୍ତର୍ଜାତୀୟ ସମ୍ମିଳନୀରେ ଯୋଗ ଦେଉଛନ୍ତି । ପୁଟିନ ପୂର୍ବରୁ ଫଟୋସୁଟ୍ ସମୟରେ ଶେହବାଜଙ୍କୁ ଅଣଦେଖା କରିଥିଲେ । ଏହା ପରେ ପୁଟିନ୍ ଏବଂ ଶେହବାଜଙ୍କ ମଧ୍ୟରେ ଏକ ଦ୍ବିପାକ୍ଷିକ ବୈଠକ ସ୍ଥିର ହୋଇଥିଲା । ଆଉ ଏଥିପାଇଁ ଶେହବାଜଙ୍କୁ ୪୦ ମିନିଟ୍ ଅପେକ୍ଷା କରିବାକୁ ପଡ଼ିଥିଲା । କାରଣ ପୁଟିନ ଏବଂ ଏର୍ଦୋଗାନ ମଧ୍ୟ ଦ୍ବିପାକ୍ଷିକ ଆଲୋଚନା ଚାଲୁଥିଲା ।
ଏହି ଘଟଣାର ଭିଡିଓ ଏବେ ସୋସିଆଲ ମିଡିଆରେ ବେଶ୍ ଭାଇରାଲ ହେଉଛି । ଯେଉଁଥିରେ ଶେହବାଜ ପୁଟିନଙ୍କୁ ଅପେକ୍ଷା କରିଥିବା ଦେଖିବାକୁ ମିଳୁଛି । ଏହି ସମୟରେ ଶେହବାଜ ବହୁତ ଅସ୍ଥିର ଦେଖାଯାଉଥିଲେ । ତାଙ୍କ ମନ୍ତ୍ରିମଣ୍ଡଳର ଅନେକ ବରିଷ୍ଠ ମନ୍ତ୍ରୀ ମଧ୍ୟ ତାଙ୍କ ସହିତ ଉପସ୍ଥିତ ଥିଲେ, ଯାହାଙ୍କ ସହ ସେ ଆଲୋଚନା କରୁଥିବାର ଦେଖିବାକୁ ମିଳିଥିଲା ।
ପୁଟିନ ଅନେକ ଥର ଶେହବାଜଙ୍କୁ ଅଣଦେଖା କରିଛନ୍ତି
ଏହା ପ୍ରଥମ ଥର ନୁହେଁ ଯେ ପୁଟିନ୍ ଶେହବାଜଙ୍କୁ ଅଣଦେଖା କରିଛନ୍ତି । ଅଗଷ୍ଟ ମାସରେ ପୁଟିନ୍ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଉପସ୍ଥିତିରେ ଶେହବାଜଙ୍କୁ ଅଣଦେଖା କରିଥିଲେ ।
ସୂଚନା ଅନୁସାରେ, ନିକଟରେ ଋଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ୍ ଭାରତ ଗସ୍ତରେ ଆସିଥିଲେ । ପୁଟିନ୍ଙ୍କ ଭାରତ ଗସ୍ତ ସମୟରେ ପାଲାମ ବିମାନ ବନ୍ଦରରେ ପହଞ୍ଚିବା ପରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ନିଜେ ତାଙ୍କୁ ସ୍ବାଗତ କରିଥିଲେ । ପ୍ରଧାନମନ୍ତ୍ରୀ ମୋଦି ତାଙ୍କୁ ସ୍ୱାଗତ କରିବା ପାଇଁ ପ୍ରୋଟୋକଲ ଭାଙ୍ଗିଥିଲେ । ଉଭୟ ନେତା ଗୋଟିଏ କାରରେ ପ୍ରଧାନମନ୍ତ୍ରୀଙ୍କ ବାସଭବନକୁ ଆସିଥିଲେ ।

❗️The Moment PM Sharif Gate-crashed Putin's Meeting With Erdogan After Waiting For 40 Mins https://t.co/r4L9XhA9IY pic.twitter.com/shi7YLMgmP
— RT_India (@RT_India_news) December 12, 2025
ପୁଟିନ ଏବଂ ଶେହବାଜ ଉଭୟ ତୁର୍କମେନିସ୍ତାନରେ ଏକ ଅନ୍ତର୍ଜାତୀୟ ସମ୍ମିଳନୀରେ ଯୋଗ ଦେଉଛନ୍ତି । ପୁଟିନ ପୂର୍ବରୁ ଫଟୋସୁଟ୍ ସମୟରେ ଶେହବାଜଙ୍କୁ ଅଣଦେଖା କରିଥିଲେ । ଏହା ପରେ ପୁଟିନ୍ ଏବଂ ଶେହବାଜଙ୍କ ମଧ୍ୟରେ ଏକ ଦ୍ବିପାକ୍ଷିକ ବୈଠକ ସ୍ଥିର ହୋଇଥିଲା । ଆଉ ଏଥିପାଇଁ ଶେହବାଜଙ୍କୁ ୪୦ ମିନିଟ୍ ଅପେକ୍ଷା କରିବାକୁ ପଡ଼ିଥିଲା । କାରଣ ପୁଟିନ ଏବଂ ଏର୍ଦୋଗାନ ମଧ୍ୟ ଦ୍ବିପାକ୍ଷିକ ଆଲୋଚନା ଚାଲୁଥିଲା ।
ଅଧିକ ପଢ଼ନ୍ତୁ: ବିଶ୍ବର ସବୁଠୁ ନିଆରା ମଲ୍, ଯେଉଁଠି କାରରୁ ନ ଓହ୍ଲାଇ କରିପାରିବେ ସପିଂ
ଏହି ଘଟଣାର ଭିଡିଓ ଏବେ ସୋସିଆଲ ମିଡିଆରେ ବେଶ୍ ଭାଇରାଲ ହେଉଛି । ଯେଉଁଥିରେ ଶେହବାଜ ପୁଟିନଙ୍କୁ ଅପେକ୍ଷା କରିଥିବା ଦେଖିବାକୁ ମିଳୁଛି । ଏହି ସମୟରେ ଶେହବାଜ ବହୁତ ଅସ୍ଥିର ଦେଖାଯାଉଥିଲେ । ତାଙ୍କ ମନ୍ତ୍ରିମଣ୍ଡଳର ଅନେକ ବରିଷ୍ଠ ମନ୍ତ୍ରୀ ମଧ୍ୟ ତାଙ୍କ ସହିତ ଉପସ୍ଥିତ ଥିଲେ, ଯାହାଙ୍କ ସହ ସେ ଆଲୋଚନା କରୁଥିବାର ଦେଖିବାକୁ ମିଳିଥିଲା ।
ପୁଟିନ ଅନେକ ଥର ଶେହବାଜଙ୍କୁ ଅଣଦେଖା କରିଛନ୍ତି
ଏହା ପ୍ରଥମ ଥର ନୁହେଁ ଯେ ପୁଟିନ୍ ଶେହବାଜଙ୍କୁ ଅଣଦେଖା କରିଛନ୍ତି । ଅଗଷ୍ଟ ମାସରେ ପୁଟିନ୍ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଉପସ୍ଥିତିରେ ଶେହବାଜଙ୍କୁ ଅଣଦେଖା କରିଥିଲେ ।
ସୂଚନା ଅନୁସାରେ, ନିକଟରେ ଋଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ୍ ଭାରତ ଗସ୍ତରେ ଆସିଥିଲେ । ପୁଟିନ୍ଙ୍କ ଭାରତ ଗସ୍ତ ସମୟରେ ପାଲାମ ବିମାନ ବନ୍ଦରରେ ପହଞ୍ଚିବା ପରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ନିଜେ ତାଙ୍କୁ ସ୍ବାଗତ କରିଥିଲେ । ପ୍ରଧାନମନ୍ତ୍ରୀ ମୋଦି ତାଙ୍କୁ ସ୍ୱାଗତ କରିବା ପାଇଁ ପ୍ରୋଟୋକଲ ଭାଙ୍ଗିଥିଲେ । ଉଭୟ ନେତା ଗୋଟିଏ କାରରେ ପ୍ରଧାନମନ୍ତ୍ରୀଙ୍କ ବାସଭବନକୁ ଆସିଥିଲେ ।
📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Related Topics
Explore more stories