Sinking island nations / ଆଉ ମାତ୍ର କିଛି ଇଞ୍ଚ ଆଉ ଏହା ପରେ ଲୋପ ପାଇଯିବ ଅସ୍ତିତ୍ୱ! ସେହି ଦେଶ ଯିଏ ସମୁଦ୍ର ଗର୍ଭରେ ହୋଇଯିବେ ବିଲୀନ
·1 month ago·3 min read

Key Points
ବୈଶ୍ୱିକ ତାପମାତ୍ରା ବୃଦ୍ଧି ସମୁଦ୍ର ସ୍ତରକୁ ଏକ ଭୟଙ୍କର ଚେତାବନୀରେ ପରିଣତ କରିଦେଇଛି। ଯାହା ବିଶ୍ୱ ମାନଚିତ୍ରକୁ ସବୁଦିନ ପାଇଁ ବଦଳାଇବାର ସମ୍ଭାବନା ରଖିଛି। ସମୁଦ୍ର ସ୍ତର ବୃଦ୍ଧି ଉପକୂଳବର୍ତ୍ତୀ ଜୀବନର ଅସ୍ତିତ୍ୱକୁ ବିପଦରେ ପକାଇଛି।
Countries Disappearing Sea Level Rise: ପ୍ରାକୃତିକ ସୌନ୍ଦର୍ଯ୍ୟର ଗନ୍ତାଘରଲ ଭାବେ ପରିଚିତ ବିଶ୍ୱର ଅନେକ ଛୋଟ ଦ୍ୱୀପ ରାଷ୍ଟ୍ର ଆଜିର ଦିନରେ ଏକ ବଡ଼ ସଙ୍କଟର ସାମ୍ନା କରୁଛନ୍ତି। ଯାହା ସେମାନଙ୍କର ଅସ୍ତିତ୍ୱ ସହିତ ସିଧାସଳଖ ଜଡ଼ିତ। ବିଶ୍ୱ ତାପନ ଏବଂ ଜଳବାୟୁ ପରିବର୍ତ୍ତନ କାରଣରୁ ସମୁଦ୍ରର ଜଳସ୍ତର ବୃଦ୍ଧି ପାଇବାରେ ଲାଗି। ବିଶେଷଜ୍ଞ ଏବଂ ବିଭିନ୍ନ ଗବେଷଣା ରିପୋର୍ଟ ଅନୁଯାୟୀ, ଆଗାମୀ କିଛି ଦଶନ୍ଧି ମଧ୍ୟରେ ମାଳଦ୍ୱୀପ, ଟୁଭାଲୁ ଏବଂ କିରିବାଟି ଭଳି ଦେଶ ଦ୍ୱୀପ ବିଶ୍ୱ ମାନଚିତ୍ରରୁ ଗାଏବ ହୋଇଯିବେ। ଏହା କେବଳ କୌଣସି ଏକ ପରିବେଶଗତ ଚେତାବନୀ ନୁହେଁ। ବରଂ ଆମ ଆଖି ଆଗରେ ଏକ ସମ୍ପୂର୍ଣ୍ଣ ଜାତିର ବିଲୁପ୍ତ ହେବାର କାହାଣୀ।
ଭାରତ ମହାସାଗରରେ ଅବସ୍ଥିତ ମାଳଦ୍ୱୀପ ପ୍ରାକୃତିକ ସୌନ୍ଦର୍ଯ୍ୟ ଏବଂ ନୀଳ ଜଳ ରାଶି ପାଇଁ ବିଶ୍ୱବ୍ୟାପୀ ପ୍ରସିଦ୍ଧ। ଯିଏ ସମୁଦ୍ର ପତ୍ତନ ଠାରୁ ମାତ୍ର ୧.୫ ମିଟର ଉଚ୍ଚତାରେ ରହିଛି। ଯାହାକୁ ଏବେ ବିଶ୍ୱର ସବୁଠାରୁ ନିମ୍ନତମ ଦେଶ ବୋଲି କୁହାଯାଉଛି। ନ୍ୟାସନାଲ ଜିଓଗ୍ରାଫିକ୍ ରିପୋର୍ଟ ଅନୁସାରେ ଯଦି ସମୁଦ୍ର ପତ୍ତନ ବୃଦ୍ଧି ପାଇବା ଜାରି ରହେ, ତାହେଲେ ଆସନ୍ତା ୨୦୫୦ ସୁଦ୍ଧା ମାଳଦ୍ୱୀପ ଭଳି ଦ୍ୱୀପ ଦେଶର ୮୦ ପ୍ରତିଶତରୁ ଅଧିକ ଭୂମି ଜଳମଗ୍ନ ହୋଇପାରେ। ଏହି ସଙ୍କଟ ଦେଶର ଜନସଂଖ୍ୟା ପାଇଁ ବିସ୍ଥାପନର କାରଣ ପାଲଟିବ।
ପ୍ରଶାନ୍ତ ମହାସାଗରରେ ଅବସ୍ଥିତ ଏକ ଦ୍ୱୀପ ଦେଶ ହେଉଛି କିରିବାଟି। ସମୁଦ୍ରରେ ଅନେକ ପ୍ରବାଳ ଦ୍ୱୀପପୁଞ୍ଜକୁ ନେଇ ଗଠିତ ଏହି ଦେଶର ସ୍ଥିତି ବିପଦରେ ରହିଛି। ବୈଜ୍ଞାନିକ ଆକଳନ କରୁଛନ୍ତି ଯେ ସମୁଦ୍ର ଏହି ଦେଶର ଭୂମିକୁ ଗିଳିବା ଜାରି ରଖିଛି। ଯେଉଁ କାରଣରୁ ଏହି ଦେଶ ଆଗାମୀ ୩୦-୪୦ ବର୍ଷ ମଧ୍ୟରେ ସମ୍ପୂର୍ଣ୍ଣ ଜନଶୂନ୍ୟ ହୋଇପାରେ।
ଏହା ସହ ପଢନ୍ତୁ: ବିଶ୍ୱରେ ସେହି ଯେଉଁଠି ହୋଇଥାଏ ପ୍ରବେଶ; ହେଲେ ହୋଇନଥାଏ ପ୍ରସ୍ଥାନ!
ସେହିପରି ପ୍ରଶାନ୍ତ ମହାସାଗରରେ ଅବସ୍ଥିତ ଅନ୍ୟ ଏକ ଦ୍ୱୀପ ଦେଶ ହେଉଛି ଟୁଭାଲୁ। ଯାହାର ପରିସ୍ଥିତି ଆହୁରି ଚିନ୍ତାଜନକ ରହିଛି। ଆକଳନ କରାଯାଇଛି ଯେ ଆସନ୍ତା ୨୧୦୦ ସୁଦ୍ଧା ଉଚ୍ଚ ଜୁଆର କାରଣରୁ ଏହି ଦେଶର ୯୫ ପ୍ରତିଶତ ଭୂମି ସମୁଦ୍ର ଗିଳି ସାରିଥିବ। ଟୁଭାଲୁ ଜନସାଧାରଣ ସେମାନଙ୍କ ଦେଶକୁ ରକ୍ଷା କରିବା ପାଇଁ ବିଶ୍ୱ ସମୁଦାୟକୁ ନିବେଦନ କରିଛନ୍ତି। ହେଲେ ଦିନକୁ ଦିନ ବୃଦ୍ଧି ପାଉଥିବା ସମୁଦ୍ର ପତ୍ତନ କାରଣରୁ ସେମାନଙ୍କ ଡାକ ବିଶ୍ୱ ଶୁଣି ପାରୁନାହିଁ।
ଯଦି ସମୁଦ୍ର ପତ୍ତନ କେବଳ ଗୋଟିଏ ମିଟର ପର୍ଯ୍ୟନ୍ତ ବୃଦ୍ଧି ପାଏ ତାହେଲେ ମାର୍ଶାଲ୍ ଦ୍ୱୀପପୁଞ୍ଜ ଲାଗି ବିନାଶ ଆଣିବା ପାଇଁ ଯଥେଷ୍ଟ ହେବ। ଯିଏ ସମୁଦ୍ରର ଜଳ ପତ୍ତନ ବୃଦ୍ଧି ପାଇବା ଜାରି ରହେ ତାହେଲେ ପ୍ରଶାନ୍ତ ମହାସାଗରରେ ଅବସ୍ଥିତ ଏହି ଦ୍ୱୀପ ଦେଶର ରାଜଧାନୀ ମାଜୁରୋ ସହରର ପ୍ରାୟ ୪୦ ପ୍ରତିଶତ ଘର ସ୍ଥାୟୀ ଭାବରେ ସମୁଦ୍ରରେ ବୁଡ଼ିଯିବ।
ସେହିପରି ଦକ୍ଷିଣ ପ୍ରଶାନ୍ତ ମହାସାଗରରେ ଅବସ୍ଥିତ ଦ୍ୱୀପ ଦେଶ ଭାନୁଆଟୁ ଆସନ୍ତା ୨୧୦୦ ସୁଦ୍ଧା ସମ୍ପୂର୍ଣ୍ଣ ଭାବରେ ସମୁଦ୍ରରେ ବୁଡ଼ିଯିବାର ସମ୍ଭାବନା ରହିଛି। ଏହି ଦେଶ କେବଳ ସେମାନଙ୍କର ବାସସ୍ଥାନ ହରାଉନାହାଁନ୍ତି ବରଂ ସେମାନଙ୍କର ସଂସ୍କୃତି, ଇତିହାସ ଏବଂ ପରିଚୟ ମଧ୍ୟ ହରାଇବେ। ଏହି ଦେଶଙ୍କ ପାଖରେ ସେମାନଙ୍କର ଭୂମିକୁ ସୁରକ୍ଷା ଦେବା ପାଇଁ କେବଳ ସୀମିତ ମାତ୍ରାରେ ଭୌଗୋଳିକ ସମ୍ବଳ ରହିଛି।
ସମୁଦ୍ର ପତ୍ତନ ବୃଦ୍ଧି ପାଇବା ପଛରେ ମୁଖ୍ୟତଃ ଦୁଇଟି ପ୍ରମୁଖ କାରଣ ରହିଛି। ତାହା ହେଉଛି ପୃଥିବୀର ମେରୁ ଅଞ୍ଚଳରେ ଜମା ହୋଇଥିବା ହୋଇଥିବା ବରଫ ଦ୍ରୁତ ଗତିରେ ତରଳିବାରେ ଲାଗିଛି। ଯାହା ଫଳରେ ତାପମାତ୍ରା ବୃଦ୍ଧି ଯୋଗୁଁ ସମୁଦ୍ର ଜଳ ପତ୍ତନ ବଢିଚାଲିଛି। ଗତ ୨୦୧୩ ରୁ ୨୦୨୨ ମଧ୍ୟରେ ପ୍ରତିବର୍ଷ ୪.୬୨ ମିଲିମିଟର ହାରରେ ସମୁଦ୍ର ପତ୍ତନ ବୃଦ୍ଧି ପାଉଛି। ଯାହା ବିଶ୍ୱ ପାଇଁ ଚିନ୍ତାର କାରଣ ପାଲଟିଛି। ଏହା ବ୍ୟତୀତ ସମୁଦ୍ରରେ ସୃଷ୍ଟି ହୋଇଥିବା ଅତ୍ୟନ୍ତ ଉଚ୍ଚ ଜୁଆର ଏହି ଦେଶର ଉପକୂଳବର୍ତ୍ତୀ ଅଞ୍ଚଳରେ ପୂର୍ବ ଅପେକ୍ଷା ଆହୁରି ବିଧ୍ୱଂସକାରୀ ପ୍ରମାଣିତ ହେଉଛି। ଯେଉଁଥିପାଇଁ ମୃତ୍ତିକା କ୍ଷୟ ଏବଂ ବନ୍ୟା ସମସ୍ୟା ଆହୁରି ବଢିବାରେ ଲାଗିଛି।

📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Related Topics
Explore more stories