Videos
|
International

California Theme Park Roller Coaster / ସ୍ଥାୟୀ ଭାବରେ ବନ୍ଦ ହୋଇଗଲା ବିଶ୍ୱର ସବୁଠାରୁ ବିପଦଜ୍ଜନକ ରୋଲର କୋଷ୍ଟର; କ'ଣ ରହିଥିଲା ଏହାର ବିଶେଷତ୍ୱ

Subhramjit Ray
Browse all articles by Subhramjit Ray
·1 hour ago·3 min read
ସ୍ଥାୟୀ ଭାବରେ ବନ୍ଦ ହୋଇଗଲା ବିଶ୍ୱର ସବୁଠାରୁ ବିପଦଜ୍ଜନକ ରୋଲର କୋଷ୍ଟର; କ'ଣ ରହିଥିଲା ଏହାର ବିଶେଷତ୍ୱ
California Theme Park USA

Key Points

ଆମେରିକାର କାଲିଫର୍ନିଆରେ ଥିବା 'ସିକ୍ସ ଫ୍ଲାଗ୍ସ ମ୍ୟାଜିକ୍ ମାଉଣ୍ଟେନ୍' ନାମକ ମନୋରଞ୍ଜନ ପାର୍କ ଠାରେ ବିଶ୍ୱର ସବୁଠାରୁ ବିପଦପୂର୍ଣ୍ଣ ରୋଲରକୋଷ୍ଟର ଅବସ୍ଥିତ। ଦଶନ୍ଧି ଧରି, ଏଥିରେ ଯାତ୍ରା କରିବା ଯୋଗୁଁ ଲୋକେ ମସ୍ତିଷ୍କରେ ଆଘାତ ପାଉଥିଲେ। ହେଲେ ଏଥିରେ ବସିବା ପାଇଁ ଲମ୍ବା ଧାଡ଼ି ଲାଗି ରହୁଥିଲା।
ବିଶ୍ୱର ସବୁଠାରୁ ଅନନ୍ୟ, ବିପଦପୂର୍ଣ୍ଣ ଏବଂ ପ୍ରସିଦ୍ଧ ରୋଲର କୋଷ୍ଟର ସ୍ଥାୟୀ ଭାବରେ ବନ୍ଦ ହୋଇଯାଇଛି। ଯାହା ଆମେରିକାର କାଲିଫର୍ନିଆ ସ୍ଥିତ ଏକ ମନୋରଞ୍ଜନ ପାର୍କ (Theme Park California USA) "ସିକ୍ସ ଫ୍ଲାଗସ୍ ମ୍ୟାଜିକ୍ ମାଉଣ୍ଟେନ୍‌" (Six Flags Magic Mountain) ଠାରେ ଅବସ୍ଥିତ ରହିଥିଲା। ଏନେଇ ପାର୍କ ପକ୍ଷରୁ ଘୋଷଣା କରାଯାଇଛି ଯେ ଏହାର ସବୁଠାରୁ ପ୍ରସିଦ୍ଧ ରୋଲର କୋଷ୍ଟର (Roller Coaster) କୁ ସ୍ଥାୟୀ ଭାବରେ ବନ୍ଦ କରିବ। ଏହି ନିଷ୍ପତ୍ତି ସେତେବେଳେ ନିଆଯାଇଛି, ଯେତେବେଳେ ଶହ ଶହ ଆରୋହଣକାରୀ ଏ ସମ୍ପର୍କରେ ଅଭିଯୋଗ କରିଥିଲେ। ସେମାନଙ୍କ ଅଭିଯୋଗ ଥିଲା ଏହା ଏହି ଦୋଲିରେ ଝୁଲିବା ଦ୍ୱାରା ସେମାନଙ୍କ ମସ୍ତିଷ୍କରେ ଆଘାତ ଲାଗିଛି। ଏପରିକି ଏହାକୁ ମୃତ୍ୟୁ ପାଇଁ ମଧ୍ୟ ଦାୟୀ କରାଯାଇଛି। ମୃତ୍ୟୁର ଦ୍ୱିତୀୟ ଭାବରେ ଜଣାଶୁଣା ଏହି ରୋଲର କୋଷ୍ଟର ନାମ ହେଉଛି "ଏକ୍ସ ରୋଲର କୋଷ୍ଟର" (X2 Roller Coaster) କୁହାଯାଏ।

ଲମ୍ବା ଧାଡି, ୩୬୦-ଡିଗ୍ରୀ ଘୂର୍ଣ୍ଣନ ସିଟ୍
X2 ରୋଲର କୋଷ୍ଟର, "ସିକ୍ସ ଫ୍ଲାଗସ୍ ମ୍ୟାଜିକ୍ ମାଉଣ୍ଟେନ୍‌" ପାର୍କ ଠାରେ ମୁଖ୍ୟ ଆକର୍ଷଣ ଥିଲା। ଏହା ବିପଦପୂର୍ଣ୍ଣ ହେବା ସତ୍ତ୍ୱେ, ଏଥିରେ ଚଢିବା ପାଇଁ ବେଶ ଲମ୍ବା ସମୟ ଧରି ଅପେକ୍ଷା କରିବାକୁ ପଡ଼ିଥିଲା। ଏହାର ସିଟ୍ ୩୬୦ ଡିଗ୍ରୀ ପର୍ଯ୍ୟନ୍ତ ଘୂର୍ଣ୍ଣନ କରି ପାରୁଥିଲା। ଯଦିଓ ଜୁଲାଇ ମାସରୁ ଏହାର ଯାତ୍ରା ବନ୍ଦ ହୋଇଯାଇଥିଲା। ହେଲେ ତଥାପି ଏହାକୁ ସ୍ଥାୟୀ ଭାବରେ ବନ୍ଦ କରିବାକୁ ନିଷ୍ପତ୍ତି ନିଆଯାଇଛି। ବିବିସି ରିପୋର୍ଟ ଅନୁଯାୟୀ, "ସିକ୍ସ ଫ୍ଲାଗସ୍" କହିଛି ଯେ ଯାତ୍ରା ଅନେକ ସୁରକ୍ଷା ଜନିତ ପରୀକ୍ଷାରେ ଉତ୍ତୀର୍ଣ୍ଣ ହୋଇଛି। ହେଲେ ସେମାନେ ଏହାକୁ ବନ୍ଦ କରିବାକୁ ନିଷ୍ପତ୍ତି ନେଇଥିଲେ। କାରଣ ଏହା କରିବା ଠିକ୍ ଥିଲା।

ଏହା ସହ ପଢନ୍ତୁ: ପାରାଗ୍ଲାଇଡିଂ ନା ମୃତ୍ୟୁର ଖେଳ; ୪ ଘଣ୍ଟା ପର୍ଯ୍ୟନ୍ତ ଆକାଶରେ ଝୁଲି ରହିଲେ ପାରାଗ୍ଲାଇଡର

କେତେ ବିପଦଜ୍ଜନକ ଥିଲା ଏହି ରୋଲର କୋଷ୍ଟର
X2 ଆରୋହଣ କରିବା ପରେ ଶହ ଶହ ଲୋକଙ୍କ ମସ୍ତିଷ୍କ ଆଘାତ ହୋଇଥିବା ଅଭିଯୋଗରେ ଅନେକ ମାମଲା ସାମ୍ନାକୁ ଆସିବା ଏବଂ ଏ ସମ୍ପର୍କିତ ଅନେକ ଖବର ରିପୋର୍ଟ ହେବା ପରେ ଏହି ନିଷ୍ପତ୍ତି ନିଆଯାଇଛି। CNN ରିପୋର୍ଟ ଅନୁଯାୟୀ, ଏହି ରୋଲର କୋଷ୍ଟର ଚଳାଇବା ସମୟରେ ହୋଇଥିବା ଆଘାତର ଅଭିଯୋଗ ୧୦ ବର୍ଷରୁ ଅଧିକ ପୁରୁଣା। CNN ଦାବି କରୁଛି ଯେ ଗତ ମାସର ତଦନ୍ତ ପର୍ଯ୍ୟନ୍ତ ଏହି ଅଭିଯୋଗକୁ ମୁଖ୍ୟତଃ ଗୁପ୍ତ ରଖାଯାଇଥିଲା। ଏହି ତଦନ୍ତରେ ଗୁରୁତର ଆଘାତ ଏବଂ ହସ୍ପିଟାଲ ଠାରେ ଭର୍ତ୍ତି ହେବାର ଅନେକ ମାମଲା ରିପୋର୍ଟ କରାଯାଇଥିଲା। ଯେଉଁଥିରେ ଅତି କମରେ ଦୁଇଟି ମୃତ୍ୟୁ ମାମଲା ମଧ୍ୟ ଅନ୍ତର୍ଭୁକ୍ତ। ଜୁଲାଇ ମାସରେ, X2 ଚଲାଇବା ପରେ ୬ ଦିନ ମଧ୍ୟରେ ୨ ଜଣ ମହିଳାଙ୍କ ମୁଣ୍ଡରେ ଆଘାତ ଲାଗିଥିଲା ​​ଏବଂ ସେମାନଙ୍କୁ ହସ୍ପିଟାଲ ଏମରଜେନ୍ସି ୱାର୍ଡ ଠାରେ ଭର୍ତ୍ତି କରାଯାଇଥିଲା।

Argus News App

📱 Get Argus News App

✨
📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
କେତେ ବିପଦପୂର୍ଣ୍ଣ ଥିଲା ଏହି ରୋଲର କୋଷ୍ଟର?
ରୋଲର କୋଷ୍ଟର ସର୍ବାଧିକ ୨୦୦ ଫୁଟ ଠାରୁ ଅଧିକ ଉଚ୍ଚତା ପର୍ଯ୍ୟନ୍ତ ଚଢ଼ି ପାରୁଥିଲା
ଏହା ପରେ ୩୬୦ ଡିଗ୍ରୀ ଘୂର୍ଣ୍ଣନ ସିଟ୍ ଏବଂ ଏକ ମୁହଁ ତଳକୁ ଡ୍ରପ୍ ଅଛି। ଏହା ଏପରି ଅନୁଭବ ହୋଇଥାଏ ଯେପରି କେହି ଜଣେ ଆପଣଙ୍କୁ ଉଠାଇ ଆକାଶରେ ପକାଇ ଦେଇଛି।
ଏହାର ଦୁଇଟି 'ରେଭେନ୍ ମୋଡ଼' (Raven Turn) ରହିଛି। ପ୍ରଥମକୁ 'ହାଫ୍ ଲୁପ୍' (Half Loop) କୁହାଯାଏ। ଏଥିରେ, ରୋଲର କୋଷ୍ଟର ମଝି ଢାଲକୁ ଦିଗ ପରିବର୍ତ୍ତନ କରେ ଏବଂ ଯାତ୍ରୀ ସିଧା ତଳକୁ ପଡ଼ିବା ଆରମ୍ଭ କରନ୍ତି।
ସିଟ୍‌ କେନ୍ଦ୍ର ଭାଗରୁ ବାହାରକୁ ଲମ୍ବିଯାଏ। CNN ରିପୋର୍ଟ ଅନୁଯାୟୀ, କିଛି ଲୋକ କୁହନ୍ତି ଯେ ବାହାର ସିଟ୍‌ ରେ ବସିବା ସମୟରେ ଘୂର୍ଣ୍ଣନ ଏବଂ ଲୁପ୍ ଅଭିଜ୍ଞତା ଅଧିକ ସ୍ପଷ୍ଟ ହୁଏ।
ଦ୍ଵିତୀୟ 'ରେଭେନ୍‌ ଟର୍ଣ୍ଣ' (Raven Turn) ଲୋକଙ୍କୁ ପଛକୁ ନେଇଯାଏ ଏବଂ ଏହା ପରେ ସେମାନଙ୍କୁ ଏକ ସିଧା ହୋଇ ରହିଥିବା ଢାଲ ତଳକୁ ଖସାଇ ଦେଇଥାଏ।