Middle East War / ଆମେରିକା ପାଇଁ ବଢ଼ିଲା ମୁସ୍କିଲ୍; ସ୍ପେନ୍ ବନ୍ଦ କରିଦେଲା ବାୟୁ ସୀମା
·6 months ago·2 min read

Key Points
ଆମେରିକା ଓ ଇସ୍ରାଏଲ୍ର ମଧ୍ୟପ୍ରାଚ୍ୟ ନୀତିକୁ ୟୁରୋପୀୟ ରାଷ୍ଟ୍ର ସ୍ପେନ୍ କଡ଼ା ସମାଲୋଚନା କରି ଆସୁଛି । ଇରାନ ଯୁଦ୍ଧକୁ ସ୍ପେନ୍ ଅବୈଧ ଓ ଅନ୍ୟାୟ ବୋଲି କହିଛି । ଏବେ ଆମେରିକା ଲାଗି ସ୍ପେନ୍ ବନ୍ଦ କରି ଦେଇଛି ବାୟୁ ସୀମା ।
ନୂଆଦିଲ୍ଲୀ: ଇରାନ ଉପରେ ଆମେରିକା ଆକାଶ ମାର୍ଗରୁ ଆଖିବୁଜା ଆକ୍ରମଣ କରୁଥିବା ବେଳେ ବଡ଼ ପଦକ୍ଷେପ ନେଇଛି ସ୍ପେନ । ୟୁରୋପୀୟ ରାଷ୍ଟ୍ର ସ୍ପେନ୍, ଆମେରିକା ଲାଗି ବନ୍ଦ କରି ଦେଇଛି ବାୟୁ ସୀମା । ଫଳରେ ଆମେରିକାର କୌଣସି ଯୁଦ୍ଧ ବିମାନ ନା ସ୍ପେନ୍ରେ ଲ୍ୟାଣ୍ଡ କରିପାରିବ ନା ଉଡ଼ି ପାରିବ ।
ସ୍ପେନ୍ ପକ୍ଷରୁ ଜାରି ବିବୃତିରେ କୁହାଯାଇଛି, "ଇରାନ ଉପରେ ଆକ୍ରମଣ ପାଇଁ କୌଣସି ଆମେରିକୀୟ ଯୁଦ୍ଧ ବିମାନ ସ୍ପେନ୍ ଦେଇ ଯିବାକୁ ଅନୁମତି ନାହିଁ ।" ଏହା ପୂର୍ବରୁ ସ୍ପେନ୍ ଓ ଆମେରିକା ମିଳିତ ଭାବେ ପରିଚାଳନା କରୁଥିବା ମିଲିଟ୍ରି ବେସ୍କୁ ଯୁଦ୍ଧ ପାଇଁ ବ୍ୟବହାର ଲାଗି ସ୍ପେନ୍ ଅନୁମତି ଦେଇ ନଥିଲା ।
ଏଥିସହ ପଢ଼ନ୍ତୁ: ଇରାନ ଆକ୍ରମଣରେ ବର୍ବାଦ ହୋଇଗଲା ଆମେରିକାର AWACS ବିମାନ; କ'ଣ ରହିଛି ଏହାର ବିଶେଷତ୍ୱ
ସ୍ପେନର ପ୍ରତିରକ୍ଷା ମନ୍ତ୍ରୀ ମାର୍ଗରିଟ ରୋବ୍ଲେସ ସୋମବାର କହିଛନ୍ତି, "ଇରାନ ଉପରେ ଆକ୍ରମଣ ପାଇଁ ଆମେରିକା ବ୍ୟବହାର କରୁଥିବା ଯୁଦ୍ଧ ବିମାନ ଲାଗି ସ୍ପେନ୍ ତାର ବାୟୁ ସୀମା ବନ୍ଦ କରି ଦେଇଛି । ମଧ୍ୟପ୍ରାଚ୍ୟ ସଂଘର୍ଷ ଜଡ଼ିତ କାର୍ଯ୍ୟାନୁଷ୍ଠାନ ପାଇଁ ବାୟୁ ସୀମାର ବ୍ୟବହାର କରାଯାଇ ପାରିବ ନାହିଁ ।"

📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
ସ୍ପେନ୍ର କଡ଼ା ସମାଲୋଚନା
ଆମେରିକା ଓ ଇସ୍ରାଏଲ୍ର ମଧ୍ୟପ୍ରାଚ୍ୟ ନୀତିକୁ ୟୁରୋପୀୟ ରାଷ୍ଟ୍ର ସ୍ପେନ୍ କଡ଼ା ସମାଲୋଚନା କରି ଆସୁଛି । ରୋବ୍ଲେସ କହିଛନ୍ତି, "ଏହି ନିଷ୍ପତ୍ତି ଆରମ୍ଭରୁ ଆମେରିକା ସୈନ୍ୟ ବଳକୁ ଜଣାଇ ଦିଆଯାଇଛି ।" ଇରାନ ଯୁଦ୍ଧକୁ ସ୍ପେନ୍ ଅବୈଧ ଓ ଅନ୍ୟାୟ ବୋଲି କହିଛି । ଇରାନ ଉପରେ ଆମେରିକା ଓ ଇସ୍ରାଏଲ୍ର ଆକ୍ରମଣକୁ ଅନ୍ତରାଷ୍ଟ୍ରୀୟ ଆଇନ୍ ଓ ଜାତିସଂଘ ଚାର୍ଟରର ଉଲ୍ଲଂଘନ ବୋଲି ସ୍ପେନ୍ କହି ଆସୁଛି ।
କାହିଁକି ଖପ୍ପା ସ୍ପେନ୍ ?
ସ୍ପେନ୍ର ବିଦେଶ ମନ୍ତ୍ରୀ ଜୋସ ମାନୁଏଲ୍ ଅଲବାରେସ୍ କହିଛନ୍ତି, "ସ୍ପେନ୍ର ସୈନ୍ୟ ଠିକଣାକୁ କେବଳ ଦ୍ଵିପାକ୍ଷିକ ଚୁକ୍ତି ଓ ଜାତିସଂଘ ପରିଧିରେ ଆସୁଥିବା ଗତିବିଧି ପାଇଁ ବ୍ୟବହାର କରାଯାଇ ପାରିବ ।"
ସ୍ପେନର ଏହି ନିଷ୍ପତ୍ତି ପରେ ଆମେରିକା କେସି-୧୩୫ ଟ୍ୟାଙ୍କର ବିମାନ ସହ ପ୍ରାୟ ୧୫ ସୈନ୍ୟ ବିମାନକୁ ସ୍ପେନର ଦକ୍ଷିଣରୁ ନେଇ ଜର୍ମାନୀ ଓ ଅନ୍ୟ ସ୍ଥାନକୁ ପଳାଇଥିଲା । ତଥ୍ୟ ଅନୁସାରେ, ଉକ୍ତ ବିମାନ ଇରାନ ଯୁଦ୍ଧରେ ଆକାଶରେ ଇନ୍ଧନ ଭର୍ତ୍ତି କରୁଛନ୍ତି । ସ୍ପେନର ଏଭଳି କଡ଼ା ଆଭିମୁଖ୍ୟ ନାଟୋ ସହଯୋଗୀ ଆମେରିକା ସହ ତିକ୍ତତା ବଢ଼ାଉଛି ।
ଏଥିସହ ପଢ଼ନ୍ତୁ: ଇରାନର 'ହୁତି' ଅସ୍ତ୍ର; ବଢ଼ିଯିବ ତୈଳଦର, ବିଶ୍ଵ ଅର୍ଥନୀତିକୁ ବିପଦ

ଟ୍ରମ୍ପଙ୍କ ଧମକ
ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ସ୍ପେନ୍ ଉପରେ ବାଣିଜ୍ୟ ପ୍ରତିବନ୍ଧକ ନେଇ ଧମକ ଦେଇଛନ୍ତି । ସ୍ପେନ୍ ପ୍ରଧାନମନ୍ତ୍ରୀ ପେଡ୍ରୋ ସାଞ୍ଚେଜ ଯୁଦ୍ଧକୁ ଅନୁଚିତ ଓ ବିପଜ୍ଜନକ ସୈନ୍ୟ ହସ୍ତକ୍ଷେପ କହିଛନ୍ତି । ସେ କହିଛନ୍ତି, "ସ୍ପେନ୍ କୌଣସି ପ୍ରକାରେ ଏହି ସଂଘର୍ଷରେ ସାମିଲ୍ ହେବ ନାହିଁ ।" ସ୍ପେନ୍ର ଏହି ଆଭିମୁଖ୍ୟ ୟୁରୋପରେ ଆମେରିକାର ନୀତିକୁ ସ୍ପଷ୍ଟ ବିରୋଧ ଭାବେ ଦେଖା ଯାଉଛି ।

Related Topics
Explore more stories