Videos
|
International

Poland Rail Accident / ରେଲୱେ ଟ୍ରାକ୍ ମଝିରେ ଫସିଲା ଟ୍ରକ; ଦେଖୁ ଦେଖୁ ଖଣ୍ଡ ଖଣ୍ଡ କରି ଭାଙ୍ଗିଦେଲା ଇଣ୍ଟରସିଟି ଟ୍ରେନ୍

Subhramjit Ray
Browse all articles by Subhramjit Ray
·41 mins ago·2 min read
ରେଲୱେ ଟ୍ରାକ୍ ମଝିରେ ଫସିଲା ଟ୍ରକ; ଦେଖୁ ଦେଖୁ ଖଣ୍ଡ ଖଣ୍ଡ କରି ଭାଙ୍ଗିଦେଲା ଇଣ୍ଟରସିଟି ଟ୍ରେନ୍
Poland Rail Accident

Key Points

ପୋଲାଣ୍ଡର ଏକ ରେଲୱେ କ୍ରସିଂ ଠାରେ ଅଟକି ରହିଥିବା ଏକ ଟ୍ରେଲର ଟ୍ରକ୍ କୁ ଦ୍ରୁତ ଗତିରେ ଯାଉଥିବା ଏକ ଟ୍ରେନ ଧକ୍କା ଦେଇଥିଲା।
ନିକଟରେ ପୋଲାଣ୍ଡରେ ଘଟିଯାଇଛି ଏକ ଛାତି ଥରାଇ ଦେବା ଭଳି ରେଳ ଦୁର୍ଘଟଣା। ପ୍ରାୟ ୩୦୦ ଯାତ୍ରୀଙ୍କୁ ନେଇ ଯାଉଥିବା ଏକ ଦ୍ରୁତଗାମୀ ଇଣ୍ଟରସିଟି ଟ୍ରେନ୍ ଏକ ରେଲୱେ କ୍ରସିଂ ଠାରେ ଫସି ରହିଥିବା ଏକ ଟ୍ରକ୍ ଟ୍ରେଲର ସହିତ ଧକ୍କା ହୋଇଥିଲା। ସୌଭାଗ୍ୟବଶତଃ ଟ୍ରକ୍ ସହ ଟ୍ରେନ୍ ଧକ୍କା ହେବା ସତ୍ତ୍ୱେ କେହି ମୃତାହତ ହୋଇନାହାଁନ୍ତି। ଏହି ଦୁର୍ଘଟଣାର ଭିଡି଼ଓ ବିଗତ ଦୁଇ ଦିନ ଧରି ସୋସିଆଲ ମିଡିଆରେ ଭାଇରାଲ ହେଉଛି।

କିପରି ଘଟିଥିଲା ଏହି ଦୁର୍ଘଟଣା?
RMF24 ପକ୍ଷରୁ ପ୍ରକାଶିତ ଏକ ରିପୋର୍ଟ ଅନୁଯାୟୀ ଏହି ଦୁର୍ଘଟଣା ଗତ ଗୁରୁବାର ଅପରାହ୍ନ ପୂର୍ବରୁ ନିଗୋସ୍କା ଷ୍ଟ୍ରିଟ୍ ସ୍ଥିତ (Niegowska Street) ଗଦାନସ୍କ ଲିପସେ (Gdańsk Lipce) ରେଲୱେ କ୍ରସିଂ ଠାରେ ଘଟିଥିଲା। ଯେତେବେଳେ ଟ୍ରକ୍ ରେଲୱେ କ୍ରସିଂ ଠାରେ ପ୍ରବେଶ କରିଥିଲା, ସେତେବେଳେ କ୍ରସିଂ ବାରିୟର ତଳକୁ ଆସୁଥିଲା। ଯାହା ଫଳରେ ଏହି ଟ୍ରକ୍ ର ଟ୍ରେଲର ବାରିୟର ମଧ୍ୟରେ ଫସି ଯାଇଥିଲା। ଘଟଣାସ୍ଥଳରେ ଉପସ୍ଥିତ ଲୋକ ଆଗକୁ ବଢ଼ିବା, ବାରିୟର ଭାଙ୍ଗି ଟ୍ରାକ୍ ପାଖରୁ ହଟିଯିବାକୁ କହିଥିଲେ। ହେଲେ ତଥାପି ଡ୍ରାଇଭର କୌଣସି ଚେଷ୍ଟା କରିନଥିଲେ। କିଛି ସେକେଣ୍ଡ ପରେ ଗିଡ଼ିନିଆ ଠାରୁ ଜିଲୋନା ଗୋରା ଯାଉଥିବା ଏକ ଟ୍ରେନ୍ ସେହି ରୁଟ୍ ଦେଇ ଯାଉଥିବା ବେଳେ ଟ୍ରେନ୍, ଟ୍ରକ୍ କୁ ପଛପଟରୁ ଧକ୍କା ଦେଇଥିଲା।

ଏହା ସହ ପଢନ୍ତୁ: ଦୁଇ ଟ୍ରେନ୍ ମଧ୍ୟରେ ମୁହାଁମୁହିଁ ଧକ୍କା; ଜଣେ ମୃତ, ୪୦ ରୁ ଅଧିକ ଆହତ

ଦୁର୍ଘଟଣା ପରେ ସଚେତନ ଥିଲେ ଟ୍ରକ୍ ଡ୍ରାଇଭର
ଦୁର୍ଘଟଣା ପରେ ଟ୍ରକ୍ ଡ୍ରାଇଭର ସମ୍ପୂର୍ଣ୍ଣ ସଚେତନ ଥିଲେ ଏବଂ ନିଜେ ଗାଡ଼ିରୁ ଓହ୍ଲାଇ ପଡ଼ିଥିଲେ। ଡ୍ରାଇଭର ଏବଂ କିଛି ଯାତ୍ରୀ ଭୟଭୀତ ଏବଂ ଚିନ୍ତିତ ହୋଇ ପଡ଼ିଥିବାର କହିଥିଲେ। ଏହା ପରେ ପାରାମେଡିକ୍ସ ଟିମ୍ ଘଟଣାସ୍ଥଳରେ ପହଞ୍ଚି ସେମାନଙ୍କର ଯାଞ୍ଚ କରିଥିଲେ। ହେଲେ ତଥାପି କାହାକୁ ଆମ୍ବୁଲାନ୍ସ ଦ୍ୱାରା ହସ୍ପିଟାଲ ନେବାର ଆବଶ୍ୟକତା ନଥିଲା। ପୋଲିସ ତୁରନ୍ତ ଇଣ୍ଟରସିଟି ଟ୍ରେନ୍ ଲୋକୋ ପାଇଲଟ୍ ଏବଂ ଟ୍ରକ୍ ଡ୍ରାଇଭରଙ୍କ ବ୍ରେଥ୍ ଏନାଲାଇଜର ପରୀକ୍ଷା କରିଥିଲା। ଯାହା ନିଶ୍ଚିତ କରିଥିଲା ​​ଯେ ଉଭୟ ମଦ୍ୟପାନ କରି ନଥିଲେ। ହେଲେ ତଥାପି ମେଡ଼ିକାଲ୍ ପ୍ରୋଟୋକଲ୍ ଅନୁଯାୟୀ ରକ୍ତ ପରୀକ୍ଷା ପାଇଁ ଉଭୟଙ୍କୁ ହସ୍ପିଟାଲ ନିଆଯାଇଥିଲା। ଯାହା ପରେ ସେମାନଙ୍କୁ ଡିସଚାର୍ଜ କରାଯାଇଥିଲା।

୨୭୯ ଟ୍ରେନ୍ ବିଳମ୍ବ; ୩୫ ଲକ୍ଷର ହୋଇଛି କ୍ଷତି
ଏହି ଦୁର୍ଘଟଣା ରେଳ ନେଟୱାର୍କ୍କୁ ଗୁରୁତର ଭାବରେ ପ୍ରଭାବିତ କରିଥିଲା। ୨୭୯ ଟ୍ରେନ୍ ବିଳମ୍ବ ହୋଇଥିଲା, ଯାହା ଫଳରେ ମୋଟ ୧୭,୫୦୦ ମିନିଟ୍ ଠାରୁ ଅଧିକ ବିଳମ୍ବ ହୋଇଥିଲା। ରାସ୍ତାରେ ୩୦ ଟ୍ରେନ୍ ବାତିଲ କରାଯାଇଥିଲା। ୪୫ ଟ୍ରେନ୍ ଗଦାନସ୍କ ଓଲଜିଙ୍କା ଷ୍ଟେସନ (Gdańsk Olszynka Railway Station) ଦେଇ ଗତି କରିଥିଲା। ଏହା ଦ୍ୱାରା ରେଳବାଇକୁ ପ୍ରାୟ ୧,୪୦,୦୦୦ ଜଲଟି (ପ୍ରାୟ ୩୫ ଲକ୍ଷ ଟଙ୍କା) କ୍ଷତି ସହିବାକୁ ପଡ଼ିଥିଲା। ରେଳବାଇ ଅଧିକାରୀ କହିଛନ୍ତି ଯେ ସେମାନେ କ୍ଷତି ପୂରଣ ପାଇଁ ଅଭିଯୁକ୍ତ ଡ୍ରାଇଭରଙ୍କ ବିରୋଧରେ ମାମଲା ରୁଜୁ କରିବେ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
ଏହା ସହ ପଢନ୍ତୁ: ସ୍କୁଲ ବସ୍-ଟ୍ରେନ୍ ମଧ୍ୟରେ ମୁହାଁମୁହିଁ ଧକ୍କା; ୪ ମୃତ

ଟ୍ରକ୍ ଡ୍ରାଇଭରଙ୍କୁ ହୋଇପାରେ ୩ ବର୍ଷର ଜେଲ୍

ଦୁର୍ଘଟଣା ପରେ ବିଭାଗୀୟ କର୍ତ୍ତୃପକ୍ଷ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛନ୍ତି। ୪୨ ବର୍ଷୀୟ ଟ୍ରକ୍ ଡ୍ରାଇଭରଙ୍କ ବିରୋଧରେ ସଡ଼କ ଯାତାୟତରେ ଗୁରୁତର ବିପଦ ସୃଷ୍ଟି କରିବାର ଅଭିଯୋଗ ଆଣିଛନ୍ତି। ଅଭିଯୁକ୍ତ ଡ୍ରାଇଭର ତାଙ୍କ ଦୋଷ ସ୍ୱୀକାର କରିବାକୁ ମନା କରିଛନ୍ତି, ହେଲେ ତାଙ୍କ ବୟାନ ରେକର୍ଡ କରାଯାଇଛି। ଦୋଷୀ ସାବ୍ୟସ୍ତ ହେଲେ, ତାଙ୍କୁ ୩ ବର୍ଷ ପର୍ଯ୍ୟନ୍ତ ଜେଲ୍ ଦଣ୍ଡ ହୋଇପାରେ।