|
logo
Live

Argus News - ବିଗତ ୧୬ ପାଳିରେ ଅର୍ଦ୍ଧଶତକ ମାରିବାରେ ଗିଲ୍‌ ବିଫଳ; ଚଣ୍ଡିଗଡ଼ରେ ଖେଳିବେ ତ ?

Sports

Shubman Gill / ବିଗତ ୧୬ ପାଳିରେ ଅର୍ଦ୍ଧଶତକ ମାରିବାରେ ଗିଲ୍‌ ବିଫଳ; ଚଣ୍ଡିଗଡ଼ରେ ଖେଳିବେ ତ ?

Sushanta Sahoo
Browse all articles by Sushanta Sahoo
·3 months ago·2 min read
ବିଗତ ୧୬ ପାଳିରେ ଅର୍ଦ୍ଧଶତକ ମାରିବାରେ ଗିଲ୍‌ ବିଫଳ; ଚଣ୍ଡିଗଡ଼ରେ ଖେଳିବେ ତ ?
Gill Struggles in T20s; Samson Pushes for Opening Spot

Key Points

ଦିନିକିଆ କ୍ରିକେଟ୍‌ର ହିରୋ ୨୬ ବର୍ଷୀୟ ଗିଲ୍ ସବୁଠାରୁ ଛୋଟ ଫର୍ମାଟ ଟି-ଟ୍ଵେଣ୍ଟିରେ ନିଜ ଛାପ ଛାଡ଼ିବାରେ ବିଫଳ ହୋଇଛନ୍ତି । ସେ ବିଗତ ୧୬ ପାଳିରେ ଗୋଟିଏ ବି ଅର୍ଦ୍ଧଶତକ ମାରିପାରି ନାହାନ୍ତି ।
ମୁମ୍ବାଇ: ଦକ୍ଷିଣ ଆଫ୍ରିକା ବିପକ୍ଷ ଦ୍ଵିତୀୟ ଟି-ଟ୍ଵେଣ୍ଟି ଆଜି ଚଣ୍ଡିଗଡ଼ରେ ଖେଳାଯିବ । ନ୍ୟୁ ଚଣ୍ଡିଗଡ଼ ସ୍ଥିତ ମୁଲ୍ଲାମ୍ପୁର ଷ୍ଟାଡିୟମ୍‌ରେ ପ୍ରଥମଥର ପାଇଁ ଖେଳାଯିବ କୌଣସି ଅନ୍ତର୍ଜାତୀୟ ମ୍ୟାଚ୍ । ଭାରତ-ଦକ୍ଷିଣ ଆଫ୍ରିକା ଦ୍ଵିତୀ ଟି-ଟ୍ଵେଣ୍ଟି ଖେଳାଯିବାକୁ ଥିବାବେଳେ ଅଭିଷେକ ଶର୍ମା, ଶୁବମନ ଗିଲ୍ ଓ ଅର୍ଶଦୀପ ସିଂହଙ୍କ ଉପରେ ରହିଛି ପ୍ରଶଂସକଙ୍କ ନଜର ।

ଦିନିକିଆ କ୍ରିକେଟ୍‌ର ହିରୋ ୨୬ ବର୍ଷୀୟ ଗିଲ୍ ସବୁଠାରୁ ଛୋଟ ଫର୍ମାଟ ଟି-ଟ୍ଵେଣ୍ଟିରେ ନିଜ ଛାପ ଛାଡ଼ିବାରେ ବିଫଳ ହୋଇଛନ୍ତି । ସେ ବିଗତ ୧୬ ପାଳିରେ ଗୋଟିଏ ବି ଅର୍ଦ୍ଧଶତକ ମାରିପାରି ନାହାନ୍ତି । ଗିଲ୍ ଶେଷଥର ପାଇଁ ୨୦୨୪ ଜୁଲାଇ ୧୩ରେ ଜିମ୍ବାୱେ ବିପକ୍ଷରେ ଅର୍ଦ୍ଧଶତକ ମାରିଥିଲେ ।

ଏଥିସହ ପଢ଼ନ୍ତୁ: ପ୍ରଥମ ୩ ଓଭରରେ ଭାରତକୁ ୨ଟି ଝଟ୍‌କା; ବଡ଼ ସଟ୍ ଆଶାରେ ଫେଲ୍ ମାରିଲେ ଗିଲ୍, ସୂର୍ଯ୍ୟକୁମାର

ବସିବେ ଗିଲ୍‍, ଖେଳିବେ ସଞ୍ଜୁ ?

ଗିଲ୍‌ଙ୍କ ଟି-ଟ୍ଵେଣ୍ଟି ପ୍ରଦର୍ଶନକୁ ନେଇ ପ୍ରଶ୍ନ ଉଠୁଥିବା ବେଳେ ଚୟନକର୍ତ୍ତା ତାଙ୍କ ସ୍ଥାନରେ ସଞ୍ଜୁ ସାମସନଙ୍କୁ ସୁଯୋଗ ଦେବେ କି ? ସଞ୍ଜୁ ସାମସନ ଗତବର୍ଷ ଓପନିଂରେ ସେଞ୍ଚୁରୀ ମାରିଥିଲେ । ଏହାପରେ ସଞ୍ଜୁଙ୍କୁ ୫ଟି ସୁଯୋଗ ମିଳିଥିବା ବେଳେ ଗିଲ୍ ୧୩ ଥର ଓପନିଂ କରିଛନ୍ତି । ତେବେ ନ୍ୟୁ ଚଣ୍ଡିଗଡ଼ର ଥଣ୍ଡା ପାଗ ଭିତରେ ଭାରତ ରଣନୀତିରେ ବଡ଼ ପରିବର୍ତ୍ତନ କରିବାର ସମ୍ଭାବନା ନାହିଁ ।

ଓପନିଂରେ କିଏ ଭଲ ?

ଶୁବମନ ଗିଲ୍ ୩୪ଟି ଟି-ଟ୍ଵେଣ୍ଟି ଅନ୍ତର୍ଜାତୀୟ ମ୍ୟାଚ୍‌ରେ ଓପନର୍ ଭାବେ ଖେଳିଛନ୍ତି । ସେ ୨୯..୦୦ ଆଭରେଜରେ ୧୪୦.୬୩ ଷ୍ଟ୍ରାଇକ୍ ରେଟ୍‌ରେ ୮୪୧ ରନ୍ ସ୍କୋର୍ କରିଛନ୍ତି । ଯେଉଁଥିରେ ଗୋଟିଏ ଶତକ ଏବଂ ୩ଟି ଅର୍ଦ୍ଧଶତକ ସାମିଲ୍ ।

ସେହିଭଳି ଗିଲ୍‌ଙ୍କ ଠାରୁ ଅଧା ଅର୍ଥାତ୍ ୧୭ଟି ଅନ୍ତର୍ଜାତୀୟ ଟି-ଟ୍ଵେଣ୍ଟି ଖେଳିଥିବା ସଞ୍ଜୁ ସାମସନ ୩୨.୬୨ ଆଭରେଜ୍ ଏବଂ ୧୭୮.୭୬ ଷ୍ଟ୍ରାଇକ୍‌ ରେଟ୍‌ରେ ୫୨୨ ରନ୍ ସ୍କୋର୍ କରିଛନ୍ତି । ଯେଉଁଥିରେ ୩ଟି ଶତକ ଏବଂ ଗୋଟିଏ ଅର୍ଦ୍ଧଶତକ ରହିଛି ।

ଏଥିସହ ପଢ଼ନ୍ତୁ: ନିରବତା ଭାଙ୍ଗିଲେ ସ୍ମୃତି ମନ୍ଧାନା; କହିଲେ- 'କ୍ରିକେଟ୍‌ଠୁ ଅଧିକ କାହାକୁ ଭଲ ପାଏନି'

କାହିଁକି ମିଳୁନି ସାମସନଙ୍କୁ ସୁଯୋଗ ?

ଶୁବମନ ଗିଲ୍ ହେଉଛନ୍ତି ଭାରତୀୟ ଟେଷ୍ଟ ଓ ଦିନିକିଆ ଦଳର ଅଧିନାୟକ । ଏଥିସହ ସେ ଭାରତୀୟ ଟି-ଟ୍ଵେଣ୍ଟି ଦଳର ଉପଅଧିନାୟକ ଅଛନ୍ତି । ଯେଉଁଥିପାଇଁ ଚୂଡ଼ାନ୍ତ ଏକାଦଶରେ ଗିଲ୍ ରହିବା ଜରୁରି । ଏପରିକି ତାଙ୍କୁ ଟି-ଟ୍ଵେଣ୍ଟି ଅଧିନାୟକ ଦାୟିତ୍ଵ ମଧ୍ୟ ମିଳିପାରେ । ଏହି କାରଣରୁ ସାମସନଙ୍କ ତୁଳନାରେ ଗିଲ୍‌ଙ୍କୁ ଅଧିକ ସୁଯୋଗ ମିଳୁଛି ।
Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
Shubman Gill: ବିଗତ ୧୬ ପାଳିରେ ଅର୍ଦ୍ଧଶତକ ମାରିବାରେ ଗିଲ୍‌ ବିଫଳ; ଚଣ୍ଡିଗଡ଼ରେ ଖେଳିବେ ତ ? | Argus News