Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
International

Peacock Murder / ଅଜବ ପ୍ରତିଶୋଧ: ନିଜ ପାଳିତ ମୟୂରକୁ ହତ୍ୟା କରି ଖାଇଲେ

Ritu Das
Browse all articles by Ritu Das
·9 months ago·2 min read
ଅଜବ ପ୍ରତିଶୋଧ: ନିଜ ପାଳିତ ମୟୂରକୁ ହତ୍ୟା କରି ଖାଇଲେ

Key Points

ଆମେରିକାରେ ଜଣେ ବ୍ୟକ୍ତିଙ୍କ ଅଜବ ପ୍ରତିଶୋଧକାଣ୍ଡ

ଜଣେ ବ୍ୟକ୍ତି ନିଜ ପାଳିତ ମୟୂରମାନଙ୍କୁ ମାରିଦେଇଥିଲେ

ପରେ ସେଗୁଡ଼ିକୁ କିମା କରି ରାନ୍ଧି ଖାଇଥିଲେ।

ଆମେରିକାରେ ଜଣେ ବ୍ୟକ୍ତିଙ୍କ ଅଜବ ପ୍ରତିଶୋଧକାଣ୍ଡ ସମ୍ପର୍କରେ ସାମ୍ବାଦିକ ଖବର ପ୍ରଚାରିତ ହୋଇଛି । ପୋଲିସ୍ ସୂତ୍ରରୁ ଜଣାପଡ଼ିଛି, ଜଣେ ବ୍ୟକ୍ତି ନିଜ ପାଳିତ ମୟୂରମାନଙ୍କୁ ମାରିଦେଇଥିଲେ ଏବଂ ପରେ ସେଗୁଡ଼ିକୁ ରାନ୍ଧି ଖାଇଥିଲେ। ତେବେ ଏହାର କାରଣ କୌଣସି ଧନ-ସମ୍ପତ୍ତି ବା ପରିବାରିକ ବିବାଦ ନୁହେଁ, ବରଂ ପଡ଼ୋଶୀଙ୍କୁ ନେଇ ତାଙ୍କର କ୍ରୋଧ ବୋଲି ଜଣାପଡ଼ିଛି। 
ଫ୍ଲୋରିଡାରେ ଏକ ଅଜବ ଏବଂ ଆଶ୍ଚର୍ଯ୍ୟଜନକ ଘଟଣା ସାମ୍ନାକୁ ଆସିଛି। ଯାହା ଲୋକଙ୍କୁ ଆଶ୍ଚର୍ଯ୍ୟ କରିଦେଇଛି। ପୋଲିସ ଜଣେ ୬୧ ବର୍ଷୀୟ ବ୍ୟକ୍ତିଙ୍କୁ ଗିରଫ କରିଛି। ତାଙ୍କ ଉପରେ ଅଛି ସଙ୍ଗୀନ ଅଭିଯୋଗ। ସେ ତାଙ୍କ ପୋଷା ମୟୂରମାନଙ୍କୁ ହତ୍ୟା କରିବା ପରେ ରାନ୍ଧି ଖାଇବା ଅଭିଯୋଗ ରହିଛି। ରିପୋର୍ଟ ଅନୁଯାୟୀ, ଅଭିଯୁକ୍ତ ପଡ଼ୋଶୀଙ୍କ ମେଲବକ୍ସରେ ଏକ ଚିଠି ରଖିଥିଲେ, ଯେଉଁଥିରେ ସ୍ପଷ୍ଟ ଭାବରେ ଲେଖାଥିଲା ଯେ ସେ ଦୁଇଟି ମୟୂରଙ୍କ ଗଳା କାଟି ହତ୍ୟା କରି ଫ୍ରାଏ ଏବଂ କଷା କରି ଖାଇଥିଲେ ମାଲିକ।

ପୁଣି ପାକିସ୍ତାନରେ ବିସ୍ଫୋରଣ, ସେନା ଘାଟି ଉପରେ ହୋଇଛି ଆକ୍ରମଣ !

ପ୍ରକୃତରେ, ଅଭିଯୁକ୍ତ କ୍ରେଗ୍ ଭୋଗ୍ଟ ଏବଂ ତାଙ୍କ ପଡ଼ୋଶୀଙ୍କ ମଧ୍ୟରେ ମୟୂରଙ୍କୁ ନେଇ ଦୀର୍ଘ ସମୟ ଧରି ବିବାଦ ଚାଲିଥିଲା। ପଡ଼ୋଶୀ ଲଗାତାର ମୟୂରମାନଙ୍କୁ ଖାଇବାକୁ ଦେଉଥିଲେ, ଯାହା ଭୋଗ୍ଟଙ୍କୁ ପସନ୍ଦ ନଥିଲା ପଡ଼ୋଶୀଙ୍କ ଏହି କାର୍ଯ୍ୟ ପାଇଁ ସେ ରାଗି ଯାଇଥିଲେ।
ଯାହା ପାଇଁ ସେ ଏଭଳି ଭୟଙ୍କର ପଦକ୍ଷେପ ନେବାକୁ ବାଧ୍ୟ ହୋଇଥିଲେ। ପଡ଼ୋଶୀ ଯଦି ତାଙ୍କ ମୟୂରକୁ ଖାଇବାକୁ ଦେବା ନକରନ୍ତି ତେବେ ଅଭିଯୁକ୍ତ ବାକି ମୟୂରମାନଙ୍କୁ ହତ୍ୟା କରିବାକୁ ଧମକ ମଧ୍ୟ ଦେଇଥିଲା।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

ରାତିକରେ ୟୁକ୍ରେନ୍ ଉପରେ ଋଷ ମାଡ଼ କଲା ୫୯୫ ଡ୍ରୋନ୍‍, ୪୮ ମିସାଇଲ୍

ଗିରଫ ପରେ ଆଶ୍ଚର୍ଯ୍ୟଜନକ ବୟାନ
ଯେତେବେଳେ ପୋଲିସ ଅଭିଯୁକ୍ତକୁ ପଚରାଉଚରା କରିଥିଲା ଭୟଙ୍କର ବୟାନ ସାମ୍ନାକୁ ଆସିଥିଲା। ସେ କହିଥିଲେ ଯେ ଜେଲରୁ ମୁକ୍ତ ହେବା ମାତ୍ରେ ସେ ତାଙ୍କର ବାକି ମୟୂରମାନଙ୍କୁ ହତ୍ୟା କରିବେ ତାଙ୍କ ମୃତ୍ୟୁକୁ କେହି ରକ୍ଷା କରିପାରିବେ ନାହିଁ।
ପୋଲିସର କହିବା ଅନୁଯାୟୀ, ଏହା ଭୋଗ୍ଟଙ୍କ ବିରୁଦ୍ଧରେ ପୂର୍ବରୁ ୪୦ ରୁ ଅଧିକ ଅପରାଧ ମାମଲା ରୁଜୁ ହୋଇଛି। ଯେଉଁଥିରେ ସାର୍ବଜନୀନ ନିଶା, ଟ୍ରାଫିକ୍ ଉଲ୍ଲଂଘନ ଏବଂ ଆକ୍ରମଣ ଭଳି ଗୁରୁତର ଅପରାଧ ରହିଛି।
ଭୋଗ୍ଟଙ୍କ ବିରୋଧରେ ପଶୁଙ୍କ ପ୍ରତି ଅତ୍ୟାଚାର କରୁଥିବା ଆଇନ ଲାଗିଛି। ଯାହାକୁ କେନ୍ଦ୍ର କରି ତାଙ୍କୁ ଗିରଫ କରାଯାଇଛି। ମାମଲା କୋର୍ଟରେ ବିଚାରାଧୀନ ଅଛି। ତଥାପି, ସେ କେତେ ମୟୂରକୁ ମାରି ନାହାଁନ୍ତି ତାହା ସ୍ପଷ୍ଟ ହୋଇନାହିଁ। ଏହି ଘଟଣା ସ୍ଥାନୀୟ ଲୋକଙ୍କୁ କ୍ରୋଧିତ ଏବଂ ଚିନ୍ତିତ କରିଛି। ପଶୁ ଅଧିକାର କର୍ମୀମାନେ କହିଛନ୍ତି ଯେ ଏପରି ଘଟଣା ଘଟାଇଥିବା ବ୍ୟକ୍ତିଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ହେବା ଉଚିତ।

Sponsored
Strange Revenge: Man Kills and Eats His Own Pet Peacock | Argus News | Argus News