Videos
|
National

Eclipse 2026 August / ଆସନ୍ତା ମାସରେ ଦେଖିବାକୁ ମିଳିବ ବିରଳ ଜାଗତିକ ଦୃଶ୍ୟ; କ'ଣ ରହିବ ଭାରତ ଉପରେ ଏହାର ପ୍ରଭାବ?

Subhramjit Ray
Browse all articles by Subhramjit Ray
·1 hour ago·2 min read
ଆସନ୍ତା ମାସରେ ଦେଖିବାକୁ ମିଳିବ ବିରଳ ଜାଗତିକ ଦୃଶ୍ୟ; କ'ଣ ରହିବ ଭାରତ ଉପରେ ଏହାର ପ୍ରଭାବ?
Eclipse 2026

Key Points

ଆସନ୍ତା ଅଗଷ୍ଟ ମାସରେ, ମାତ୍ର ୧୬ ଦିନର ବ୍ୟବଧାନ ମଧ୍ୟରେ ଉଭୟ ସୂର୍ଯ୍ୟ ପରାଗ ଏବଂ ଚନ୍ଦ୍ର ଗ୍ରହଣ ଘଟିବ।
Solar-Lunar Eclipse 2026 August: ୨୦୨୬ ଅଗଷ୍ଟ କେବଳ ପର୍ବପର୍ବାଣୀ ଯୋଗୁଁ ନୁହେଁ ବରଂ ଦୁଇଟି ପ୍ରମୁଖ ମହାକାଶୀୟ ଘଟଣା ପାଇଁ ମଧ୍ୟ ବିଶେଷ ହେବ। କାରଣ ଆସନ୍ତା ମାସରେ ମାତ୍ର ୧୬ ଦିନରେ ବ୍ୟବଧାନରେ ପ୍ରଥମେ ସୂର୍ଯ୍ୟପରାଗ ଏବଂ ଏହା ପରେ ଚନ୍ଦ୍ରଗ୍ରହଣ ହେବ। ସଂଯୋଗ ବଶତଃ ଉଭୟ ଘଟଣା ଭାରତରେ ଦୃଶ୍ୟମାନ ହେବ ନାହିଁ। ସେଥିପାଇଁ ଏଠାରେ ସୂତକ କାଳ ମାନ୍ୟ ହେବ ନାହିଁ। ହେଲେ ତଥାପି ଜ୍ୟୋତିଷ ଶାସ୍ତ୍ର ଅନୁସାରେ ଏପରି ଜାଗତିକ ଘଟଣା ଗ୍ରହଣ କେବଳ ଆକାଶରେ ଦୃଶ୍ୟମାନ ହେଉଥିବା ସାଧାରଣ ଘଟଣା ନୁହେଁ। ବରଂ ଗ୍ରହ ନକ୍ଷତ୍ରଙ୍କ ଗତି ଏବଂ ରାଶି ଉପରେ ଏହାର ପ୍ରଭାବ ବିଷୟରେ ମଧ୍ୟ ଆଲୋଚନା କରାଯାଇଛି। ଉଭୟ ପରାଗ-ଗ୍ରହଣ କେବେ ହେବ, କେଉଁଠାରେ ଦୃଶ୍ୟମାନ ହେବ ଏବଂ ଏହାର ଗୁରୁତ୍ୱ କ'ଣ ହେବ।

ଆସନ୍ତା ମାସରେ କେବେ ଲାଗିବ ପରାଗ-ଗ୍ରହଣ
ଚଳିତ ବର୍ଷ ଅଗଷ୍ଟ ୧୨ ତାରିଖରେ ପ୍ରଥମେ ସୂର୍ଯ୍ୟଗ୍ରହଣ ହେବ। ଏହା ପରେ ଅଗଷ୍ଟ ୨୭-୨୮ ତାରିଖ ମଧ୍ୟରାତ୍ରୀରେ ଲାଗିବ ଚନ୍ଦ୍ରଗ୍ରହଣ। ଭାରତରେ ଉଭୟ ପରାଗ-ଗ୍ରହଣ ଦୃଶ୍ୟମାନ ହେବ ନାହିଁ। ସେଥିପାଇଁ ଏଠାରେ ସୂତକ କାଳ ମାନ୍ୟ ହେବ ନାହିଁ। ହେଲେ ତଥାପି ଜ୍ୟୋତିଷ ଶାସ୍ତ୍ର ଅନୁସାରେ, ଗ୍ରହ ନକ୍ଷତ୍ରଙ୍କ ସ୍ଥିତି ଯୋଗୁଁ ଏହି ମହାକାଶୀୟ ଘଟଣାକୁ ବିଶେଷ ବୋଲି ବିବେଚନା କରାଯାଉଛି।

ଏହା ସହ ପଢନ୍ତୁ: ରହସ୍ୟମୟ ମନ୍ଦିର; ଯେଉଁଠି ମଧ୍ୟାହ୍ନ ସମୟରେ ପଡ଼଼େନାହିଁ ଶିଖରର ଛାଇ

ପରାଗ-ଗ୍ରହଣ ଲାଗିବାକୁ କାହିଁକି ଗୁରୁତ୍ୱପୂର୍ଣ୍ଣ ବୋଲି ବିବେଚନା କରାଯାଏ?
ଜ୍ୟୋତିଷ ଶାସ୍ତ୍ର ଅନୁସାରେ, ସୂର୍ଯ୍ୟଙ୍କୁ ସମ୍ମାନ, ଆତ୍ମବିଶ୍ୱାସ ଏବଂ ସଫଳତାର ପ୍ରତୀକ ଭାବରେ ବିବେଚନା କରାଯାଏ। ଚନ୍ଦ୍ର ମନ ଏବଂ ଭାବନା ସହିତ ଜଡି଼ତ। ପରାଗ-ଗ୍ରହଣ ଲାଗିବା ସମୟରେ ରାହୁ-କେତୁ ଗ୍ରହଙ୍କ ଉପସ୍ଥିତି ମଧ୍ୟ ଗୁରୁତ୍ୱପୂର୍ଣ୍ଣ। ପ୍ରତ୍ୟେକ ବ୍ୟକ୍ତିଙ୍କ ରାଶିଚକ୍ର ଉପରେ ନିର୍ଭର କରି ଏହାର ପ୍ରଭାବ ଭିନ୍ନ ହୋଇପାରେ ବୋଲି ବିଶ୍ୱାସ କରାଯାଏ। ଏହାର ପ୍ରଭାବରେ କେତେକଙ୍କ ଜୀବନରେ ସାମାନ୍ୟ ପରିବର୍ତ୍ତନ ହୋଇପାରେ। ସେହିପରି ଅନ୍ୟମାନେ ବଡ଼ ପରିବର୍ତ୍ତନ ଅନୁଭବ କରିପାରନ୍ତି।

କେଉଁ କେଉଁ ଦେଶରେ ନଜର ଆସିବ ପରାଗ-ଗ୍ରହଣ?
ଆସନ୍ତା ଅଗଷ୍ଟ ୧୨ ତାରିଖରେ ପୂର୍ଣ୍ଣଗ୍ରାସ ସୂର୍ଯ୍ୟପରାଗ ଗ୍ରୀନଲ୍ୟାଣ୍ଡ, ଆଇସଲ୍ୟାଣ୍ଡ ଏବଂ ଉତ୍ତର ସ୍ପେନର କିଛି ଅଂଶରେ ଦୃଶ୍ୟମାନ ହେବ। ୟୁରୋପ, ଉତ୍ତର ଆଫ୍ରିକା ଏବଂ ଉତ୍ତର ଆମେରିକାର ଅନେକ ଅଞ୍ଚଳରେ ଆଂଶିକ ସୂର୍ଯ୍ୟଗ୍ରହଣ ଦୃଶ୍ୟମାନ ହେବ। ଏହା ପରେ ଅଗଷ୍ଟ ୨୭-୨୮ ତାରିଖରେ ଚନ୍ଦ୍ରଗ୍ରହଣ ଉତ୍ତର ଏବଂ ଦକ୍ଷିଣ ଆମେରିକାର ଅଧିକାଂଶ ଅଞ୍ଚଳ ଏବଂ ୟୁରୋପ ସହ ଆଫ୍ରିକା ମହାଦେଶର ଅନେକ ଦେଶରେ ଦୃଶ୍ୟମାନ ହେବ।


Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored