ଅଗଷ୍ଟରେ ଫେରିବେ ସୁନୀତା , ନାସା କରୁଛି ବଡ ଯୋଜନା

ଅର୍ଗସ ବ୍ୟୁରୋ : ଅନେକ ଦିନ ପରେ ସୁନିତାଙ୍କୁ ନେଇ ଆଶିଛି ଆଶ୍ବସ୍ତିକର ଖବର । ଖୁବଶୀଘ୍ର ପୃଥିବୀ ଫେରୁଛନ୍ତି ସୁନିତା । ସୁନୀତା ୱିଲିୟମସଙ୍କ ସୁରକ୍ଷିତ ପ୍ରତ୍ୟାବର୍ତ୍ତନ ପାଇଁ ଆମେରିକାର ମହାକାଶ ଗବେଷଣା ସଂସ୍ଥା ନାସାର ବଡ଼ ଯୋଜନା ଆରମ୍ଭ ହୋଇଛି । ଅଗଷ୍ଟରେ ଫେରୁଛନ୍ତି ସୁନିତା । ଗୋଟିଏ ପଟେ ଖରାପ ମହାକାଶ ଯାନ ବୋଇଂ ଷ୍ଟାର ଲାଇନର ମରାମତି ପାଇଁ ଉଦ୍ୟମ କରାଯାଉଛି । ଅନ୍ୟପଟେ ଅନ୍ୟ ବିକଳ୍ପବ କଥା ଚିନ୍ତା କରୁଛି ନାସା । ଯଦି ବୋଇଂ 'ଷ୍ଟାରଲାଇନର' ଥିବା ତ୍ରୁଟିକୁ ସୁଧରା ନଯାଏ, ତେବେ ଅନ୍ୟ ମହାକାଶ ଯାନ ପଠାଇ ସୁନୀତା ୱଲିୟମସ ଓ ବଚ୍ ୱଲମୋରଙ୍କୁ ସୁରକ୍ଷିତ ଭାବେ ପୃଥିବୀକୁ ଫେରାଇ ଅଣାଯିବ ।
ତେବେ ଏ କ୍ଷେତ୍ରରେ ନାସା ପାଖରେ ରହିଛି ଦୁଇଟି ବିକଳ୍ପ । ଗୋଟିଏ ହେଉଛି ଏଲନ୍ ମସ୍କଙ୍କ କମ୍ପାନୀ ସ୍ପେଶ ଏକ୍ସର କ୍ର୍ୟୁ ଡ୍ରାଗନ୍ କ୍ୟାପସୁଲ , ଅନ୍ୟଟି ହେଉଛି ଋଷିଆର ସୋୟୁଜ କ୍ୟାପସୁଲ । କିନ୍ତୁ ନାସା , ସୋୟୁଜ ଅପେକ୍ଷା ଏଲନ୍ ମସ୍କଙ୍କ ସ୍ପେଶ ଏକ୍ସ କ୍ର୍ୟୁ ଡ୍ରାଗନ୍କୁ ଅଧିକ ଭରସା କରୁଛି । କାରଣ ଅଗଷ୍ଟ ୧୮ ତାରିଖରେ ଅନ୍ତର୍ଜାତୀୟ ମହାକାଶ କେନ୍ଦ୍ରକୁ ଉଡ଼ାଣ ଭରିବାକୁ ଯାଉଛି ସ୍ପେଶ ଏକ୍ସ କ୍ର୍ୟୁ ଡ୍ରାଗନ୍। ଯେଉଁଥିରେ ୪ ଜଣ ମହାକାଶଚାରୀ ଯିବେ। ଏହି ୪ ଜଣଙ୍କ ଭିତରେ ଅଛନ୍ତି ୩ ଜଣ ଆମେରିକୀୟ ଓ ଜଣେ ରୁଷୀୟ ମହାକାଶଚାରୀ ।ଜୁନ୍ ୫ରେ ମହାକାଶକୁ ଯାଇଥିଲେ ସୁନିତା,ଗତ ମାସରେ ପୃଥିବୀ ପୃଷ୍ଠରେ ପହଞ୍ଜିବାର ଥିଲା,ତାଙ୍କ ମହାକାଶର ମିଶନ ୮ ଦିନ ଧରି ଥିଲା,କିନ୍ତୁ ଏ ପର୍ଯ୍ୟନ୍ତ ସେ ପୃଥିବୀ ପୃଷ୍ଠକୁ ଫେରି ନାହାନ୍ତି। ବୋଇଙ୍ଗ ଷ୍ଟାରଲିନରେ ଯାନ୍ତ୍ରିକ ତ୍ରୁଟି ଦେଖାଦେବା ପରେ ମହାକାଶରେ ଫସିଛନ୍ତି ସୁନୀତା ।
ଅଧିକ ପଢନ୍ତୁ : ମହାକାଶରେ ବନ୍ଦୀ ସୁନିତା,ଫେରିବେ କେବେ?
📱 Get Argus News App
✨ବୋଇଙ୍ଗ ଷ୍ଟାରଲିନରର ପ୍ରଥମ ଉଡ଼ାଣ ଥିଲା,ହିଲିୟମ୍ ଲିକ୍ ଏବଂ ଥ୍ରଷ୍ଟର ବିଫଳତା ଯୋଗୁ ତାଙ୍କର ପୃଥିବୀରେ ପ୍ରତ୍ୟାବର୍ତ୍ତନ କରିବାରେ ବିଳମ୍ବ ହେଉଛି। ନାସା ଏବଂ ଷ୍ଟାରଲିନର୍ ପକ୍ଷରୁ ହିଲିୟମ ଲିକ୍ ମରାମତି କରିବା ଏବଂ ଥ୍ରଷ୍ଟର ସମସ୍ୟା ସୁଧାରିବାକୁ ସମସ୍ତ ପଦକ୍ଷେପ ନିଆଯାଇଥିଲେ ମଧ୍ୟ ଏପର୍ଯ୍ୟନ୍ତ ତ୍ରୁଟି ସୁଧୁରିପାରୁନି । ଖୁବଶୀଘ୍ର ଏନେଇ ନାସା ବଡ ବିକଳ୍ପ ଦେବାସହ ସୁନିତାଙ୍କୁ ଅଗଷ୍ଟରେ ଫେରାଇ ଆଣିବା ପାଇଁ ସୂଚନା ଦେଇଛି ।