Tehran UFO Sighting 2026 September / ୫୦ ବର୍ଷ ପରେ ଇରାନରେ ନଜର ଆସିଲା ରହସ୍ୟମୟ ବସ୍ତୁ; ଭିଡ଼ିଓ ଭାଇରାଲ
·1 hour ago·2 min read

Key Points
ପ୍ରାୟ ୫୦ ବର୍ଷ ପରେ ଗତ ରବିବାର ରାତିରେ (ସେପ୍ଟେମ୍ବର ୨୦) ରାତିରେ ନଜର ନଜର ଆସିଛି ଏକ ରହସ୍ୟମୟ ବସ୍ତୁ। ଶେଷ ଥର ପାଇଁ ଏପରି ବସ୍ତୁ ୧୯୭୬ ମସିହା ସେପ୍ଟେମ୍ବର ମାସରେ ନଜର ଆସିଥିଲା।
ଗତ ରବିବାର (ସେପ୍ଟେମ୍ବର ୨୦) ରାତିରେ ଇରାନର ରାଜଧାନୀ ତେହେରାନ ଆକାଶରେ ରଙ୍ଗୀନ ଆଲୋକ ସହିତ ଏକ ରହସ୍ୟମୟ ବସ୍ତୁ ଦେଖିବାକୁ ମିଳିଥିଲା। ସୋସିଆଲ ମିଡିଆରେ ଏହି ଘଟଣା ସହ ଜଡ଼ିତ ଅନେକ ଭିଡିଓ ଦ୍ରୁତ ଗତିରେ ଭାଇରାଲ ହେଉଛି। ଯେଉଁଥିରେ ଏହି ଅଜଣା ବସ୍ତୁ ଆକାଶରେ ଉଡ଼ୁଥିବାର ଏବଂ ଧିରେ ଧିରେ ଆଗକୁ ବଢୁଥିବାର ଦେଖାଯାଉଛି। ଏନେଇ ହୋଇଥିବା ଦାବି ଅନୁସାରେ ଏହି ଦୃଶ୍ୟ ଆଜାଗାନ ଏକ୍ସପ୍ରେସୱେ ନିକଟରେ ଦେଖିବାକୁ ମିଳିଛି।
କୌଣସି ବିପଦକୁ ସ୍ୱୀକାର କରିନାହାଁନ୍ତି ସ୍ଥାନୀୟ କର୍ତ୍ତୃପକ୍ଷ
ଏହି ଚମକଦାର ବସ୍ତୁର ସଠିକ୍ ସ୍ଥାନ, ଆକାର, ଉଚ୍ଚତା କିମ୍ବା ଗତି ସମ୍ପର୍କରେ ଏପର୍ଯ୍ୟନ୍ତ କୌଣସି ସରକାରୀ ସୂଚନା ପ୍ରକାଶ କରାଯାଇ ନାହିଁ। ଇରାନ ପ୍ରଶାସନ କିମ୍ବା ସାମରିକ ବାହିନୀ ଏହି ଘଟଣା ଉପରେ କୌଣସି ବିବୃତ୍ତି ଜାରି କରିନାହାଁନ୍ତି। ଏପରିକି ଏହାକୁ ବର୍ତ୍ତମାନ ସୁରକ୍ଷା ଜନିତ ବିପଦ ଭାବରେ ବିବେଚନା କରାଯାଉନାହିଁ।
ଡ୍ରୋନ୍ ନା ଗୁଡ଼ି? ସୋସିଆଲ ମିଡିଆରେ ହେଉଛି ବିଭିନ୍ନ ଦାବି
ଏହି ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବା ପରେ ଏହାକୁ ନେଇ ବିଭିନ୍ନ ପ୍ରକାରର ଦାବି କରାଯାଉଛି। କିଛି ସୋସିଆଲ ମିଡ଼ିଆ ୟୁଜର ମତ ଦେଉଛନ୍ତି ଯେ ଏହା ଏକ ଗୁପ୍ତ ସାମରିକ ଡ୍ରୋନ୍ (Stealth Military Drone) କିମ୍ବା ଏକତ୍ର ଉଡ଼ୁଥିବା ଅନେକ ଡ୍ରୋନ୍ (Swarm Drone) ହୋଇପାରେ। ଅନ୍ୟମାନେ ବିଶ୍ୱାସ କରୁଛନ୍ତି ଯେ ଏହା ଆଲୋକରେ ସଜାଯାଇଥିବା କିଛି କିମ୍ବା ଦୂରରୁ ଦେଖାଯାଉଥିବା କିଛି ସାଧାରଣ ଜିନିଷ ହୋଇପାରେ।
ଏହା ସହ ପଢନ୍ତୁ: ମଧ୍ୟପ୍ରାଚ୍ୟରେ ନଜର ଆସିଲା ଦ୍ରୁତ ଗତିରେ ଉଡୁ ରହସ୍ୟମୟ ଗୋଲକ; ପେଣ୍ଟାଗନ୍ ପକ୍ଷରୁ ୟୁଏଫଓ ଭିଡି଼ଓ ଜାରି
ମଧ୍ୟପ୍ରାଚ୍ୟରେ ଉତ୍ତେଜନା ମଧ୍ୟରେ ଏହି ଖବର ଆସିଛି
ଇରାନରେ ଘଟିଥିବା ଏହି ଘଟଣାର ଭିଡ଼ିଓ ଏପରି ଏକ ସମୟରେ ଆସିଛି, ଯେତେବେଳେ ମଧ୍ୟ ପ୍ରାଚ୍ୟରେ ଆମେରିକା ଏବଂ ଇସ୍ରାଏଲ ମଧ୍ୟରେ ପୂର୍ବରୁ ସଂଘର୍ଷ ଜାରି ରହିଛି। ସେପ୍ଟେମ୍ବର ୨୦ ତାରିଖରେ, ଇରାନୀ ସେନା ଚେତାବନୀ ଦେଇଥିଲା ଯେ ଯଦି ଆକ୍ରମଣ କରାଯାଏ, ତାହେଲେ ମଧ୍ୟପ୍ରାଚ୍ୟରେ ଅବସ୍ଥିତ ରହିଥିବା ଆମେରିକୀୟ ସାମରିକ ଘାଟିକୁ ଟାର୍ଗେଟ କରାଯିବ। ଆମେରିକୀୟ ବୈଦେଶିକ ବିଭାଗ ମଧ୍ୟ ବିମାନ ବାତିଲ ଏବଂ ଆକାଶ ସୀମା ବନ୍ଦ କରିବା ସମ୍ପର୍କରେ ଯାତ୍ରୀଙ୍କ ପାଇଁ ଏକ ସତର୍କତା ଜାରି କରିଥିଲା।
ପୁଣି ମନେପଡ଼ିଲା ୫୦ ବର୍ଷ ପୁରୁଣା "UFO" (Unidentified Flying Object) ଘଟଣା
ତେହେରାନ ଆକାଶରେ ଦେଖାଯାଇଥିବା ଏହି ଆଲୋକ ଲୋକଙ୍କୁ ୧୯୭୬ ମସିହା ସେପ୍ଟେମ୍ବର ମାସର ଐତିହାସିକ ଘଟଣାର ମନେ ପକାଇ ଦେଇଛି। ଯେତେବେଳେ ତେହେରାନ ଆକାଶରେ ଏକ ଅତି ଉଜ୍ଜ୍ୱଳ ରହସ୍ୟମୟ ବସ୍ତୁ ଦେଖାଯାଇଥିଲା। ସେହି ସମୟରେ, ଇରାନ ତଦନ୍ତ ପାଇଁ F-4 ଲଢ଼ୁଆ ବିମାନ ମଧ୍ୟ ପଠାଇଥିଲା। ଆମେରିକୀୟ ଗୁଇନ୍ଦା ସଂସ୍ଥା (NSA) ଏବଂ ପ୍ରତିରକ୍ଷା ବିଭାଗ ମଧ୍ୟ ୧୯୭୬ ମସିହାର ସେହି ଘଟଣା ଉପରେ ଏକ ପୂର୍ଣ୍ଣାଙ୍ଗ ରିପୋର୍ଟ ରଖିଛି। ହେଲେ ତଥାପି ବିଶେଷଜ୍ଞ କହିଛନ୍ତି ଯେ ସେହି ୫୦ ବର୍ଷ ପୁରୁଣା ଘଟଣାର ଏହି ନୂତନ ଭାଇରାଲ ଭିଡି଼ଓ ସହିତ କୌଣସି ସମ୍ପର୍କ ନାହିଁ।

Phone videos of bright, multi-colored lights over Tehran, Iran, went viral overnight.
— Clash Report (@clashreport) September 21, 2026
Iranian authorities have not issued any official statement treating the object as a threat.pic.twitter.com/JeqOHksFz7
ଡ୍ରୋନ୍ ନା ଗୁଡ଼ି? ସୋସିଆଲ ମିଡିଆରେ ହେଉଛି ବିଭିନ୍ନ ଦାବି
ଏହି ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବା ପରେ ଏହାକୁ ନେଇ ବିଭିନ୍ନ ପ୍ରକାରର ଦାବି କରାଯାଉଛି। କିଛି ସୋସିଆଲ ମିଡ଼ିଆ ୟୁଜର ମତ ଦେଉଛନ୍ତି ଯେ ଏହା ଏକ ଗୁପ୍ତ ସାମରିକ ଡ୍ରୋନ୍ (Stealth Military Drone) କିମ୍ବା ଏକତ୍ର ଉଡ଼ୁଥିବା ଅନେକ ଡ୍ରୋନ୍ (Swarm Drone) ହୋଇପାରେ। ଅନ୍ୟମାନେ ବିଶ୍ୱାସ କରୁଛନ୍ତି ଯେ ଏହା ଆଲୋକରେ ସଜାଯାଇଥିବା କିଛି କିମ୍ବା ଦୂରରୁ ଦେଖାଯାଉଥିବା କିଛି ସାଧାରଣ ଜିନିଷ ହୋଇପାରେ।
ଏହା ସହ ପଢନ୍ତୁ: ମଧ୍ୟପ୍ରାଚ୍ୟରେ ନଜର ଆସିଲା ଦ୍ରୁତ ଗତିରେ ଉଡୁ ରହସ୍ୟମୟ ଗୋଲକ; ପେଣ୍ଟାଗନ୍ ପକ୍ଷରୁ ୟୁଏଫଓ ଭିଡି଼ଓ ଜାରି
ମଧ୍ୟପ୍ରାଚ୍ୟରେ ଉତ୍ତେଜନା ମଧ୍ୟରେ ଏହି ଖବର ଆସିଛି
ଇରାନରେ ଘଟିଥିବା ଏହି ଘଟଣାର ଭିଡ଼ିଓ ଏପରି ଏକ ସମୟରେ ଆସିଛି, ଯେତେବେଳେ ମଧ୍ୟ ପ୍ରାଚ୍ୟରେ ଆମେରିକା ଏବଂ ଇସ୍ରାଏଲ ମଧ୍ୟରେ ପୂର୍ବରୁ ସଂଘର୍ଷ ଜାରି ରହିଛି। ସେପ୍ଟେମ୍ବର ୨୦ ତାରିଖରେ, ଇରାନୀ ସେନା ଚେତାବନୀ ଦେଇଥିଲା ଯେ ଯଦି ଆକ୍ରମଣ କରାଯାଏ, ତାହେଲେ ମଧ୍ୟପ୍ରାଚ୍ୟରେ ଅବସ୍ଥିତ ରହିଥିବା ଆମେରିକୀୟ ସାମରିକ ଘାଟିକୁ ଟାର୍ଗେଟ କରାଯିବ। ଆମେରିକୀୟ ବୈଦେଶିକ ବିଭାଗ ମଧ୍ୟ ବିମାନ ବାତିଲ ଏବଂ ଆକାଶ ସୀମା ବନ୍ଦ କରିବା ସମ୍ପର୍କରେ ଯାତ୍ରୀଙ୍କ ପାଇଁ ଏକ ସତର୍କତା ଜାରି କରିଥିଲା।
A number of videos are circulating showing an unidentified object in the skies above Tehran, Iran, it’s not immediately clear what is being filmed. pic.twitter.com/bHNAQGFPNv
— OSINTdefender (@sentdefender) September 21, 2026
ପୁଣି ମନେପଡ଼ିଲା ୫୦ ବର୍ଷ ପୁରୁଣା "UFO" (Unidentified Flying Object) ଘଟଣା
ତେହେରାନ ଆକାଶରେ ଦେଖାଯାଇଥିବା ଏହି ଆଲୋକ ଲୋକଙ୍କୁ ୧୯୭୬ ମସିହା ସେପ୍ଟେମ୍ବର ମାସର ଐତିହାସିକ ଘଟଣାର ମନେ ପକାଇ ଦେଇଛି। ଯେତେବେଳେ ତେହେରାନ ଆକାଶରେ ଏକ ଅତି ଉଜ୍ଜ୍ୱଳ ରହସ୍ୟମୟ ବସ୍ତୁ ଦେଖାଯାଇଥିଲା। ସେହି ସମୟରେ, ଇରାନ ତଦନ୍ତ ପାଇଁ F-4 ଲଢ଼ୁଆ ବିମାନ ମଧ୍ୟ ପଠାଇଥିଲା। ଆମେରିକୀୟ ଗୁଇନ୍ଦା ସଂସ୍ଥା (NSA) ଏବଂ ପ୍ରତିରକ୍ଷା ବିଭାଗ ମଧ୍ୟ ୧୯୭୬ ମସିହାର ସେହି ଘଟଣା ଉପରେ ଏକ ପୂର୍ଣ୍ଣାଙ୍ଗ ରିପୋର୍ଟ ରଖିଛି। ହେଲେ ତଥାପି ବିଶେଷଜ୍ଞ କହିଛନ୍ତି ଯେ ସେହି ୫୦ ବର୍ଷ ପୁରୁଣା ଘଟଣାର ଏହି ନୂତନ ଭାଇରାଲ ଭିଡି଼ଓ ସହିତ କୌଣସି ସମ୍ପର୍କ ନାହିଁ।
📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Related Topics
Explore more stories