Death Festival / ମରିବା ପରେ କେମିତି ଲାଗେ ? ଏଠି ବଞ୍ଚିବା ଅବସ୍ଥାରେ ବି ହୁଏ ମୃତ୍ୟୁର ଟ୍ରାଏଲ୍
·1 week ago·2 min read

Key Points
ମରିବା ପରେ କେମିତି ଲାଗେ ?
ଏହି ଦେଶରେ ହୁଏ ମୃତ୍ୟୁର ଟ୍ରାଏଲ
ଏହି ଦେଶରେ ହୁଏ ମୃତ୍ୟୁର ଟ୍ରାଏଲ
ଜନ୍ମ ଅଛି ତ ମୃତ୍ୟୁ ନିଶ୍ଚିତ । ଏଥିରୁ ଈଶ୍ଵର ମଧ୍ୟ ବର୍ତ୍ତିପାରିନାହାନ୍ତି । ସମୟ ଆସିଲେ ଧରାପୃଷ୍ଠରେ ଜନ୍ମ ନେଇଥିବା ହାଡ଼, ରକ୍ତ, ମାଂସଧାରୀ ମଣିଷଟି ଶେଷରେ ବିଦାୟ ନିଏ । ନିଜ ଶରୀର, ଧନରତ୍ନକୁ ନେଇ ସାରା ଜୀବନ ଗର୍ବ କରୁଥିବା ମଣିଷଟି ଶେଷରେ ଜଳିପୋଡ଼ି ପାଉଁଶ ହୁଏ । ମାତ୍ର ବଞ୍ଚିବା ଅବସ୍ଥାରେ ପ୍ରତିଟି ମଣିଷ ମନରେ କେବେ ନା କେବେ ଗୋଟିଏ ପ୍ରଶ୍ନ ଆସେ ଯେ ମୃତ୍ୟୁ ପରେ କଣ ହୁଏ ? କିପରି ଅନୁଭବ ହୁଏ ? ଅମର କୁହାଯାଉଥିବା ଆତ୍ମାର କଣ ହୁଏ ? ତେବେ ବିଶ୍ଵରେ ଏମିତି ଏକ ଦେଶ ଅଛି ଯେଉଁଠି ମୃତ୍ୟୁର ଟ୍ରାଏଲ କରାଯାଏ । ଏହାକୁ ସେଠାକାର ନାଗରିକ ଏକ ପର୍ବ ଭାବେ ପାଳନ କରନ୍ତି । ବଞ୍ଚିଥିବା ଅବସ୍ଥାରେ ମୃତ୍ୟୁର ଟ୍ରାଏଲ କରନ୍ତି ଏମାନେ ।
ଥରେ ଭାବନ୍ତୁ...ଆପଣ ସମ୍ପୂର୍ଣ୍ଣ ଜୀବିତ ଅଛନ୍ତି, କିନ୍ତୁ କିଛି ସମୟ ଲାଗି ଆପଣ ଏକ କଫିନ୍ ଭିତରେ ଶୋଇଥିବା ନଜର ଆସିବେ । ଉପରେ ଏକ ଆଇନା ରଖା ହୋଇଥିବ, ଯେଉଁଥିରେ ଆପଣଙ୍କ ଚେହେରା ସ୍ଥିର ଦେଖାଯିବ । କିଛି ଲୋକଙ୍କୁ ଏହା ଅଜବ ଲାଗିପାରେ ଏବଂ କିଛି ଭୟଭୀତ ମଧ୍ୟ ହୋଇପାରନ୍ତି । ତେବେ ଏସିଆର ଦକ୍ଷିଣ-ପୂର୍ବ ଦେଶ ଥାଇଲାଣ୍ଡରେ 'ଡେଥ୍ ଫେଷ୍ଟିଭାଲ' ନାମରେ ଏକ ଉତ୍ସବ ପାଳନ କରାଯାଏ । ଥାଇଲାଣ୍ଡର ଅଧିବାସୀ ମୃତ୍ୟୁକୁ ଅଣଦେଖା ନକରି ଏହାକୁ ବୁଝିବାକୁ ଚେଷ୍ଟା କରନ୍ତି ।
ଏହି ଉତ୍ସବର ସବୁଠୁ ଚର୍ଚ୍ଚିତ କାର୍ଯ୍ୟକଳାପ ହେଉଛି 'Test Die' ଅର୍ଥାତ ମୃତ୍ୟୁର ଟ୍ରାଏଲ୍ । ଏଥିରେ ଉତ୍ସବ ପାଳନ ହେଉଥିବା ସ୍ଥାନରେ ଭିନ୍ନ ଭିନ୍ନ ଡିଜାଇନର କଫିନ୍ ରଖାଯାଇଥାଏ । ଏହି କଫିନ ମଧ୍ୟରେ ଲୋକେ ଶୁଅନ୍ତି ଓ ଆଇନାରେ ନିଜ ମୁହଁକୁ ଦେଖନ୍ତି । ଏହି ଅନୁଭବ ଲୋକଙ୍କୁ ଚିନ୍ତା କରିବାକୁ ବାଧ୍ୟ କରେ ଯେ ସତରେ ମଣିଷ ଜୀବନ କେତେ କ୍ଷଣସ୍ଥାୟୀ । ଏପରିକି କିଛି ଲୋକ ମାନସିକ ଶାନ୍ତି ପାଇଁ ମଧ୍ୟ ଏହି ଉତ୍ସବରେ ଅଂଶଗ୍ରହଣ କରି ଜୀବିତ ଅବସ୍ଥାରେ ମୃତ୍ୟୁର ଟ୍ରାଏଲ୍ ନିଅନ୍ତି ।
ପଢନ୍ତୁ ଏହି ଖବର: ମଧ୍ୟପ୍ରାଚ୍ୟ ଯୁଦ୍ଧ ଭିତରେ ଗ୍ରାହକଙ୍କ ଉପରେ ମହଙ୍ଗା ମାଡ଼; ବଢିଲା ପେଟ୍ରୋଲ-ଡିଜେଲ ଦର
ଏହି ଉତ୍ସବ ପଛରେ ବୌଦ୍ଧ ଧର୍ମର ବିଚାରଧାରା ରହିଛି ଯେ ଜୀବନର ୪ଟି ସତ ଅଛି । ସେଗୁଡ଼ିକ ହେଉଛି ଜନ୍ମ, ବୃଦ୍ଧାବସ୍ଥା, ରୋଗ ଓ ମୃତ୍ୟୁ । ଧନ, ସୌନ୍ଦର୍ଯ୍ୟକୁ ନେଇ ଗର୍ବ କରୁଥିବା ମଣିଷକୁ ସତର ଆଇନା ଦେଖାଇବା ଓ ଜୀବନର ଏହି ୪ଟି ସତକୁ ଗ୍ରହଣ କରିବା ଏହି ଉତ୍ସବର ଉଦ୍ଦେଶ୍ୟ । ଆୟୋଜକଙ୍କ କହିବା କଥା ହେଉଛି, ଯେତେବେଳେ ମଣିଷ ମୃତ୍ୟୁକୁ ବୁଝିପାରେ ସେତେବେଳେ ସେ ପୂର୍ବାପେକ୍ଷା ଅଧିକ ଭଲରେ ଜୀବନ ଅତିବାହିତ କରେ । ଆଜିକାଲି ଲୋକେ ମୃତ୍ୟୁକୁ ଭୟ କରନ୍ତି, ସେହି ବିଷୟରେ କଥାବାର୍ତ୍ତା ହେବାକୁ ବି ପଛଘୁଞ୍ଚା ଦିଅନ୍ତି । ତେବେ ମୃତ୍ୟୁ କୌଣସି ଭୟ କରିବା ଜିନିଷ ନୁହେଁ, ବରଂ ଏହା ଜୀବନର ଏକ ଅଂଶ ବୋଲି ଆୟୋଜକ କହିଛନ୍ତି ।

- ଡେଥ୍ ଫେଷ୍ଟିଭାଲରେ କଣ ହୁଏ ?

📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Related Topics
Explore more stories