Canada Mysterious Island / ଜଳଭଣ୍ଡାରରେ ମିଳିଲା ରହସ୍ୟମୟ ଦ୍ୱୀପ; ଆଶ୍ଚର୍ଯ୍ୟ ଚକିତ ହୋଇଗଲେ ବୈଜ୍ଞାନିକ
·41 mins ago·3 min read

Key Points
କାନାଡ଼ା ୱିଲିଷ୍ଟନ୍ ଜଳଭଣ୍ଡାରରେ ଦେଖାଯାଇଥିବା ଗଛରେ ଘୋଡ଼ାଇ ହୋଇଥିବା ଏକ ରହସ୍ୟମୟ ଭାସମାନ ଦ୍ୱୀପ ହଠାତ୍ ଅଦୃଶ୍ୟ ହୋଇଗଲା। କିଛି ସପ୍ତାହ ପରେ, ଏହା ଏହାର ମୂଳ ସ୍ଥାନରୁ ୩୦ କିଲୋମିଟର ଦୂରରେ ପୁନର୍ବାର ଦେଖାଗଲା।
ସଦ୍ୟ କାନାଡାରେ ମିଳିଛି ରହସ୍ୟମୟ ଦ୍ୱୀପ। ଯିଏ ପ୍ରଥମେ ଦୃଶ୍ୟମାନ ହେବା ପରେ ଅଚାନକ ହୋଇ ଯାଇଥିଲା ଗାଏବ। ଆଉ ଏବେ ଏହାକୁ ୩୦ କିଲୋମିଟର ଦୂରରେ ପୁନର୍ବାର ଏହାକୁ ଠାବ କରାଯାଇଛି। ଏକଥା ଶୁଣିବା ପରେ ଆପଣଙ୍କୁ ଲାଗୁ ଥାଇପାରେ ଯେ ଆପଣ କୌଣସି ଚଳଚ୍ଚିତ୍ରର କାହାଣୀ ଶୁଣୁଛନ୍ତି। ହେଲେ ସଦ୍ୟ କାନାଡାରେ ଏପରି ଏକ ଘଟଣା ଦେଖିବାକୁ ମିଳିଥିଲା। ରିପୋର୍ଟ ଅନୁଯାୟୀ ପ୍ରାୟ ସପ୍ତାହେ ପୂର୍ବରୁ ବ୍ରିଟିଶ କଲମ୍ବିଆ ସ୍ଥିତ ୱିଲିଷ୍ଟନ୍ ଜଳଭଣ୍ଡାରରେ (Williston Reservoir Canada) ଗଛରେ ଘୋଡ଼ାଇ ହୋଇଥିବା ଏକ ବଡ଼ ଭାସମାନ ଦ୍ୱୀପ ନଜର ଆସିଥିଲା। ସେଠାରେ ଉପସ୍ଥିତ କିଛି ଡଙ୍ଗା ଚାଳକ ଏହାର ଭିଡି଼ଓ ରେକର୍ଡିଂ କରିଥିଲେ। ଯାହା ସୋସିଆଲ ମିଡିଆରେ ଭାଇରାଲ ହୋଇଥିଲା। ଏହା ପରେ ଏହି ଦ୍ୱୀପ ହଠାତ୍ ଅଦୃଶ୍ୟ ହୋଇଗଲା। ବର୍ତ୍ତମାନ ଦାବି କରାଯାଉଛି ଯେ ଏହି ଦ୍ୱୀପ ମିଳିଯାଇଛି। ହେଲେ ଏହା ପଛରେ ରହିଥିବା କାହାଣୀ ଏବେ ରହସ୍ୟଘେରରେ ରହିଛି।
ପ୍ରଥମେ ଲୋକି ଭାବିଲେ ଯେ ଏହା AI Video
ଯେତେବେଳେ ଏହି ରହସ୍ୟମୟ ଦ୍ୱୀପର ଭିଡି଼ଓ ସୋସିଆଲ ମିଡିଆରେ ଭାଇରାଲ ହୋଇଥିଲାଲା, ସେତେବେଳେ ବ୍ରିଟିଶ କଲମ୍ବିଆ ହାଇଡ୍ରୋ (British Columbia Hydro & Power Authority) ମୁଖପାତ୍ର ବବ୍ ଗାମରଙ୍କୁ ଏହାର ଖବର ମିଳିଥିଲା। ଆଶ୍ଚର୍ଯ୍ୟର କଥା ହେଉଛି ସେ ପ୍ରଥମେ ଭାବିଥିଲେ ଯେ ଏହା AI ଦ୍ୱାରା ସୃଷ୍ଟି ହୋଇଥିବା ଏକ ନକଲି ଭିଡି଼ଓ ହୋଇପାରେ। ହେଲେ ଗତ ଜୁଲାଇ ୨୧ ତାରିଖର ସାଟେଲାଇଟ୍ ଫଟୋ ଏହା ପ୍ରମାଣିତ କରିଥିଲା ଯେ ଏହି ଦ୍ୱୀପ ସମ୍ପୂର୍ଣ୍ଣ ବାସ୍ତବ ଥିଲା। କ'ଣ ଏହି ଦ୍ୱୀପ ବୁଡ଼ିଗଲା ନାଁ ଭାଙ୍ଗିଗଲା କି? ନା ଏହା ଅନ୍ୟତ୍ର ସ୍ଥାନାନ୍ତର ହୋଇଗଲା? ଏହି ରହସ୍ୟ ଏତେ ବଢିଗଲା ଯେ ଅନେକ ଅନ୍ତର୍ଜାତୀୟ ଗଣମାଧ୍ୟମ ଏହି ଦ୍ୱୀପ ସମ୍ପର୍କରେ ରିପୋର୍ଟ କରିଥିଲେ। ସମଗ୍ର ବିଶ୍ୱରେ ଲୋକେ ଏହା ଉପରେ ଆଲୋଚନା କରିବା ଆରମ୍ଭ କରିଥିଲେ।\\
ଏହା ସହ ପଢନ୍ତୁ: ଆଉ ମାତ୍ର କିଛି ଇଞ୍ଚ ଆଉ ଏହା ପରେ ଲୋପ ପାଇଯିବ ଅସ୍ତିତ୍ୱ! ସେହି ଦେଶ ଯିଏ ସମୁଦ୍ର ଗର୍ଭରେ ହୋଇଯିବେ ବିଲୀନ
କେଉଁଠାରେ ମିଳିଲା ଏହି ଦ୍ୱୀପ?
ବ୍ରିଟିଶ କଲମ୍ବିଆ ହାଇଡ୍ରୋ କହିବା ଅନୁସାରେ ଏହି ଦ୍ୱୀପ ଅଦୃଶ୍ୟ ହୋଇନଥିଲା। ବରଂ ଏହା ପାଣି ସହିତ ଭାସି ଯାଇଥିଲା। ଏହି ଦ୍ୱୀପ ଏହାର ମୂଳ ସ୍ଥାନରୁ ପ୍ରାୟ ୩୦ କିଲୋମିଟର ଦୂରରେ ପହଞ୍ଚି ଯାଇଥିଲା। ନୂତନ ସାଟେଲାଇଟ୍ ଫଟୋ ଏବଂ ଏହି ଅଞ୍ଚଳ ଉପରେ ଉଡ଼ାଣ ଭରିଥିବା ପାଇଲଟ୍ ଙ୍କ ତଥ୍ୟ ଆଧାରରେ, ଅଧିକାରୀ ଏହାର ଏକ ନୂତନ ସ୍ଥାନ ଚିହ୍ନଟ କରିଛନ୍ତି। ଏହି ଦ୍ୱୀପର ରହସ୍ୟ ଉପରୁ ସମ୍ପୂର୍ଣ୍ଣ ଭାବରେ ପର୍ଦ୍ଦା ହଟିନାହିଁ। ହେଲେ ଏହା ସ୍ପଷ୍ଟ ହୋଇଯାଇଛି ଯେ ଏହା କେଉଁଠାକୁ ଚାଲି ଯାଇଥିଲା।

📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
ଏହା ସହ ପଢନ୍ତୁ: ବିଶ୍ୱରେ ସେହି ଯେଉଁଠି ହୋଇଥାଏ ପ୍ରବେଶ; ହେଲେ ହୋଇନଥାଏ ପ୍ରସ୍ଥାନ!
ଆକାରରେ କେତେ ବଡ଼ ଏହି ଦ୍ୱୀପ?
BC Hydro ପକ୍ଷରୁ ହୋଇଥିବା ଆକଳନ ଅନୁଯାୟୀ, ଏହି ଭାସମାନ ଦ୍ୱୀପର କ୍ଷେତ୍ରଫଳ ପ୍ରାୟ ୯୮୦୦ ବର୍ଗ ମିଟର ହୋଇପାରେ। ସରଳ ଭାଷାରେ କହିବାକୁ ଗଲେ ଏହା ଏକ କାନାଡିଆନ୍ ଫୁଟବଲ୍ ପଡ଼ିଆ କିମ୍ବା ଦେଢ଼ଟି ଆମେରିକୀୟ ଫୁଟବଲ୍ ପଡ଼ିଆର ଆକାର ସହିତ ସମାନ ହୋଇପାରେ। ଏହି କାରଣରୁ ଲୋକେ ଏହାକୁ ଦେଖି ଏତେ ଆଶ୍ଚର୍ଯ୍ୟ ହୋଇଗଲେ। ଏହା ପାଣିରେ ଭାସୁଥିବା କାଠର ଏକ ଛୋଟ ଗଦା ନୁହେଁ ବରଂ ଗଛରେ ପରିପୂର୍ଣ୍ଣ ଏକ ସମ୍ପୂର୍ଣ୍ଣ ଦ୍ୱୀପ ଥିଲା।
କିପରି ସୃଷ୍ଟି ହୋଇଥିଲା ଏହି ଦ୍ୱୀପ?
ଏହି ଦ୍ୱୀପର ରହସ୍ୟ କେବଳ ଏହାର ଅଦୃଶ୍ୟତା ସହ ଜଡ଼଼ିତ ନୁହେଁ। ଏବେ ପ୍ରକୃତ ପ୍ରଶ୍ନ ହେଉଛି ଏହା କିପରି ସୃଷ୍ଟି ହୋଇଥିଲା। ବିଶେଷଜ୍ଞଙ୍କ କହିବା ଅନୁସାରେ ବହୁ ବର୍ଷ ଧରି ଭାସି ଆସୁଥିବା କାଠ ଜମା ହୋଇଥିଲା। ଧିରେ ଧିରେ ମାଟି, ଘାସ ଏବଂ ଅନ୍ୟାନ୍ୟ ଗଛଲତା ଏଥିରେ ବଢ଼ିଥିଲା। ପରେ ଏହି ଏହି ଗଛର ମୂଳ ଧରିଥିଲା। ଯେତେବେଳେ ଗ୍ରୀଷ୍ମ ଋତୁରେ ହ୍ରଦର ଜଳସ୍ତର ବୃଦ୍ଧି ପାଇଲା, ସେତେବେଳେ ଏହା ସମ୍ଭବ ହୋଇ ଥାଇପାରେ ଯେ ଏହି ଅଂଶ ଏହାର ମୂଳରୁ ଅଲଗା ହୋଇ ପାଣିରେ ଭାସିବାକୁ ଆରମ୍ଭ କରିଥିଲା। ହେଲେ ତଥାପି ଏହା ବର୍ତ୍ତମାନ କେବଳ ଏକ ଦୃଢ଼ ସମ୍ଭାବନା। ଏପର୍ଯ୍ୟନ୍ତ ଏହା ନିଶ୍ଚିତ ହୋଇନାହିଁ।

Related Topics
Explore more stories