Videos
|
International

Series Earthquake Strikes Tibet / ସିରିଜ୍ ଭୂକମ୍ପ ଝଟକାରେ ଦୋହଲି ଉଠିଲା ତିବ୍ଦତ; ୨୪ ଘଣ୍ଟା ମଧ୍ୟରେ ୪ ଥର ଭୂକମ୍ପ ଝଟକା ଅନୁଭୂତ

Subhramjit Ray
Browse all articles by Subhramjit Ray
·1 hour ago·2 min read
ସିରିଜ୍ ଭୂକମ୍ପ ଝଟକାରେ ଦୋହଲି ଉଠିଲା ତିବ୍ଦତ; ୨୪ ଘଣ୍ଟା ମଧ୍ୟରେ ୪ ଥର ଭୂକମ୍ପ ଝଟକା ଅନୁଭୂତ
Series Earthquake Strikes Tibet

Key Points

ଶନିବାର ଦିନ ରାତି ଦୁଇଟା ସମୟରେ ତିବ୍ଦତରେ ୫.୪ ତୀବ୍ରତାର ଭୂମିକମ୍ପ ଅନୁଭୂତ ହୋଇଥିଲା। ବିଗତ ୨୪ ଘଣ୍ଟା ମଧ୍ୟରେ ୪.୦, ୪.୬ ଏବଂ ୪.୫ ତୀବ୍ରତାର ତିନୋଟି ଭୂମିକମ୍ପ ରେକର୍ଡ କରାଯାଇଥିଲା।
ପୁଣି ଥରେ ସିରିଜ୍ ଭୂକମ୍ପ ଝଟକାରେ ଦୋହଲି ଉଠିଛି ତିବ୍ଦତ। ଶନିବାର (ଅକ୍ଟୋବର ୨୪) ତିବ୍ଦତରେ ଶକ୍ତିଶାଳୀ ଭୂମିକମ୍ପ ଅନୁଭୂତ ହୋଇଥିଲା। ଜାତୀୟ ଭୂକମ୍ପ ବିଜ୍ଞାନ କେନ୍ଦ୍ର (NCS) କହିବା ଅନୁଯାୟୀ ଭୂମିକମ୍ପ ପ୍ରାୟ ଅପରାହ୍ନ ଦୁଇଟା (02:00) ସମୟରେ ହୋଇଥିଲା। ଯାହାର ତୀବ୍ରତା ରିକ୍ଟର ସ୍କେଲ୍ ରେ ୫.୪ ରେକର୍ଡ଼ କରାଯାଇଥିଲା।

ଗତ ଗୁରୁବାର (୨୨ ଅକ୍ଟୋବର) ସକାଳେ କିଛି ଘଣ୍ଟା ମଧ୍ୟରେ ତିବ୍ଦତ ଠାରେ ତିନୋଟି ଭୂକମ୍ପ ଝଟକା ଅନୁଭୂତ ହୋଇଥିଲା। ଜାତୀୟ ଭୂକମ୍ପ ବିଜ୍ଞାନ କେନ୍ଦ୍ର (NCS) ପକ୍ଷରୁ ମିଳିଥିବା ତଥ୍ୟ ଅନୁଯାୟୀ ଏହି ଭୂକମ୍ପର ତୀବ୍ରତା ୪.୦, ୪.୬ ଏବଂ ୪.୫ ରେକର୍ଡ଼ ହୋଇଥିଲା। ଏହି ଭୂକମ୍ପ ମଧ୍ୟରୁ ସବୁଠାରୁ ଶକ୍ତିଶାଳୀ ଭୂକମ୍ପ ଝଟକା ୪.୬ ରହିଥିଲା। ଯାହାର କେନ୍ଦ୍ରସ୍ଥଳ ଭୂପୃଷ୍ଠରୁ ୧୦ କିଲୋମିଟର ଗଭୀରତାରେ ରହିଥିଲା। NCS ତଥ୍ୟ ଅନୁଯାୟୀ ଭାରତୀୟ ପ୍ରାମାଣିକ ସମୟ (IST) ଅନୁସାରେ ରାତ୍ରୀ ପ୍ରାୟ ୧ ଘଟିକାରୁ (01:00 AM) ସକାଳ ୬ ଘଟିକା (06:00 AM) ମଧ୍ୟରେ ତିନୋଟି ଭୂକମ୍ପ ଝଟକା ଅନୁଭୂତ ହୋଇଥିଲା।

କିଛି ଘଣ୍ଟା ମଧ୍ୟରେ ଅନୁଭୂତ ହୋଇଥିଲା ତିନୋଟି ଭୂକମ୍ପ
ନ୍ୟାସନାଲ ସେଣ୍ଟର ଫର ସିସମୋଲୋଜି (National Center for Seismology) ଅନୁଯାୟୀ, ତିବ୍ଦତ ଠାରେ କିଛି ଘଣ୍ଟା ମଧ୍ୟରେ ତିନୋଟି ଭୂକମ୍ପ ଅନୁଭୂତ ହୋଇଥିଲା।
ପ୍ରଥମ ଭୂମିକମ୍ପ: ରାତି ୦୧:୦୮ ସମୟରେ ୪.୦ ତୀବ୍ରତା ବିଶିଷ୍ଟ ଏକ ଭୂକମ୍ପ ଝଟକା ରେକର୍ଡ଼ କରାଯାଇଥିଲା। ଯାହାର କେନ୍ଦ୍ରସ୍ଥଳ ଭୂପୃଷ୍ଠରୁ ୧୫ କିମି ଗଭୀରତାର ରହିଥିଲା।
ଦ୍ୱିତୀୟ ଭୂମିକମ୍ପ: ରାତି ୦୨:୦୭ ସମୟରେ ୪.୬ ତୀବ୍ରତା ବିଶିଷ୍ଟ ଏକ ଭୂକମ୍ପ ଝଟକା ଅନୁଭୂତ ହୋଇଥିଲା। ଯାହାର କେନ୍ଦ୍ରସ୍ଥଳ ଭୂପୃଷ୍ଠରୁ ୧୦ କିମି ଗଭୀରତାର ରହିଥିଲା।
ତୃତୀୟ ଭୂମିକମ୍ପ: ଭୋର ୦୫:୩୮ ସମୟରେ ୪.୫ ତୀବ୍ରତା ବିଶିଷ୍ଟ ଏକ ଭୂକମ୍ପ ଝଟକା ରେକର୍ଡ଼ କରାଯାଇଥିଲା। ଯାହାର କେନ୍ଦ୍ରସ୍ଥଳ ଭୂପୃଷ୍ଠରୁ ୧୦ କିମି ଗଭୀରତାର ରହିଥିଲା।

ଏହା ସହ ପଢନ୍ତୁ: ବନ୍ୟା ପରେ ଭୂକମ୍ପ ଝଟକାରେ ଥରି ଉଠିଲା ତିବ୍ଦତ

ଗତକାଲି ତିବ୍ଦତରେ ଅନୁଭୂତ ହୋଇଥିଲା ଭୂକମ୍ପ; ଚାଲିଗଲା ୧୬ ଜୀବନ
ପୂର୍ବରୁ ଗତ ଗୁରୁବାର (ଅକ୍ଟୋବର ୨୨) ସନ୍ଧ୍ୟାରେ ୭ ତୀବ୍ରତା ବିଶିଷ୍ଟ ଏକ ଶକ୍ତିଶାଳୀ ଭୂକମ୍ପ ଝଟକା ଅନୁବୂତ ହୋଇଥିଲା। ଯାହା ଦ୍ୱାରା ବ୍ୟାପକ କ୍ଷୟକ୍ଷତି ହୋଇଥିଲା। ଏହି ପ୍ରାକୃତିକ ବିପର୍ଯ୍ୟୟରେ ଅତି କମରେ ୧୬ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ, ୭୬ ଜଣ ଆହତ ହୋଇଥିଲେ। ଚୀନ୍ ସରକାରୀ ଗଣମାଧ୍ୟମ ଅନୁଯାୟୀ, ଏହି ଭୂମିକମ୍ପ ଯୋଗୁଁ ଉତ୍ତର ତିବ୍ଦତ ଅଞ୍ଚଳରେ ଅବସ୍ଥିତ ନାଗଚୁ ସହରରେ ଶହ ଶହ ଘର ଭୁଶୁଡ଼ି ପଡ଼ିଥିଲା।

Argus News App

📱 Get Argus News App

✨
📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
ନାଗଚୁ ଅଧିକାରୀଙ୍କ କହିବା ଅନୁଯାୟୀ, ଭୂମିକମ୍ପ ଯୋଗୁଁ ୩୩୯ ଘର ଏବଂ ୨୦ ପଶୁ ଘର ଭୁଶୁଡ଼ି ପଡ଼ିଥିଲା। ଏହି ଘଟଣା ପରେ, ପ୍ରଭାବିତ ଅଞ୍ଚଳରେ ଉଦ୍ଧାର ଏବଂ ରିଲିଫ୍ କାର୍ଯ୍ୟ ଆରମ୍ଭ କରାଯାଇଥିଲା। ଯେଉଁ କାର୍ଯ୍ୟରେ ୧୬ ଶହରୁ ଅଧିକ ଉଦ୍ଧାର କର୍ମୀଙ୍କୁ ନିୟୋଜିତ କରାଯାଇଥିଲା। ପ୍ରଭାବିତ ଲୋକଙ୍କୁ ସାହାଯ୍ୟ କରିବା ପାଇଁ ରିଲିଫ୍ ସାମଗ୍ରୀ ମଧ୍ୟ ପଠାଯାଇଥିଲା। ଯେଉଁଥିରେ ପ୍ରାୟ ୩୦୦୦ ତମ୍ବୁ, ୧,୦୦୦ ପ୍ରସ୍ତୁତ ଗୃହ, ଫୋଲ୍ଡିଂ ବିଛଣା, ଟର୍ଚ୍ଚ ଏବଂ ଶୀତକାଳୀନ ପୋଷାକ ଅନ୍ତର୍ଭୂକ୍ତ ରହିଛି।