Videos
|
International

Trade War / ଟ୍ରେଡ୍ ୱାର୍ ପୁଣି ଆରମ୍ଭ କଲେ ଟ୍ରମ୍ପ; ଏହି ଦେଶ ଉପରେ ୫୦ ପ୍ରତିଶତ ଟାରିଫ୍ ଲଗାଇଲା ଆମେରିକା

Sushanta Sahoo
Browse all articles by Sushanta Sahoo
·4 hours ago·2 min read
ଟ୍ରେଡ୍ ୱାର୍ ପୁଣି ଆରମ୍ଭ କଲେ ଟ୍ରମ୍ପ; ଏହି ଦେଶ ଉପରେ ୫୦ ପ୍ରତିଶତ ଟାରିଫ୍ ଲଗାଇଲା ଆମେରିକା
Trump 50% Tariff on Canada

Key Points

ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ପୁଣି ଥରେ ଟ୍ରେଡ୍ ୱାର ଆରମ୍ଭ କରିଛଛନ୍ତି । ସୋମବାର ଟ୍ରମ୍ପ ପଡ଼ୋଶୀ ଦେଶ କାନାଡ଼ା ଉପରେ ଲଗାଇଛନ୍ତି ୫୦ ପ୍ରତିଶତ ଟାରିଫ୍ ।
ନୂଆଦିଲ୍ଲୀ: ଟାରିଫ୍… ଯୁଦ୍ଧ… ଟାରିଫ୍ । ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ପୁଣି ଥରେ ଟ୍ରେଡ୍ ୱାର ଆରମ୍ଭ କରିଛଛନ୍ତି । ସୋମବାର ଟ୍ରମ୍ପ ପଡ଼ୋଶୀ ଦେଶ କାନାଡ଼ା ଉପରେ ଲଗାଇଛନ୍ତି ୫୦ ପ୍ରତିଶତ ଟାରିଫ୍ । କାନାଡ଼ାରୁ ଆମଦାନୀ କରାଯାଉଥିବା ଅଧିକାଂଶ ସାମଗ୍ରୀ ଉପରେ ଆମେରିକା ଏହି ଟାରିଫ୍ କଷିଛି ।

ଆମେରିକାର ପ୍ରଶାସନର ଅଭିଯୋଗ ହେଲା, ଆମେରିକାର ଅଟୋ ମୋବାଇଲ୍, ମଦ ଓ ଡାଏରୀ ଉତ୍ପାଦ ସହ ଭେଦଭାବପୂର୍ଣ୍ଣ ବ୍ଯବହାର କରୁଛି କାନାଡ଼ା । ଏବେ ଟ୍ରମ୍ପଙ୍କ ଏହି ପଦକ୍ଷେପ ଦୁଇ ପଡ଼ୋଶୀ ଦେଶ ମଧ୍ୟରେ ପୁଣି ତିକ୍ତତା ବୃଦ୍ଧି କରିବାର ଆଶଙ୍କା ଦେଖା ଦେଇଛି ।

ଏଥିସହ ପଢ଼ନ୍ତୁ: ଋଷିଆ ମିସାଇଲ୍ ଆକ୍ରମଣର ୟୁକ୍ରେନରେ ୪ ଭାରତୀୟ ମୃତ; ଜାହାଜ ବନ୍ଦର ଛାଡ଼ିବା ବେଳେ ଘଟିଲା ଅଘଟଣ 

ରିପୋର୍ଟ ଅନୁସାରେ, ଟାରିଫ୍ ସହ ଜଡ଼ିତ ୩ଟି ନିଷ୍ପତ୍ତି ମାରିଛନ୍ତି ଆମେରିକା ରାଷ୍ଟ୍ରପତି । ଆମେରିକା ଟ୍ରେଡ୍ ଆକ୍ଟ ଅଫ୍ ୧୯୩୦ର ଧାରା ୩୩୮ ଅନୁଯାୟୀ ଏହି ନିଷ୍ପତ୍ତିକୁ ତୁରନ୍ତ ଲାଗୁ କରାଯାଇଛି ।

ଟ୍ରମ୍ପ ପ୍ରଶାସନ ସହ ଜଡ଼ିତ ଜଣେ ଅଧିକାରୀ ନିଷ୍ପତ୍ତି ପଛର କାରଣ କହିଛନ୍ତି । ସେ କହିଛନ୍ତି, "ଚୀନକୁ ବାଦ୍ ଦେଲେ ନିର୍ଦ୍ଦିଷ୍ଟ ଦେଶ ମଧ୍ୟରେ କାନାଡ଼ା ରହିଛି । ପୂର୍ବରୁ ଏହି ଦେଶ ଟ୍ରମ୍ପଙ୍କ ଟାରିଫ୍ ଜବାବରେ ପୁନଃ ଟାରିଫ୍ ଲଗାଇଥିଲେ ।"

ସୂଚନାଯୋଗ୍ୟ, ଟ୍ରେଡ୍ ଆକ୍ଟର ଧାରା ୩୩୮ ଲାଗୁ କରି ଟ୍ରମ୍ପ ପୂର୍ବରୁ ଅନେକ ଦେଶ ଉପରେ ଏଭଳି ଶୁଳ୍କ ଲଗାଇଥିଲେ । ଯାହାକୁ ନେଇ ବୈଶ୍ଵିକ ସ୍ତରରେ ଆର୍ଥିକ ଅସ୍ଥିରତା ସହ ଟ୍ରମ୍ପ ଆମେରିକାରେ ବିରୋଧର ସମ୍ମୁଖିନ ହୋଇଥିଲେ । ଏପରିକି ଆମେରିକାର ସାଂସଦ କହିଥିଲେ, "ଆମେରିକା ଏଭଳି ଏକପାଖିଆ ଟାରିଫ୍ ଲଗାଇବା ଦ୍ଲାରା ଦେଶର ଅର୍ଥ ବ୍ୟବସ୍ଥା ଅସ୍ଥିର ହୋଇପାରେ ।"

କ'ଣ ହେବ ପ୍ରଭାବିତ ?

ଟ୍ରମ୍ପଙ୍କ ନୂଆ ଆଦେଶ ଅନୁସାରେ, କାନାଡ଼ାର କେତେକ ଗୁରୁତ୍ଵପୂର୍ଣ୍ଣ କ୍ଷେତ୍ରକୁ ଏହି ବର୍ଦ୍ଧିତ ଟାରିଫ୍‌ରୁ ଅଲଗା ରଖା ଯାଇଛି । ଯେଭଳି- ଶକ୍ତି ଉତ୍ପାଦନ, ମତ୍ସ୍ୟ ଓ ଦୁର୍ଲଭ ଖଣିଜକୁ ୫୦ ପ୍ରତିଶତ ଟାରିଫ୍ ବାହାରେ ରଖା ଯାଇଛି । ପୂର୍ବରୁ ୟୁନାଇଟଡ୍ ଷ୍ଟେଟ୍ସ-ମେକ୍ସିକୋ-କାନାଡ଼ା ଏଗ୍ରିମେଣ୍ଟ ଦ୍ଵାରା ଟିକସ ମୁକ୍ତ ଥିବା ଅନେକ ଉତ୍ପାଦ ଉପରେ ଏବେ ୫୦ ପ୍ରତିଶତ ଟିକସ ଲାଗିବ ।

ଏଥିସହ ପଢ଼ନ୍ତୁ: ବ୍ରିଟେନ ପ୍ରଧାନମନ୍ତ୍ରୀ ହେଲେ ଆଣ୍ଡି ବର୍ନହାମ; ରାଜାଙ୍କୁ ଭେଟିବା ପରେ ଗ୍ରହଣ କଲେ ପଦଭାର 

ବଢ଼ିବ ଦରବୃଦ୍ଧି

ଆମେରିକା ଓ କାନାଡ଼ାର ଅର୍ଥ ବ୍ୟବସ୍ଥା ପରସ୍ପର ସହ ବ୍ୟାପକ ଭାବେ ଜଡ଼ିତ । ବିଶେଷଜ୍ଞଙ୍କ ଅନୁସାରେ, ଏହି ପଦକ୍ଷେପ ଫଳେ ୨ ଦେଶ ମଧ୍ୟରେ ଅନିଶ୍ଚିତତା ବଢ଼ିବ । ଆମେରିକାରେ ମହଙ୍ଗା ମାଡ଼ ହେବ । ଦୁଇ ଦେଶର କୂଟନୈତିକ ସମ୍ପର୍କ ଖରାପ ହୋଇପାରେ । ଏତିକି ନୁହେଁ, ଆଗାମୀ ଦିନରେ ଟ୍ରମ୍ପ ଅନ୍ୟ ଦେଶ ଉପରେ ଟାରିଫ୍ ବଢ଼ାଇବାକୁ ଯୋଜନା ମଧ୍ୟ କରୁଛନ୍ତି ।
Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored