Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|

Argus News - ଅଟକିଛି ଶାନ୍ତି ଆଲୋଚନା; ଘନ ଘନ ହେଲା ଡ୍ରୋନ୍ ଓ ମିସାଇଲ୍ ମାଡ଼

International

Middle East Crisis / ଅଟକିଛି ଶାନ୍ତି ଆଲୋଚନା; ଘନ ଘନ ହେଲା ଡ୍ରୋନ୍ ଓ ମିସାଇଲ୍ ମାଡ଼

Sushanta Sahoo
Browse all articles by Sushanta Sahoo
·1 hour ago·2 min read
ଅଟକିଛି ଶାନ୍ତି ଆଲୋଚନା; ଘନ ଘନ ହେଲା ଡ୍ରୋନ୍ ଓ ମିସାଇଲ୍ ମାଡ଼
US-Iran Conflict Deepens

Key Points

ମଧ୍ୟପ୍ରାଚ୍ୟରେ ଥମୁନି ଆକ୍ରମଣ । ଗୋଟିଏ ପଟେ ଆମେରିକା-ଇରାନ୍ ମଧ୍ୟରେ ଶାନ୍ତି ଆଲୋଚନା ଅଟକି ରହିଥିବା ବେଳେ ପୁଣି ଥରେ ଡ୍ରୋନ୍ ଓ ମିସାଇଲ୍ ମାଡ଼ରେ ପଶ୍ଚିମ ଏସିଆ ଥରିଛି ।
ନୂଆଦିଲ୍ଲୀ: ଆମେରିକା-ଇରାନ ମଧ୍ୟରେ ପୁଣି ଥରେ ବଢ଼ିଲା ତିକ୍ତତା । ଇରାନର ରାଡାର ଓ ଡ୍ରୋନ୍ ଠିକଣା ଉପରେ ଆମେରିକା ବୋମାବର୍ଷା କରିଥିବା ସୂଚନା ଦେଇଛି । ଆମେରିକାର ଡ୍ରୋନ୍‌କୁ ଇରାନ ଧ୍ଵସ୍ତ କରିବା ପରେ ତେହରାନ ଉପରେ ଏହି ଆଟାକ୍ କରାଯାଇଥିବା ଆମେରିକା କହିଛି ।

ଆମେରିକାର ଏହି କାର୍ଯ୍ୟାନୁଷ୍ଠାନ ପରେ ଇରାନ ବି ଜବାବୀ ଆକ୍ରମଣ କରିଛି । ଜବାବରେ ଇରାନ, କୁଏତ ଉପରେ ଆକ୍ରମଣ କରିଛି । କୁଏତ ଉପରେ ମିସାଇଲ୍ ମାଡ଼ ସହ ଡ୍ରୋନ୍ ଆକ୍ରମଣ କରିଛି ତେହରାନ ।

ଏଥିସହ ପଢ଼ନ୍ତୁ: ଚର୍ଚ୍ଚାରେ ଇରାନର ନୂଆ ହତିଆର; ଯିଏ ଉଡ଼ାଇଦେଲା ଆମେରିକା ଡ୍ରୋନ୍ 

କ'ଣ କହିଲା ଆମେରିକା ?

ଏପିର ରିପୋର୍ଟ ଅନୁସାରେ, ଆମେରିକାର ସେନାର ସେଣ୍ଟ୍ରାଲ୍ କମାଣ୍ଡ କହିଛି ଯେ- "ଶନିବାର ଓ ରବିବାର ଇରାନର ଗୋରୁକ ସହର ନିକଟରେ ଏବଂ କେଶମ "ଦ୍ଵୀପ ଉପରେ ସୁଚିନ୍ତିତ ଭାବେ ଆକ୍ରମଣ କରାଯାଇଛି ।"

ଏହା ପୂର୍ବରୁ ଇରାନ, ଆମେରିକାର ଏମ୍‌କ୍ୟୁ-୧ ଡ୍ରୋନ୍‌କୁ ଧ୍ଵସ୍ତ କରିଥିଲା । ଯାହାର ଜବାବରେ ଇରାନ ଉପରେ ଆମେରିକା ବୋମାବର୍ଷା କରିଛି ।

ଆକାଶ ମାର୍ଗରୁ ଆକ୍ରମଣ କରି ଇରାନର ବାୟୁ ସୁରକ୍ଷା, ଏକ ନିୟନ୍ତ୍ରଣ କେନ୍ଦ୍ର ଏବଂ ୨ଟି ଏକତରଫା ଆକ୍ରମଣାତ୍ମକ ଡ୍ରୋନ୍‌କୁ ନଷ୍ଟ କରି ଦେଇଛି । ଯାହାକି ଉକ୍ତ ଅଞ୍ଚଳ ଦେଇ ଯାଉଥିବା ଜାହାଜ ଲାଗି ସ୍ପଷ୍ଟ ବିପଦ ଥିଲା ବୋଲି ଆମେରିକା କହିଛି ।

ଆକ୍ରମଣ ନେଇ କ'ଣ କହିଲା କୁଏତ ?

କୁଏତ କହିଛି ଯେ, "ଆକାଶ ମାର୍ଗରୁ ସୋମବାର ଭୋର୍ ସମୟରେ ଡ୍ରୋନ୍ ଓ ମିସାଇଲ୍ ମାଡ଼ ହୋଇଛି । ଆକ୍ରମଣ ରୋକିବାକୁ ଗୁଳଗୋଳା ମାଡ଼ କରାଯାଇଛି ।" ସେପଟେ ସେହି ସମୟରେ ଇରାନର ଅର୍ଦ୍ଧସୈନିକ ରିଭୋଲ୍ୟୁସନରୀ ଗାର୍ଡ ଆମେରିକା ଆକ୍ରମଣର ଜବାବ ଦେଇଥିବା କହିଛି । ତେବେ ଇରାନ କେଉଁଠି ଆକ୍ରମଣ କରିଛି ସ୍ପଷ୍ଟ କରିନାହିଁ । ସମ୍ଭବତଃ ଇରାନର ଇସାରା କୁଏତ ଉପରେ ଆକ୍ରମଣ ଥିଲା ।  

ଏଥିସହ ପଢ଼ନ୍ତୁ: ଧୂଆଁ ଧୂଆଁ ହୋଇଗଲା ଆମେରିକୀୟ ସୈନ୍ୟ ଠିକଣା, ଧ୍ଵସ୍ତ ହେଲା ହାଇ-ଟେକ୍ 'ରିପର ଡ୍ରୋନ୍' 

କେତେ ବାଟ ଗଲା ଚୁକ୍ତି ?

ଆକ୍ରମଣ ପ୍ରତି ଆକ୍ରମଣ ଭିତରେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ହ୍ଵାଇଟ୍ ହାଉସ୍‌ରେ ଶୁକ୍ରବାର ତାଙ୍କ ପରାମର୍ଶଦାତାଙ୍କ ସହ ଆଲୋଚନା କରିଛନ୍ତି । ବୈଠକରେ ଇରାନ ଯୁଦ୍ଧ ବିରତି ଅବଧି ବୃଦ୍ଧି, ହର୍ମୁଜ ପ୍ରଣାଳୀ ପୁଣି ଖୋଲିବା ଆଦି ପ୍ରସ୍ତାବ ଉପରେ ଚୂଡ଼ାନ୍ତ ନିଷ୍ପତ୍ତି ନିଆଯାଇ ନାହିଁ ।

ଏହାରି ଭିତରେ ଇରାନ କହିଛି, "ଏବେ ଚୁକ୍ତି ଚୂଡ଼ାନ୍ତ ରୂପ ନେଇ ନାହିଁ ।" ସେପଟେ ବୈଠକ ପୂର୍ବରୁ ଟ୍ରମ୍ପ କହିଥିଲେ ଯେ, ପ୍ରସଙ୍ଗରେ ଚୂଡ଼ାନ୍ତ ନିଷ୍ପତ୍ତି ନିଆଯିବ । ତେବେ ଟ୍ରମ୍ପ ପ୍ରଶାସନର ଜଣେ ବରିଷ୍ଠ ଅଧିକାରୀଙ୍କ ଅନୁସାରେ, ଦୁଇ ଘଣ୍ଟା ଧରି ଚାଲିଥିବା ବୈଠକରେ କୌଣସି ନିଷ୍ପତ୍ତି ନିଆଯାଇ ପାରି ନାହିଁ ।
Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
US-Iran Tensions Escalate Amid Fresh Drone and Missile Attacks | Argus News | Argus News